Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଛାତ୍ର ଓ ସାଧାରଣ ନାଗରିକଙ୍କ ଉପରେ ଲାଠି-ଗୁଳି ଚଲାଉଥିବା ସରକାର ଇତିହାସରେ କଳଙ୍କିତ ହୋଇ ରହିଛନ୍ତି ଓ ରହିବେ
ବିଶେଷ ଖବର

ଛାତ୍ର ଓ ସାଧାରଣ ନାଗରିକଙ୍କ ଉପରେ ଲାଠି-ଗୁଳି ଚଲାଉଥିବା ସରକାର ଇତିହାସରେ କଳଙ୍କିତ ହୋଇ ରହିଛନ୍ତି ଓ ରହିବେ

December 16, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜି ଏ ଲେଖା ପ୍ରସ୍ତୁତ ହେଲା ବେଳକୁ ଦିଲ୍ଲୀର ଜାମିଆ ମିଲିଆ ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଜୁଲମ ଚାଲିଛି। ମୋଦୀ ସରକାର ଦ୍ଵାରା ସଂଶୋଧିତ ନାଗରିକତା ଆଇନ ଲାଗୁ ହେବାର ପ୍ରତିବାଦରେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଏହି କଳଙ୍କିତ ଆଇନ ବିରୋଧରେ ପ୍ରତିବାଦର ସ୍ଵର ଉଠୁଛି। ସାଢେ ପାଞ୍ଚ ବର୍ଷର ଶାସନରେ ନରେନ୍ଦ୍ର ମୋଦୀ ନିଜର କୌଣସି ପଦକ୍ଷେପ ବିରୋଧରେ ଏତେ ବ୍ୟାପକ ପ୍ରତିରୋଧର ସାମ୍ନା କରି ନଥିଲେ। ସରକାରଙ୍କର ପ୍ରତ୍ୟେକ ଜନ ବିରୋଧୀ ପଦକ୍ଷେପକୁ ଜାତୀୟତା ଓ ଦେଶପ୍ରେମର ପୋଷାକ ପିନ୍ଧାଇ ଆଜି ପର୍ଯ୍ୟନ୍ତ ସୁବିଧାରେ ରହି ଆସିଥିବା ଏ ସରକାର ପ୍ରଥମ ଥର ଲାଗି ଏତେ ବଡ ଜନ ଆକ୍ରୋଶ ଆଗରେ ଅସହାୟ ହୋଇ ଛିଡା ହୋଇଛି। ତେବେ ନିଜର ଚିରାଚରିତ ଢଙ୍ଗରେ ଜନ ଆକ୍ରୋଶ ଓ ଜନ ପ୍ରତିବାଦକୁ “ଦେଶଦ୍ରୋହ” ବୋଲି କହି ଖସିଯିବାର ଉଦ୍ୟମ ବିଜେପି ଏବେ ଆରମ୍ଭ କରିଛି। ତ୍ରିପୁରା, ଆସାମ, ମେଘାଳୟ ଠୁ ଆରମ୍ଭ ହୋଇଥିବା ଏ ପ୍ରତିବାଦ ଏବେ ରାଜଧାନୀ ଦିଲ୍ଲୀରେ ବ୍ୟାପକ ହେବା ଆରମ୍ଭ କରିଛି। ବିଶ୍ଵ ବିଦ୍ୟାଳୟର ଛାତ୍ର ଓ ସାଧାରଣ ନାଗରିକ ଆଜି ନିର୍ଭୀକ ଭାବରେ ସରକାରର ସମ୍ବିଧାନ ବିରୋଧୀ ଆଭିମୁଖ୍ୟ ବିରୋଧରେ ଦୃଢ ହୋଇ ଛିଡା ହୋଇଛନ୍ତି।

ତେବେ ଲୋକଙ୍କ ପ୍ରତିବାଦକୁ ଶୁଣିବା ପରିବର୍ତ୍ତେ ଏହାକୁ ବିରୋଧୀଙ୍କ ଷଡଯନ୍ତ୍ର ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖସିଯିବାକୁ ଚାହୁଛନ୍ତି। ବିଜେପି ତରଫରୁ ନିଜର ପୋଷା ଗଣମାଧ୍ୟମ ଓ ମସ୍ତିସ୍କ ବିହୀନ ଭକ୍ତ ବାହିନୀକୁ ଲଗାଇ ସରକାର ବିରୋଧୀ ପ୍ରତିବାଦୀଙ୍କୁ ଦେଶଦ୍ରୋହୀ ବୋଲି କହିବାର ପୁରୁଣା ନାଟକ ମଧ୍ୟ ଚାଲିଛି। ଆଜି ବିଜେପିର ଦେଶପ୍ରେମ ପରୀକ୍ଷାଗାରରେ ଦେଶର ଅର୍ଦ୍ଧାଧିକ ଲୋକ ଦେଶଦ୍ରୋହୀ ଘୋଷିତ ହୋଇ ସାରିଛନ୍ତି। କାଶ୍ମୀର ତଥା ଉତ୍ତର ପୂର୍ବ ରାଜ୍ୟର ଜନ ସାଧାରଣ, ଜେଏନୟୁ ଓ ଜାମିଆର ଛାତ୍ର, ବିରୋଧୀ ଦଳର ନେତା କର୍ମୀ, ପ୍ରମୁଖ ବୁଦ୍ଧିଜୀବୀ, ଲେଖକ ଓ ବୈଜ୍ଞାନିକ, ମୁକ୍ତ ବିଚାର ରଖୁଥିବା ସାମ୍ବାଦିକ, ସଂଖ୍ୟାଲଘୁ, ଦଳିତ, ଆଦିବାସୀ ଓ ଧାର୍ମିକ ବିଭାଜନରେ ବିଶ୍ଵାସ ରଖୁନଥିବା ଚିନ୍ତାଶୀଳ ଲୋକେ- ବିଜେପିର ଦେଶଦ୍ରୋହୀ ତାଲିକାରେ ଏମିତି ଆହୁରି ଅସଂଖ୍ୟ ଜନସାଧାରଣ ଯୋଡି ହୋଇ ସାରିଲେଣି। ଏବେ ବିଜେପି ଭକ୍ତ ଓ ଅଭଦ୍ର ଟ୍ରୋଲଙ୍କୁ ନେଇ ବିଜେପିର ଦେଶପ୍ରେମ ଦୋକାନ ଚାଲିଛି।

ଗତ ସପ୍ତାହ ସାରା ଦେଶର ବିଭିନ୍ନ ପ୍ରାନ୍ତରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରବଳ ଆନ୍ଦୋଳନ ଚାଲିଛି। କେଉଁଠି ହିଂସ୍ର ବା ଆଉ କେଉଁଠି ଅହିଂସା ଉପାୟରେ ଲୋକେ ପ୍ରତିବାଦ କରୁଛନ୍ତି। ତେବେ ପ୍ରତିବାଦକାରୀଙ୍କୁ ଲାଠି ଓ ଗୁଳି ଖାଇବାକୁ ସରକାର ବାଧ୍ୟ କରୁଛନ୍ତି। ଗଣତାନ୍ତ୍ରିକ ଉପାୟରେ ଲୋକଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନଥିବା ମୋଦୀ ସରକାର ଏବେ ପୋଲିସକୁ ଏକ ଜୁଲମକାରୀ ଅନୁଷ୍ଠାନ ଭାବେ ବ୍ୟବହାର କରୁଛନ୍ତି।

ଏଠି ଆମେ ସୂଚାଇଦେବାକୁ ଚାହୁଁ ଯେ, ଯେଉଁ ସରକାର ଲାଠି, ଗୁଳି ଓ ଲୁହାବୁହା ଗ୍ୟାସର ପ୍ରୟୋଗ କରି ଲୋକଙ୍କ ପ୍ରତିବାଦକୁ ଚପାଇଦେବାକୁ ଚେଷ୍ଟା କରିଛି, ସେ ସରକାର ଇତିହାସ ଆଖିରେ କଳଙ୍କିତ ହୋଇ ରହିଛି। ଜରୁରୀ କାଳୀନ ପରିସ୍ଥିତିରେ ଏ ଦେଶର ଛାତ୍ର ଓ ସାଧାରଣ ଜନତାଙ୍କ ଉପରେ ହୋଇଥିବା ପୋଲିସ ଜୁଲମ କାରଣରୁ ଇନ୍ଦିରା ଗାନ୍ଧୀ ଏବେ ମଧ୍ୟ ଅଗଣତାନ୍ତ୍ରିକ ବୋଲି ବିବେଚିତ ହୁଅନ୍ତି। ମଣ୍ଡଳ ବିରୋଧୀ ଆନ୍ଦୋଳନରେ ଛାତ୍ର ଓ ଲୋକଙ୍କ ଉପରେ ହୋଇଥିବା ଜୁଲମ ଜନିତ ଆକ୍ରୋଶରୁ ବିଜେପିକୁ ସଫଳତା ମିଳିଥିଲା। ମନମୋହନ ସିଂ ସରକାର ଅମଳରେ ନିର୍ଭୟା ଘଟଣାକୁ ନେଇ ପ୍ରତିବାଦ କରୁଥିବା ଲୋକଙ୍କ ଉପରେ ପୋଲିସ ଆକ୍ରମଣ ଯୋଗୁଁ ସରକାର ଅଧିକ ବଦନାମ ହୋଇଥିଲା।

ଆଜି ମୋଦୀ ସରକାର ନିଜେ ନିଜର ବଦନାମର ରାସ୍ତା ବାଛିଛି। ଲୋକଙ୍କ ଉପରେ ନିରନ୍ତର ଚାପ ପକାଇ ଦେଶପ୍ରେମୀ ହୁଅ ବୋଲି କହିଲେ, ଲୋକେ ହୁଏତ ଠାରେ ଦୁଇଥର ତାକୁ ସ୍ଵୀକାର କରିବେ। ହେଲେ ତାହା ଯଦି ଅଭ୍ୟାସଗତ ସୁବିଧାବାଦ ହୋଇଯାଏ, ତାହେଲେ ଲୋକେ ତାକୁ ବିରୋଧ କରିବା ସୁନିଶ୍ଚିତ। ଗୁଡାଏ ଛଳନା ଓ ବାହାନା ଦେଖାଇ ବିମୁଦ୍ରାକରଣ ଭଳି ଅତ୍ୟନ୍ତ ଏକଛତ୍ରବାଦୀ ଯୋଜନାକୁ ଦେଶର ଜନ ସାଧାରଣ ଗ୍ରହଣ କରିଥିଲେ, କାରଣ ସେତେବେଳେ ଲୋକେ ଭାବିଥିଲେ, ଏହା ଦ୍ଵାରା ହୁଏତ କଳାଧନ ଚାଲିଯିବ। ପରିଣତିରେ କଳାଧନ ତ ଗଲା ନାହିଁ, ଓଲଟି ଏହା ଦେଶର ଅର୍ଥନୀତିକୁ ଭୟଙ୍କର ବିପଦରେ ପକାଇଲା।

ଆଜିର ନାଗରିକତା ସଂଶୋଧନ ଆଇନ ଦେଶର ନେରୁଦଣ୍ଡକୁ ଦୋହଲାଇ ଦେଇଛି। ଧର୍ମ ଆଧାରରେ ଆଇନ ତିଆରି କରିବା ଭଳି ଭୟଙ୍କର ପ୍ରୟାସକୁ ଲୋକେ ବିରୋଧ କରୁଛନ୍ତି ଏବଂ କରିବା ଉଚିତ। ଏହାକୁ ନ ବୁଝି ସରକାର ଯଦି ଲୋକଙ୍କୁ ମାରିବେ ଓ ଲୋକଙ୍କ ଉପରେ ଜୁଲମ କରିବେ, ତାହେଲେ ନିଜ ବଦନାମ ଲାଗି ସରକାର ନିଜେ ହିଁ ଦାୟୀ ରହିବେ। ଭକ୍ତ ବା ଟ୍ରୋଲ କିମ୍ବା ପୋଷା ମିଡିଆ ବହୁତ ଦିନ ଯାଏ ସରକାରକୁ ବଦନାମ ହେବାର ପରିଣାମରୁ ବଞ୍ଚାଇ ପାରିବେ ନାହିଁ।

JAMIAMALIAUNIVERSITY Protest
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‌ଘାଟିତ, ପ୍ରସିଦ୍ଧ କଣ୍ଠଶିଳ୍ପୀ ଶୁଭା ମୁଦଗଲ ଦର୍ଶକଙ୍କୁ କଲେ ମନ୍ତ୍ରମୁଗ୍ଧ

September 6, 2026

ସେପ୍ଟେମ୍ବର ୭ ରେ ପଶ୍ଚିମ କ୍ଷେତ୍ରୀୟ ପରିଷଦର ୨୮ତମ ବୈଠକରେ ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ

September 6, 2026

ଐତିହାସିକ ବାଲିଯାତ୍ରା-୨୦୨୬ ପ୍ରସ୍ତୁତି: ‘ପ୍ଲାଷ୍ଟିକ୍ ମୁକ୍ତ ଗ୍ରୀନ୍ ବାଲିଯାତ୍ରା’ ଆୟୋଜନ ଉପରେ ଗୁରୁତ୍ୱ

September 6, 2026

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ: ସାଂଗଠନିକ ମନ୍ତ୍ର ଦେଲେ ସୁନୀଲ ବଂଶଲ

September 6, 2026
Latest News

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ କର୍ପସ କମାଣ୍ଡରଙ୍କ ପ୍ରଥମ ବଡ଼ ବୈଠକ: ଜାଣନ୍ତୁ ପ୍ରସଙ୍ଗ

September 6, 2026

ଅବତରଣ ପୂର୍ବରୁ ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇଜଣଙ୍କ ମୃତ୍ୟୁ

September 6, 2026

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ପିଇ ୯ ଜଣଙ୍କ ମୃତ୍ୟୁ: କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

September 6, 2026

ସମ୍ମମ୍‌ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମ୍‌ର ଶୁଭାରମ୍ଭ: ଓଡ଼ିଶାର ପ୍ରଥମ

September 6, 2026

ନେପାଳ ବନ୍ୟା: ୧୧ ଦିନ ପରେ କାଦୁଅ ଓ ସୁଡ଼ଙ୍ଗ ଭିତରୁ ଜୀବନ୍ତ ଉଦ୍ଧାର ହେଲେ ଚୀନ୍ ନାଗରିକ ଓ ବୃଦ୍ଧା

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.