Author: Samikhsya Bureau

https://www.youtube.com/watch?v=OQdRJ1ZPg7w&feature=youtu.be After her first look from ‘Chhapaak’ was released, Deepika Padukone’s fans have been waiting with bated breath for the trailer of the film. After months of speculations, the actress finally confirmed and announced that the much-awaited trailer of her upcoming film will be unveiled tomorrow.

Read More

ସମୀକ୍ଷା ବ୍ୟୁରୋ, କଳାହାଣ୍ଡି,10/12 : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡିର କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହେରଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତିନୋଟି ସ୍ଥାନରେ ଏହି ଚଢ଼ଉ ହୋଇଛି । କେସିଙ୍ଗା ସ୍ଥିତ ଅଫିସ୍‌, ସରକାରୀ କ୍ୱାର୍ଟର୍ସ ଏବଂ ବଲାଙ୍ଗିର ତୁଳସୀନଗର ପଡ଼ାରେ ଥିବା ନିଜସ୍ୱ ଘରେ ଚଢ଼ଉ ହୋଇଛି । ଏହି ଚଢ଼ଉରେ ବଲାଙ୍ଗିର, ସମ୍ଵଲପୁର, ବରଗଡ଼ ଓ ସୋନପୁର ଜିଲ୍ଲାର ଭିଜିଲାନ୍ସ ଡିଏସ୍‌ପି ସାମିଲ ହୋଇଛନ୍ତି ।

Read More

ସାଣ୍ଟିଆଗୋ,10/12 : 38 ଜଣ ପ୍ରତିରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ଚିଲିର ଏକ ସାମରିକ ବିମାନ ନିଖୋଜ ହୋଇଯାଇଛି । ଚିଲିର ଦକ୍ଷିଣ ଭାଗରେ ରହିଥିବା ଆର୍ଣ୍ଟାକ୍ଟିକା ବେସ୍‌ରୁ ଛାଡିଥିବା ଏହି ବିମାନଟି ସୋମବାର ଦିନ ନିଖୋଜ ହୋଇଯାଇଛି । ଏ ସି 130 ହରକ୍ୟୁଲେସ୍‌ ବିମାନଟି ସୋମବାର ଅପରାହ୍ନ 4ଟାରେ ଆର୍ଣ୍ଟାକ୍ଟିକା ବେସ୍‌ରୁ ଛାଡିଥିଲା । ବିମାନଟି ପୁଣ୍ଟା ଆରେନାସ୍‌ରେ ପହଞ୍ଚିବାର ଥିବା ବେଳେ ପହଞ୍ଚିବା ପୂର୍ବରୁ ଅଧାରାସ୍ତାରେ ନିଖୋଜ ହୋଇଯାଇଥିଲା । ବିମାନଟିର ବ୍ଲାକ୍‌ବକ୍ସ ସହିତ ସମ୍ପର୍କ ସ୍ଥାପନ ହୋଇପାରୁନଥିବା ନେଇ ଚିଲି ବିମାନ ବାହିନୀ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ,10/12 : ଆଗାମୀ 2020 ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଋଷକୁ ବଡ଼ ଝଟ୍‌କା ଲାଗିଛି । ବିଶ୍ବ ଆଣ୍ଟି ଡୋପିଂ ସଂସ୍ଥା(ୱାଡା) ଋଷକୁ ଅନ୍ତର୍ଜାତୀୟ କ୍ରୀଡ଼ାରୁ 4 ବର୍ଷ ବାସନ୍ଦ କରିଛି । ଫଳରେ ଋଷ ଆଗାମୀ 2020ରେ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାଗ ନେଇପାରିବ ନାହିଁ । ଏହା ସହିତ 2022ରେ ହେବାକୁ ଥିବା ଶୀତକାଳୀନ ଅଲମ୍ପିକ୍ସ ଏବଂ ବିଶ୍ଵ ଚାମ୍ପିୟନଶିପ୍‌ରେ ମଧ୍ୟ ଅଂଶଗ୍ରହଣ କରିପାରିବ ନାହିଁ ଋଷିଆ । ଅନେକ ଡୋପିଂ ମାମଲାକୁ ଲୁଚାଇବା ପାଇଁ ଲାବରେଟୋରି ଡାଟାବେସରେ ତଥ୍ୟ ଏପଟସେପଟ କରିଥିବାରୁ ଋଷ ବିପକ୍ଷରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । (ଏଜେନ୍ସୀ)

Read More

କେଦାର ମିଶ୍ର  ଗୋଟେ ସରକାରର କେତୋଟି ମୁହଁ- ଏକ ନା ଏକାଧିକ- ଏହା ଏକ ବିଚିତ୍ର ପ୍ରଶ୍ନ। ଏନଡିଏ ସରକାରର ଗୃହମନ୍ତ୍ରୀ ଅମିତ ଶାହ ବାରମ୍ବାର କହୁଛନ୍ତି ଯେ, ଦେଶରେ ଜଣେ ହେଲେ ବେଆଇନ ଅନୁପ୍ରବେଶକାରୀଙ୍କୁ ସେ ରଖାଇଦେବେ ନାହିଁ, ହେଲେ ଗତକାଲି ଲୋକସଭାରେ ସେ ନାଗରିକତ୍ଵ ସଂଶୋଧନ ଆଇନ ପାଇଁ ବିଲ ଉପସ୍ଥାପନ କରିଛନ୍ତି। ଯଦି ବେଆଇନ ଅନୁପ୍ରବେଶକାରୀ ରହିବେ ନାହିଁ, ତାହେଲେ ଏ ଆଇନର ଆବଶ୍ୟକତା କଣ? ଏହି ବିଲ ଜୁଲାଇ ୨୦୧୬ରେ ଏହି ସରକାର ଦ୍ଵାରା ଲୋକସଭାରେ ଉପସ୍ଥାପିତ ହୋଇଥିଲେ ମଧ୍ୟ ପୂରା ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଏହା ବିରୋଧରେ ଆନ୍ଦୋଳନ ତେଜିବାରୁ ବାଧ୍ୟ ହୋଇ ସରକାର ଏହାକୁ ଆଉ ଆଗକୁ ନେଇ ନଥିଲେ। ଏବେ ଅମିତ ଶାହ ପୁଣିଥରେ ସେହି ସମାନ ବିଲକୁ ଉପସ୍ଥାପନ କରିବା ପଛରେ ଉଦ୍ଦେଶ୍ୟ କଣ? ଉତ୍ତର ପୂର୍ବ ରାଜ୍ୟ ଗୁଡିକର ଜନସଂଖ୍ୟା ର ସମୀକରଣ ବିଗାଡିବାକୁ ଏହା ଏକ…

Read More

ସମୀକ୍ଷା ବ୍ୟୁରୋ, ବାଲିଗୁଡା,10/12 : ବାଲିଗୁଡାରେ ଜନୈକ ସୂଚନା ଅଧିକାରୀ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବାଲିଗୁଡା ପାତ୍ରସାହିର ଏହି ସୂଚନା ଅଧିକାରୀ କର୍ମୀ ଜଣକ ନିଜ ଘର ସମ୍ମୁଖରେ ଛିଡା ହୋଇଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା । ବାଇକ୍‌ରେ ଆସି 2 ଜଣ ଦୁର୍ବୁର୍ତ୍ତ ତାଙ୍କ ଉପରକୁ ଗୁଳିମାଡ କରିଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ବାଲିଗୁଡା ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁଳିମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି ।

Read More

ଆନ୍ଧ୍ରପ୍ରଦେଶ, ୯/୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ଶୁକ୍ରବାର ଘଟିଥିବା ପୋଲିସ୍‌ ଏନକାଉଣ୍ଟରକୁ ପ୍ରଶଂସା କରିଛନ୍ତି । ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ ମାମଲାରେ ଚାରି ଅଭିଯୁକ୍ତଙ୍କୁ  ତେଲେଙ୍ଗାନା ପୋଲିସ୍‌ର ଏନକାଉଣ୍ଟରକୁ ନେଇ ଏବେ ରାଜନୀତି ବେଶ୍‌ ସରଗରମ। ତେବେ ଏହି ପ୍ରସଙ୍ଗକୁ ନେଇ ଦେଶରେ ଚର୍ଚ୍ଚା ଚାଲିଥିବାବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଅଧିକାଂଶ ଏହାକୁ ସମର୍ଥନ କରୁଥିବାବେଳେ ଅନେକେ ଏହାର ବିରୋଧ କରୁଛନ୍ତି । ଆନ୍ଧ୍ରପ୍ରଦେଶ ବିଧାନସଭାରେ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏହି ଘଟଣାକୁ ପ୍ରଶଂସା କରିବା ସହିତ କହିଛନ୍ତି ଯେ, ମୁଁ ଦୁଇଟି ଝିଅଙ୍କର ପିତା। ମୋ’ର ଜଣେ ଭଉଣୀ ଓ ପତ୍ନୀ ଅଛନ୍ତି। ଯଦି ମୋ’ ଝିଅଙ୍କୁ କିଛି ହୋଇଥା’ନ୍ତା, ତେବେ ପିତା ଭାବରେ ମୋ’ ପ୍ରତିକ୍ରିୟା କ’ଣ ରହିବ। ମୁଁ କ’ଣ ଚାହଁବି। ବୋଲି କହିଛନ୍ତି ଜଗନମୋହନ। ତେବେ ଅପରାଧକୁ ନେଇ ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ…

Read More

କର୍ଣ୍ଣାଟକ, ୯/୧୨: କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନରେ ବିଜେପି ବାଜିମାତ୍‌ କରିଛି । ୧୫ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ୧୨ଟି ଆସନରେ ବିଜୟୀ ଲାଭ କରିଥିବାର ସୂଚନା ରହିଛି। କଂଗ୍ରେସ ୨ଟି ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନ ଜିତିଥିବାବେଳେ ଜେଡିଏସ୍‌ ୩ଟି ଆସନରେ ପରାଜିତ ହୋଇଛି ।  କଂଗ୍ରେସ କର୍ଣ୍ଣାଟକରେ ନିଜ ପରାଜୟକୁ ସ୍ବୀକାର କରିଛି । ଦଳର ପରାଜୟ ପରେ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ରାଜ୍ୟର ବିରୋଧୀ ଦଳ ନେତା ପଦବୀରୁ ଇସ୍ତଫା ଦେଇଛନ୍ତି। ମୋଟ ୧୫ ଆସନରୁ କଂଗ୍ରେସ ୧୨ ଏବଂ ଜେଡିଏସ୍‌ ୩ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଭୋଟ ଗଣତି ସରିଯାଇଥିଲେ ମଧ୍ୟ ସରକାରୀ ଭାବେ ଆନୁଷ୍ଠାନିକ ଭାବେ ଘୋଷଣା ହେବା ବାକି ରହିଛି । (ଏଜେନ୍ସି)

Read More

ଭୁବନେଶ୍ବର, ୯/୧୨: ପୋଲିସ୍‌ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କଲେ ଅଭୟ ।  ଆଜି କଟକ ପୋଲିସ୍‌ ମୁଖ୍ୟାଳୟରେ ପହଞ୍ଚି ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅଭୟ । ଅନ୍ତରୀଣ ଡିଜି ଭାବେ ଅବସ୍ଥାପିତ ଥିବା ସତ୍ୟଜିତ୍‌ ମହାନ୍ତି ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ୧୯୮୬ ବ୍ୟାଚର ଆପିଏସ୍‌ ଅଫିସର ଅଭୟ ନ୍ୟାସନାଲ ପୋଲିସ ଏକଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ଡିଜିପି ଦାୟିତ୍ୱରେ ଥିବା ଅଗ୍ନିଶମ ଡିଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ସରକାର ଅବ୍ୟାହତି ଦେବା ପରେ ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ କରାଯାଇଥିଲା। ସେ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ କାର୍ଯ୍ୟ କରିଥିଲେ। ଏହି ଅବସରରେ ନିଜ ଷଷ୍ଠସୂତ୍ରୀ ସମ୍ପର୍କରେ ଜଣାଇଛନ୍ତି ଅଭୟ । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ହାଇଦ୍ରାବାଦ ଏନକାଉଣ୍ଟରକୁ ପ୍ରଶଂସା କରି ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପ୍ରତାପ ଜେନା। ହାଇଦ୍ରାବାଦ ପୋଲିସର କାର୍ଯ୍ୟକୁ ପ୍ରଶଂସା କରିବା ପରେ ପ୍ରତାପ ଜେନା ଦେଇଥିବା ମନ୍ତବ୍ୟକୁ ନେଇ କିଛି ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି ବୋଲି ଏକ ହ୍ବାଟସ୍‌ଆପ୍‌ ପୋଷ୍ଟରୁ ଜଣାପଡିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରତାପଙ୍କ ବିରୋଧରେ ଏକ ଚିଠି ଦିଆଯାଇଛି। ଉକ୍ତ ଚିଠିରେ ଉଲ୍ଲେଖ ଅଛି ଯେ, ଏପରି କରିବା ଦ୍ୱାରା ସମ୍ବିଧାନିକ ପଦ ମର୍ଯ୍ୟାଦାର ଉଲ୍ଲଂଘନ ହୋଇଥିବାର ଅଭିଯୋଗ କରିବା ସହିତ ଏନେଇ  ମୁଖ୍ୟମନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାର ଅଛି ବୋଲି ସାମାଜିକକର୍ମୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ପୁଲିସର ଏନକାଉଣ୍ଟର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପ୍ରତାପ ଜେନା ହାଇଦ୍ରାବାଦ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇବା ସହ ଦୋଷୀଙ୍କୁ ଏଭଳି…

Read More

ହିଞ୍ଜିଳିକାଟୁ, ୦୯/୧୨:  ସାମ୍ପ୍ରତିକ ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ଅନଲାଇନ୍ କାର୍ଯ୍ୟ ଗୁରୁତ୍ବ ବହନ କରୁଛି।  ସାଧାରଣ ଜନତାଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ସରକାର ଗାଁଠାରୁ ସହର ପର୍ଯ୍ୟନ୍ତ ଜନସେବା କେନ୍ଦ୍ରମାନ ସ୍ଥାପନ କରିଛନ୍ତି। ଜନସେବା କେନ୍ଦ୍ରର ଚାହିଦା ବଢିଥିବାବେଳେ, ଏହି କେନ୍ଦ୍ରଗୁଡ଼ିକର କିଛି ମନମୁଖୀ କାର୍ଯ୍ୟ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ। ହିଞ୍ଜିଳିକାଟୁଠାରେ ଜନସେବା କେନ୍ଦ୍ରର କିଛି ମନୋମୁଖୀ କାର୍ଯ୍ୟକୁ ନେଇ ଅଭିଯୋଗ ହୋଇଛି। ଏଠାରେ ସରକାରଙ୍କ ନିୟମକୁ ବେଖାତିର୍‌ କରି ରସିଦନ୍‌ ନ ଦେଇ ମନମୁଖୀ ଅର୍ଥ ଆଦାୟ କରିବା ପରିଲକ୍ଷିତ ହୋଇଛି । ଜନସେବା କେନ୍ଦ୍ରର ଏପରି ଶୋଷଣ ନୀତିକୁ ବିରୋଧ କରି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରର ସାଧାରଣ ଛାତ୍ରଛାତ୍ରୀ ମାନେ ଅତିରିକ୍ତ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ ଅତିରିକ୍ତ ତହସିଲ୍‌ଦାର ଉକ୍ତ ବିଷୟକୁ ଅନୁଧ୍ୟାନ କରି ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Read More

ନୂଆଦିଲ୍ଲୀ,9/12: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏହାର ସୁଧହାରରେ ସଂଶୋଧନ କରାଯାଇଛି । ସୋମବାର ପ୍ରକାଶିତ ସଂଶୋଧନ ପରେ ଏମ୍‌ସିଏଲ୍‌ଆରରେ 10 ବିପିଏସ୍‌ ବା 0.10 ପ୍ରତିଶତ ହ୍ରାସ କରାଯାଇଛି । ଏହା ଦ୍ବାରା ସୁଧହାରରେ ହ୍ରାସ ଘଟିବ । ଫଳସ୍ବରୂପ କାର ଋଣ, ଗୃହ ଋଣ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ଋଣ ଉପରେ ସୁଧ ହାର ହ୍ରାସ କରାଯାଇଛି । ଏହି ସଂଶୋଧନ ମଙ୍ଗଳବାର ଠାରୁ ଲାଗୁ କରାଯିବ ବୋଲି ଏସ୍‌ବିଆଇ ପକ୍ଷରୁ ଜଣାପଡିଛି । ଏକ ବର୍ଷିଆ ଋଣ ଉପରେ ସୁଧହାର 8 ପ୍ରତିଶତରୁ 7.90 ପ୍ରତିଶତ ହ୍ରାସ କରାଯାଇଛି । (ଏଜେନ୍ସୀ)

Read More

ମୁମ୍ବାଇ, ୯/୧୨: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ଆଜି ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୮୧ ମସିହା ଡିସେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିବା ଦିୟା  ୨୦୦୦ ମସିହାରେ ମିସ୍‌ ଏସିଆ ପାସିଫିକ୍‌ ଟାଇଟଲ୍‌ର ବିଜୟିନୀ ହୋଇଥିଲେ ।  ’ରହନା ହୈ ତେରେ ଦିଲ୍‌ ମୈ’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପି ଥିଲେ ଦିୟା ମିର୍ଜା।  ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ରହିଥିଲେ ଆର୍‌. ମାଧବନ୍‌। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ପରେ ପରେ ସେ ‘ଦିଓ୍ବାନାପନ୍‌’, ‘ତୁମ୍‌କୋ ନା ଭୁଲ୍‌ ପାୟେଙ୍ଗେ’, ‘ଦମ୍‌’, ‘ପରିଣୀତା’, ‘ଲଗେ ରହୋ ମୁନ୍ନାଭାଇ’ ଓ ‘ସଞ୍ଜୁ’ ଫିଲ୍ମରେ ଅଭିନୟ କରି ଚର୍ଚ୍ଚାକୁ ଆସିଛନ୍ତି। ମାତ୍ର ୧୬ ବର୍ଷ ବୟସରୁ ଦିୟା ଏକ ମଲ୍ଟିମିଡ଼ିଆ କମ୍ପାନୀରେ ମାର୍କେଟିଂ ଏକ୍‌ଜ୍ୟୁଟିଭ୍‌ ଭାବେ କାମ କରୁଥିଲେ। ପରେ ପରେ ତାଙ୍କୁ କେତେକ ବଡ ବଡ଼ କମ୍ପାନୀରୁ ମଡେଲିଂ ପାଇଁ ଅଫର୍‌…

Read More

କଟକ, ୯/୧୨: ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ଦିବାରାତ୍ର ମ୍ୟାଚ୍‌ ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ। ଟିକେଟ କ୍ରୟ ପାଇଁ ପରିଚୟ ପ୍ରମାଣ ପତ୍ର ରହିବା ଜରୁରୀ ବୋଲି ଓସିଏ ପକ୍ଷରୁ ସୂଚନା ମିଳିଛି।  ଅନଲାଇନରେ ୫ ତାରିଖରୁ ଟିକେଟ ବିକ୍ରି ସରିଛି। ଅଫଲାଇନରେ ୧୬ ଓ ୧୭ରେ ଅନୁମୋଦିତ ସଂସ୍ଥା, ସ୍କୁଲ, କ୍ଲବକୁ ଟିକେଟ ମିଳିବ। ୧୯ ଓ ୨୦ରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ମିଳିବ ଟିକେଟ। କାଉଣ୍ଟରରେ ଜଣପିଛା ୨ଟି ଲେଖାଏଁ ଟିକେଟ ମିଳିପାରିବ। ବାରବାଟୀରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ସୁରକ୍ଷା ଦୃଷ୍ଟିରୁ ପ୍ରତି ଗ୍ୟାଲେରିରେ ହେଲ୍ପ ଡେସ୍କ ଖୋଲାଯିବ। ପ୍ରତି ଡେସ୍କରେ ଜଣେ ଜଣେ ପୋଲିସ ଅଧିକାରୀ ରହିବେ । ଟିକେଟ କିଣିବା ବେଳେ କ୍ରେତାଙ୍କୁ ନିଜ ପରିଚୟପତ୍ର ଦେଖାଇବାକୁ ପଡ଼ିବ ବୋଲି ଓସିଏର ପକ୍ଷରୁ ସୂଚନା ଦିଆଯାଇଛି। (ଏଜେନ୍ସି)

Read More

ନୂଆଦିଲ୍ଲୀ,9/12: ନାଗରିକତ୍ବ ସଂଶୋଧନ ବିଲ୍‌କୁ ସମର୍ଥନ କରିଛି ବିଜୁ ଜନତା ଦଳ(ବିଜେଡି) । ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ବିଜେଡିର ସମର୍ଥନ ନେଇ ଘୋଷଣା କରିଛନ୍ତି । ଏହି ବିଲ୍‌ରେ କୌଣସି ଅସୁବିଧା ନଥିବାରୁ ଦଳ ଏହାକୁ ସମର୍ଥନ କରିଛି ବୋଲି ମହତାବ ସୂଚନା ଦେଇଛନ୍ତି । ବିଜେଡି ଏହି ବିଲ୍‌ରେ 3ଟି ସଂଶୋଧନର ପ୍ରସ୍ତାବ ଦେଇଥିବା ବେଳେ ତନ୍ମଧ୍ୟରୁ ଦୁଇଟି ଗୃହୀତ ହୋଇଥିବାରୁ ଦଳ ଏହି ବିଲ୍‌ ପ୍ରତି ସମର୍ଥନ ଜାହିର କରିଛି ବୋଲି ସେ କହିଛନ୍ତି । ବିଲ୍‌ରେ କୌଣସି ତ୍ରୁଟି ନଥିବାରୁ ଏହାକୁ ଜେପିସିକୁ ପଠାଇବା ପାଇଁ ବିଜେଡି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲ୍‌ ଆଗତ କରିବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ୍‌ କରି ଏହି ବିଲ୍‌ ପ୍ରଣୟନର ଚେଷ୍ଟା କରାଯାଉଛି ବୋଲି ବିରୋଧୀ ଦଳଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । (ଏଜେନ୍ସୀ)

Read More