Author: Samikhsya Bureau

ନୂଆଦିଲ୍ଲୀ,9/12: ହାଇଦ୍ରାବାଦର ମହିଳା ପଶୁ ଡାକ୍ତରାଣୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ 4 ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର ପରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସୋମବାର ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏସ୍‌ଆଇଟି ଗଠନ କରାଯାଇଛି । ରାଚାକୋଣ୍ଡା କମିଶନରେଟ୍‌ ପୋଲିସ୍‌ର କମିଶନର ମହେଶ ଭଗଓ୍ବତଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ ଅନ୍ୟ 7 ଜଣ ସଦସ୍ୟ ରହିଛନ୍ତି । ତେଲେଙ୍ଗାନା ହେଇକୋର୍ଟରେ ଆଜିଠାରୁ ଏହି ମାମଲାର ଶୁଣାଣି ହେଉଥିବା ବେଳେ ସୁପ୍ରିମକୋର୍ଟରେ ଚଳିତ ବୁଧବାର ଠାରୁ ଏହି ମାମଲାର ଶୁଣାଣି ଆରମ୍ଭ ହେବାକୁ ଯାଉଛି । ସେହିପରି 4 ଜଣ ନିହତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟର ଭିଡିଓ ସୁଟିଂ ମେହବୁବନଗର ଜିଲ୍ଲା ଜଜ୍‌ଙ୍କ ନିକଟରେ ଦାଖଲ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଆସନ୍ତା ୧୬ ତାରିଖ ଦିନ ଫାଶୀ ଦିଆଯିବା ନେଇ ସୂଚନା ମିଳୁଛି। ଠିକ୍‌ ସାତ ବର୍ଷ ତଳେ ୧୬ ଡିସେମ୍ବର ୨୦୧୨ ମସିହାରେ ଭାରତର ରାଜଧାନୀରେ ଲୋମହର୍ଷଣକାରୀ ଘଟଣା ଘଟିଯାଇଥିଲା। ୭ ବର୍ଷ ହେବ ନିର୍ଭୟା ନ୍ୟାୟ ପାଇଁ ଭିକ୍ଷା ମାଗୁଥିବାବେଳେ ପରିଶେଷରେ ତାକୁ ନ୍ୟାୟ ଦିଆଯିବା ନେଇ ପ୍ରସ୍ତୁତି ଚାଲିଛି।  ନିକଟରେ ଘଟିଯାଇଥିବା ହାଇଦ୍ରାବାଦ ଗଣ ଦୁଷ୍କର୍ମ ମାମଲା, ଏନକାଉଣ୍ଟର ପରେ ନିର୍ଭୟା ମାମଲାର ନ୍ୟାୟ ପାଇଁ ଜେଲ୍‌ ପ୍ରଶାସନ ସକ୍ରିୟ ହୋଇଛନ୍ତି। ରାଷ୍ଟ୍ରପତି କ୍ଷମା ଆବେଦନକୁ ଖାରଜ କରିସାରିବା ପରେ ଏହି ଘଟଣାରେ ପୀଡ଼ିତା ଜଣକ ନ୍ୟାୟ ପାଇବା ନେଇ ଆଲୋଚନା ହୋଇଛି। ଡିସେମ୍ବର ୧୬ ତାରିଖ, ୨୦୧୨ : ପୀଡ଼ିତା ଜଣକ ଫିଲ୍ମ ଦେଖି  ତାଙ୍କ ପୁରୁଷ ବନ୍ଧୁ ସହ ଏକ ବସରେ ଦକ୍ଷିଣ ଦିଲ୍ଲୀର ମୁନିରକାଠାରୁ ଦ୍ୱାରକାସ୍ଥ (ଦିଲ୍ଲୀର ଏକ ଅଞ୍ଚଳ) ଘରକୁ…

Read More

ସମୀକ୍ଷା ବ୍ୟୁରୋ ବାଣପୁର, ୯/୧୨: ବାଣପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗୀତା ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି। ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର, ବାଲୁଗାଁ ଶାଖା ଆନୁକୂଲ୍ୟରେ ଆୟୋଜିତ ଏହି ଗୀତା ଜୟନ୍ତୀ ଉତ୍ସବରେ ଗୀତା ଅଧ୍ୟୟନର ଆବଶ୍ୟକତା ଓ ମଣିଷ ଜୀବନରେ ଗୀତାର ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ସଭାରେ ବିଚିତ୍ରାନନ୍ଦ ବେହେରା, ଗାୟତ୍ରୀ ପରିବାରର ସଦସ୍ୟ ସଭିଙ୍କର ମାର୍ଗଦର୍ଶନ କରିଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ କ୍ରୀଡା ପ୍ରଶିକ୍ଷକ ତଥା ମାର୍ଗଦର୍ଶକ ବୈରାଗୀ ଚରଣ ବଳ କେନ୍ଦ୍ରର ସମ୍ପର୍କ ପ୍ରମୁଖ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ପ୍ରସନ୍ନ କୁମାର ମିଶ୍ର ଗୀତାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Read More

ନୂଆଦିଲ୍ଲୀ,9/12: କଡା ବିରୋଧ ସତ୍ତ୍ବେ ଲୋକସଭାରେ ଆଗତ ହୋଇଛି ନାଗରିକତ୍ବ ସଂଶୋଧନ ବିଲ୍‌। ଗୃହମନ୍ତ୍ରୀ ଅମିତ ଶାହା 12.20 ମିନିଟ୍‌ରେ ଏହ ବିଲ୍‌ ଆଗତ କରିବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଲ୍‌କୁ ବିରୋଧ କରାଯାଇଥିଲା। ବିଲ୍‌ ଆଗତ ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ତୃଣମୂଳ ସାଂସଦ ବିଲ୍‌ର ବିରୋଧ କରିଥିଲେ। ଏହି ବିଲ୍‌ ଜରିଆରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି ଚୌଧୁରୀ ମତ ଦେଇଥିଲେ। ଏହି ବିଲ୍‌ ଅନୁଚ୍ଛେଦ 14-ଏର ଉଲ୍ଲଂଘନ କରୁଛି ବୋଲି ତୃଣମୂଳ ସାଂସଦ ମତ ଦେଇଥିଲେ। ଏହି ବିଲ୍‌ 0.0001 ପ୍ରତିଶତ ମୁସ୍‌ଲିମ୍‌ ବିରୋଧୀ ନୁହେଁ ଏବଂ ପ୍ରଶ୍ନକାଳ ସମୟରେ ସେ ଏହି ବିଲ୍‌ ସମ୍ପର୍କରେ ଉତ୍ତର ରଖିବେ ବୋଲି ଗୃହମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ। ବିଲ୍‌କୁ ବିରୋଧ କରିବା ପୂର୍ବରୁ ଏହା ଉପରେ ଚର୍ଚ୍ଚା ହେବା ଆବଶ୍ୟକ ବୋଲି ଶାହା ମତ ଦେଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ…

Read More

ନୂଆଦିଲ୍ଲୀ,9/12: ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ରବିବାର ମଧ୍ୟରାତ୍ରରୁ ଏହି ଏନ୍‌କାଉଣ୍ଟର ଜାରି ରହିଛି । ଆର୍ମି ପୁଲିସ୍‌ ଏବଂ ସିଆରପିଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ସମୟରେ ଆତଙ୍କୀଙ୍କ ଏହି ଗୁପ୍ତ ଠିକଣାର ସନ୍ଧାନ ମିଳିଥିଲା । ଏହାପରେ ଉଭୟ ପକ୍ଷରୁ ଗୁଳିଚାଳନା ଜାରି ରହିଛି । ଘଟଣା ସ୍ଥଳରେ ତିନି ଆତଙ୍କବାଦୀ ଉପସ୍ଥିତ ଥିବା ଜଣାପଡିଛି । ଖବର ପ୍ରସ୍ତୁତି ବେଳକୁ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ଚାଳନା ଜାରି ରହିଛି । (ଏଜେନ୍ସୀ)

Read More

ଉତ୍ତରପ୍ରଦେଶ, ୯/୧୨: ସମ୍ପ୍ରତି ଦେଶରେ ତଥା ରାଜ୍ୟରେ ବଢି ଚାଲିଥିବା ଅପରାଧ ତଥା ଦୁଷ୍କର୍ମ ଘଟଣାକୁ ଦେଖି ଉତ୍ତରପ୍ରଦେଶରେ ଯୋଗୀ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ୟୁପି କ୍ୟାବିନେଟ୍‌ ରେପ୍‌, ଶିଶୁ ଓ ମହିଳା ଉତ୍ପୀଡନ ମାମଲାକୁ ଫାଷ୍ଟ ଟ୍ରାକ୍‌ କୋର୍ଟରେ ବିଚାର ଲାଗି ମଞ୍ଜୁରୀ ଦେଇଛନ୍ତି । ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ପରେ ପରେ ଉନ୍ନାଓ ଦୁଷ୍କର୍ମ ମାମଲା ପରେ ଯୋଗୀ ସରକାର ଏଭଳି  ପଦକ୍ଷେପ ନେଇଛନ୍ତି। ତେବେ ଉତ୍ତର ପ୍ରଦେଶରେ ବଳାତ୍କାର ମାମଲାର ଶୁଣାଣି ପାଇଁ ୨୧୮ଟି ଫାଷ୍ଟଟ୍ରାକ୍‌ କୋର୍ଟ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଦେଶ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ସୂଚନା ରହିଛି। ଦୁଷ୍କର୍ମ ଆଦି ମାମଲାର ୧୪୪ ଫା୍ଷ୍ଟ ଟ୍ରାକ୍‌ କୋର୍ଟ  ଓ ପୋକ୍ସୋ ଆକ୍ଟ ସମ୍ବନ୍ଧୀୟ ମାମଲାକୁ ୭୪ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ବିଚାର କରିବେ…

Read More

ନୂଆଦିଲ୍ଲୀ,9/12:  ଦକ୍ଷିଣ ଆଫ୍ରିକାର ଜୋଜିବିନି ଟୁଞ୍ଜି ବ୍ରହ୍ମାଣ୍ଡ ସୁନ୍ଦରୀ-2019 ଟାଇଟଲ୍‌ ହାସଲ କରିଛନ୍ତି । ବିଶ୍ବର ବିଭିନ୍ନ ରାଷ୍ଟ୍ରରୁ 90 ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାସଲ କରିଛନ୍ତି ଟୁଞ୍ଜି । ମେକ୍ସିକୋ, ପୁଏର୍ଟାରିକୋ ଏବଂ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ଫାଇନାଲ୍‌ରେ ପ୍ରବେଶ କରିଥିଲେ । ନେତୃତ୍ବ ଉପରେ ନିଜର ବକ୍ତବ୍ୟ ପାଇଁ ଟୁଞ୍ଜିଙ୍କୁ ବିଜେତା ଘୋଷଣା କରାଯାଇଥିଲା । 2018ର ବ୍ରହ୍ମାଣ୍ଡ ସୁନ୍ଦରୀ ଫିଲିପାଇନ୍ସ କାର୍ଟିଓନା ଗ୍ରେ ଟୁଞ୍ଜିଙ୍କୁ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧାଇଥିଲେ । ଅନ୍ତିମ ଚରଣର ପ୍ରଶ୍ନ ରହିଥିଲା ଆଜିର ସମୟରେ ବାଳିକାଙ୍କୁ କଣ ଶିଖାଯିବା ଆବଶ୍ୟକ? ଏହାର ଉତ୍ତରରେ ଟୁଞ୍ଜି କହିଥିଲେ, ନେତୃତ୍ବ ନେବା ସବୁଠାରୁ ଉତ୍ତମ ଜିନିଷ । ମହିଳା ଯୁବବର୍ଗଙ୍କୁ ନେତୃତ୍ବ ନେବାର ଶୈଳୀ ଶିଖାଇବା ସବୁଠାରୁ ମୁଖ୍ୟ ଜିନିଷ । ମହିଳା ମାନଙ୍କ ନିକଟରେ ନେତୃତ୍ବ ନେବାର ଦକ୍ଷତା ରହିଛି…

Read More

ନୂଆଦିଲ୍ଲୀ,9/12 : ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି ଫିନଲ୍ୟାଣ୍ଡର ସାନ୍ନା ମାରିନ୍‌ । ଫିନଲ୍ୟାଣ୍ଡର ସୋସିଆଲ ଡେମୋକ୍ରାଟ ଦଳର ପୂର୍ବତନ ପରିବହନ ମନ୍ତ୍ରୀ ମାରିନ୍‌ 34 ବର୍ଷରେ ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ହାସଲ କରିଛନ୍ତି । ଏହା ସହିତ ମାରିନ୍‌ ନିଜ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ମଙ୍ଗଳବାର ଇସ୍ତଫା ଦେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଆନ୍‌ଟ୍ଟି ରିନ୍ନେ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ । ରବିବାର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ଆଜି ମାରିନ୍‌ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚିତ ହେବା ସହିତ ୟୁକ୍ରେନ୍‌ ପ୍ରଧାନମନ୍ତ୍ରୀ ଓଲେକ୍ସୀ ହୋଞ୍ଚାରୁକ୍‌(35)ଙ୍କୁ ଅତିକ୍ରମ କରିଛନ୍ତି । (ଏଜେନ୍ସୀ)

Read More

କେଦାର ମିଶ୍ର  ପ୍ରଥମରୁ ଗୋଟେ ସ୍ଵୀକାରୋକ୍ତି- ମୋଦୀ ହୈ ତୋ ମୁମକିନ ହୈ। ମୋଦୀ ଅଛନ୍ତି ମାନେ ସବୁକିଛି ସମ୍ଭବ। ଆଜି ଯଦି ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ବଦଳରେ ଆଉ କେହି ବି ପ୍ରଧାନମନ୍ତ୍ରୀ ଥାଆନ୍ତା, ତାହେଲେ ତାଙ୍କୁ ନିଦ ଇ ହେଉନଥାନ୍ତା। ପିଆଜ କିଲୋ ୨୦୦ ଟଙ୍କା ହେବା ପରେ ବି ଦେଶରେ ଯଦି କୌଣସି ପ୍ରତିବାଦ ନାହିଁ, ତାହେଲେ ଆମକୁ ଭାବି ନେବାକୁ ହେବ ଯେ, ଦେଶରେ ପ୍ରତିବାଦ କରିବାର ଆଉ ଶକ୍ତି ବା ସାମର୍ଥ୍ୟ ନାହିଁ। ମାତ୍ର ପନ୍ଦର ଦିନ ଭିତରେ ପିଆଜ କିଲୋ ପଚାଶରୁ ଦୁଇ ଶହରେ ପହଞ୍ଚିଛି। ଯେଉଁ ଗତିରେ ପିଆଜ ଦର ବଢୁଛି, ତାହା ହୁଏତ ଆଗାମୀ ସପ୍ତାହରେ ୩୦୦ କି ୫୦୦ ମଧ୍ୟ ହୋଇପାରେ। କୌଣସି ବି ଦେଶରେ ସବୁଠୁ ଅତ୍ୟାବଶ୍ୟକ ମନେ କରାହେଉଥିବା ଏକ ଖାଦ୍ୟ ପଦାର୍ଥର ଦର ଏମିତି ବଢେନାହିଁ। ଯେତେବେଳେ ମୁଦ୍ରାସ୍ଫୀତି ଅନିୟନ୍ତ୍ରିତ ହୁଏ ଓ…

Read More

(191208) — MARRAKECH, Dec. 8, 2019 (Xinhua) — British actress Roxanne Scrimshaw poses with her trophy for the Best Actress award at the closing ceremony of the 18th Marrakech International Film Festival in Marrakech, Morocco, Dec. 7, 2019. (Photo by Chadi/Xinhua)

Read More