Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»‘ଖୋର୍ଦ୍ଧା ଜିଲ୍ଲା ଯୁବ ଉତ୍ସବ’ରେ ବାଣପୁର ଭେଟେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ଉଚ୍ଚକୋଟିର କଳା ପ୍ରଦର୍ଶନ
ଆଞ୍ଚଳିକ

‘ଖୋର୍ଦ୍ଧା ଜିଲ୍ଲା ଯୁବ ଉତ୍ସବ’ରେ ବାଣପୁର ଭେଟେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ଉଚ୍ଚକୋଟିର କଳା ପ୍ରଦର୍ଶନ

December 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଖୋର୍ଦ୍ଧା, ୧୨/୧୨: ବାଲୁଗାଁ ମହାବିଦ୍ୟାଳୟରେ ଦୁଇ ଦିନ ଧରି ‘ଖୋର୍ଦ୍ଧା ଜିଲ୍ଲା ଯୁବ ଓ ସେବା ଉତ୍ସବ-୨୦୧୯’ ଅନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବକୁ ଓଡିଶା ସରକାରଙ୍କର ଖୋର୍ଦ୍ଧା ଜିଲ୍ଲା ଯୁବ ଓ ସେବା ବିଭାଗ ଆୟୋଜନ କରିଥିଲା। ଏହି ଦୁଇଦିନିଆ ଉତ୍ସବକୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବାଲୁଗାଁ କଲେଜ ଅଧ୍ୟକ୍ଷା ବିନତି ମଞ୍ଜରି ରାଉତ ଉଦ୍ଘାଟନ କରିଥିବାବେଳେ ଏହି ଉତ୍ସବକୁ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ଶେଖର ମହାନ୍ତି ଉଦଯାପିତ କରିଥିଲେ।

ଏହି ଉତ୍ସବରେ ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ଏହି ମହୋତ୍ସବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ଭେଟେଶ୍ଵର ଭେଟିନାଥଦେବ ବିଦ୍ୟାପୀଠର କୁନି କୁନି ଛାତ୍ରଛାତ୍ରୀ। ଏହି କୁନି କଳାକାରମାନେ ନିଜ ନିଜର ନିଖୁଣ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ  ବିମୋହିତ କରିଥିଲେ। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଲୋକନୃତ୍ୟ ଓ ଏକକ ଅଭିନୟରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି ରାଜ୍ୟସ୍ତରୀୟ ମହୋତ୍ସବ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦଳଗତ ଅଭିନୟରେ ଭୁବନେଶ୍ଵରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ସିତାର ବାଦକ ରେ ବଂଶିଧର ସାହୁ, ପାରମ୍ପରିକ ନୃତ୍ୟରେ ସ୍ଥିତିପ୍ରଜ୍ଞ ଦାସ, ତବଲାରେ ଭୁବନେଶ୍ଵରର ବିବେକାନନ୍ଦ ପଣ୍ଡା, ମୃଦଙ୍ଗରେ ବାଲୁଗାଁର ଅକ୍ଷୟକୁମାର ଗୁରୁ, ଲୋକ ସଙ୍ଗୀତରେ ମଦର ପବ୍ଲିକ ସ୍କୁଲ ଆଦି ବିଜୟୀ ହୋଇଛନ୍ତି। ଏଥିରେ ପୁରସ୍କୃତ ହୋଇଥିବା ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉତ୍ତିନ୍ନ ହୋଇଛନ୍ତି।

ଏହି ମହୋତ୍ସବରେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ବାଲୁଗାଁ ବିଜ୍ଞାପତି ଅଞ୍ଚଳର ପୂର୍ବତନ ଉପାଧ୍ୟକ୍ଷ ଅଜୟ କୁମାର ଦାଶ, ବାଣପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମାନସ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି ଯୁବ ମହୋତ୍ସବକୁ ସଫଳ କରାଇଥିଲେ।

ରିପୋର୍ଟର : ସୁନୀଲ୍‌ କୁମାର ଭୋଳ (ବିଜୁ)

ବାଣପୁର ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026
Latest News

NEET ଫଳାଫଳ ଉପରେ ପୁଣି ଉଠିଲା ପ୍ରଶ୍ନ: NTA ସମ୍ମୁଖରେ ଏହି ଦାବି କଲେ ଛାତ୍ରୀ

July 28, 2026

ପଞ୍ଜାବ ପେପର୍ ଲିକ୍ ଉପରେ NDA ର ପ୍ରତିବାଦ: ଇସ୍ତଫା ଦାବି

July 28, 2026

“ତଦନ୍ତ ଏବଂ ଉତ୍ତରଦାୟିତ୍ୱ ମଧ୍ୟ ସ୍ଥିର ହେଉ”: CJP ପ୍ରତିବାଦରେ ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ

July 28, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓକୁ ବ୍ୟାନ୍ କରିବା ପାଇଁ ପରିଣାମ ଭୋଗିବ ଫେସବୁକ୍!: ସମନ୍ କଲେ ସରକାର

July 28, 2026

ବେଙ୍ଗାଲୁରୁରେ 2 ଲକ୍ଷ ଦରମା ସତ୍ତ୍ୱେ ଗରିବ ମନେ କରନ୍ତି ଯୁବକ: ଜାଣନ୍ତୁ କାରଣ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.