Author: Samikhsya Bureau

ବ୍ରହ୍ମପୁର, 8/12:  କାଜାଖିସ୍ଥାନରେ ଡ଼ିସେମ୍ବର ୨ ତାରିଖରୁ ଚାଲିଥିବା ଏସିଆନ୍ କ୍ଲାସିକ୍ ପାୱାରଲିଫ୍ଟିଂ ଚମ୍ପିୟନସିପ୍ରେ ବ୍ରହ୍ମପୁରର ରଂଜିତା ମିଶ୍ର ୩ଟି ସ୍ୱର୍ଣ୍ଣପଦକ ପାଇ ବ୍ରହ୍ମପୁର ତଥା ଦେଶପାଇଁ ଗୌରବ ଆଣିଛନ୍ତି । ଇଣ୍ଡିଆନ ପାୱାରଲିଫିଂ ଅର୍ଗନାଇଜେସନ୍ ପକ୍ଷରୁ ଭାରତରୁ ୫୬ ଜଣ ଅଂଶଗ୍ରହଣ କରିଥିଲେ । ଏସିଆରୁ ୨୨ଟି ଦେଶର ୩୫୦ରୁ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ସ୍କର୍ଟରେ, ବେଞ୍ଚ, ଭାରତ୍ତୋଳନରେ ସମୁଦାୟ ୩ଟି ସ୍ୱର୍ଣ୍ଣପଦକ ପାଇ ବ୍ରହ୍ମପୁର ସହର ପାଇଁ ଗୌରବ ଆଣିଛନ୍ତି ।

Read More

ତାମିଲନାଡୁ, ୮/୧୨ : ହାଣ୍ଡିଶାଳରୁ ପିଆଜ ଏବେ ଉଦ୍ଭାନ ହୋଇ ଆଲମାରୀରେ ସାଇତା ହେଉଛି। ପିଆଜର ଅହେତୁକ ଦରବୃଦ୍ଧି ହେତୁ ଖାଉଟି ସମେତ ବ୍ୟବସାୟୀ ଗୋଷ୍ଠୀ ନାହିଁ ନଥିବାର ହଇରାଣ ହେଉଛି । ଗୃହିଣୀଙ୍କ ବଜେଟ୍‌କୁ ବିଗାଡ଼ି ଦେଇଛି ଏହି ପିଆଜ। ଥାଳି କଡ଼ରେ ଆଉ ପିଆଜ ଶୋଭା ପାଉନାହିଁ । ଏବେ ପିଆଜକୁ ଲୁଚାଇ ରଖିବାକୁ ପଡୁଛି। ପିଆଜ ଏବେ ଏକ ଦୁର୍ମୂଲ୍ୟ ସାମଗ୍ରୀ ହୋଇପଡିଛି । ସାରା ଭାରତରେ ପିଆଜର କିଲୋ ପିଛା ମୂଲ୍ୟ ୧୦୦ଟଙ୍କାରୁ ଉର୍ଦ୍ଧ୍ବ ରହିଥିବାବେଳେ କେତେକ ସ୍ଥାନରେ ଏହା  ଏବେ ୧୩୦ରୁ ୧୪୦ ଟଙ୍କା ରହିଛି। ଏପରି ସ୍ଥିତିରେ ଆପଣଙ୍କୁ ଯଦି କେହି ପିଆଜର ଅଫର୍‌ ଦିଅନ୍ତି, ତେବେ ଆପଣଙ୍କୁ ଟିକିଏ ଝଟ୍‌କା ଲାଗିବ ନା। ପିଆଜକୁ ନେଇ ଏମିତି ଏକ ଅଫର୍‌ ରହିଛି। ତାମିଲନାଡୁର ପୁଟ୍ଟୁକୋଟ୍ଟଇଠାରେ ଜଣେ ମୋବାଇଲ୍‌ ଦୋକାନୀ ପିଆଜକୁ ନେଇ ଅଫର୍‌ ରଖିଛନ୍ତି। ଏହି ଦୋକାନୀ ଜଣକ ସ୍ମାର୍ଟଫୋନ୍‌ ବିକ୍ରି…

Read More

ଦିଲ୍ଲୀ, ୮/୧୨ : ରବିବାର ସକାଳ ସମୟରେ ନୂଆଦିଲ୍ଲୀ ରାଣୀ ଝାନ୍‌ସି ରୋଡ୍‌ରେ ଅନାଜ ମଣ୍ଡିରେ ଅଗ୍ନିକାଣ୍ଡ ଲାଗିଥିବା ନିଆଁରେ ମୃତ୍ୟ ସଂଖ୍ୟା ୪୩କୁ ପହଞ୍ଚିଥିବାବେଳେ ଏଥିରେ ୬୩ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ୫ଟି ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦିଲ୍ଲୀଠାରେ ଘଟିଥିବା ଏଭଳି ମର୍ମନ୍ତୁଦ ଘଟଣାରେ ଭାରତର ରାଷ୍ଟ୍ରପତି ଶୋକ ପ୍ରକଟ କରିଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାହୁଲ୍‌ ଗାନ୍ଧି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ପ୍ରମୁଖ ଟୁଇଟ୍‌ କରି ଶୋକ ପ୍ରକଟ କରିଛନ୍ତି । କେଜରୀଓ୍ବାଲ ସରକାରର ମନ୍ତ୍ରୀ ଇମାରନ ହୁସୈନ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ଘୋଷଣା କରିଛନ୍ତି । ସେହିପରି ବିଜେପି ନେତା ବିଜୟ ଗୋଏଲ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । (ଏଜେନ୍ସି)

Read More

ବାଲେଶ୍ବର ୮/୧୨: ରବିବାର ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଟ୍ରକ୍‌ ପଛରେ ଏକ ଟ୍ରାଭେଲର୍‌ ପିଟି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁରୀ ସହରର ବାଲିସାହି ଅଂଚଳରୁ ଶନିବାର ରାତି ପ୍ରାୟ ୧୧ଟାରେ ୨୫ ଜଣ ପର୍ଯ୍ୟଟକ ଏକ ଟ୍ରାଭେଲରରେ ଦେବକୁଣ୍ଡ ଯାଉଥିଲେ । ସେମାନେ ଶେରଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ପଛପଟରୁ ଦୃତଗତିରେ ଯାଉଥିବା ଟ୍ରାଭେଲର ଟ୍ରକକୁ ଶକ୍ତ ଧକ୍କା ଦେଇଥିଲା । ଭୋର ସକାଳ ହୋଇଥବାରୁ ଟ୍ରାଭେଲର ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରୁଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତରେ ପୁଲିସ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସି)

Read More

ଦିଲ୍ଲି,୮/୧୨: ରାଜଧାନୀ ଦିଲ୍ଲୀର ରାଣୀ ଝାନ୍ସୀ ରୋଡ୍‌ଠାରେ ରବିବାର ସକାଳୁ ଶସ୍ୟ ମଣ୍ଡିରେ ଭୀଷଣ ନିଆଁ ଲାଗିଯାଇଛି । ଏହି ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକେ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ମିଳିଥିବା ସୂଚନା ଅନୁସାରେ ରବିବାର ସକାଳ ୫ଟା ବେଳେ ମଣ୍ଡିରେ ଥିବା ତୃତୀୟ ମହଲାରେ ନିଆଁ ଲାଗିଥିଲା । ପରେ ପରେ ଏହା ବେକେରୀକୁ ସମ୍ପ୍ରସାରଣ କରି ପୂରା କୋଠାରେ ନିଆଁ ଲାଗିଯାଇଥିଲା । ଏହା ଏତେ ଭୟାନକ ରହିଥିଲା ଯେ, ୩0ରୁ ଅଧିକ ଦମକଳ ଗାଡ଼ି ଏହି ନିଆଁଲିଭା କାର୍ଯ୍ୟରେ ନିୟୋଜିତ କରହିଛନ୍ତି । ଏହି ଘଟଣାରେ ୩୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫0ରୁ ଅଧିକ ଗଭୀର ରୂପରେ ଆହତ ହୋଇଥିବାର ଖବର ମିଳିଛି । ଆହତମାନଙ୍କୁ ଆରଏମଏଲ୍‌, ଏଲ୍‌ଏନ୍‌ଜେପି, ହିନ୍ଦୁ ରାଓ ଓ ସଫଦରଗ୍ଞ୍ଜ ଆଦି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି…

Read More

ଉତ୍ତରପ୍ରଦେଶ, ୮/୧୨: ଉତ୍ତରପ୍ରଦେଶରେ ଉନ୍ନାଓ ଘଟଣାର ନିଆଁ ନ ଲିଭିଣୁ ଆଉ ଏକ କୁତ୍ସିତ ଘଟଣା ସାମ୍ନାକୁ ଆସିଛି । ଗତକାଲି ଉନ୍ନାଓ ପୀଡ଼ିତା ମୃତ୍ୟୁବରଣ କରିଥିବାବେଳେ ମୁଜାଫରନଗର ଜିଲ୍ଲାରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ଉପରକୁ ଏସିଡ଼ ମାଡ଼ ହୋଇଛି । ମୁଜାଫରପୁର ପୋଲିସ ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛି । ପୋଲିସ କହିଛି ଯେ, ୪ ଜଣ ଯୁବକ ଅଦାଲତରୁ ଦୁଷ୍କର୍ମ ମାମଲା ଫେରାଇ ଆଣିବା ପାଇଁ ମହିଳାଙ୍କୁ କହିଥିଲେ କିନ୍ତୁ ଏଥିରେ ପୀଡ଼ିତା ରାଜି ନ ହେବାରୁ ଏସିଡ ମାଡ଼ କରିଥିଲେ । ପୋଲିସ କହିଛି ଯେ, ମହିଳାଙ୍କ ଶରୀର ୩୦ ପ୍ରତିଶତ ଜଳିଯାଇଛି ଏବଂ ମେରଠର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଶାହପୁର ଥାନା ଅଧିକାରୀ ଗିରିଜା ଶଙ୍କର ତ୍ରିପାଠୀ କହିଛନ୍ତି, ବୁଧବାର ରାତି ୪ ଜଣ ବ୍ୟକ୍ତି ମହିଳାଙ୍କ ଘରକୁ ବଳପୂର୍ବକ ପ୍ରବେଶ କରିଥିଲେ । ଏହା ପରେ ସେମାନେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୮/୧୨: ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କର ଗତକାଲି ରାତି ପରଲୋକ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ବାସ ଭବନରେ  ୯୨ ବର୍ଷ ବୟସରେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି ଭାଗବତ ।  ଭାଗବତଙ୍କ ପରଲୋକରେ କେନ୍ଦ୍ରାପଡ଼ା ରାଜନୀତିରେ ଏକ ଯୁଗ ସମାପ୍ତ ହୋଇଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଭାଗବତ ମହାନ୍ତି କେନ୍ଦ୍ରାପଡ଼ା ବିଧାନସଭା ମଣ୍ଡଳୀରୁ ତିନିଥର ନିର୍ବାଚିତ ହୋଇଥିଲେ ଓ ସେ  ରାଜ୍ୟ ମନ୍ତ୍ରିମଣ୍ଡଳରେ ଦୁଇ ଥର ମନ୍ତ୍ରୀ ହୋଇଥିଲେ । ସେ ଓଡ଼ିଶା ବିଧାନସଭାରେ ରାଜସ୍ୱ ଓ ଶିକ୍ଷା ମନ୍ତ୍ରୀ ଥିଲେ । ଏତଦ ବ୍ୟତୀତ ସେ କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କର ସଭାପତି ଥିଲେ ।

Read More

କେଦାର ମିଶ୍ର  ମାତ୍ର ୧୧ ମାସରେ ଗୋଟିଏ ଜିଲାରେ ଘଟିଛି ୮୬ ଟି ଧର୍ଷଣ ଓ ୧୮୫ ବଳାତ୍କାର ଘଟଣା। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ ୬୩ କିଲୋମିଟର ଦୂରରେ ଅବସ୍ଥିତ ଉନ୍ନାଓ ଜିଲ୍ଲା ଏବେ ମହିଳାଙ୍କ ପାଇଁ ଏବେ ନିର୍ୟାତନାର ଯାତନା ଗୃହ ପାଲଟିଛି। ଯେଉଁ ଦିନ ପୋଲିସର ହାଇଦ୍ରାବାଦ ପୋଲିସର ଏନକାଉଣ୍ଟର ନ୍ୟାୟକୁ ନେଇ ସାରା ଦେଶ ବଡ ଖୁସି ରେ ନାଚୁଥିଲା, ସେଦିନ ଉନ୍ନାଓ ର ଆଉ ଏକ ଝିଅକୁ ତାର ଧର୍ଷଣକାରୀମାନେ ପୋଡି ମାରିଦେଲେ। ସେ ପୋଡି ମାରିବାର ଦୃଶ୍ୟ ବି କିଛି ଭୟାନକ ନଥିଲା। ୯୦ ଭାଗ ପୋଡିଯାଇଥିବା ଗୋଟେ ଆଦିବାସୀ ଝିଅ ଦଉଡି ଦଉଡି ଗୋଟେ କିଲୋମିଟର ପରେ ପୋଲିସ କୁ ଫୋନ କରି ପାରିଲା। ମାତ୍ର ୧୦ ଘଣ୍ଟା ଭିତରେ ଝିଅଟିର ଜୀବନ ଚାଲିଗଲା। କିଛିମାସ ଆଗରୁ ଝିଅଟିକୁ ଧର୍ଷଣ କରିଥିବା ଅପରାଧୀମାନେ ଜେଲରୁ ଜାମିନ ପାଇ ଫେରିଥିଲେ। ଅପରାଧୀର…

Read More

ଭୁବନେଶ୍ବର/ଯୋଧପୁର,07/12: ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କାରଣ ଶନିବାର ଦିନ ଯୋଧପୁରରେ ଯେପରି ରାଷ୍ଟ୍ରପତିଙ୍କ ସୁରକ୍ଷା ବଳୟ ଭାଙ୍ଗି ଜଣେ ପଶି ଆସିଲା ସେଥିପାଇଁ ଓଡ଼ିଶାରେ ସବୁଆଡୁ ତୀକ୍ଷ୍ମ ନଜର ରଖାଯାଇଛି। ଓଡିଶା ଆସିବା ପୂର୍ବରୁ ରାମନାଥ କୋବିନ୍ଦ ଯୋଧପୁର ଗସ୍ତରେ ଯାଇଥିଲେ। ସେ ଯୋଧପୁରର ସର୍କିଟ ହାଉସରେ ସକାଳ ଜଳଖିଆ କରୁଥିବା ବେଳେ ହଠାତ ଜଣେ ଲୋକ ସୁରକ୍ଷା ବଳୟ ଭାଙ୍ଗି ଭିତରକୁ ପଶି ଆସିଲା। ସେ ଦୈଡି ଦୈଡି ରାଷ୍ଟ୍ରପତିଙ୍କ ପାଦ ଛୁଇଁକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଥିବା ପୋଲିସ ତାଙ୍କୁ ଧରି ବାହାରକୁ ଭିଡି ନେଇ ଯାଇଥିଲେ। ଏହି ଘଟଣା ଜଣାପଡିବା ପରେ ସେଠାରେ ଥିବା ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ତୁରନ୍ତ 6 ଜଣ ସୁରକ୍ଷା ଅଧିକାରୀଙ୍କୁ ନିଳମ୍ବିତ କରିଛନ୍ତି। ପୋଲିସ ତରଫରୁ କୁହାଯାଇଛି ଯେ, ସେହି ଲୋକର ନାମ ହେଉଛି ଦୀନେଶ ଚାନ୍ଦ ଏବଂ ତାଙ୍କ ଘର…

Read More

ଭୁବନେଶ୍ବର,୭/୧୨:  ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ୍‌, ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି । ଭୁବେନଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‌ ଓରାମ, ମୁଖ୍ୟ ଶାସନ ସଚିବ ଓ ଡିଜିପି ମଧ୍ୟ ରାଷ୍ଟ୍ରପତି ସ୍ବାଗତ ସମ୍ବର୍ଦ୍ଧନା ସମୟରେ ଉପସ୍ଥିତ ରହିଥିଲେ। ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିଥିବାବେଳେ ଆଜି ରାଜଭବନରେ ରାତ୍ରିଯାପନ କରିବେ । ଆସନ୍ତା କାଲି ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ପାଇକ ବିଦ୍ରୋହର ସ୍ମାରକୀ ଶିଳାନ୍ୟାସ କରିବା ସହ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲିରେ ଯୋଗଦେବେ । (ଏଜେନ୍ସି)

Read More

ଭୁବନେଶ୍ୱର, ୭/୧୨: ରାଜ୍ୟରେ ହୁ ହୁ ବୃଦ୍ଧିପାଉଥିବା ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପ୍ରସଙ୍ଗରେ ଆଜି ଛାତ୍ର କଂଗ୍ରେସ ଅଭିନବ ପ୍ରତିବାଦ କରିଛନ୍ତି । ରାଜ୍ୟ ଛାତ୍ର କଂଗ୍ରେସର ସଂଯୋଜକ ଆଦିତ୍ୟ ପ୍ରିତମ ଦାସଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ଦିବା ୧୧.୩୦ ମିନିଟ୍‌ ସମୟରେ କଂଗ୍ରେସ ଭବନ ଠାରୁ ମହାତ୍ମା ଗାନ୍ଧୀ ମାର୍ଗ ଦେଇ  ଲୋକସେବା ଭବନ ଆଡ଼କୁ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟି ତାତ୍ସଲ୍ୟଭରା ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ଯିବାବେଳେ ପୋଲିସ୍  ଗିରଫ କରିଛି। ଛାତ୍ରନେତା ମାନଙ୍କୁ ଲୋୟର ପିଏମ୍‌ଜିରୁ  ଗିରଫ କରାଯାଇଥିଲା । ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜ୍ୟରେ କ୍ଷୋଭ ଓ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନିରବତା ଅତ୍ୟନ୍ତ ଦୁଃଭାଗ୍ୟଜନକ ବୋଲି ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଆଦିତ୍ୟ ପ୍ରିତମ ଦାସ ଦୃଢ଼ ଆରୋପ ଓ ପ୍ରତିବାଦ କରିଛନ୍ତି ।  ସୂର୍ଯ୍ୟକାନ୍ତ ବାରିକ, ବିଶ୍ୱଜିତ୍ ଲେଙ୍କା, ସମ୍ଭବ ପଟ୍ଟନାୟକ…

Read More

ଝାଡଖଣ୍ଡ, ୭/୧୨ : ୮୧ ଆସନ ବିଶିଷ୍ଟ ଝାଡଖଣ୍ଡର ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ମତଦାନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ପର୍ଯ୍ୟାୟରେ ୬୨.୨୪ ପ୍ରତିଶତ ମତଦାନ ହୋଇଥିବାର ସୂଚନା ରହିଛି। ଏଠାରେ ୫ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଛି। କେବଳ ଗୋଟିଏ ବୁଥ୍‌ରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି। ଏହି ପର୍ଯ୍ୟାୟରେ ଜାମସେଦପୁରର ପୂର୍ବ ଆସନରେ ମୁଖ୍ୟମନ୍ତ୍ରୀ ରଘୁବାର ଦାସ ନିର୍ବାଚନ ଲଢୁଥିବାବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ସରୟୁ ରାୟ । (ଏଜେନ୍ସି)

Read More

ଉତ୍ତରପ୍ରଦେଶ, ୭/୧୨ : ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଉତ୍ତରପ୍ରଦେଶ ସରକାର ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଧାରରେ ପୀଡ଼ିତାଙ୍କ ପରିାବରକୁ ଘର ଦେବା ପାଇଁ ମଧ୍ୟ ଘୋଷଣା କରାଯାଇଛି। ଗତକାଲି ରାତ୍ରି ୧୧ଟା ୪୦ ମିନିଟ୍‌ରେ ପୀଡ଼ିତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିବା ସହ ଏହି ଘଟଣାର ବିଚାର ଫାଷ୍ଟ ଟ୍ରାକ୍‌ କୋର୍ଟରେ ହେବ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଅଭିଯୁ୍କ୍ତମାନେ ଜାମିନ୍‌ରେ ଆସି ପୀଡ଼ିତାଙ୍କୁ ମାରପିଟ୍‌ କରିବା ସହ ଜଳାଇଦେଇଥିଲେ । ପୀଡ଼ିତା ଜଣକ ୯୦ ପ୍ରତିଶତ ଜଳିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସଫଦରଗଞ୍ଜ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ମୃ୍ତ୍ୟୁବରଣ କରିଥିଲେ। (ଏଜେନ୍ସି)

Read More

ଓ୍ବାୟନାଡ,୭/୧୨: ରାହୁଲ୍‌ ଗାନ୍ଧି ନିଜ ନିର୍ବାଚନ ମଣ୍ଡଳୀ ଓ୍ବାୟନାଡ ଗସ୍ତ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି ଦେଶରେ ଏବେ ବଢି ଚାଲିଥିବା ହିଂସା ଓ ଦୁଷ୍କର୍ମ ପାଇଁ ସରକାର ଦାୟୀ। ଏଠାରେ ଜନତା ଆଇନକୁ ନିଜ ହାତକୁ ନେଲେଣି। କାରଣ ଏଠି ଦେଶ ଚଳାଉଥିବା ଲୋକ ହିଂସାରେ ବିଶ୍ୱାସ ରଖନ୍ତି। ଏବେ ଭାରତ ବିଶ୍ୱର ଦୁଷ୍କର୍ମକାରୀଙ୍କ କ୍ୟାପିଟାଲ ପାଲଟି ଯାଇଛି ବୋଲି ରାହୁଲ କହିଛନ୍ତି। ଉତ୍ତର ପ୍ରଦେଶର ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକଙ୍କ ନାଁରେ ମହିଳାଙ୍କୁ ବଳାତ୍କାର କରିଥିବାର ଅଭିଯୋଗ ଥିଲେ ମଧ୍ୟ ମୋଦି ଏହାକୁ ନେଇ ଗୋଟିଏ ଶବ୍ଦ କହୁ ନାହାନ୍ତି ବୋଲି ରାହୁଲ କହିଛନ୍ତି। ସେହିପରି ପ୍ରିୟଙ୍କା ଗାନ୍ଧି ମଧ୍ୟ ଉତ୍ତରପ୍ରଦେଶ ଉନ୍ନାଓର ପୀଡ଼ିତାଙ୍କ ମୃତ୍ୟୁ ପରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିବା ସହ ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ,୭/୧୨ : ହାଇଦ୍ରାବାଦ ଗଣଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ଘଟଣାକୁ ନେଇ ବୟାନ ଦେଇଛନ୍ତି ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବେଡ୍‌। ସେ ଗଣଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରକୁ ଘଟଣାକୁ ଆଲୋଚନା କରିଛନ୍ତି। ଯୋଧପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ବୋବେଡ୍‌ କହିଛନ୍ତି ଯେ, ନ୍ୟାୟ କେବେ ବି ତରତରିଆ ଭାବେ ନେଇହେବ ନାହିଁ। ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ, ଯଦି  ପ୍ରତିଶୋଧର ଭାବନାକୁ ନେଇ ଯଦି ନ୍ୟାୟ କରାଯିବ, ତେବେ ତାହା ମୂଳ ଚରିତ୍ରକୁ ହଜାଇ ଦେବ। ଯୋଧପୁରଠାରେ ରାଜସ୍ଥାନ ହାଇକୋର୍ଟର ଏକ ନୂତନ ବିଲିଡିଂ ଉଦ୍‌ଘାଟନ ଅବସରରେ ବିଚାରପତି ଏନେଇ ନେଇ ନିଜର ମତ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ହାଇଦ୍ରାବାଦର ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କ ୪ ଗଣଦୁଷ୍କର୍ମକାରୀଙ୍କୁ ତେଲେଙ୍ଗାନା ପୋଲିସ୍‌ ଏନକାଉଣ୍ଟର କରିଥିଲା। ଏହାକୁ ନେଇ ଦେଶରେ ଚର୍ଚ୍ଚା ଚାଲିଛି । ସାଧାରଣରେ ପୋଲିସ୍‌ର ଏହି କାର୍ଯ୍ୟକୁ ପ୍ରଶଂସା କରାଯାଉଥିବାବେଳେ ମାନବାଧିକାରୀ କର୍ମୀ, ସାମାଜିକ କର୍ମୀ ତଥା…

Read More