Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡି ବିଜେପି ଭାଇ ଭାଇ ,ହେଲେ ବିରୋଧୀ ହେବାର ଏ ନାଟକ କାହା ପାଇଁ?
ବିଶେଷ ଖବର

ବିଜେଡି ବିଜେପି ଭାଇ ଭାଇ ,ହେଲେ ବିରୋଧୀ ହେବାର ଏ ନାଟକ କାହା ପାଇଁ?

December 11, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

୨୦୦୭-୦୮ କନ୍ଧମାଳ ଦଙ୍ଗା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ସାମ୍ବାଦିକ କରନ ଥାପରଙ୍କୁ ଏକ ସାକ୍ଷାତ୍କାର ଦେଇ କହିଥିଲେ ଯେ- ତାଙ୍କର ଧର୍ମ ନିରପେକ୍ଷ ଚରିତ୍ର ଉପରେ କେହି ବି ଆଙ୍ଗୁଳି ଉଠାଇ ପାରିବେ ନାହିଁ, କାରଣ ତାଙ୍କର ହାଡେ ହାଡେ ଧର୍ମନିରପେକ୍ଷତାର ବିଚାର ରହିଛି। ନିଜ କଥା ପ୍ରମାଣିତ କରିବାକୁ ଯାଇ ନବୀନ ୯ ବର୍ଷ ଧରି ରହିଥିବା ବିଜେପି ସହିତ ବିଜେଡ଼ିର ସମ୍ପର୍କ ତୁଟାଇ ଦେଇଥିଲେ। ୨୦୦୯ ନିର୍ବାଚନ ବିଜେଡି ଏକାକୀ ଲଢିଲା ଓ ବେଶ ଭଲ ଭାବରେ ଜିତିଲା। ୨୦୦୯, ୨୦୧୪ଓ ୨୦୧୯ ନିର୍ବାଚନରେ ଏକାକୀ ନିର୍ବାଚନ ଲଢି ବିଜେଡି ୧୦୦ ରୁ ଅଧିକ ଆସନ ପାଇ ଆସୁଛି। ୨୦୦୯ ପରଠୁ ବିଜେପି ସହିତ ବିଜେଡିର ମତଭେଦ ଅତ୍ୟନ୍ତ ସ୍ପଷ୍ଟ ଓ ନିର୍ବାଚନୀ ରାଜନୀତିରେ ଉଭୟ ପରଷ୍ପର ର ଶତ୍ରୁ ଭଳି ରହିଛନ୍ତି। ୨୦୧୯ ନିର୍ବାଚନପ୍ରଚାର ସମୟରେ ମଧ୍ୟ ନବୀନ ବାବୁ ବିଜେପି ର ସାମ୍ପ୍ରଦାୟିକ ଚରିତ୍ରକୁ ନେଇ ସମାଲୋଚନା କରିଥିଲେ। ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେସାଇଙ୍କୁ ସାକ୍ଷତକାର ଦେଇ ନବୀନ ବାବୁ କହିଥିଲେ ଯେ ବିଜେପିର ଉଗ୍ର ସାମ୍ପ୍ରଦାୟିକ ଚରିତ୍ର କାରଣରୁ ତାଙ୍କ ସହ ସହଯୋଗ କରିବା ବିଜେଡି ପକ୍ଷରେ ସମ୍ଭବ ନୁହେଁ।

ହଠାତ ନିର୍ବାଚନ ସରିବା ପରେ ନବୀନ ବାବୁ ଓ ତାଙ୍କ ବିଜେଡି ଦଳ ବିଜେପିର ସାମ୍ପ୍ରଦାୟିକ ଚରିତ୍ର କଥା ଭୁଲିଗଲେ ଓ ନିଃସର୍ତ୍ତରେ ବିଜେପିର ସବୁଠୁ ବିଶ୍ଵସ୍ତ ସହଯୋଗୀ ହୋଇ ପଡିଲେ। ଯଦିଓ ବିଜେଡି ସମର୍ଥନ ବିଜେପି ପାଇଁ ସେତେ ଗୁରୁତ୍ୱପୂର୍ଣ୍ଣ ନଥିଲା, ତେବେ ସଂସଦରେ ବିଭିନ୍ନ ବିଲ ଗୃହୀତ କରାଇବା ଲାଗି ବିଜେଡି ସମର୍ଥନ ବିଜେପି ଲାଗି ଅତ୍ୟନ୍ତ ଜରୁରୀ ଥିଲା। ରାଜ୍ୟର ବିଧାନସଭା ନିର୍ବାଚନ ଗଣିତକୁ ଦେଖିଲେ, ବିଜେଡ଼ିକୁ ସାମ୍ନା କରିବାର ସ୍ଥିତି ବିଜେପି ପାଖରେ ନାହିଁ। ପ୍ରଚଣ୍ଡ ସଂଖ୍ୟାମତ ଓ ଲୋକ ବିଶ୍ଵାସସତ୍ତ୍ଵେ ବିଜେପି ପାଖରେ ବିଜେଡି ଆତ୍ମ ସମର୍ପଣ କରିଚାଲିଛି କାହିଁକି?ତିନୋଟି ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପରେ ଓ ସାରାଦେଶରେ ପ୍ରବାହିତ ହେଉଥବା ପ୍ରବଳ ମୋଦୀ ହାୱାକୁ ପରାହତ କଲା ପରେ ବିଜେପି ପାଖରେ ଏ ଆତ୍ମ ସମର୍ପଣ ପଛର ରହସ୍ୟକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି।

ସଙ୍ଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ଵୟ କଥା ଆଜି ବିଜେଡି କହୁଛି। ତେବେ ୨୦୧୯ ପର୍ୟନ୍ତ ବିଜେଡ଼ିର ନିଜସ୍ଵ ସ୍ଲୋଗାନ ଥିଲା “କେନ୍ଦ୍ର ଅବହେଳା”। ୨୦୧୯ ନିର୍ବାଚନ ଆଗରୁ ନବୀନ ବାବୁ ରାଜ୍ୟ ପାଇଁ ଆର୍ଥିକ ସ୍ଵାୟତ୍ତତାର କଥା ମଧ୍ୟ ଉଠାଇଥିଲେ। ବାସ୍ତବତା ଦୃଷ୍ଟିରୁ ଦେଖିଲେ ନରେନ୍ଦ୍ର ମୋଦୀ- ଅମିତ ଶାହାଙ୍କ ତୀବ୍ର ବିରୋଧ ସତ୍ତ୍ୱେ ପ୍ରବଳ ଜନ ସମର୍ଥନ ପାଇଥିବା ନବୀନ ପଟ୍ଟନାୟକ ଆଜି ହଠାତ ମୋଦୀ-ଶାହାଙ୍କ ସବୁକଥାରେ ହଁ ମାରିବା ଅନେକଙ୍କୁ ଚକିତ କରିଛି।

ବିଜେଡି ରାଜ୍ୟର ସ୍ଵାର୍ଥ ଲାଗି କେନ୍ଦ୍ର ସହ ସହଯୋଗ କରୁଛି ବୋଲି ଯେଉଁ ଯୁକ୍ତି କରୁଛି, ତାହା ପଛରେ ସେମିତି କିଛି ଟାଣୁଆ ଯୁକ୍ତି ମଧ୍ୟ ନାହିଁ। କାଶ୍ମୀର ପ୍ରସଙ୍ଗ ହେଉ କି ଧର୍ମ ଆଧାରିତ ନାଗରିକ ସଂଶୋଧନ ବିଲ, ଏ ଦୁଇଟି ଯାକ ଆଇନ ବିଜେଡ଼ିର ଆଦର୍ଶ ପରିପନ୍ଥୀ। ବିଜୁ ପଟ୍ଟନାୟକଙ୍କ ରାଜନୀତିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଚାର ଥିଲା ଧର୍ମ ନିରପେକ୍ଷତା। ନିଜ ଜୀବନ କାଳରେ ବିଜେପିକୁ ସାମ୍ପ୍ରଦାୟିକ କହି ସେ ଏହି ଦଳ ସହିତ କୌଣସି ବୁଝାମଣାକୁ ଅସ୍ଵୀକାର କରିଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଗଠିତ ଦଳପ୍ରଥମେ ବିଜେପି ବୁଝାମଣା କରି ଦୁଇଥର ସରକାର ଗଢିଥିଲା। ତେବେ ଅଣ କଂଗ୍ରେସ ରାଜନୀତିର ଆବଶ୍ୟକତା ଦୃଷ୍ଟିରୁ ସେତେବେଳେ ଏହା ଏକ ବାସ୍ତବାଭିମୁଖୀ ପଦକ୍ଷେପ ଥିଲା ବୋଲି କୁହାଯାଇପାରେ।

ଆଜି ନବୀନଙ୍କ ନିଜ ରାଜନୈତିକ ପତିଆରା ଅତ୍ୟନ୍ତ ଦୃଢ ଓ ଓଡିଶାର ଜନମାନସରେ ତାଙ୍କ ବିରୋଧରେ ସେମିତି କୌଣସି ଅସନ୍ତୋଷ ନାହିଁ। ଗତ ନିର୍ବାଚନରେ ବିଜେପି ବିରୋଧରେ ହିଁ ନବୀନ ଜିତିଛନ୍ତି। ତେବେ ଏହି ବିପୁଳ ବିଜୟକୁ ସେ ବିଜେପି ପାଖରେ ସମର୍ପି ଦେବାର କାରଣ କଣ? ଧର୍ମ ଆଧାରରେ ନାଗରିକ ସଂଶୋଧନ ବିଲ ଅଣା ଯାଇଥିବାରୁ ଏହା ଦେଶର ସାମ୍ବିଧାନିକ ମୂଳ ଆଦର୍ଶ ବିରୋଧୀ। ନିଜକୁ ଧର୍ମ ନିରପେକ୍ଷ ଆଦର୍ଶ ଓ ଗାନ୍ଧୀବାଦର ଉତ୍ତରାଧିକାରୀ ବୋଲି କହୁଥିବା ଏହି ବିଲକୁ ନିଃସର୍ତ୍ତ ସମର୍ଥନ ଦେବାର କି କାରଣ ରହିଛି?

ବିଜେପି ସଂଘ ପରିବାରର ବିଚାରକୁ ନିଜର ନୂଆ ବିଚାର ଭାବେ ଗ୍ରହଣ କରିଛି କି? କାଶ୍ମୀର ପ୍ରସଙ୍ଗ ଓ ନାଗରିକତା ପ୍ରସଙ୍ଗରେ ବିଜେପି ସାଂସଦମାନେ ଯେଉଁ ଭାଷଣ ଦେଇଛନ୍ତି, ତାହା ସଂଘ ବିଚାରର ସମର୍ଥନ କରୁଛି। ତେଣୁ ବିଜେଡି ନିଜକୁ ଆଉ ଧର୍ମ ନିରପେକ୍ଷ ଆଦର୍ଶର ପ୍ରତିନିଧି ବୋଲି କହିବା ହାସ୍ୟାସ୍ପଦ ମନେହେବ। ବିଜେପି ଓଡିଶାରେ ପରାଜିତ ହୋଇ ମଧ୍ୟ ଆଜି ଓଡିଶାର ବିପୁଳ ସମର୍ଥନ ପାଉଛି, ତାର ଏକମାତ୍ର କାରଣ ହେଉଛି, ବିଜେପି ବିରୋଧୀ ଜନମତ ସହ ବିଜେଡି ବିଶ୍ଵାସଘାତକତା କରିଛି। ଯେଉଁମାନେ ନବୀନ ପଟ୍ଟନାୟକଙ୍କୁ ବିଜେପିର ପ୍ରଚଣ୍ଡ ଆକ୍ରମଣରୁ ସୁରକ୍ଷା ଦେଇ ନିଜର ନେତା ବାଛିଥିଲେ ସେମାନେ ଆଜି ଠକି ଯାଇଥିବାର ଅନୁଭବ କରିବାକୁ ବାଧ୍ୟ।

BJD BJP Modi naveenpattnaik
Share. Facebook Twitter LinkedIn Email WhatsApp Copy Link

Related Posts

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026
Latest News

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.