Author: Samikhsya Bureau

ନୂଆଦିଲ୍ଲୀ,୬/୧୨: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ୨୩ ବର୍ଷୀୟା ପୀଡିତାଙ୍କୁ ଦୁଷ୍କର୍ମ ପରେ ନିଆଁରେ ପୋଡି ଦେବାର ଉଦ୍ୟମ କରାଯାଇଥିଲା। ଶରୀରର ୯o ପ୍ରତିଶତ ଜଳି ଯାଇଥିବା ବେଳେ ଗୁରୁବାର ଏୟାର ଲିଫ୍ଟ ଜରିଆରେ ପୀଡିତାଙ୍କୁ ଦିଲ୍ଲୀ ନିଆଯାଇଥିଲା। ଗୁରୁବାର ଦିନ ଦ୍ବିପ୍ରହରରେ ୫ ଜଣ ଅଭିଯୁକ୍ତ ପୀଡିତାଙ୍କୁ ଦୁଷ୍କର୍ମ ପରେ ପୋଡି ମାରିବାକୁ ଉଦ୍ୟମ କରିଥିଲେ। ପୀଡିତାଙ୍କ ଭଉଣୀ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଫାଷ୍ଟଟ୍ରାକ ପ୍ରକ୍ରିୟାରେ ତଦନ୍ତ କରାଯାଉଛି ବୋଲି ପୋଲିସ୍‌ ଆଇଜି ପ୍ରବୀଣ କୁମାର ସୂଚନା ଦେଇଛନ୍ତି। (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ହାଇଦ୍ରାବାଦ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଚାରି ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ ଉଠିଛି। ସୁପ୍ରିମ୍‌କୋର୍ଟର ଓକିଲ ବୃନ୍ଦା ଗ୍ରୋଭର ଏହି ଘଟଣାକୁ ନେଇ ପୋଲିସ୍‌ ଉପରେ ମୋକଦ୍ଦମା କରିବା ପାଇଁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ପୋଲିସ୍‌ ଉପରେ ମୋକଦ୍ଦମା ହେବା ଦରକାର, କାରଣ ପୂରା ଘଟଣାର ସ୍ବତନ୍ତ୍ର ନ୍ୟାୟିକ ଯାଞ୍ଚ ହେବା ଜରୁରୀ। ମହିଳାଙ୍କ ନାମ ନେଇ ପୋଲିସ ଏନକାଉଣ୍ଟର କରିବା  ଭୁଲ୍‌ ଅଟେ। ସେହିପରି ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି ଯେ, ଏନକାଉଣ୍ଟର ସର୍ବଦା ଠିକ୍‌ ନୁହେଁ। ଏହି ମାମଲାରେ ପୁଲିସ କହିବାନୁଯାୟୀ ଅଭିଯୁକ୍ତ ବନ୍ଧୁକ ଛଡେଇ ଦୌଡ଼ି ପଳାଉଥିଲେ। ଏପରି କ୍ଷେତ୍ରରେ ପୋଲିସ୍‌ର ନିଷ୍ପତ୍ତି ଠିକ୍‌ ହୋଇପାରେ। ଅଭିଯୁକ୍ତଙ୍କୁ ଫାଶୀର ଦଣ୍ଡ ମିଳୁ ବୋଲି ଆମର ଦାବି ଥିଲା, ତାହା ପୁଣି ଆଇନ ଉପାୟରେ। ଏହି ଘଟଣାରେ ତ୍ବରିତ୍ବ ନ୍ୟାୟ ଆମେ ଚାହୁଁଥିଲୁ। ପୂରା ଆଇନ…

Read More

ହାଇଦ୍ରାବାଦ,୬/୧୨: ଆଜି ବଡିଭୋରରୁ ହାଇଦ୍ରାବାଦ ଗଣଦୁଷ୍କର୍ମର ୪ ଅଭିଯୁକ୍ତଙ୍କୁ ପୋଲିସ ଗୁଳିକରି ମାରିଦେଇଛି। ପୋଲିସ ହାତରୁ ୪ ଅଭିଯୁକ୍ତ ବନ୍ଧୁକ ଛଡାଇ ଦୌଡି ପଳାଇ ଯିବାରୁ ପୋଲିସ ତାଙ୍କ ଉପକୁ ଗୁଳି ଚାଳନା କରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଏହି 4 ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁ ସ୍ଥାନରେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ ସେହି ସ୍ଥାନରେ ଏମାନଙ୍କୁ ଗୁଳି କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ଗଣଦୁଷ୍କର୍ମ ଦିନ କଣ ଘଟିଥିଲା ତାହାର ଅନୁସନ୍ଧାନ ପାଇଁ ପୋଲିସ ୪ ଅଭିଯୁକ୍ତଙ୍କୁ ବଡି ଭୋରରୁ ଘଟଣା ସ୍ଥଳକୁ ନେଇଥିଲା। ସେଠାରେ ସେମାନେ କିପରି ଘଟଣା ଘଟାଇଲେ ତାହା କହିବା ବେଳେ ପୋଲିସ ଉପରେ ଏହି ୪ ଜଣ ଆକ୍ରମଣ କରି ତାଙ୍କଠାରୁ ବନ୍ଧୁକ ଛଡାଇ ଦୌଡିଲେ। ପୋଲିସ କିଛି ଉପାୟ ନ ପାଇ ସେମାନଙ୍କ ଉପରକୁ ଗୁଳି କରିଥିଲା। ଘଟଣାସ୍ଥଳରେ ଏହି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଧିକ ତଦନ୍ତ ପାଇଁ…

Read More

କେଦାର ମିଶ୍ର ଧର୍ଷଣ ଭଳି ଜଘନ୍ୟ ଅପରାଧରେ ଅଭିଯୁକ୍ତ ଥିବା ବାବା ନିତ୍ୟାନନ୍ଦକୁ ଗୁଜରାଟ ପୋଲିସ ଖୋଜିଲା ବେଳକୁ ଜଣା ପଡିଲା, ବାବା, କେବଠୁ ଦେଶ ଛାଡି ପଳାଇଲେଣି। ଏବେ ଗୋଟେ ଖବର ଆସିଛି, ବାବା କୁଆଡେ ଦକ୍ଷିଣ ଆମେରିକାରେ ଗୋଟେ ଦ୍ବୀପ କିଣି ସେଠାରେ ଏକ ସ୍ଵୟଂଭୂ ହିନ୍ଦୁ ରାଷ୍ଟ୍ର ନିର୍ମାଣ କଲେଣି। ଧର୍ଷଣକାରୀ ବାବା ଏବେ ସ୍ଵୟଂଭୂ ହିନ୍ଦୁ ରାଷ୍ଟ୍ର କୈଳାସର ମହାମହିମ ଏକଛତ୍ର ରାଷ୍ଟ୍ରପତି। ଏହା ସମ୍ଭବ ହେଲା କେମିତି? ଏ ଦେଶର ନିହାତି ସାଧାରଣ ଲୋକ ସରକାରଙ୍କ ବିନା ଅନୁମତିରେ ଦେଶ ଛାଡି ବୁଲିବାକୁ ଯାଇ ପାରୁନି। ଅଥଚ ଗୋଟେ ଧର୍ଷଣ ଅଭିଯୁକ୍ତ ଆସାମୀ ଖସି ଯାଉଛି କେମିତି? କେବଳ ଖସି ଯାଉନି, ନିଜକୁ ଏକ ସାର୍ବଭୌମ ରାଷ୍ଟ୍ରର ମାଲିକ ବୋଲି କହୁଛି। ଦେଶପ୍ରେମୀ ଭକ୍ତଙ୍କ ମୁହଁରେ ଏ କଥା ଶୁଣି ଲଜ୍ଜା ସରମ କିଛି ଆସୁଛି କି? ନିତ୍ୟାନନ୍ଦକୁ ଦେଶରୁ ଖସି ଯିବାର ସୁଯୋଗ…

Read More

ନୂଆଦିଲ୍ଲୀ-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୋୟୋଟା କଂପାନୀ ଦ୍ବାରା ତିଆରି କରାଯାଇଥିବା ହାଇଡୋଜେନ କାରରେ ବୁଲିଲେ। ବର୍ତ୍ତମାନେ ତୈଳ ଦର ବୃଦ୍ଧି ପାଉଥିବାରୁ ବିକଳ୍ପ ଇନ୍ଧନ ଯୁକ୍ତ କାରର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର କହିଥିଲେ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,05/12: ଶେଷରେ ରାଜ୍ୟ ସରକାର ଓଡିଶାରେ ପ୍ରଧାନମନ୍ତ୍ରୀ କିଶାନ ଯୋଜନାକୁ ଲାଗୁ କରିବାକୁ ନିଷ୍ପତି କରିଛନ୍ତି। ତେବେ ପୂର୍ବରୁ ରାଜ୍ୟର ନିଜସ୍ବ ଯୋଜନା କାଳିଆ ଏହି ଯୋଜନାରେ ମିଶିଯିବ ବୋଲି ନିଷ୍ପତି କରାଯାଇଛି। ଆଜି ଲୋକସେବା ଭବନରେ ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ରାଜ୍ୟର କାଳିଆ ଯୋଜନାରେ ସରକାର ଚାଷିଙ୍କୁ 10 ହଜାର ଟଙ୍କା ଦେଇଆସୁଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ କେନ୍ଦ୍ର ତରଫରୁ 6 ହଜାର ଟଙ୍କା ଦିଆଯାଉଛି। ଯାହାକୁ ଓଡିଶାରେ ଲାଗୁ କରାଯାଇ ନାହିଁ। ତେବେ ଏହି ଦୁଇ ଯୋଜନା ମିଶିଲେ 16 ହଜାର ଟଙ୍କା ଚାଷି ପାଇବା କଥା। ହେଲେ ବର୍ତ୍ତମାନ ଚାଷୀ ମାତ୍ର 10 ହଜାର ଟଙ୍କା ପାଇବେ ବୋଲି ଜଣାପଡିଛି। କାରଣ କେନ୍ଦ୍ର ଦେଉଥିବା 6 ହଜାର ଟଙ୍କାରେ ରାଜ୍ୟର ଭାଗ ମଧ୍ୟ ରହିଛି। ଫଳରେ ଦୁଇ ଯୋଜନାରେ ବର୍ତ୍ତମାନ ଚାଷୀ ରାଜ୍ୟରୁ 4…

Read More

ଭୁବନେଶ୍ବର,05/12: ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳରୁ  ୟୁକୋ ବ୍ୟାଙ୍କ ମ୍ୟାନେଜର ଆର.ରଞ୍ଜିତା ରାଓଙ୍କ ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହ ମିଳିଛି। ରଞ୍ଜିତା ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳର ହାଉସିଂବୋର୍ଡ କଲୋନୀ ଏମଆଇଜି-୫୧ରେ ରହୁଥିଲେ। ଆଜି ସକାଳୁ ତାଙ୍କ ପାଖରେ ଥିବା ବାପା ମା ଝିଅକୁ ଉଠାଇବାକୁ କବାଟ ବାଡାଇଥିଲେ। ହେଲେ ସେ ଜବାବ ନ ଦେବାରୁ ଝରକା ବାଟେ ଅନାଇବାରୁ ସେ ଘରର ସିଲିଂ ଫ୍ୟାନରେ ଝୁଲୁଥିବାର ଦେଖା ଯାଇଥିଲା। ଏହି ଘଟଣା ଚାରିଆଡେ ପ୍ରଚାର ହେବା ପରେ ସେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।ପୋଲିସ ପହଁଚି ଶବକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଘଟଣାରୁ ଜଣାପଡିଛି ଯେ, ରଂଜିତାଙ୍କ ଘର ହେଉଛି ନବରଂଗପୁର ଜିଲ୍ଲାରେ। ସେ ଅଶୋକ ନଗରର ୟୁକୋ ବ୍ୟାଙ୍କର ମ୍ୟାନେଜନର ଭାବେ କାଯ୍ୟ କରୁଥିବାରୁ ଭୁବନେଶ୍ବରରେ ରହୁଥିଲେ। ସେ ବିବାହ କରି ନ ଥିଲେ। ହେଲେ ପ୍ରେମ ସଂପର୍କକୁ ନେଇ ସେ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି।…

Read More

KONARK (ODISHA), DEC 5 (UNI) – Sand artists from India and abroad have created sand sculptures at the International Sand Art Festival being orghanised by Odisha Tourism Department, coinciding with the Konark Dance Festival at Chandrabhaga beach, on Thursday. UNI PHOTO-67U

Read More

Jan Adhikar Party Chief Pappu Yadav selling onions at the rate of Rs. 35 per kg to people outside Bihar Deputy CM Sushil Kumar Modi’s Rajendra Nagar residence during  protest against hoarding and inflation, in Patna on Thursday.UNI PHOTO-51U

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୫/ ୧୨: ଶୁକ୍ରବାର ଓ ଶନିବାର କଟକ, ପୁରୀ, ଖୋର୍ଦ୍ଧା ଓ ଅନୁଗୁଳର କିଛି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିବ ନେଇ ବୁଧବାର ଦିନ ସେସୁ ପକ୍ଷରୁ ଘୋଷଣା କରାଯାଇଛି। ଜରୁରୀକାଳୀନ ମରାମତି କାର୍ଯ୍ୟପାଇଁ  ଶୁକ୍ରବାର  ଓ ଶନିବାର ଦିନ ଏହିସବୁ ସ୍ଥାନର ବିଦ୍ୟୁତ ସରବରାହ ବନ୍ଦ ରହିବ। ଶୁକ୍ରବାର ଦିନ ନିମ୍ନ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ୧. ଭୁବନେଶ୍ବର (ସହରାଞ୍ଚଳ) –  ସତ୍ୟନଗର, ଡାଲ୍‌ମା ସାଇଟ୍‌, ଚାରିନମ୍ବର, ଓୟୁୟିଟି, ପିଡବ୍ଲ୍ୟୁଡି କଲୋନୀ, ୬ ନମ୍ବର, ଏଜି ଅଫିସ୍‌ ଆଦି ଅଞ୍ଚଳରେ ସକାଳ ୮ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ବନ୍ଦ ରହିବ। ୨. ଭୁବନେଶ୍ବର (ଗ୍ରାମୀଣ) – ଫୁଲନଖରା, ଭିଙ୍ଗାରପୁର, ବେଣୁପୁର ଆଦି ଅଞ୍ଚଳରେ ସକାଳ ୯ ଘଟିକାରୁ ୧ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ। ୩. କଟକ (ସହରାଞ୍ଚଳ) – ମେଡ଼ିକାଲ, ସିଡିଏ ଆଦି ଅଞ୍ଚଳରେ…

Read More

ସମୀକ୍ଷା ବ୍ୟୁରୋ/ ହେମାଙ୍ଗ ରାଉଳ ମହାନଗର ବ୍ରହ୍ମପୁର ସାନିଟେସନ ଫୋରମ୍ ଗଠନ ପରେ ବ୍ରହ୍ମପୁର ସହରବାସୀଙ୍କୁ  ବୁଦ୍ଧି ଶିଖେଇବାକୁ ମହାନଗର ପ୍ରସ୍ତୁତି କେତେ ତା’ର ସଜଳ ଚିତ୍ର ପ୍ରତିଦିନ ଫୁଟି ଉଠିଛି। ବ୍ରହ୍ମପୁର ମ୍ୟୁନିସିପାଲିଟି କମିଶନର ଚକ୍ରବତ୍ତୀ ସିଂ ରାଠୋର ଏକ ସଭା ଓ ଆଲୋଚନା ଚକ୍ର ଆୟୋଜନ କରି ବ୍ରହ୍ମପୁର କିଛି ସଂଗଠନ, ବୁଦ୍ଧିଜୀବୀ ଓ ସାମ୍ବାଦିକ ସହ ଭାବ ବିନିମୟ କରି ବ୍ରହ୍ମପୁର ସହର ସ୍ୱଚ୍ଛତା, ପରିମଳ ଓ ପରିବେଶକୁ ନେଇ ଚିନ୍ତିତ ଥିବା ପରି ଯେଉଁ ପାଠପଢ଼ାଇ ଚାଲିଲେ, କାଲା ଆଗରେ ମୂଳା ଚୋବାଇଲା ପରି ତାଙ୍କ କିଛି ମନ୍ତବ୍ୟ ସେହି ସଭାରେ କିଛି ଶୋତା ଅନୁଭବ କରୁଥିଲେ। ବିଜ୍ଞାନ ଓ ବୈଷୟିକ ଜ୍ଞାନର ପାଠଶାଳା ପରି ସହରର ପରିମଳକୁ ସୁଧାରିବାର ବାକ୍ୟଗୁଡ଼ିକ ତ ଶୁଣିବାକୁ ସୁନ୍ଦର ଲାଗୁଥିଲା କିନ୍ତୁ ଏହି କଥାରେ କେତେ ଦମ୍ ଅଛି ତାହା ସମୟ ନିର୍ଣ୍ଣୟ କରିବ। ବ୍ରହ୍ମପୁରରେ ପରିମଳ ଯୋଜନାକୁ…

Read More

ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର, ୫/୧୨:  ଗୁରୁକୁଳ ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲ ପରିସରରେ ସ୍କୁଲର ଚେୟାରମ୍ୟାନ ତଥା ବ୍ରହ୍ମପୁର ସ୍କେଟିଂ ଏକାଡ଼େମୀର ସଭାପତି ପ୍ରଶାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଶୁଭେଚ୍ଛା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍କୁଲ ପରିସର ତଥା ବ୍ରହ୍ମପୁର ସ୍କେଟିଂ ଏକାଡ଼େମୀରେ ଅଭ୍ୟାସରତ ସ୍କେଟରମାନେ ଗତ ଅକ୍ଟୋବର ମାସ ୨୩ ତାରିଖରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ଡ଼ିଏଭି ଜୋନାଲ୍ ସ୍କେଟିଂ ମିଟରରେ ଭାଗ ନେଇ ଏ. ରାଜକୁମାର – ୩୦୦ ମିଟର (ସ୍ୱର୍ଣ୍ଣପଦକ), ରୁଷିଲ୍ ସାସମଲ ୧୦୦୦ ମିଟର (ସ୍ୱର୍ଣ୍ଣପଦକ) ପାଇ ଉନ୍ନତ ପ୍ରଦର୍ଶନ କରି ଜାତୀୟସ୍ତରକୁ ମନୋନୀତ ହୋଇଥିବାବେଳେ ଟି. ଗୋକୁଲ୍ ପାତ୍ର ୩୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପ୍ରକାଶଥାଉକି ଏହି ଖେଳାଳୀମାନେ ଆସନ୍ତା ୧୦ ତାରିଖରୁ ୧୨ ତାରିଖ ଯାଏଁ ହାଇଦ୍ରାବାଦଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଅଧ୍ୟକ୍ଷା ଅମିତ କର, ସାଇ…

Read More

ସମୀକ୍ଷା ବ୍ୟୁରୋ ବାଣପୁର, ୫/୧୨: ଉତ୍କଳ ବିଶ୍ବବିଦ୍ୟାଳୟ ମହିଳା ଭଲିବଲ୍‌ ଦଳରେ ସ୍ଥାନ ପାଇଛନ୍ତି ବାଣପୁରର ଦୁଇ ଛାତ୍ରୀ ସୁନୀତା ମାର୍ଥା ଓ ସୁନୀତା ସମାନ୍ତରାୟ। ଦୁହେଁ ବାଣପୁରର ପ୍ରତିଷ୍ଠିତ କ୍ରୀଡ଼ା ଅନୁଷ୍ଠାନ ‘ମା’ ଭଗବତୀ ଗ୍ରାମୀଣ ସ୍ପୋର୍ଟସ୍‌ ଏକାଡେମୀର ନିୟମିତ ଖେଳାଳୀ। ଚଳିତ ମାସ ୨ ତାରିଖ ଦିନ ଅଡଶପୁର ମହାବିଦ୍ୟାଳୟଠାରେ ଅନୁଷ୍ଠିତ ଚୟନ ଶିବିରିରେ ଉନ୍ନତମାନର କ୍ରୀଡ଼ା ପ୍ରଦର୍ଶନ କରିଥିଲେ। ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ଜରିଆରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଦଳରେ ସ୍ଥାନ ଅଧିକାର କରିଛନ୍ତି। ସାନଅଁଳ (ପାରିକୁଦ) ଗ୍ରାମର ସନାତନ ମାର୍ଥାଙ୍କ ଝିଅ ହେଉଛନ୍ତି ସୁନୀତା ମାର୍ଥା। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନ (ସମ୍ମାନ)ରେ ସ୍ନାତକ ପାଶ କରିଥିଲେ। ଅଧୁନା ସେ ଭୁବନେଶ୍ବରସ୍ଥିତ ସରକାରୀ ଶାରିରୀକ ଶିକ୍ଷା ମହାବିଦ୍ୟାଳୟରେ ଅଧ୍ୟୟନରତା। ସେହିପରି ସୁନୀତା ସାମନ୍ତରାୟ ହେଉଛନ୍ତି ସାନହନ୍ତୁଆଡ ଗ୍ରାମର ବାବୁ ସାମନ୍ତରାୟଙ୍କ ଝିଅ। ସମ୍ପ୍ରତି ସେ ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟର ଇତିହାସ(ସମ୍ମାନ) ବିଭାଗରେ ଅଧ୍ୟୟନରତା।…

Read More

ସମୀକ୍ଷା ବ୍ୟୁରୋ କଳାହାଣ୍ଡି, ୫/୧୨: ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଆୟୁଷ୍ମାନ ଯୋଜନାଠାରୁ ଆରମ୍ଭ କରି ବିଜୁ ସ୍ବାସ୍ଥ୍ୟ ଯୋଜନା ପରି ସ୍ବାସ୍ଥ୍ୟଯୋଜନା ଗୁଡ଼ିକ ରହିଥିଲେ ମଧ୍ୟ ଗରିବଙ୍କ ନିକଟରେ ଏହା ଅପହଞ୍ଚ। କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ୍‌ର ଧନେଶ୍ବର ମହାନନ୍ଦ ମାରାତ୍ମକ କର୍କଟ ରୋଗରେ ପୀଡ଼ିତ ଥିବାବେଳେ ତାଙ୍କ ପାଖରେ ସରକାରୀ ହେଉ କି ବେସରକାରୀ କୌଣସି ପ୍ରକାରର ସ୍ବାସ୍ଥ୍ୟଯୋଜନା ପହଞ୍ଚି ପାରିନାହିଁ। ଧନେଶ୍ବର ମହାନନ୍ଦ ଦୀର୍ଘ ତିନି ବର୍ଷ ହେବ ଏହି ଦୁରାରୋଗ୍ୟ କର୍କଟରେ ପୀଡ଼ିତ ରହିଛନ୍ତି। ଦାଦନ ଖଟି ଯାହା ସଞ୍ଚୟ କରିଥିଲେ, ତାହାକୁ ଏହି ରୋଗର ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି। ପୁନଃ ଅସ୍ତ୍ରୋପଚାର କରିବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ଗୁଜୁରାଟରେ ଦାଦନ ଖଟି ପରିବାର ପ୍ରତିପୋଷଣ କରୁଥିବାବେଳେ ବାଧକ ସାଜିଥିଲା କର୍କଟ ରୋଗ। ପରିବାରରେ ୪ଜଣ ରହିଥିବାବେଳେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହେଉଛନ୍ତି ଧନେଶ୍ବର।…

Read More

ମୁମ୍ବାଇ,5/12: କ୍ରମାଗତ ପଞ୍ଚମ ଥର ରେପୋ ରେଟ୍ ହ୍ରାସ କରିବା ପରେ ରେପୋ ରେଟ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଗୁରୁବାର ଆରବିଆଇ ରେପୋରେଟ ଅପରିବର୍ତ୍ତିତ ରଖିବା ପରେ ଏହା ପୂର୍ବବତ 4.9 ପ୍ରତିଶତ ରହିଛି । ଗୁରୁବାର ଅନୁଷ୍ଠିତ ଅର୍ଥନୈତିକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ 2020-21 ଆର୍ଥିକ ବର୍ଷ ନିମନ୍ତେ ସଂଶୋଧିତ ଅଭିବୃଦ୍ଧି ହାର 5 ପ୍ରତିଶତ ରଖାଯାଇଛି । ପୂର୍ବରୁ ଜିଡିପି 6.1 ପ୍ରତିଶତ ରହିବା ନେଇ ଆରବିଆଇ ପକ୍ଷରୁ ଆକଳନ କରାଯାଇଥିଲା ।

Read More

ନୂଆଦିଲ୍ଲୀ,୫/୧୨: ଭାରତୀୟ ଓପ୍‌ନର ରୋହିତ ଶର୍ମା ଏକ ନୂତନ ମାଇଲଖୁଣ୍ଟ ହାସଲ କରିବାର ପାଦଦେଶରେ ଅଛନ୍ତି। ଟି ଟ୍ବେଣ୍ଟିରେ ପ୍ରଥମ ଭାରତୀୟ ଭାବରେ ୪୦୦ ଛକ୍କା ମାରିବାକୁ ଯାଉଛନ୍ତି ରୋହିତ। ଟି-୨୦ରେ ସର୍ବାଧିକ ଛକ୍କା  ତାଲିକାରେ ପୂର୍ବରୁ ଦୁଇ ଜଣ ଖେଳାଳି ୪୦୦ ଛକ୍କା ମାରିଛନ୍ତି। ସାହିଦ ଆଫ୍ରିଦି(୪୭୬) ଏବଂ କ୍ରିସ୍‌ ଗେଲ୍‌(୫୩୪) ରୋହିତଙ୍କ ଠାରୁ ଆଗୁଆ ଅଛନ୍ତି। ରୋହିତ ବର୍ତ୍ତମାନ ୩୯୯ ଛକ୍କା ମାରିଛନ୍ତି। ଯଦି ଓ୍ବିଣ୍ଡିଜ୍‌ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଗୋଟିଏ ଛକ୍କା ମାରିଲେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବରେ ୪୦୦ ଛକ୍କା ମାରିବାର ରେକର୍ଡ କରିବେ ରୋହିତ। ଆସନ୍ତା କାଲି ଠାରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି।

Read More