ରାଞ୍ଚି,12/12 : ଝାରଖଣ୍ଡରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ସକାଳ 7ଟାରୁ ଅନୁଷ୍ଠିତ ହୋଇଛି । ସକାଳ 9ଟା ସୁଦ୍ଧା 13.05 ପ୍ରତିଶତ ମତଦାନ ହୋଇଛି । 17ଟି ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ 309 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ସମୟରେ ସିଲ୍ଲିରେ ସର୍ବାଧିକ 16.35 ପ୍ରତିଶତ ମତଦାନ ହୋଇଥିବା ବେଳେ ଧାନବାଦରେ ସର୍ବନିମ୍ନ 7.57 ପ୍ରତିଶତ ଭୋଟଗ୍ରହଣ ହୋଇଛି । ବିଜେପିର ବରିଷ୍ଠ ନେତା ୟଶଓ୍ବନ୍ତ ସିହ୍ନାଙ୍କ ପୁଅ ଜୟନ୍ତ ସିହ୍ନା ନିଜର ଭୋଟ ପ୍ରଦାନ କରିଥିବା ବେଳେ ସିପି ସିଂ, ରାମଚନ୍ଦ୍ର ସାହିସ୍ ଏବଂ ନୀରା ଯାଦବ ମଧ୍ୟ ଭୋଟ ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ଏବଂ ଉପ ମୁଖ୍ୟମନ୍ତ୍ରୀ ସୁଦେଶ ମାହାତୋ ମଧ୍ୟ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । (ଏଜେନ୍ସୀ)
Author: Samikhsya Bureau
ନୂଆଦିଲ୍ଲୀ, 12/12 : ନାଗରିକତ୍ବ ସଂଶୋଧନ ବିଲ୍କୁ ନେଇ ଉତ୍ତର ପୂର୍ବୀୟ ରାଜ୍ୟ ଗୁଡିକରେ ଆନ୍ଦୋଳନ ଚାଲିଥିବା ବେଳେ ଗତକାଲି ଠାରୁ ଆସାମରେ କର୍ଫ୍ୟୁ ଜାରି କରାଯାଇଛି । ଗତକାଲି ଠାରୁ ରାଜ୍ୟରେ ଇଣ୍ଟରନେଟ ଏବଂ ମୋବାଇଲ ସେବା ବନ୍ଦ କରାଯାଇଥିବା ବେଳେ ଗୁରୁବାର 8 କମ୍ପାନୀ ଯବାନଙ୍କୁ ମୁତୟନ କରାଯାଇଛି । ନାଗରିକତ୍ବ ବିଲ ସଂଶୋଧନକୁ ନେଇ ସମ୍ପୂର୍ଣ୍ଣ ଆସାମରେ ଆନ୍ଦୋଳନ ଚାଲିଥିବା ବେଳେ 70ରୁ ଅଧିକ ଟ୍ରେନ୍ ଏବଂ 30ରୁ ଅଧିକ ବିମାନ ଚଳାଚଳ ବାତିଲ କରାଯାଇଛି । ଆସାମ ସମେତ ତ୍ରିପୁରାରେ ମଧ୍ୟ 3 କମ୍ପାନୀ ଯବାନ ମୁତୟନ କରାଯାଇଛି । ଆସାମରେ ଶାନ୍ତି ବଜାୟ ରଖିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ।(ଏଜେନ୍ସୀ)
କାଠୁଆ,12/12 : ଜମ୍ମୁ କାଶ୍ମୀରର କାଠୁଆରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଛି । ଏହି ମୋର୍ଟାର ମାଡରେ 5ରୁ 6ଟି ଘର କ୍ଷତିଗ୍ରସ୍ତ ହୋଇଛି । ମୋର୍ଟାର ମାଡ ସମୟରେ ଘରର ସମସ୍ତ ସଦସ୍ୟ ବଙ୍କରରେ ରହିଥିବାରୁ କୌଣସି ମୃତାହତ ହୋଇନଥିଲା । ବୁଧବାର ରାତି 8.30ରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ମୋର୍ଟାର ମାଡ କରାଯାଇଥକିଲା । ବୁଧବାର ଦିନ କାଠୁଆର ରଥୁଆ ଏବଂ ପନ୍ସାର ଅଞ୍ଚଳରେ ଏହି ମୋର୍ଟାର ମାଡ କରାଯାଇଛି । ଏହାପରେ ଭାରତୀୟ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା । ଏପରି ପରସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢିବା ନିହାତି କଷ୍ଟସାଧ୍ୟ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।(ଏଜେନ୍ସୀ)
କେଦାର ମିଶ୍ର ଯେମିତି କାଶ୍ମୀରକୁ ବାକି ଭାରତ ଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରିଦେଇ ସଂସଦରେ ଧାରା ୩୭୦ ଉଚ୍ଛେଦ କରାଗଲା, ନାଗରିକତା ସଂଶୋଧନ ବିଲ ଗୃହୀତ ହେଲା ବେଳକୁ ମଧ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ସେଇ ସମାନ ପରିସ୍ଥିତି ସୃଷ୍ଟି ହେଲା। ଆଜି ଆସାମ, ତ୍ରିପୁରା, ମଣିପୁର, ମେଘାଳୟ ସମେତ ଅନ୍ୟାନ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ନିଆଁ ଜଳୁଛି। ଅନେକ ସହରରେ କର୍ଫ୍ୟୁ ଜାରି ହୋଇଥିବା ବେଳେ ପ୍ରାୟ ସବୁ ସହରରେ ସେନାବାହିନୀ ସଜାଗ ରହିଛନ୍ତି। ଅନେକ ଅଞ୍ଚଳରେ ଇଣ୍ଟରନେଟ ଓ ଫୋନ ସେବା ବନ୍ଦ କରି ଦିଆଯାଇଛି। ସବୁ ଉତ୍ତର ପୂର୍ବ ରାଜ୍ୟ ଗୁଡିକ ନାଗରିକତା ସଂଶୋଧନ ବିଲକୁ ବିରୋଧ କରୁଛନ୍ତି। ଖୋଦ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବିଲି ଗୃହୀତ ନ କରାଇବାକୁ ଅନୁରୋଧ କରିଥିଲେ। ବିଜେପିର ସ୍ଥାନୀୟ ସଂଗଠନ ଗୁଡିକ ଏହି ବିଲ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହେବ…
ରାଞ୍ଚି,12/12 : ଝାରଖଣ୍ଡରେ ଅନୁଷ୍ଠିତ ହେଉଥିବା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜିଠାରୁ ଆରମ୍ଭ ହୋଇଛି । 81 ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ ଆଜି 17ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । କଡା ସୁରକ୍ଷାକ ବ୍ୟବସ୍ଥା ମଧ୍ୟରେ ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 3ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଜାରି ରହିବ । କେବଳ ରାଞ୍ଚି,ହାଟିଆ, କାଙ୍କେ, ରାମଗଡ ଏବଂ ବର୍କଥାରେ ଅପରାହ୍ନ 5ଟା ଯାଐଁ ଭୋଟ ଗ୍ରହଣ ଜାରି ରହିବ । 17ଟି ଆସନରେ 32 ମହିଳା ପ୍ରାର୍ଥୀଙ୍କ ସମେତ 309 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ 56 ଲକ୍ଷ 6 ହଜାର 743ଜଣ ମତଦାତା ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,11/12: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଟାଉନ ଥାନା ପୁଲିସ୍ ତାଙ୍କ ସମ୍ପର୍କୀୟ ଭାଇକୁ ଗିରଫ କରିଛି । ବୁଧବାର ସନ୍ଧ୍ୟାରେ 15 ବର୍ଷୀୟା ନାବାଳିକାଜଣକ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ତାଙ୍କ ସମ୍ପର୍କୀୟ ଭାଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ପୀଡ଼ିତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ପହଞ୍ଚି ଯାଇଥିଲେ । ଏହାପରେ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲା । ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍ ଅଭିଯୁକ୍ତ ବାପୁନ ଦାସକୁ ଗିରଫ କରିଥିଲା । ଗୁରୁବାର ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡିଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,11/12: ରାଜ୍ୟରେ ଧାନ ସଂଗ୍ରହ ସମ୍ପର୍କିତ ସବ୍ସିଡି ଅର୍ଥ ପ୍ରଦାନ କରିବା ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାଶ ପାଶ୍ବାନଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀ ସ୍ଥିତ ପାଶ୍ବାନଙ୍କ କାର୍ଯ୍ୟାଳୟରେ ତାଙ୍କୁ ଭେଟିଥିଲେ ମନ୍ତ୍ରୀ । 2019-20 ଆର୍ଥିକ ବର୍ଷ ପାଇଁ 2066 କୋଟି ଟଙ୍କା ବାକି ରହିଥିବା ବେଳେ ଅନ୍ତିମ ତିନି ମାସ ପାଇଁ 1340 କୋଟି ଟଙ୍କାର ବକେୟା ରହିଛି । ଏହି ଅର୍ଥ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପାଇଁ ପାଶ୍ବାନଙ୍କୁ ଅନୁରୋଧ କରିଥିଲେ ରଣେନ୍ଦ୍ର । ରାଜ୍ୟ ସରକାରଙ୍କ ସହିତ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ଚୁକ୍ତି ଅନୁଯାୟୀ ଧାନ ସଂଗ୍ରହର ଅଗ୍ରୀମ 90 ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିଥାନ୍ତି । ରାଜ୍ୟରେ ସଂଗୃହୀତ ଧାନରୁ…
https://www.youtube.com/watch?v=umxM5asXa7s Vogue X Nykaa Fashion: Power List 2019, held its first edition on Monday in Mumbai. The event was attended by the biggest names from the films and fashion industry including power couple Shah Rukh Khan and Gauri Khan, Akshay Kumar, Katrina Kaif, Manish Malhotra, Falguni and Shane peacock and others.
Rajya Sabha Number Cruncher. (IANS Infographics)
(191210) — SANAA, Dec. 10, 2019 (Xinhua) — A man checks solar panels installed to power his water pump in Sanaa, Yemen, Dec. 8, 2019. Amid nearly five years of grinding war and electricity cut in Yemen, many Yemenis turn to solar power to keep lights on. (Photo by Mohammed Mohammed/Xinhua)
New Delhi: Left Parties protest against Citizenship (Amendment) Bill, or CAB in front of Mahatma Gandhi statue at the Parliament in New Delhi on Dec 10, 2019. (Photo: IANS)
Mumbai: Actress Madhoo during the red carpet of “The Power List 2019” Awards in Mumbai on Dec 10, 2019. (Photo: IANS)
Mumbai: Actress Kim Sharma during the red carpet of “The Power List 2019” Awards in Mumbai on Dec 10, 2019. (Photo: IANS)
A beautiful view of Akshardham Temple. (File Photo: IANS)
ମୁମ୍ବାଇ, 11/12 : ମୁମ୍ବାଇର ୟଙ୍ଗ ସେନସେସନ୍ ପୃଥ୍ବୀ ଶ ରଣଜୀ ଟ୍ରଫିରେ ଦ୍ବିଶତକ ହାସଲ କରିଛନ୍ତି । ବରୋଦା ବିପକ୍ଷ ମୁକାବିଲାର ଦ୍ବିତୀୟ ଇନିଂସରେ ଶ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ମୁମ୍ବାଇର ଦ୍ବିତୀୟ ଇନିଂସରେ ଶ 179ଟି ବଲ୍ର ସମ୍ମୁଖୀନ ହୋଇ 202 ରନ୍ ସଂଗ୍ରହ କରିଥିଲେ । ଶଙ୍କ ଇନିଂସ ମଧ୍ୟରେ 19ଟି ଚୌକା ଏବଂ 7ଟି ଛକ୍କା ସାମିଲ ଥିଲା । ଦୀର୍ଘ 8 ମାସର ବ୍ୟବଧାନ ପରେ 4 ଦିନିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବା ଶ ପ୍ରଥମ ଇନିଂସରେ ମଧ୍ୟ 66 ରନ୍ର ଇନିଂସ ଖେଳିଥିଲେ । ପ୍ରଥମ ଇନିଂସରେ ମୁମ୍ବାଇ 431 ରନ୍ କରିଥିବା ବେଳେ ବରୋଦା 307 ରନ୍ରେ ଅଲଆଉଟ ହୋଇଯାଇଥିଲା । ଦ୍ବିତୀୟ ଇନିଂସରେ ଶ(202) ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ଅପରାଜିତ 102 ଫଳରେ ମୁମ୍ବାଇ 4 ଓ୍ବିକେଟ୍ ହରାଇ 409 ରନ୍ ସଂଗ୍ରହ କରିଛି ।…
https://youtu.be/6_dF5wdZTy8 Deepika Padukone: Impact, longevity define a film’s success. Mumbai, Actress Deepika Padukone says the success of any film depends on its impact and longevity in the market. “I feel that now, more than ever before for me, success of a movie is really about the impact it is able to have on people’s lives.
New Delhi: Artistes perform during Bharatendu Natya Utsav at Kamani Auditorium in New Delhi on Dec 10, 2019. (Photo: IANS)
Mumbai: Actress Mrunal Thakur during the red carpet of “The Power List 2019” Awards in Mumbai on Dec 10, 2019. (Photo: IANS)
Mumbai: India’s Rohit Sharma addresses a press conference ahead of the third T20I match against West Indies in Mumbai on Dec 10, 2019. (Photo: Surjeet Yadav/IANS)
କୋଲକାତା,11/12 : ଦେଶରେ ମହିଳାଙ୍କ ପ୍ରତି ହିଂସା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ନୁହେଁ ମେଟ୍ରୋ ସହରରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି । କୋଲକାତାରେ ଏପରି ଏକ ଘଟଣା ସମ୍ମୁଖକୁ ଆସିଛି । ଜଣେ 26 ବର୍ଷୀୟ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ 64 ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରାଯାଇଛି । ବୁଧବାର କୋଲକାତାର ଦମ୍ଦମ୍ ମେଟ୍ରୋ ଷ୍ଟେସନ୍ରେ ଏହି ଘଟଣା ଘଟିଛି । ନିଜ ମା ଏବଂ ଜଣେ ବନ୍ଧୁଙ୍କ ସହିତ ଫେରୁଥିବା ବେଳେ ବୃଦ୍ଧ ଜଣଙ୍କ ମହିଳାଙ୍କ ଭିଡିଓ ଉତ୍ତୋଳନ କରିବା ସହିତ ଅଶ୍ଲୀଳ ଇଙ୍ଗିତ କରିଥିଲେ । ଏହାପରେ ମହିଳାଙ୍କ ପରିବାର ସହିତ ବୃଦ୍ଧଙ୍କର ଯୁକ୍ତିତର୍କ ହୋଇଥିଲା । ଏହାପରେ ମହିଳାଙ୍କ ଅଭିଯୋଗ କ୍ରମେ ବୃଦ୍ଧଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସୀ)
https://youtu.be/MJXMivEfuGE Bollywood actress Taapsee Pannu, who was last seen in ‘Saand Ki Aankh’ with Bhumi Pednekar, is gearing up to play former captain of the Indian women’s cricket team Mithali Raj in the biopic ‘Shabaash Mithu’. The actress informs shooting for the film will start in the middle of 2020.

