Stills from actress Rani Mukerji’s upcoming film “Mardaani 2”.
Author: Samikhsya Bureau
Mumbai: Actress Ankita Lokhande on the red carpet of Filmfare Glamour And Style Awards 2019 in Mumbai on Dec 3, 2019. (Photo: IANS)
Hyderabad: Indian skipper Virat Kohli during a practice session ahead of the first Twenty20 match against West Indies at Rajiv Gandhi International Cricket Stadium in Hyderabad on Dec 5, 2019. (Photo: Surjeet Yadav/IANS)
ଉନ୍ନାଓ,6/12: ଉତ୍ତର ପ୍ରଦେଶର ଉନ୍ନାଓ ବର୍ତ୍ତମାନ ରାଜ୍ୟର ଦୁଷ୍କର୍ମ ରାଜଧାନୀ ପାଲଟିଛି । ଜାନୁୟାରୀରୁ ନଭେମ୍ବର ମଧ୍ୟରେ ଉନ୍ନାଓରେ 86ଟି ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ଲକ୍ଷ୍ନୌରୁ 25 କିମି ଦୂର ଏହି ସହରର ଜନସଂଖ୍ୟା 31 ଲକ୍ଷ ଅଟେ । ଏହା ସହିତ ଏହି ସମୟ ମଧ୍ୟରେ 185ଟି ଯୌନ ନିର୍ଯାତନା ମାମଲା ରୁଜୁ କରାଯାଇଛି । ବିଧାୟକ କୁଲଦୀପ୍ ସେନ୍ଗାରଙ୍କ ଠାରୁ ଆରମ୍ଭ କରି ଗୁରୁବାର ଘଟିଥିବା ଦୁଷ୍କର୍ମ ମଧ୍ୟ ଏହା ମଧ୍ୟରେ ଅନ୍ତର୍ଭୁକ୍ତ । ଉନ୍ନାଓର ଏହି ଦୂରାବସ୍ଥା ପାଇଁ ସାଧାରଣ ଲୋକ ପୋଲିସ୍କୁ ଦାୟୀ କରୁଥିବା ବେଳେ ପୋଲିସ୍ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରୁଛି ବୋଲି ରାଘବ ରାମ ଶୁକ୍ଲା ପ୍ରକାଶ କରିଛନ୍ତି । (ଏଜେନ୍ସୀ)
ଅଗରତାଲା,6/12: ଅବୈଧ ପ୍ରବେଶ ପାଇଁ 9 ନାଇଜେରୀୟ ଫୁଟବଲ ଖେଳାଳିଙ୍କୁ ଅଟକ ରଖାଯାଇଛି । ଆସାମ ଯାଉଥିବା ବେଳେ ଏହି ଖେଳାଳି ମାନଙ୍କୁ ଅଟକ ରଖାଯାଇଥିଲା । ଖେଳାଳି ମାନଙ୍କ ନିକଟରୁ ଆବଶ୍ୟକୀୟ କାଗଜପତ୍ର ନ ମିଳିବା କାରଣରୁ ତାଙ୍କୁ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଅଗରତାଲାରୁ 190 କିମି ଦୂର ଧରମପୁରରେ 7 ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ନିକଟସ୍ଥ ବସ୍ ଷ୍ଟାଣ୍ଡରୁ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ସମସ୍ତ ଖେଳାଳି ବାଂଲାଦେଶ ଦେଇ ତ୍ରିପୁରାରେ ପ୍ରବେଶ କରିଥିବା ନେଇ ପୂର୍ବାନୂମାନ କରାଯାଉଛି । ଏହି ଖେଳାଳି ମାନେ ଗୌହାଟୀରେ ଏକ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ଯାଉଥିଲେ । (ଏଜେନ୍ସୀ)
Dense fog engulfed the famous Dal Lake as temperature dipped to minus 3.5 in Srinagar on Thursday. UNI SRN PHOTO 6.
A boatman rowing his Shikara taking across the famous Dal Lake an elderly woman amid dense fog as temperature dipped to minus 3.5 in Srinagar on Thursday. UNI SRN PHOTO 8
Hyderabad: India’s Sanju Samson during a practice session ahead of the first Twenty20 match against West Indies at Rajiv Gandhi International Cricket Stadium in Hyderabad on Dec 5, 2019. (Photo: Surjeet Yadav/IANS)
Mumbai: Author Shaheen Bhatt with her sisters Alia Bhatt and Pooja Bhatt at the launch of her book “I’ve Never Been (un)Happier” in Mumbai on Dec 4, 2019. (Photo: IANS)
ନୂଆଦିଲ୍ଲୀ,6/12: ତେଲୁଗୁ ଫିଲ୍ମ ପ୍ରତି ରୋଜୁ ପାଣ୍ଡଗାର ଟ୍ରେଲର ରିଲିଜ୍ ହୋଇଛି । ସମ୍ପୂର୍ଣ୍ଣ ପାରିବାରିକ କାହାଣୀ ଉପରେ ଏହି ଫିଲ୍ମ ପର୍ଯ୍ୟବେସିତ । ଫିଲ୍ମରେ ସାଇ ଧରମ ତେଜ୍, ରାଶି ଖାନ୍ନା ଏବଂ ସତ୍ୟରାଜ ମୁଖ୍ୟ ଭୂମିକାରେ ରହିଛନ୍ତି । ସତ୍ୟରାଜ ଫୁସ୍ଫୁସ୍ କ୍ୟାନ୍ସରରେ ପୀଡିତ ଥିବା ବେଳେ ନିଜ ଜୀବନର ଅନ୍ତିମ 5 ସପ୍ତାହ କିଭଳି ବିତାଉଛନ୍ତି ତା ଉପରେ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଫିଲ୍ମରେ ରାଓ ରମେଶଙ୍କ ଭଳି ଅଭିଜ୍ଞ କଳାକାର ମଧ୍ୟ ଅଛନ୍ତି । ମାରୁତି ଦଶାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଏସ ଏସ୍ ଥାମନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଡିସେମ୍ବର 20ରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି ।
ନୂଆଦିଲ୍ଲୀ,6/12: ବର୍ତ୍ତମାନ ଦେଶରେ ବଢ଼ୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସବୁଠି ବିକ୍ଷୋଭ ଜାରି ରହିଛି । ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ମିଳିବା ଠିକ୍ ନୁହେଁ ତେଣୁ ସେମାନେ ରାଜକ୍ଷମା ଆବେଦନ କରିବାକୁ ଯୋଗ୍ୟ ନୁହନ୍ତି ବୋଲି କୋବିନ୍ଦ କହିଛନ୍ତି । ରାଜସ୍ଥାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ପୋକ୍ସୋ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିମାନଙ୍କୁ କୌଣସି ରାଜକ୍ଷମା ଆବେଦନ କରିବାର ସୁଯୋଗ ଦିଆଯିବା କଥା ନୁହେଁ ।
ନୂଆଦିଲ୍ଲୀ,6/12: ଭାରତୀୟ ଓପ୍ନର ଶିଖର ଧଓ୍ବନ 5 ଭାରତୀୟ ଖେଳାଳିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ପୂର୍ବରୁ ଧଓ୍ବନ 5 ସାଥୀ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ସ୍ପିଡଷ୍ଟର ଜସ୍ପ୍ରୀତ୍ ବୁମ୍ରା, ରବୀନ୍ଦ୍ର ଜାଡେଜା, ଶ୍ରେୟସ୍ ଆୟାର, କରୁଣ ନାୟାର ଏବଂ ଆରପି ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧଓ୍ବନ୍ । ଧଓ୍ବନଙ୍କ ବ୍ୟତୀତ ଭିଭିଏସ୍ ଲକ୍ଷ୍ମଣ ଏବଂ କେ ଏଲ୍ ରାହୁଲ୍ ଅନ୍ୟ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଗଞ୍ଜାମ,6/12: ଇଣ୍ଡୋ ନେପାଳ ରୁରାଲ କବାଡି ଚାମ୍ପିୟନସିପ୍ରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳର ସଦସ୍ୟ ଅଜିତ ଜେନାଙ୍କୁ ତାଙ୍କ ଗ୍ରାମରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିର ଧରାକୋଟର ବାହାଡାଗୁଡା ଗ୍ରାମର ଅଜିତ ଜେନାଙ୍କୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ନେପାଳ ସହିତ ଉଦ୍ଘାଟନୀ ମ୍ୟାଚ୍ ଖେଳିଥିବା ଭାରତ ଫାଇନାଲ୍ ମ୍ୟାଚ୍ ମଧ୍ୟ ନେପାଳ ସହିତ ଖେଳିଥିଲା । ଅଜିତଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ 36-14ରେ ନେପାଳକୁ ପରାସ୍ତ କରିଥିଲା । ବିଜେପି ଯୁବମୋର୍ଚ୍ଚା ସଭାପତି ଏମ୍ ଚିନ୍ମୟ ରେଡ୍ଡୀଙ୍କ ନେତୃତ୍ବରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପ୍ରତାପ ଜେନା, ମିଥୁନ ପ୍ରଧାନ, ଟି. ମୁନେଶ ଦୋରା, ଧର୍ମେନ୍ଦ୍ର ସ୍ବାଇଁ ଏବଂ ଅଭୟ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ରଙ୍ଗାଚରଣ ପ୍ରଧାନ ଦୌଡନ୍ତୁ। ଯେତେ ପାରୁଛନ୍ତି ଦୌଡନ୍ତୁ। ଦେଶ ପାଇଁ ଦୌଡନ୍ତୁ। ଜାତି ପାଇଁ ଦୌଡନ୍ତୁ। ଅମୁକ ଦିବସ ପାଇଁ ଦୌଡନ୍ତୁ। ସମୁକ ଦିବସ ପାଇଁ ଦୌଡନ୍ତୁ। ପାନ୍ କାର୍ଡ ପାଇଁ ଦୌଡନ୍ତୁ। ଆଧାର କାର୍ଡ ପାଇଁ ଦୌଡନ୍ତୁ। ଜନଧନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଦୌଡନ୍ତୁ। ବ୍ୟାଙ୍କ ଆକାଉଣ୍ଟକୁ ଆଧାରକାର୍ଡ ସହ ସଂଯୋଗ କରିବା ପାଇଁ ଦୌଡନ୍ତୁ। ବିମୁଦ୍ରିକରଣବେଳେ ଅଚଳ ନୋଟ୍ ବଦଳପାଇଁ ଆପଣ ବ୍ୟାଙ୍କକୁ ଦୌଡିଛନ୍ତି। ଏଟିଏମ୍ ଆଗରେ ଲମ୍ବା ଧାଡିରେ ଠିଆ ହେବା ପାଇଁ ଦୌଡିଛନ୍ତି। ଏବେ ଲର୍ଣର ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ବି ସେମିତି ଦଉଡୁଛନ୍ତି। ଦୌଡିବା ଶରୀର ପାଇଁ ଭଲ। କିନ୍ତୁ ସରକାର ଆମକୁ କେଉଁ ଭଲ ପାଇଁ ଦୌଡାଉଛନ୍ତି? ସରକାରଙ୍କ କହିବାରେ କଳାଧନ ଧରିବା ପାଇଁ ନୋଟବନ୍ଦୀରେ ଲୋକେ ଦଉଡି ଦଉଡି ନୟାନ୍ତ ହୋଇଥିଲେ ମାତ୍ର କଳାଧନ ମିଳିଲା ନାହିଁ। ସରକାର କାହିଁକି ଲୋକଙ୍କୁ ଏତେଥର ଗଣୁଛନ୍ତି ? କ’ଣ ବାଣ୍ଟିବେ…
ନୂଆଦିଲ୍ଲୀ,6/12: ତେଲେଙ୍ଗାନା ପୋଲିସ୍ର ଏନ୍କାଉଣ୍ଟରକୁ ବିଭିନ୍ନ କ୍ରୀଡାବିତଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ଶୁକ୍ରବାର ସକାଳୁ ତେଲେଙ୍ଗାନା ପୋଲିସ୍ ପକ୍ଷରୁ ଏନ୍କାଉଣ୍ଟରରେ 4 ଦୁଷ୍କର୍ମକାରୀଙ୍କ ଏନ୍କାଉଣ୍ଟର କରାଯାଇଥିଲା । ଫୋଗତ ଭଗିନୀଙ୍କ ସହିତ ସାଇନା ନେହ୍ବାଲ, ଯୋଗେଶ୍ବର ଦତ୍ତ ଏବଂ ହରଭଜନ ସିଂ ତେଲେଙ୍ଗାନା ପୋଲିସର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ହାଇଦ୍ରାବାଦ ପୋଲିସର କାର୍ଯ୍ୟ ପ୍ରଶଂସନୀୟ ଏବଂ ଏପରି ବୀରତ୍ବ ପାଇଁ ସେମାନଙ୍କୁ ପ୍ରଣାମ ବୋଲି ଟ୍ବିଟ୍ କରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ । ରାକ୍ଷସ ମାନଙ୍କର ଏନ୍କାଉଣ୍ଟର କରିଥିବାରୁ ହାଇଦ୍ରାବାଦ ପୋଲିସକୁକ ଧନ୍ୟବାଦ ବୋଲି ଟ୍ବିଟ୍ କରିଛନ୍ତି ଗୀତା ଫୋଗତ । ହାଇଦ୍ରାବାଦ ପୋଲିସ୍ର ଉଦ୍ୟମ କାରଣରୁ ସମ୍ପୂର୍ଣ୍ଣ ଦେଶ ଉତ୍ସବ ମନାଉଛି । ଦେଶର ମହିଳାଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଥିବାରୁ ହାଇଦ୍ରାବାଦ ପୋଲିସକୁ ଧନ୍ୟବାଦ ଜଣାଇ ଟ୍ବିଟ କରିଛନ୍ତି ବବିତା ଫୋଗତ । ହାଇଦ୍ରାବାଦ ଏନ୍କାଉଣ୍ଟରର ଖବର ଶୁଣି ହୃଦୟକୁ ଶାନ୍ତି…
ନୂଆଦିଲ୍ଲୀ,6/12: ପଶୁ ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏନ୍କାଉଣ୍ଟରକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ନେତା, ଅଭିନେତା ଏବଂ ସାଧାରଣ ଲୋକ ପୋଲିସ୍କୁ ପ୍ରଶଂସା କରିଥିବା ବେଳେ ବିଜେପିର କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀ ଏହାକୁ ନାପସନ୍ଦ କରିଛନ୍ତି । ଯାହାବି ହେଲା ତାହା ବହୁତ ଭୟଙ୍କର ଏବଂ ଏପରି ହେବା ଅନୁଚିତ୍ ବୋଲି ମାନେକା କହିଛନ୍ତି । ଅଭିଯୁକ୍ତ ମାନଙ୍କୁ କୋର୍ଟେର ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡିତ କରାଯିବା ଉଚିତ୍ ହୋଇଥାନ୍ତା ବୋଲି ମାନେକା ପ୍ରକାଶ କରିଛନ୍ତି । ଯଦି ପୋଲିସ୍ ଏପରି ଆଇନକୁ ହାତକୁ ନେବ ତେବ ଦେଶରେ ଆଇନ କାନୁନ୍ ଏବଂ ନ୍ୟାୟିକ ବ୍ୟବସ୍ଥା ରହିବାର ଫାଇଦା କଣ ବୋଲି ସଂସଦ ବାହାରେ ମତ ଦେଇଛନ୍ତି ମାନେକା । ଏହି ମାମଲାରେ ମାନେକାଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତ୍ରୀ କୁମାରୀ ଶୈଳଜା ।(ଏଜେନ୍ସୀ)
କୋଚି,6/12 : ଲୋକପ୍ରିୟ ମାଲାୟଲମ ଫିଲ୍ମ ଅଭିନେତ୍ରୀ ମଞ୍ଜୁ ଓ୍ବାରିୟରଙ୍କ ଅଭିଯୋଗ କାରଣରୁ ଫିଲ୍ମ ନିର୍ମାତା ଶ୍ରୀକୁମାର ମେନନଙ୍କୁ ଗିରଫ କରାଯାଇଛି । ସୋସିଆଲ ମିଡିଆରେ ମଞ୍ଜୁଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା କାରଣରୁ କୁରୁବାର ମେନନଙ୍କୁ ଗିରଫ କରାଯାଇଛି । ଅବଶ୍ୟ ମେନନଙ୍କୁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରାଯାଇଛି । ଅକ୍ଟୋବର 22ରେ କେରଳ ଡିଜିପି ଲୋକନାଥ ବେହେରାଙ୍କୁ ଭେଟି ମଞ୍ଜୁ ଏହି ମାନହାନି ମୋକଦ୍ଦମା ଦାୟର କରିଥିଲେ । ମୋହନଲାଲ-ମଞ୍ଜୁ ଓ୍ବାରିୟର ଅଭିନୀତ ଓଡିୟାନ୍ର ନିର୍ଦ୍ଦେଶକ ରହିଥିବା ମେନନ ପୋଲିସ ନିକଟରେ ନିଜ ପକ୍ଷ ରଖିବା ସହିତ ତଦନ୍ତରେ ସହଯୋଗର ପ୍ରତଶ୍ରୁତି ପ୍ରଦାନ କରିଛନ୍ତି । ପୋଲିସ ନିକଟରେ ଅଭିଯୋଗକୁ କେରଳ ଫିଲ୍ମ ସଂଘ ନିକଟରେ ମଧ୍ୟ ଉତ୍ଥାପନ କରିଛନ୍ତି ମଞ୍ଜୁ ଓ୍ବାରିୟର ।(ଏଜେନ୍ସୀ)
ନୂଆଦିଲ୍ଲୀ,6/12: ଚୀନ୍ର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି 7 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 13 ଜଣ ଆହତ ହୋଇଛନ୍ତି । ଚୀନ୍ର ହୁନାନ୍ ପ୍ରଦେଶରେ ଗୁରୁବାର ଏହି ବିସ୍ଫୋରଣ ଘଟିଥିଲା । ଅନୈତିକ ଭାବରେ ଏହି ବାଣ କାରଖାନାରୁ ବାଣ ଉତ୍ପାଦନ କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଜାନୁୟାରୀ 25ରେ ଚୀନ୍ ନୂତନ ବର୍ଷ ପାଳନ ପୂର୍ବରୁ ପ୍ରବଳ ବାଣ ତିଆରି ହେଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହିତ ବାଣ କାରଖାନାକୁ ସିଲ୍ କରିଦିଆଯାଇଛି । ଏହା ସହିତ ବିସ୍ଫୋରଣର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସୀ)
ମୁମ୍ବାଇ, ୬/୧୨: ଫିଲ୍ମ ଫ୍ରାଇଡେ’ରେ ଆଜି ପରଦାକୁ ଆସିଛି ଦୁଇଟି ଫିଲ୍ମ । ଗୋଟିଏ ରୋମାଣ୍ଟିକ୍ କମେଡ଼ି ହୋଇଥିବାବେଳେ ଅନ୍ୟଟି ଐତିହାସିକ ଫିଲ୍ମ। ୧୯୭୮ ମସିହାରେ ରିଲିଜ୍ ହୋଇଥିବା ରଞ୍ଜିତ୍ କୁମାର, ବିଦ୍ୟା ସିହ୍ନା ଓ ରଞ୍ଜିତା କୌର୍ଙ୍କ ରିମେକ୍ ଫିଲ୍ମ ହେଉଛି ‘ପତି ପତ୍ନୀ ଔର ଓ୍ବ’ । ଏହି ଫିଲ୍ମରେ କାର୍ତ୍ତିକ, ଆର୍ଯ୍ୟାନ୍ ଓ ଭୂମି ପେଣ୍ଡେନ୍କର୍ ଅଭିନୟ କରିଥିବାବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ବ ଗ୍ରହଣ କରିଛନ୍ତି ମୁଦାସାର୍ ଅଜିଜ୍ । ଫିଲ୍ମର ଗୀତଗୁଡ଼ିକ ବେଶ୍ ହିଟ୍ ରହିଥିବାବେଳେ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିବା ନେଇ ଆଶା କରାଯାଇଛି । ସେହିପରି ଆଶୁତୋଷ ଗୋଓ୍ବାରିକର୍ଙ୍କ ନିର୍ଦ୍ଦେଶିତ ‘ପାନିପଥ୍’ରେ ସଞ୍ଜୟ ଦତ୍ତ, ଅର୍ଜୁନ୍ କପୁର୍ ଓ କ୍ରିତ୍ ସାନୋନ୍ ପ୍ରମୁଖ ଭୂମିକାରେ ରହିଛନ୍ତି । ମରାଠା ଓ ଅଫଗାନ୍ଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପଥ ଯୁଦ୍ଧକୁ ଏହି ଫିଲ୍ମରେ ଦର୍ଶାଯାଇଥିବାବେଳେ ଦୀର୍ଘ ଦିନ ପରେ ସଞ୍ଜୟ ଦତ୍ତଙ୍କୁ ଖଳନାୟକ ଭୂମିକାରେ…
ନୂଆଦିଲ୍ଲୀ,6/12: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ବିପକ୍ଷରେ 6ଟି ନୂତନ ଯାଚିକା ଦାଖଲ ହେବାକୁ ଯାଉଛି । ନଭେମ୍ବର 9ର ସର୍ବୋଚ୍ଚ କୋର୍ଟଙ୍କ ଐତିହାସିକ ରାୟରେ ରାମଲାଲାଙ୍କୁ ବିବାଦୀୟ ଜମି ପ୍ରଦାନ କରାଯିବା ସହିତ ମୁସଲିମ ପକ୍ଷଙ୍କୁ ମସଜିଦ୍ ନିର୍ମାଣ ପାଇଁ 5 ଏକର ଜମି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଡିସେମ୍ବର 6 ତାରିଖରେ ବାବ୍ରୀ ମସ୍ଜିଦ୍ ଭଙ୍ଗାକୁ 27 ବର୍ଷ ପୁରୁଥିବା ବେଳେ ଆଉ 6ଟି ନୂତନ ପିଟିସନ୍ ଦାଖଲ କରାଯିବା ନେଇ ସୂଚନା ମିଳିଛି । ପୂର୍ବରୁ ରାୟକୁ ଅନ୍ୟାୟ ବୋଲି ଦର୍ଶାଇ ସିଆ ପକ୍ଷଙ୍କ ତରଫରୁ ଏକ ଯାଚିକା ଦାଖଲ କରାଯାଇଛି । ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ ସଚିବ ଜାଫରାୟାବଜୀଲାନୀ ପ୍ରକାଶ କରିଛନ୍ତି । ଖୁବ୍ଶୀଘ୍ର ଯାଚିକା ଦାଖଲର ତାରିଖ ସମ୍ପର୍କରେ ଘୋଷଣା କରାଯିବ ବୋଲି ଜିଲାନୀ ପ୍ରକାଶ କରିଛନ୍ତି । (ଏଜେନ୍ସୀ)
ବମ୍ବେ ହାଇକୋର୍ଟରୁ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ନେତା ଅଜିତ୍ ପାଓ୍ବାରଙ୍କୁ ଆଜି ଆଶ୍ବସ୍ତି ମିଳିଛି। ଜଳସେଚନ ଦୁର୍ନୀତି ମାମଲାରେ ଆଣ୍ଟି କରପ୍ସନ୍ ବ୍ୟୁରୋ(ଏସିବି) ତାଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ଜଣାପଡ଼ିଛି। ନଭେମ୍ବର ୨୭ରେ ବମ୍ବେ ହାଇକୋର୍ଟରେ ଏକ ଶପଥ ପତ୍ର ଦାଖଲ କରାଯାଇଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, ବିଦର୍ଭ ଇରିଗେସନ୍ ଡେଭଲପ୍ମେଣ୍ଟ କର୍ପୋରେଶନ୍ର ଅଧ୍ୟକ୍ଷ କାର୍ଯ୍ୟକାରୀ ଏଜେନ୍ସିଙ୍କ କାର୍ଯ୍ୟ ପାଇଁ ଅଜିତ୍ ପାଓ୍ବାରଙ୍କୁ ଉତ୍ତରଦାୟିତ୍ୱ କରିନାହାନ୍ତି। କାରଣ ତାଙ୍କ ପାଖରେ କୌଣସି ବୈଧାନିକ ଦାୟିତ୍ୱ ନ ଥିବା ସେ ଦର୍ଶାଇଛନ୍ତି। ୧୯୯୯ ରୁ ୨୦୦୯ ମସିହା ମଧ୍ୟରେ ରାଜ୍ୟର ଜଳ ସେଚନ ମନ୍ତ୍ରୀ ରୂପରେ ପାଓ୍ବାର ଅବସ୍ଥାପିତ ଥିବାବେଳେ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ୩୨ଟି ଜଳସେଚନ ପ୍ରକଳ୍ପକୁ ନେଇ ୧୭,୭୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା ।

