Golden monkeys play at a valley in Foping County, northwest China’s Shaanxi Province, The Qinling Mountains, a natural boundary between the country’s north and south, are home to a huge variety of plants and wild animals such as giant pandas, golden monkeys, crested ibis and takins.
Author: Samikhsya Bureau
ସମୀକ୍ଷା ବ୍ୟୁରୋ ନାଚୁଣୀ, ୮/୧୨: ଆଜି ନାଚୁଣୀ ଗୋଦାବରୀଶ ବିଦ୍ୟାପୀଠ ଖେଳ ପଡିଆଠାରେ ନାଚୁଣୀ ପ୍ରିମିଅର ଲିଗର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚ ହାଲିମସାନ ଦଳ ଏବଂ ଭାଇଜାନ ଫାଇଟର ମଧ୍ୟରେ ଟକ୍କର ହୋଇଥିଲା। ହାଲିମସାନ ଦଳ ବିଜୟ ହୋଇ ଚମ୍ପିୟାନ ଟ୍ରଫି ଅକ୍ତିଆର କରିଥିବାବେଳେ ଭାଇଜାନ ଫାଇଟର ଉପ-ବିଜେତା ଟ୍ରଫି ଅକ୍ତିଆର କରିଛି। ହାଲିମସାନ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର(୧୫)ରେ ୧୩୦ ରନ କରିବାରେ ସମର୍ଥ ହୋଇଥିଲା। କିନ୍ତୁ ଭାଇଜାନ ଫାଇଟର ୧୩୧ ରନର ଲକ୍ଷକୁ ପୂରଣ କରିବା ଆଶାରେ ପଡିଆକୁ ଓହ୍ଲାଇଥିଲେ ମଧ୍ୟ ଦଳ ମାତ୍ର ୮୦ ରନ କରି ସମସ୍ତ ୱିକେଟ ହରାଇଥିଲା। ହାଲିମସାନ ଦଳର ନାସୀର ସର୍ବାଧିକ ୨୦ଟି ବଲରେ ୪୦ ରନ କରିଥିବାବେଳେ ମୁସାରଫ ସର୍ବାଧିକ ତିନୋଟି ୱିକେଟ ଅକ୍ତିଆର କରିଥିଲେ। ଏହି ନାଚୁଣୀ ପ୍ରିମିଅର ଲିଗରେ ଅଲରାଉଣ୍ଡର ପ୍ରଶାନ୍ତ ବେହେରାଙ୍କୁ ‘ମ୍ୟାନ ଅଫ ଦି ସିରିଜ’…
ସମୀକ୍ଷା ବ୍ୟୁରୋ ସାରାଦେଶରେ ଏବେ ଗଣଦୁଷ୍କର୍ମ ଓ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା। ହାଇଦ୍ରାବାଦର ଗଣଦୁଷ୍କର୍ମ ଓ ଏହାର ପରବର୍ତ୍ତୀ ଏନକାଉଣ୍ଟରକୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଉନ୍ନାଓ ମୃତ୍ୟୁ। ପୁଣି ଦୁଷ୍କର୍ମ ଅଭିଯୋଗ ଫେରାଇ ନ ଆଣିବା ପାଇଁ ଏସିଡ୍ ମାଡ଼ର ଘଟଣା ସାମ୍ନାକୁ ଆସିଛି। ଦେଶରେ ନାରୀ ଜାତି ଉପରେ ଚାଲିଥିବା ନିର୍ଯାତନା ଓ ଅତ୍ୟାଚାର ଥମିବାର ନାଁ ଧରୁନାହିଁ। ଗୋଟିଏ ଘଟଣା ଉପରୁ ପରଦା ନ ଉଠୁଥିବାବେଳେ ଅନ୍ୟ ଗୋଟେ ଘଟଣା ଘଟିଯାଉଛି। ପ୍ରତି କୋଡିଏ ମିନିଟ୍ରେ ଜଣେ ଦୁଷ୍କର୍ମର ଶିକାର ହେଉଛନ୍ତି। ସମ୍ପ୍ରତି ଦେଶରେ ଚାଲିଥିବା ଦୁଷ୍କର୍ମ ଓ ଏନକାଉଣ୍ଟରକୁ ନେଇ ସାରା ଦେଶ ଏବେ ଦୁଇ ଭାଗରେ ବିଭାଜିତ ହୋଇଯାଇଛି। ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣାର ଏନକାଉଣ୍ଟର ପରେ ଏହାକୁ ନେଇ ଦେଶରେ ଗୋଟେ ଅଲଗା ପ୍ରକାର ବାତାବରଣ ଦେଖିବାକୁ ମିଳିଛି। ତେଲେଙ୍ଗାନା ପୋଲିସ୍ର ଏପରି କାର୍ଯ୍ୟକୁ ପ୍ରଚୁର ଜନସମର୍ଥନ ମିଳୁଥିବାବେଳେ ବୁଦ୍ଧିଜୀବୀ, ସମାଜକର୍ମୀ ତଥା…
ସମୀକ୍ଷା ବ୍ୟୁରୋ ବାଣପୁର, ୮/୧୨: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ସାରା ଭାରତରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧିଙ୍କ ବାଣପୁର ଆଗମନ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଆଜି ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଏକ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧି ୧୯୨୭ ଡିସେମ୍ବର ୮ ତାରିଖରେ ପଣ୍ଡିତ ଗୋଦାବରୀଶ ମିଶ୍ର, ତତ୍କାଳୀନ ବିହାର – ଓଡ଼ିଶା ବିଧାନ ପରିଷଦ ସଦସ୍ୟଙ୍କ ଅନୁରୋଧରେ ବାଣପୁର ଆସିଥିଲେ। ସେ ପଣ୍ଡିତ ଗୋଦାବରୀଶଙ୍କ ବାଣପୁର ହାତୀମୁଣ୍ଡା ଆଶ୍ରମରେ ରହଣି କରିଥିଲେ। ସେଦିନ ସନ୍ଧ୍ୟାରେ ବାଣପୁର ଜନସାଧାରଣଙ୍କୁ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଫିରିଙ୍ଗି ସରକାର ବିରୋଧରେ ସ୍ବାଧୀନତା ଆନ୍ଦୋଳନ ଜୋରଦାର କରିବା ପାଇଁ ଆହ୍ବାନ ଦେଇଥିଲେ। ଗାନ୍ଧିଙ୍କ ସ୍ମୃତିକୁ ମନେପକାଇବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅବସରରେରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି।…
ରଙ୍ଗାଚରଣ ପ୍ରଧାନ କେବଳ ତିନୋଟି ଶବ୍ଦର ସଂଜ୍ଞା ନିରୁପଣ କରିବା ପାଇଁ ୧୫ ବର୍ଷ ଲାଗିଗଲା। ଗତ ଦଶନ୍ଧିଗୁଡିକରେ ଟେଲିକମ୍ କ୍ଷେତ୍ରକୁ ଆମ ଆର୍ଥିକ ସଫଳତାର ଏ ବିରାଟ କାହାଣୀ ରୁପେ ଦେଖାଯାଉଥିଲା। ଆଜି ସବୁ ଟେଲିକମ୍ କମ୍ପାନୀକୁ ମିଶାଇଲେ ଦେଶରେ ୧୦୦ କୋଟିରୁ ଅଧିକ ଟେଲି ଗ୍ରାହକ ଅଛନ୍ତି । ମାତ୍ର ସରକାରଙ୍କର ବିଭିନ୍ନ ନୀତି ଓ ନିୟନ୍ତ୍ରଣଗତ ନିଷ୍ପତ୍ତି ଦ୍ବାରା ଆକ୍ରାନ୍ତ ହୋଇ ଏହି ଶିଳ୍ପ ବର୍ତ୍ତମାନ ତାହାର ପୂର୍ବ ସତ୍ତା ହରାଇବାକୁ ଯାଉଛି। ପରିସ୍ଥିତି ଏପରି ହେଲାଣି ଯେ ଗତ ଅକ୍ଟୋବର ୨୪ ତାରିଖରେ ଭାରତର ଏକ ବଡ ଟେଲିକମ୍ କମ୍ପାନୀ ଭୋଡାଫୋନର ସିଇଓ ନିକ୍ ରିଡ୍ କହିଛନ୍ତି ଯେ ସେମାନେ ଭାରତରେ ଖଟାଇଥିବା ପୁଞ୍ଜିକୁ ଏବେ ତାଙ୍କ ଖାତାରେ ଶୂନ୍ୟ ବୋଲି ଦେଖାଇବେ ଏବଂ ଭାରତରେ ସେମାନେ ଆଉ ପୁଞ୍ଜିନିବେଶ କରିବେ ନାହିଁ। ଗତକାଲି ଭୋଡାଫୋନ୍-ଆଇଡିଆର ଚେୟାରମ୍ୟାନ୍ କୁମାର ମଙ୍ଗଳମ୍ ବିର୍ଲା ମଧ୍ୟ ସେହିକଥା କହିଛନ୍ତି …
ଆସାମ, ୮/୧୨ : ଆସାମରେ ଏକ ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହାର ୭ ବଗି ଲାଇନଚ୍ୟୁତ ହୋଇଛି। ସ୍ଥାନୀୟ ଦିବ୍ରୁଗଡ଼ରେ ଥିବା ନାହାରକାଟିଆ ରେଳଷ୍ଟେଶନ ନିକଟରେ ଏହା ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି। ଖବର ପାଇ ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଏହି ରେଳପଥ ଦେଇ ସମସ୍ତ ଟ୍ରେନ୍ ଚଳାଚଳକୁ ସାମୟିକ ବାତିଲ କରାଯାଇଛି। (ଏଜେନ୍ସି)
ବେଙ୍ଗାଲୁରୁ, ୮/୧୨ : ରେକର୍ଡ କଲା ପିଆଜ। ବେଙ୍ଗାଲୁରୁରେ ପିଆଜ କିଲୋ ପିଛା ୨୦୦ ଟଙ୍କା ଛୁଇଁଛି। ରାଜ୍ୟକୁ ପିଆଜ କମ୍ ଆସିବା ଏବଂ ହୋଲସେଲ ଦର ବଢ଼ିବା ପରେ ପିଆଜ ଦାମ ବଢ଼ିଛି ବୋଲି ସୂଚନା ରହିଛି।ଓଡ଼ିଶାରେ ମଧ୍ୟ ପିଆଜି କିଲୋ ୧୬୦ ଟଙ୍କା ପହଁଚି ସାରିଛିଖୁବଶୀଘ୍ର ଓଡ଼ିଶାରେ ମଧ୍ୟ ପିଆଜ ଦର ୨୦୦ ଛୁଇଁବ ବୋଲି ଆକଳନ କରାଯାଉଛି। ରାଜ୍ୟକୁ ପିଆଜ କମ୍ ଆମଦାନୀ ହେଉଥିବାରୁ ଦର ବୃଦ୍ଧି ହେଉଛି ବୋଲି ସୂଚନା ରହିଛି।ସାରା ଦେଶରେ ପିଆଜର ମହଙ୍ଗା ମାଡ ଜାରି ରହିଛି। ପିଆଜ ଦରବୃଦ୍ଧିକୁ ନେଇ ଖାଉଟି ମଧ୍ୟ ହନ୍ତସନ୍ତ ହେଉଛନ୍ତି। ସରକାର ପିଆଜର ଅଭାବ ପୂରଣ କରିବା ପାଇଁ ତୁର୍କୀରୁ ପିଆଜ ଆଣିବେ ବୋଲି ସୂଚନା ରହିଛି। (ଏଜେନ୍ସି)
ଉତ୍ତରପ୍ରଦେଶ, ୮/୧୨: ଶୁକ୍ରବାର ଦିନ ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ହେବା ପରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯିବା ସହ ଏହି ମାମଲାକୁ ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର କରାଯିବ ବୋଲି ଯୋଗୀ ସରକାର କହିଛନ୍ତି । ଉନ୍ନାଓ ପୀଡ଼ିତାଙ୍କ ସମସ୍ତ ଦାବିକୁ ପୂରଣ କରାଯିବ ବୋଲି କଥା ଦେଇଛନ୍ତି ଉତ୍ତରପ୍ରଦେଶ ପ୍ରଶାସନ । ଆର୍ମ ଆକ୍ଟ ଅନୁଯାୟୀ ତାଙ୍କ ଭାଇଙ୍କୁ ଲାଇସେନ୍ସ ପ୍ରଦାନ କରାଯିବା ସହ ତାଙ୍କ ଭଉଣୀଙ୍କୁ ଆଜିଠାରୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯିବ। ଏହାସହ ପୀଡିତାଙ୍କ ପରିବାର ବଡ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ଟି ଘର ମଧ୍ୟ ଯୋଗାଇ ଦିଆଯିବ। ପ୍ରଶାସନ ପକ୍ଷରୁ ଏହି ପ୍ରତିଶ୍ରୁତି ଦିଆଯିବା ପରେ ପୀଡିତାଙ୍କ ମୃତଦେହକୁ ସଂସ୍କାର କରାଯାଇଛି। ପୀଡ଼ିତାଙ୍କ ପ୍ରତି ନ୍ୟାୟ ଦାବି କରି ତାଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଆସିଲେ ଯାଇ ପୀଡ଼ିତାଙ୍କ ମୃତଦେହ ସଂସ୍କାର କରିବାକୁ ନେଇ ତାଙ୍କ ପରିବାର ଅଡି…
https://www.youtube.com/watch?v=4KlF3YR0Ffk Arjun Kapoor’s sister Anshula Kapoor took to her Instagram handle to pen a long emotional post for his performance in ‘Panipat’. Anshula, who watched the film at the special screening shared posters of Arjun Kapoor from Ashutosh Gowariker’s film. The actor essays the role of Sadashiv Bhau Rao who led the Maratha army during the battle.
ନୂଆଦିଲ୍ଲୀ, ୮/୧୨ : ଆସନ୍ତା କାଲି ଅର୍ଥାତ୍ ଡିସେମ୍ବର ୯ ତାରିଖରେ ୭୩ ବର୍ଷରେ ପାଦ ଦେବେ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧି । ତେବେ ଆସନ୍ତାକାଲି ଜନ୍ମଦିନକୁ ସେ ପାଳନ କରିବାକୁ ମନା କରିଛନ୍ତି । ଦେଶରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଦୁଷ୍କର୍ମ ଘଟଣାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦୁଃଖିତ ଅଛନ୍ତି। ଏହି କାରଣରୁ ସେ ଚଳିତ ବର୍ଷ ତାଙ୍କର ଜନ୍ମଦିନ ପାଳନ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଦେଶରେ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସହ ଉନ୍ନାଓ ଦୁଷ୍କର୍ମ-ହତ୍ୟା ଘଟଣାରେ ଲୋକମାନେ ମର୍ମାହାତ ହୋଇଥିବା ସମୟରେ ସୋନିଆ ଗାନ୍ଧି ଏଭଳି ନିଷ୍ପତ୍ତି ନେଇଛନ୍ତି। (ଏଜେନ୍ସି)
https://www.youtube.com/watch?v=tRadeTw_DbA Actress Nushrat Bharucha and Jacqueline Fernandez were snapped at Mumbai airport on Monday. Nushrat looked elegant in a polka dot dress.
ସମୀକ୍ଷା ବ୍ୟୁରୋ ବାଣପୁର, : ୮/୧୨: ଚିଲିକା ନିର୍ବାଚନ ମଣ୍ଡଳୀରେ ହେଉଥିବା ପ୍ରତିଦିନର ଉନ୍ନୟନ କାର୍ଯ୍ୟଗୁଡ଼ିକୁ ଦେଖାଶୁଣା ତଥା ସୁପରିଚାଳନା କରିବା ପାଇଁ ପ୍ରତିନିଧି ଚୟନ କରାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବିଜ୍ଞାପିତ ଅଞ୍ଚଳର ବାଲିପଦର ନିବାସୀ ମିଟୁ ନାୟକଙ୍କୁ ନିଜର ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ମିଟୁ ନାୟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ରାଜନୈତିକ ପ୍ରତିନିଧି ରୂପେ ମଧ୍ୟ କାର୍ଯ୍ୟ କରିବେ। ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପ୍ରଶାନ୍ତ ଜଗଦେବ ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍କୁ ୩୯୭/ପିଜେସି/୧୯ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଭାରତୀୟ ସେନା ବାହିନୀର ଜଣେ ଅବସରପ୍ରାପ୍ତ କର୍ମୀ ହେଉଛନ୍ତି ମିଟୁ ନାୟକ। ଇନ୍ଫ୍ରାଣ୍ଟି ବାଟାଲିୟନ୍ରେ ୧୬ ବର୍ଷ ଧରି ସେବା କରିବା ପରେ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ଶ୍ରୀ ନାୟକ। ସେ କାର୍ଯ୍ୟ କରିଥିବା ଅଞ୍ଚଳ ଗୁଡ଼ିକ ମଧ୍ୟରେ ଶ୍ରୀନଗର, କିଶ୍ଓ୍ବାଡ, ବୁରେ ସେକ୍ଟର, କାର୍ଗିଲ୍ ସେକ୍ଟର,…
ନୂଆଦିଲ୍ଲୀ, ୮/୧୨ : ଦିଲ୍ଲୀର ରାଣୀ ଝାନ୍ସୀ ରୋଡ ଅନାଜ ମଣ୍ଡି ସ୍ଥିତ ଏକ ବିଲ୍ଡିଂରେ ଆଜି ସକାଳ ୫ଟା ୨୨ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୩ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରୁଛି। ଘଟଣାସ୍ଥଳରେ ୩୦ଟି ଦମକଳ ବାହିନୀ ଗାଡି ନିୟୋଜିତ କରାଯାଇଛି। ଏହି ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ଏହି ଘଟଣାର ମାଜିଷ୍ଟ୍ରେଟ୍ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ମୃତକଙ୍କ ପରିବାରକୁ ୧୦ – ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଓ ଆହତଙ୍କୁ ୧-୧ ଲକ୍ଷଟଙ୍କା ସହିତ ମାଗଣା ଚିକିତ୍ସା ଦେବାର ଘୋଷଣା କରିଛନ୍ତି । ସେହିପରି ଘଟଣାସ୍ଥଳରେ ବିଜେପି ନେତା ମନୋଜ ତିୱାରୀ ପୀଡିତଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଓ ଆହତଙ୍କ ପରିବାରକୁ ୨୫ ହଜାର ଟଙ୍କାର ଆର୍ଥିକ…
https://www.youtube.com/watch?v=HUa90cTdqws In the movie, the real-life couple of Ajay Devgn and Kajol will be seen essaying the roles of the great Maratha leader ‘Tanaji Malusare’ and his wife ‘Savitribai’. Fans have loved their on-screen chemistry in the trailer
ବ୍ରହ୍ମପୁର, ୮/୧୨ : ୬୫ତମ ଜାତୀୟ ବିଦ୍ୟାଳୟସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ଆସନ୍ତା ୯ ଡ଼ିସେମ୍ବରରୁ ୧୩ ଡ଼ିସେମ୍ବର ପର୍ଯ୍ୟନ୍ତ ଜାମ୍ମୁକାଶ୍ମୀରଠାରେ ଅନୁଷ୍ଠିତ ହେବ । ଏଥିରେ ଭାଗ ନେବାକୁ ଆଜି ୧୭ବର୍ଷରୁ କମ୍ ବାଳକ ବିଭାଗ ଓଡ଼ିଶା ଦଳ ଯାତ୍ରା କରିଛନ୍ତି । ଏଥିପାଇଁ ପି. ଦିନେଶ ଚନ୍ଦ୍ର ରେଡ଼ି (ଅଧିନାୟକ), ସୁରେନ୍ଦ୍ର ଖାରା (ଉପ ଅଧିନାୟକ), ଲକ୍ଷ୍ମଣ ବଡ଼ନାୟକ, ଜନ୍ନ ମଡ଼କେରୀ, ଅର୍ଜୁନ ଶିସା, ଦୀପକ ବିଲୁଙ୍ଗ, ଚନ୍ଦନ ତରେଇ, ପ୍ରବୀର କୁମାର ପତି, ଶକ୍ତିରଂଜନ ସାହୁ, ଅଜିତ ପ୍ରଧାନ, ଗୁଳୁବା ବେସ୍ତା, ଆଶିଷ ସ୍ୱାଇଁ, ଶ୍ରୀକାନ୍ତ ନାୟକ ପ୍ରମୁଖ ଖେଳାଳୀ ସଂଜୟ କୁମାର ପାତ୍ର (କୋଚ୍)ଙ୍କ ନେତୃତ୍ୱରେ ପ୍ରଶିକ୍ଷଣ ନେଇଥିଲେ । ୬ ତାରିଖ ଦିନ ଏହି ଦଳ ଟ୍ରେନ ଯୋଗେ ଜାମ୍ମୁକାଶ୍ମୀର ଯାତ୍ରା କରିଛନ୍ତି ।
ବ୍ରହ୍ମପୁର, 8/12: କାଜାଖିସ୍ଥାନରେ ଡ଼ିସେମ୍ବର ୨ ତାରିଖରୁ ଚାଲିଥିବା ଏସିଆନ୍ କ୍ଲାସିକ୍ ପାୱାରଲିଫ୍ଟିଂ ଚମ୍ପିୟନସିପ୍ରେ ବ୍ରହ୍ମପୁରର ରଂଜିତା ମିଶ୍ର ୩ଟି ସ୍ୱର୍ଣ୍ଣପଦକ ପାଇ ବ୍ରହ୍ମପୁର ତଥା ଦେଶପାଇଁ ଗୌରବ ଆଣିଛନ୍ତି । ଇଣ୍ଡିଆନ ପାୱାରଲିଫିଂ ଅର୍ଗନାଇଜେସନ୍ ପକ୍ଷରୁ ଭାରତରୁ ୫୬ ଜଣ ଅଂଶଗ୍ରହଣ କରିଥିଲେ । ଏସିଆରୁ ୨୨ଟି ଦେଶର ୩୫୦ରୁ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ସ୍କର୍ଟରେ, ବେଞ୍ଚ, ଭାରତ୍ତୋଳନରେ ସମୁଦାୟ ୩ଟି ସ୍ୱର୍ଣ୍ଣପଦକ ପାଇ ବ୍ରହ୍ମପୁର ସହର ପାଇଁ ଗୌରବ ଆଣିଛନ୍ତି ।
ତାମିଲନାଡୁ, ୮/୧୨ : ହାଣ୍ଡିଶାଳରୁ ପିଆଜ ଏବେ ଉଦ୍ଭାନ ହୋଇ ଆଲମାରୀରେ ସାଇତା ହେଉଛି। ପିଆଜର ଅହେତୁକ ଦରବୃଦ୍ଧି ହେତୁ ଖାଉଟି ସମେତ ବ୍ୟବସାୟୀ ଗୋଷ୍ଠୀ ନାହିଁ ନଥିବାର ହଇରାଣ ହେଉଛି । ଗୃହିଣୀଙ୍କ ବଜେଟ୍କୁ ବିଗାଡ଼ି ଦେଇଛି ଏହି ପିଆଜ। ଥାଳି କଡ଼ରେ ଆଉ ପିଆଜ ଶୋଭା ପାଉନାହିଁ । ଏବେ ପିଆଜକୁ ଲୁଚାଇ ରଖିବାକୁ ପଡୁଛି। ପିଆଜ ଏବେ ଏକ ଦୁର୍ମୂଲ୍ୟ ସାମଗ୍ରୀ ହୋଇପଡିଛି । ସାରା ଭାରତରେ ପିଆଜର କିଲୋ ପିଛା ମୂଲ୍ୟ ୧୦୦ଟଙ୍କାରୁ ଉର୍ଦ୍ଧ୍ବ ରହିଥିବାବେଳେ କେତେକ ସ୍ଥାନରେ ଏହା ଏବେ ୧୩୦ରୁ ୧୪୦ ଟଙ୍କା ରହିଛି। ଏପରି ସ୍ଥିତିରେ ଆପଣଙ୍କୁ ଯଦି କେହି ପିଆଜର ଅଫର୍ ଦିଅନ୍ତି, ତେବେ ଆପଣଙ୍କୁ ଟିକିଏ ଝଟ୍କା ଲାଗିବ ନା। ପିଆଜକୁ ନେଇ ଏମିତି ଏକ ଅଫର୍ ରହିଛି। ତାମିଲନାଡୁର ପୁଟ୍ଟୁକୋଟ୍ଟଇଠାରେ ଜଣେ ମୋବାଇଲ୍ ଦୋକାନୀ ପିଆଜକୁ ନେଇ ଅଫର୍ ରଖିଛନ୍ତି। ଏହି ଦୋକାନୀ ଜଣକ ସ୍ମାର୍ଟଫୋନ୍ ବିକ୍ରି…
ଦିଲ୍ଲୀ, ୮/୧୨ : ରବିବାର ସକାଳ ସମୟରେ ନୂଆଦିଲ୍ଲୀ ରାଣୀ ଝାନ୍ସି ରୋଡ୍ରେ ଅନାଜ ମଣ୍ଡିରେ ଅଗ୍ନିକାଣ୍ଡ ଲାଗିଥିବା ନିଆଁରେ ମୃତ୍ୟ ସଂଖ୍ୟା ୪୩କୁ ପହଞ୍ଚିଥିବାବେଳେ ଏଥିରେ ୬୩ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ୫ଟି ହସ୍ପିଟାଲ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦିଲ୍ଲୀଠାରେ ଘଟିଥିବା ଏଭଳି ମର୍ମନ୍ତୁଦ ଘଟଣାରେ ଭାରତର ରାଷ୍ଟ୍ରପତି ଶୋକ ପ୍ରକଟ କରିଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାହୁଲ୍ ଗାନ୍ଧି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ପ୍ରମୁଖ ଟୁଇଟ୍ କରି ଶୋକ ପ୍ରକଟ କରିଛନ୍ତି । କେଜରୀଓ୍ବାଲ ସରକାରର ମନ୍ତ୍ରୀ ଇମାରନ ହୁସୈନ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ଘୋଷଣା କରିଛନ୍ତି । ସେହିପରି ବିଜେପି ନେତା ବିଜୟ ଗୋଏଲ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । (ଏଜେନ୍ସି)
ବାଲେଶ୍ବର ୮/୧୨: ରବିବାର ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଟ୍ରକ୍ ପଛରେ ଏକ ଟ୍ରାଭେଲର୍ ପିଟି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁରୀ ସହରର ବାଲିସାହି ଅଂଚଳରୁ ଶନିବାର ରାତି ପ୍ରାୟ ୧୧ଟାରେ ୨୫ ଜଣ ପର୍ଯ୍ୟଟକ ଏକ ଟ୍ରାଭେଲରରେ ଦେବକୁଣ୍ଡ ଯାଉଥିଲେ । ସେମାନେ ଶେରଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ପଛପଟରୁ ଦୃତଗତିରେ ଯାଉଥିବା ଟ୍ରାଭେଲର ଟ୍ରକକୁ ଶକ୍ତ ଧକ୍କା ଦେଇଥିଲା । ଭୋର ସକାଳ ହୋଇଥବାରୁ ଟ୍ରାଭେଲର ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରୁଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତରେ ପୁଲିସ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସି)
ଦିଲ୍ଲି,୮/୧୨: ରାଜଧାନୀ ଦିଲ୍ଲୀର ରାଣୀ ଝାନ୍ସୀ ରୋଡ୍ଠାରେ ରବିବାର ସକାଳୁ ଶସ୍ୟ ମଣ୍ଡିରେ ଭୀଷଣ ନିଆଁ ଲାଗିଯାଇଛି । ଏହି ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକେ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ମିଳିଥିବା ସୂଚନା ଅନୁସାରେ ରବିବାର ସକାଳ ୫ଟା ବେଳେ ମଣ୍ଡିରେ ଥିବା ତୃତୀୟ ମହଲାରେ ନିଆଁ ଲାଗିଥିଲା । ପରେ ପରେ ଏହା ବେକେରୀକୁ ସମ୍ପ୍ରସାରଣ କରି ପୂରା କୋଠାରେ ନିଆଁ ଲାଗିଯାଇଥିଲା । ଏହା ଏତେ ଭୟାନକ ରହିଥିଲା ଯେ, ୩0ରୁ ଅଧିକ ଦମକଳ ଗାଡ଼ି ଏହି ନିଆଁଲିଭା କାର୍ଯ୍ୟରେ ନିୟୋଜିତ କରହିଛନ୍ତି । ଏହି ଘଟଣାରେ ୩୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫0ରୁ ଅଧିକ ଗଭୀର ରୂପରେ ଆହତ ହୋଇଥିବାର ଖବର ମିଳିଛି । ଆହତମାନଙ୍କୁ ଆରଏମଏଲ୍, ଏଲ୍ଏନ୍ଜେପି, ହିନ୍ଦୁ ରାଓ ଓ ସଫଦରଗ୍ଞ୍ଜ ଆଦି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି…
ଉତ୍ତରପ୍ରଦେଶ, ୮/୧୨: ଉତ୍ତରପ୍ରଦେଶରେ ଉନ୍ନାଓ ଘଟଣାର ନିଆଁ ନ ଲିଭିଣୁ ଆଉ ଏକ କୁତ୍ସିତ ଘଟଣା ସାମ୍ନାକୁ ଆସିଛି । ଗତକାଲି ଉନ୍ନାଓ ପୀଡ଼ିତା ମୃତ୍ୟୁବରଣ କରିଥିବାବେଳେ ମୁଜାଫରନଗର ଜିଲ୍ଲାରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ଉପରକୁ ଏସିଡ଼ ମାଡ଼ ହୋଇଛି । ମୁଜାଫରପୁର ପୋଲିସ ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛି । ପୋଲିସ କହିଛି ଯେ, ୪ ଜଣ ଯୁବକ ଅଦାଲତରୁ ଦୁଷ୍କର୍ମ ମାମଲା ଫେରାଇ ଆଣିବା ପାଇଁ ମହିଳାଙ୍କୁ କହିଥିଲେ କିନ୍ତୁ ଏଥିରେ ପୀଡ଼ିତା ରାଜି ନ ହେବାରୁ ଏସିଡ ମାଡ଼ କରିଥିଲେ । ପୋଲିସ କହିଛି ଯେ, ମହିଳାଙ୍କ ଶରୀର ୩୦ ପ୍ରତିଶତ ଜଳିଯାଇଛି ଏବଂ ମେରଠର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଶାହପୁର ଥାନା ଅଧିକାରୀ ଗିରିଜା ଶଙ୍କର ତ୍ରିପାଠୀ କହିଛନ୍ତି, ବୁଧବାର ରାତି ୪ ଜଣ ବ୍ୟକ୍ତି ମହିଳାଙ୍କ ଘରକୁ ବଳପୂର୍ବକ ପ୍ରବେଶ କରିଥିଲେ । ଏହା ପରେ ସେମାନେ…

