କଲିକତା,୪/୧୨: ଚଳିତ ବର୍ଷ ପଶ୍ଚିମବଙ୍ଗରେ ଡେଙ୍ଗୁ ପରସ୍ଥିତିରେ ସୁଧାର ଆସିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୭ ଜଣ ବ୍ୟକ୍ତି ପ୍ରାଣ ହରଇଛନ୍ତି। ୨୦୧୮ରେ ଡେଙ୍ଗୁରେ ୮୬ ଜଣ ପ୍ରାଣ ହରାଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟାକୁ ସରକାର ୨୭କୁ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ସମୁଦାୟ ୪୪ ହଜାର ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଡେଙ୍ଗୁ ରୋକିବା ନିମନ୍ତେ ସରକାରଙ୍କ ପକ୍ଷରୁ ୩ ହଜାର ଡାକ୍ତର ଏବଂ ୪ ହଜାର ନର୍ସଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସମୁଦାୟ ୪୭୫ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ମମତା ସୂଚନା ଦେଇଛନ୍ତି। (ଏଜେନ୍ସୀ)
Author: Samikhsya Bureau
ସମୀକ୍ଷା ବ୍ୟୁରୋ କୋଣାର୍କ, ୪/୧୨: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ପ୍ରକ୍ଷାପିତ କରିଥିଲା । ସୁଦୃଶ୍ୟ ଆଲୋକର ସାଜସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ ମଂଚରୁ ଓଡିଶୀ ଏବଂ ମୋହିନୀ ଆଟ୍ଟମ୍ ନୃତ୍ୟାୟିତ ଛନ୍ଦ ସହ ନୂପୁରର ଝଙ୍କାର ଝରି ଆସିଥିଲା । ଗୁରୁ ସ୍ୱପ୍ନାରାଣୀ ସିହ୍ନା ଓ ନୃତ୍ୟନିଳୟ ଅନୁଷ୍ଠାନର ଶିଳ୍ପୀଗଣ ମଂଚ ପ୍ରବେଶ କରିଥିଲେ ବେଦର ଅଗ୍ନିସୁକ୍ତ ଆଧାରିତ ଅଗ୍ନିସ୍ତୁତିକୁ ନେଇ । ପରେ ପରେ ନୃତ୍ୟ ନାଟିକା ତ୍ରିବେଣୀ ସଂଗମ ପବିତ୍ର ଗଙ୍ଗା, ଯମୁନା, ସରସ୍ୱତୀ ନଦୀର ମହିମା ସହ ଆଧ୍ୟାତ୍ମିକ ପୃଷ୍ଠଭୂମି ସମ୍ବଳିତ ଧର୍ମୀୟ ବିଶ୍ୱାସର ଭାବଧାରାକୁ ତୋଳି ଧରିଥିଲେ । ଗୁରୁ ରାମହରି ଦାସଙ୍କ ରଚନା ଓ ସଂଗୀତ ସଂଯୋଜନାକୁ ନେଇ ପ୍ରସ୍ତୁତ ତ୍ରିବେଣୀ ସଂଗମରେ ଗୀତ-ବାଦ୍ୟ ଓ ନୃତ୍ୟର…
ସୁଦାନ,4/12: ସୁଦାନର ଏକ ଟାଇଲ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ ଘଟି 23 ଜଣଙ୍କ ପ୍ରାଣହାନି ଘଟିଛି । ମଙ୍ଗଳବାର ଘଟିଥିବା ଏହି ବିସ୍ଫୋରଣରେ ଅନ୍ୟ 130 ଜଣ ଆହତ ହୋଇଛନ୍ତି । ଏକ ତୈଳବାହୀ ଟ୍ୟାଙ୍କର ଫ୍ୟାକ୍ଟ୍ରିକୁ ଧକ୍କା ଦେବାରୁ ଏହି ବିସ୍ଫୋରଣ ଘଟିଥିଲା । ସୁଦାନର ରାଜଧାନୀ ଖାରତୌମ୍ରେ ମଙ୍ଗଳବାର ଏହି ଘଟଣା ଘଟିଥିଲା । ଗ୍ୟାସ୍ ଟ୍ୟାଙ୍କରଟି ଗ୍ୟାସ୍ ଅନଲୋଡ୍ କରୁ୍ଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଖରତୌମ୍ରେ ରହିଥିବା 5ଟି ଡାକ୍ତରଖାନାରେ ସମସ୍ତ ଆହତ ମାନଙ୍କୁ ଭର୍ତ୍ତି କରାଯାଇଛି । ବିସ୍ଫୋରଣର କାରଣ ଜାଣିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ,୦୪/୧୨: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ସ୍ବେଚ୍ଛାସେବୀ ସଙ୍ଗଠନ ଗଞ୍ଜାମର ହିଞ୍ଜିଳିକାଟୁରେ ଏକ ରାଲି ଅନୁଷ୍ଠିତ ହେବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ବେଚ୍ଛାସେବୀ ସଙ୍ଗଠନ ତ୍ରିରଙ୍ଗା ସେବା ସଙ୍ଘ ଏବଂ କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ବାହାରିଥିଲା। ଶତାଧିକ ସ୍ବେଚ୍ଛାସେବୀ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରା ପରେ ଏକ ଦଶ ଦଫା ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ, ଧାରା ୩୭୬ ରେ ସଂଶୋଧନ, ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ, ପୀଡିତ ପରିବାରକୁ ନ୍ୟାୟ ଏବଂ ସୁରକ୍ଷା, ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର, ପର୍ଣ୍ଣୋଗ୍ରାଫି, ପର୍ଣ୍ଣୋଗ୍ରାଫି ଚଳଚିତ୍ର, ଓ୍ବେବ୍ସାଇଟ୍ ଉପରେ ରୋକ୍ ଏବଂ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦାବି ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ତ୍ରିରଙ୍ଗ ସେବା ସଙ୍ଘ ସଭାପତି ରଞ୍ଜନ ସାହୁ ଏବଂ କଳିଙ୍ଗ…
ନୂଆଦିଲ୍ଲୀ,4/12: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ରିହାତି ମିଳିଛି । ବୁଧବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରାଯାଇଛି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଜାମିନ ଆବେଦନ ଖାରଜ କରିଥିଲେ । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗଠିତ ତିନି ଜଣିଆ ଖଣ୍ଡପୀଠ ସକାଳ 10.40 ମିନିଟରେ ଚିଦାମ୍ବରମଙ୍କ ଜାମିନ ରାୟ ଶୁଣାଇଥିଲେ । ଜଷ୍ଟିସ୍ ଆର ଭାନୁମତୀ, ଏ ଏସ୍ ବୋପାନ୍ନା ଏବଂ ହ୍ରିଶିକେଷ ରାୟଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର 15ରେ ଚିଦାମ୍ବରମଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିବା ବେଳେ ନଭେମ୍ବର 28ରେ ରାୟ ସଂରକ୍ଷିତ ରଖାଯାଇଥିଲା । ମାମଲାର ରାୟ ପ୍ରକାଶ ପରେ ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ କର୍ତ୍ତୀ ଚିଦାମ୍ବରମ ଧନ୍ୟବାଦ ଜଣାଇଛନ୍ତି । 106 ଦିନର ଲଢେଇ ପରେ ସତ୍ୟର ବିଜୟ ହେଲା ବୋଲି କର୍ତ୍ତୀ ଟ୍ବିଟ୍ କରିଛନ୍ତି ।…
ନୂଆଦିଲ୍ଲୀ,4/12: ଆଇଏନଏକ୍ସ ମିଡିଆ ମାମଲାରେ ଜେଲରେ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଜାମିନ ମାମଲାର ଆଜି ଶୁଣାଣି ହେବାକୁ ଯାଉଛି । ଆଇଏନଏକ୍ସ ମିଡିଆ ମାମଲାରେ ଇଡି ପକ୍ଷରୁ ଦାୟର କରାଯାଇଥିବା ମାମଲାର ଆଜି ଜାମିନ ଆବେଦନର ଶୁଣାଣି ହେବ । ସକାଳ 10.30ରେ ସୁପ୍ରିମକୋର୍ଟରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଜଷ୍ଟିସ୍ ଆର ଭାନୁମତୀ, ଏ ଏସ୍ ବୋପାନ୍ନା ଏବଂ ହ୍ରିଶିକେଷ ରାୟଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଖଣ୍ଡପୀଠ ନଭେମ୍ବର 15ରେ ଏହି ମାମଲାର ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ରାୟ ପ୍ରକାଶ ପାଇବ । ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ 21 ତାରିଖରେ ସିବିଆଇ ପକ୍ଷରୁ ଚିଦାମ୍ବରମଙ୍କୁ ଗିରଫ କରିଥିଲା । (ଏଜେନ୍ସୀ)
ନ୍ୟୁୟର୍କ,4/12: ଭରତୀୟ ବଂଶୋଦ୍ଭବ ଆମେରିକୀୟ ସିନେଟର କମଳା ହ୍ୟାରିସ୍ ଆମେରିକୀୟ ରାଷ୍ଟ୍ରପତି ଦୌଡରୁ ଓହରି ଯାଇଛନ୍ତି । ମଙ୍ଗଳବାର 55 ବର୍ଷୀୟ ହ୍ୟାରିସ୍ ଆଶ୍ଚର୍ଯ୍ୟଜନକ ଭାବେ ଓହରିଥିବା ନେଇ ସୂଚନା ଦେଇଛନ୍ତି । ଡେମୋକ୍ରାଟିକ୍ ଦଳର ଅନ୍ୟତମ ପ୍ରାର୍ଥୀ ଭାବରେ ରାଷ୍ଟ୍ରପତି ଦୌଡରେ ରହିଥିବା ହ୍ୟାରିସ୍ଙ୍କ ଲୋକପ୍ରିୟତା ଗତ ସପ୍ତାହରେ 3 ପ୍ରତିଶତକୁ ଖସି ଆସିବା ପରେ କମଳା ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ କମଲା ଏହି ଘୋଷଣା କରିଥିଲେ । ଏହା ମୋ ଜୀବନର ସବୁଠାରୁ କଠିନ ନିଷ୍ପତ୍ତି ଥିଲା ବୋଲି ହ୍ୟାରିସ୍ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନିଜର ପ୍ରଥମ ବିତର୍କରେ ପୂର୍ବତନ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କର ଲୋକପ୍ରିୟତା ହ୍ରାସ ପାଇଥିଲା । (ଏଜେନ୍ସୀ)
କେଦାର ମିଶ୍ର ଦୁଇ ଦିନ ତଳେ ଆମର ସଂସଦରେ ଦେଶର ମାନ୍ୟବର ଲୋକ ପ୍ରତିନିଧିମାନେ ଦେଶରେ ବଢି ଚାଲିଥିବା ଗଣ ଧର୍ଷଣ ଓ ମହିଳାଙ୍କ ଉପରେ ହେଉଥିବା ବର୍ବରୋଚିତ ହିଂସାକାଣ୍ଡ ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି। ସେମାନଙ୍କ କ୍ରୋଧ ଓ ଉଦବେଗ ସହିତ ସାରା ଦେଶବାସୀଙ୍କର ଭାବନା ଜଡିତ ରହିଛି। ହାଇଦ୍ରାବାଦରେ ଡାକ୍ତର ପ୍ରିୟାଙ୍କା ରେଡ୍ଡୀଙ୍କୁ ଯେଉଁ ପ୍ରକାର ନୃଶଂସ ଗଣ ଧର୍ଷଣ ପୂର୍ବକ ଜୀଅନ୍ତା ପୋଡି ମାରି ଦିଆଗଲା, ତାହା ଅତ୍ୟନ୍ତ ଅମାନବୀୟ। ଏମିତି ଆହୁରି ଘଟଣା ଇତି ମଧ୍ୟରେ ଖବରର କେନ୍ଦ୍ରରେ ରହିଛି। ଓଡିଶାର ପୁରୀ ସହରରେ ମଧ୍ୟ ଏମିତି ଏକ ଜଘନ୍ୟ କାଣ୍ଡ ଘଟିଛି ଓ ଏହା ଆମର ବିବେକକୁ ବିଚଳିତ କରିଛି। କୌଣସି ସଭ୍ୟ ସମାଜ ଅମାନବୀୟ ଅପରାଧକୁ ଦେଖି ବିଚଳିତ ଓ କ୍ରୋଧିତ ହେବା ସ୍ଵାଭାବିକ। ତେବେ ଅପରାଧକୁ ନିୟନ୍ତ୍ରଣରେ ରଖିବାକୁ ରାଷ୍ଟ୍ର ଓ ବିଚାର ବ୍ୟବସ୍ଥା ମଧ୍ୟ ଅମାନବୀୟ ଓ ମଧ୍ୟଯୁଗୀୟ ହେଉ…
ମୁମ୍ବାଇ,4/12: ଭାରତୀୟ ନୌସେନାର ବୀରତ୍ବକୁ ମନେ ପକାଇବା ପାଇଁ ମୁମ୍ବାଇର ଗେଟ୍ ଓ୍ବେ ଅଫ୍ ଇଣ୍ଡିଆରେ ନୌସେନା ଦିବସ ପାଳିତ ହୋଇଯାଇଛି । ନୌସେନାର ବୀରତ୍ବକୁ ମନେ ପକାଇବା ଲାଗି ନୌସେନା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛନ୍ତି । ଇଣ୍ଡିଆ ଗେଟ୍ ସମ୍ମୁଖରେ ଆକାଶ ବାହିନୀ, ସ୍ଥଳ ବାହିନୀ ଏବଂ ନୌସେନା ପକ୍ଷରୁ ଅଦ୍ଭୂତପୂର୍ବ ଷ୍ଟଣ୍ଟ ଦେଖିଆଯାଇଥିଲା । 1971 ମସିହାର ଆଜିର ଦିନରେ ଭାରତୀୟ ନୌସେନା ପାକିସ୍ତାନକୁ ପରାସ୍ତ କରିଥିଲା । ଏହି ସ୍ମୃତିକୁ ମନେ ପକାଇବା ପାଇଁ ଆଜିର ଦିନକୁ ପାଳନ କରାଯାଇଥିାଏ । ଦେଶକୁ ଲାଗି ରହିଥିବା ବିଶାଳ ସମୁଦ୍ର ଉପକୁଳ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୁରକ୍ଷା ପାଇଁ ଭାରତୀୟ ନୌସେନା ସର୍ବଦା ତତ୍ପର ବୋଲି ନୌସେନା ମୁଖ୍ୟ କରମବୀର ସିଂ ପ୍ରକାଶ କରିଛନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ, ପୁରୀ,4/12: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ ଚାରିଟାରୁ ରାତି ଆଠଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
Bollywood star Akshaye Khanna, Priyaank Sharma, Riva Kishan, Satish Kaushik, Rakesh Bedi, Padmini Kolhapure and Ravi Kishan during trailer launch of their film ‘Sab Kushal Mangal’, in Mumbai on Tuesday. UNI PHOTO-60U
The students of Bombay Veterinary college Parel held a candle light vigil in the memory of late Dr.Priyanka Reddy at Azad maidan CST, Mumbai on tuesday. UNI PHOTO-88U
Prime Minister Narendra Modi addressing an election campaign rally for the BJP candidates from entire Kolhan seats for the forthcoming 2nd phase of Assembly Election-2019 in Jamshedpur, Jharkhand on Tuesday. UNI PHOTO-57U
ସମୀକ୍ଷା ବ୍ୟୁରୋ କଟକ: ୩/୧୨: କଟକ ବାରବାଟୀରେ ହେବାକୁ ଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ ମ୍ୟାଚ୍ରେ ହେବାକୁ ନେଇ ଟିକେଟ ବୁକିଂ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ଲାଇନ୍ ଟିକେଟ ବୁକିଂର ଅବଧି ଡିସେମ୍ବର ୫ରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ରହିଛି। ପେଟିଏମ୍ ଓ ଇନ୍ସାଇଡର୍ ଡଟ୍ କମ୍ ଜରିଆରେ ଏହି ଅନ୍ଲାଇନ୍ ଟିକେଟ ବୁକିଂ କରାଯାଇପାରିବ। କଟକର କେମ୍ପ୍ରିଜ୍ ସ୍କୁଲ ପାଖରେ ଆସନ୍ତା ଡିସେମ୍ବର ୧୯, ୨୦ଓ ୨୧ ତାରିଖରେ ଏହି ଅନ୍ଲାଇନ୍ ଟିକେଟ ସଂଗ୍ରହ କରାଯିବ। ଉଲ୍ଲେଖଯୋଗ୍ୟ, ଦୀର୍ଘ ବ୍ୟବଧାନ ପରେ କଟକରେ ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍ ହେବାକୁ ଯାଉଛି। ଓ୍ବେଷ୍ଟଇଣ୍ଡିଜର ଆଗାମୀ ଭାରତ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଅନ୍ଲାଇନ୍ ଟିକେଟ ସବିଶେଷ ତଥ୍ୟ ୧. ଗ୍ୟାଲେରୀ ନଂ -୨ରେ ୩୦୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବା ବେଳେ…
ସମୀକ୍ଷା ବ୍ୟୁରୋ ବାଣପୁର, ୩/୧୨: ହାଇଦ୍ରାବାଦର ଭେଟେନାରୀ ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କ ଗଣ ଦୁଷ୍କର୍ମ ପରେ ତାଙ୍କୁ ପୋଡ଼ି ମାରିବା ଘଟଣାର ନିଆଁ ଥମି ନଥିବାବେେ ଗତକାଲି ଓଡ଼ିଶାର ଧାର୍ମିକ ସହର ପୁରୀରେ ମଧ୍ୟ ସେହିପରି ଏକ ଲଜ୍ଜାଜନକ ଘଟଣା ଘଟିଛି। ଏହି ଘଟଣାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଦୃଢ ନିନ୍ଦା କରାଯାଇଥିଲା। ଆଜି ସନ୍ଧ୍ୟାରେ ମା’ ଭଗବତୀ ମନ୍ଦିରରେ ମୃତ ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କ ଆତ୍ମାର ଶାନ୍ତି ନିମେନ୍ତ ଏବିଭିପି ପକ୍ଷରୁ ସାମୂହିକ ଦୀପଦାନ କରାଯାଇଥିଲା। ଦୋଷୀଙ୍କୁ ତୁରନ୍ତ ଫାଶୀ ଦଣ୍ଡ ଦିଆଯାଉ ଏବଂ ସଦ୍ୟ ପୁରୀ ପୀଡ଼ିତା ତଥା ତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ଦିଆଯାଉ ବୋଲି ନଗର ସମ୍ପାଦକ ବିକାଶ ସେଠୀ ମତ ରଖିଥିଲେ। ସ୍ଥାନୀୟ ନାଗରିକ ଓ ବୁଦ୍ଧିଜୀବୀମାନେ ବିଦ୍ୟାର୍ଥୀ ପରିଷଦର ଏହି କାର୍ଯ୍ୟକୁ ପୂର୍ଣ୍ଣ ସମର୍ଥନ କରିଥଲେ ଓ ଦୋଷୀଙ୍କୁ ତୁରନ୍ତ ଫାଶୀ ଦଣ୍ଡ…
ସମୀକ୍ଷା ବ୍ୟୁରୋ ବାଣପୁର, ବାଲୁଗାଁ : ୩/୧୨: ବାଣପୁର ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ହେଉଥିବା ପ୍ରତିଦିନର ଉନ୍ନୟନ କାର୍ଯ୍ୟଗୁଡ଼ିକୁ ଦେଖାଶୁଣା ତଥା ସୁପରିଚାଳନା କରିବା ପାଇଁ ପ୍ରତିନିଧି ଚୟନ କରାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଓ୍ବାର୍ଡ ନଂ ୪ର ବିକ୍ରମ କେଶରୀ ଜେନା ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପାଇଁ ଓ୍ବାର୍ଡ ନଂ ୯ର ଅଜୟ କୁମାର ଦାସଙ୍କୁ ମନୋନୀତ କରିଛନ୍ତି। ସେ ଦୁହେଁ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଅବଗତ କରାଇବେ। ଯୁବ ବିଜେଡି କର୍ମୀ ବିକ୍ରମ କେଶରୀ ଜେନା ହେଉଛନ୍ତି ପୂର୍ବତନ ବିଜ୍ଞାପିତ ଅଞ୍ଚଳର ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନାଙ୍କ ସ୍ବାମୀ। ପୂର୍ବରୁ ତାଙ୍କର ଏନେଇ ଅଭିଜ୍ଞତା ଥିବାବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳକୁ ଆହୁରି ସରସ ଓ ବିକଶିତ କରିବାରେ…
GUWAHATI, DEC, 3, (UNI):-Members of AKRSU staging a dharna on their demand for ST status in Guwahati on Tuesday.UNI PHOTO-38U
ସମୀକ୍ଷା ବ୍ୟୁରୋ ପୁରୀ : ୩/୧୨: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବେଚ୍ଛାକୃତ ଭାବରେ ଜମି ବିକ୍ରୟ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏହି ସମୟସୀମାକୁ ଆଉ ସାତ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅର୍ଥାତ୍ ଏହା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରହିବ। ଶ୍ରୀମନ୍ଦିର ନିରାପତ୍ତା ବଳୟ ନିମେନ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ସନ୍ନିକଟ ଅଞ୍ଚଳର ଅନେକ ବାସିନ୍ଦା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିକୁ ସ୍ବେଚ୍ଛାକୃଥ ଭାବରେ ଗ୍ରହଣ କରିବା ସହ ନିରାପତ୍ତା ବଳୟ ନିମେନ୍ତ ସେମାନଙ୍କ ଜମି ପ୍ରଦାନ କରିଛନ୍ତି। ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ସିଧାସଳଖ ବିକ୍ରୟ ଯୋଜନାରେ ୧୦୬ଟି ପ୍ଲଟ ପାଇଁ ୮୦ଟି ବିକ୍ରି କବଲା କରାଯାଇଛି। ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ୭୫ ପ୍ରତିଶତ ଜମି ସ୍ବେଚ୍ଛାକୃତ ଭାବରେ ବାସିନ୍ଦାମାନେ ପ୍ରଦାନ କରିଛନ୍ତି।
HYDERABAD, DEC 3 (UNI):- Students performing during State Level celebration of International Day of Persons with Disabilities-2019, with theme of “The Future is Accessible”, at Ravindra Bharathi in Hyderabad on Tuesday. UNI PHOTO-RSN4U

