ନୂଆଦିଲ୍ଲୀ,11/12 : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଇଜିଏସ୍ଟି ପ୍ୟାନେଲ୍ରୁ ଓହରି ଯାଇଛନ୍ତି । ଆଇଜିଏସ୍ଟି ପ୍ୟାନେଲ୍ରେ ରହିଥିବା ମନ୍ତ୍ରୀସ୍ତରୀୟ ଦଳର ମୁ୍ଖ୍ୟ ରହିଥିଲେ ନିର୍ମଳା ସୀତାରମଣ । ସୀତାରମଣ ଓହରିଯିବା ପରେ ବିହାର ଉପ ମୁଖ୍ୟମନ୍ତ୍ରୀ ତଥା କମିଟିର ଉପମୁଖ୍ୟ ରହିଥିବା ସୁଶୀଲ ମୋଦିଙ୍କୁ ନୂତନ ମୁଖ୍ୟ ଭାବରେ ଘୋଷଣା କରାଯାଇଛି । ସୀତାରମଣଙ୍କ ଓହରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ମନ୍ତ୍ରୀସ୍ତରୀୟ କମିଟିର ମୁଖ୍ୟ ରହିବା ସହିତ ନିର୍ମଳା ଜିଏସ୍ଟି ପ୍ୟାନେଲ୍ର ମୁଖ୍ୟ ଭାବରେ କାର୍ଯ୍ୟକରୁଥିବାରୁ ନିର୍ମଳାଙ୍କୁ ରିପୋର୍ଟ ପ୍ରସ୍ତୁତ କରିବା ସହିତ ଏହାକୁ ମଞ୍ଜୁରୀ ଦେବାକୁ ପଡିଥାଏ । ତେଣୁ ଆଇଜିଏସ୍ଟି ପ୍ୟାନେଲ୍ରୁ ନିର୍ମଳା ଓହରିଥିବା ଜଣାପଡିଛି । କମିଟିର କାର୍ଯ୍ୟକୁ ସ୍ବଚ୍ଛତାର ସହିତ ଏବଂ ସୂଚାରୁ ଭାବରେ ପରିଚାଳନା ପାଇଁ ନିର୍ମଳା ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି । (ଏଜେନ୍ସୀ)
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଜଳେଶ୍ବର,11/12 : ଜଳେଶ୍ବରର କୁଖ୍ୟାତ ନିଶା ବେପାରୀ ମୁନ୍ନା ଖାଁ ପୋଲିସକୁ ଚକ୍ମା ଦେଇ ଖସି ଯାଇଛି । ତେବେ ମୁନ୍ନା ଘରୁ ପୋଲିସ୍ 31 ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରିବା ସହିତ ତାର ମା‘କୁ ଗିରଫ କରିଛି । ଓଡିଶା ଏବଂ ପଶ୍ଚିମବଙ୍ଗରେ ମୁନ୍ନା ନାଁରେ 40ରୁ ଏକାଧିକ ମାମଲା ରହିଥିବା ବେଳେ ଶାସନବାଡ ସ୍ଥିତ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ମୀର ରାହତ ଅଲ୍ଲୀ ଖାଁ ଓରଫ୍ ମୁନ୍ନା ଖସି ଯାଇଥିବା ବେଳେ ଅବକାରୀ ବିଭାଗ 310 ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଥିଲା । ଜବତ ବ୍ରାଉନ୍ ସୁଗାରର ଅନ୍ତର୍ଜାତୀୟ ମୂଲ୍ୟ ପ୍ରାୟ 31 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ବ୍ୟୁନୋସ ଆରିସ୍,11/12: ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଆଲବର୍ଟୋ ଫର୍ଣ୍ଣାଣ୍ଡେଜ୍ । ମଙ୍ଗଳବାର ବିଳମ୍ବିତ ରାତିରେ ଫର୍ଣ୍ଣାଣ୍ଡେଜ୍ ଶପଥ ଗ୍ରହଣ କରିଛନ୍ତି ଫର୍ଣ୍ଣାଣ୍ଡେଜ୍ । ପୂର୍ବତନ ରାଷ୍ଟ୍ରପତି ମରିସିଓ ମାକ୍ରିଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ଫର୍ଣ୍ଣାଣ୍ଡେଜ୍ । ଦାୟିତ୍ବ ଗ୍ରହଣ ପରେ ନିଜର ପ୍ରଥମ ଅଭିଭାଷଣ ପ୍ରଦାନ କରିଥିଲେ ଫର୍ଣ୍ଣାଣ୍ଡେଜ୍ । ସାମାଜିକ ନ୍ୟାୟ ବ୍ୟବସ୍ଥାରେ ସୁଧାର ଆଣିବା ସହିତ ଆର୍ଜେଣ୍ଟିନା ବାସୀଙ୍କ ସହ ପାଦ ମିଳାଇ ଦେଶକୁ ଆଗକୁ ବଢାଇବା ତାଙ୍କର ପ୍ରଥମ ଲକ୍ଷ୍ୟ ରହିବ ବୋଲି ଫର୍ଣ୍ଣାଣ୍ଡେଜ୍ କହିଛନ୍ତି । ଦକ୍ଷିଣ ଆମେରିକାର ଏହି ତୃତୀୟ ବୃହତମ ଅର୍ଥନୈତିକ ରାଷ୍ଟ୍ର ବର୍ତ୍ତମାନ ଅର୍ଥନୈତିକ ସଙ୍କଟରେ ଗତି କରୁଥିବାରୁ ଏହି ପରସ୍ଥିତିରୁ ମୁକୁଳିବା ପ୍ରଥମ ଲକ୍ଷ୍ୟ ହେବ ବୋଲି ଫର୍ଣ୍ଣାଣ୍ଡେଜ୍ କହିଛନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ୨୦୦୭-୦୮ କନ୍ଧମାଳ ଦଙ୍ଗା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ସାମ୍ବାଦିକ କରନ ଥାପରଙ୍କୁ ଏକ ସାକ୍ଷାତ୍କାର ଦେଇ କହିଥିଲେ ଯେ- ତାଙ୍କର ଧର୍ମ ନିରପେକ୍ଷ ଚରିତ୍ର ଉପରେ କେହି ବି ଆଙ୍ଗୁଳି ଉଠାଇ ପାରିବେ ନାହିଁ, କାରଣ ତାଙ୍କର ହାଡେ ହାଡେ ଧର୍ମନିରପେକ୍ଷତାର ବିଚାର ରହିଛି। ନିଜ କଥା ପ୍ରମାଣିତ କରିବାକୁ ଯାଇ ନବୀନ ୯ ବର୍ଷ ଧରି ରହିଥିବା ବିଜେପି ସହିତ ବିଜେଡ଼ିର ସମ୍ପର୍କ ତୁଟାଇ ଦେଇଥିଲେ। ୨୦୦୯ ନିର୍ବାଚନ ବିଜେଡି ଏକାକୀ ଲଢିଲା ଓ ବେଶ ଭଲ ଭାବରେ ଜିତିଲା। ୨୦୦୯, ୨୦୧୪ଓ ୨୦୧୯ ନିର୍ବାଚନରେ ଏକାକୀ ନିର୍ବାଚନ ଲଢି ବିଜେଡି ୧୦୦ ରୁ ଅଧିକ ଆସନ ପାଇ ଆସୁଛି। ୨୦୦୯ ପରଠୁ ବିଜେପି ସହିତ ବିଜେଡିର ମତଭେଦ ଅତ୍ୟନ୍ତ ସ୍ପଷ୍ଟ ଓ ନିର୍ବାଚନୀ ରାଜନୀତିରେ ଉଭୟ ପରଷ୍ପର ର ଶତ୍ରୁ ଭଳି ରହିଛନ୍ତି। ୨୦୧୯ ନିର୍ବାଚନପ୍ରଚାର ସମୟରେ ମଧ୍ୟ ନବୀନ ବାବୁ ବିଜେପି…
ସମୀକ୍ଷା ବ୍ୟୁରୋ କଟକ,11/12: କଟକ ସ୍ଥିତ ନରାଜ ବଜାର ଅଞ୍ଚଳରେ କମିଶନରେଟ ପୋଲିସ୍ ପକ୍ଷରୁ ରାତିଅଧିଆ ଚଢାଉ କରାଯାଇଥିଲା । ଚୌଦ୍ୱାର ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡ ପକ୍ଷରୁ କରାଯାଇଥିବା ଏନ୍କାଉଣ୍ଟରରେ କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବଲୁ ଆହତ ହୋଇଛି । ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ବବ୍ଲୁକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ପ୍ରାୟ 3ଟା ବେଳେ ନରାଜ ବଜାର ଅଞ୍ଚଳର ବବ୍ଲୁ ରହିଥିବା ଖବର ପାଇ ଚୌଦ୍ୱାର ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ଚଢଉ କରାଯାଇଥିଲା । ଆତ୍ମସମର୍ପଣ କରିବା ବଦଳରେ ବବ୍ଲୁ ପୋଲିସ୍ ଉପରକୁ ଗୁଳି ଚଳାଇବାରୁ ତିନି ପୋଲିସ୍ କର୍ମୀ ଆହତ ହୋଇଥିଲେ । ବବଲୁ ନିକଟରୁ ପୋଲିସ ଗୋଟିଏ ବନ୍ଧକୁ ଜବତ କରିଛି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ବହୁ ବର୍ଷ ଧରି ବିଧାୟକମାନଙ୍କୁ ସେବା ଯୋଗାଇ ଦେଇ ଆସୁଥିବା କ୍ବାଟରଗୁଡିକ ଭଙ୍ଗାଯିବ। ସେହି ସ୍ଥାନରେ ନିର୍ମାଣ ହେବା ବିଳାସ ପୂର୍ଣ୍ଣ 10 ମହଲା ବିଶିଷ୍ଠ ପ୍ରାସାଦ ବା ଆପର୍ଟମେଣ୍ଟ। ଏ ନେଇ ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତ ବିଭାଗର ସଚିବ କିଷନ କୁମାରଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଏହି ବହୁତଳ ପ୍ରାସାଦର ରୂପରେଖ ଉପରେ ଆଲୋଚନା କରିଥିଲେ। ଏହି ନୂତନ ପ୍ରସାଦରେ ବିଧାୟକମାନଙ୍କ ପାଇଁ ବହୁ ଅତ୍ୟାଧୁନିକ ବ୍ୟବସ୍ଥା ରଖାଯିବ। ପ୍ରାସାଦ ଭିତରେ ସୁଇମିଂ ପୁଲ, ସପିଂ ମଲ, ଜିମ, ମଲଟି ପାର୍କିଂ ବ୍ୟବସ୍ଥା କରାଯିବ। ପିଲାମାନଙ୍କ ଖେଳିବା ଏବଂ ମର୍ଣ୍ଣି ୱାର୍କ କରିବା ପାଇଁ ସେହି ଭିତରେ ପର୍ଯ୍ୟାପ୍ତ ଖାଲି ସ୍ଥାନ ରଖାଯିବ ବୋଲି ନିଷ୍ପତି କରାଯାଇଛି। ଏଥିସହିତ 24 ଘଣ୍ଟିଆ ବିଦ୍ୟୁତ ସେବା ସହିତ ପାୱାର ବ୍ୟାକଅପ୍ ମଧ୍ୟ କରାଯିବ।…
ଭୁବନେଶ୍ବର, ରାଜ୍ୟ ସରକାର ଲିଙ୍ଗରାଜନ ମନ୍ଦିରକୁ ବିଶ୍ବ ସ୍ତରୀୟ କରିବା ପାଇଁ ଆରମ୍ଭ କରିଥିବା ଉଚ୍ଛେଦକୁ ନେଇ ବିକ୍ଷୋଭ କରିଛନ୍ତି ଭୁବନେଶ୍ବର କଂଗ୍ରେସ ଓ ବିଜେପି। ସେମାନଙ୍କର ଦାବୀ ହେଲା ଯେ, ପ୍ରଥମେ ଲୋକଙ୍କୁ ଥଇତାନ କରି ତାପରେ ଉଚ୍ଛେଦ କର। ଏଥିରେ ବିଧାୟକ ସୁରେଶ ରାଉତରାୟଙ୍କ ସହିତ ପୁରୁଣା ଭୁବନେଶ୍ବରର ସମସ୍ତ କଂଗ୍ରେସ କର୍ମି ସାମିଲ ହୋଇଥିଲେ।
ଓଡିଆ ଚଳଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ଚଳିତ ବର୍ଷର ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। ଅର୍ଚ୍ଚିତାଙ୍କ ଅଭିନିତ ଚମ୍ପିୟାନ ଚଳଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବେ।
ହିଞ୍ଜିଳିକାଟୁ,୧୦/୧୨ : ହିଞ୍ଜିଳିକାଟୁ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ନିକଟସ୍ଥ ପୋଡଙ୍ଗି ଗ୍ରାମରେ ଗ୍ରାମ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧୁନା ସମାଜରେ ଯୁବପିଢି ଗାଁ ସଂସ୍କୃତି,ପରମ୍ପରା,ଐତିହ୍ୟକୁ ଭୁଲି ବ୍ୟକ୍ତିଗତ ଜୀବନରେ ପରିବର୍ତ୍ତନ ଘଟିବା ପରେ ସହରାଭିମୁଖୀ ହେବା ପରିଲକ୍ଷିତ ହେଉଛି। ଯାହା ଗ୍ରାମାଞ୍ଚଳ ପ୍ରତି ଭଲପାଇବା, ଆବେଗ ହ୍ରାସ ପାଇବା ସ୍ଥିତି ଧିରେ ଦେଖାଯାଉଛି। ତେଣୁ ଏହି ଦିଗକୁ ଦୃଷ୍ଟିରେ ରଖି ପୋଡଙ୍ଗି ଗ୍ରାମରେ ଗ୍ରାମ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗାଁର ବିଭିନ୍ନ ମନ୍ଦିର,ସାମୂହିକ ସ୍ଥାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ,ନଗର ପରିଭ୍ରମଣ କରିବା ସହିତ ପରିଶେଷରେ ଏକ ସଭା ଅନୁଷ୍ଠିତ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପାଢୀଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମକୁ ଗୁରୁଜୀ ଅଜିତ କୁମାର ନାୟକ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀଙ୍କ ସମେତ ଗୁରୁଜୀ,ଗୁରୁମା ଓ ଗ୍ରାମର ବହୁ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ।
ଭୁବନେଶ୍ବର, ୧୦/୧୨: ଜାନୁଆରୀ ୧୫ ସୁଦ୍ଧା ବକୈୟା ବିଲ୍ ପୈଠ ନ ହେଲେ ଲାଇନ୍ କଟିଯିବ ବୋଲି ଆଜି ସେସୁ ସିଇଓ ଅରୁଣ ବ୍ରୋଥା ସୂଚନା ଦେଇଛନ୍ତି । ଗ୍ରାହକଙ୍କ ଉପରେ ସେସୁର ୧୯୭୧ କୋଟି ଟଙ୍କା ବାକି ପଡିଥିବାବେଳେ ସେମାନଙ୍କ ମଧ୍ୟରୁ ଘରୋଇ ଗ୍ରାହକଙ୍କ ପାଖରେ ଏକହଜାର ୨୩ କୋଟି ଟଙ୍କା ଓ ଶିଳ୍ପସଂସ୍ଥା ଉପରେ ୧୦୮ କୋଟି ଟଙ୍କା ବାକି ପଡିଛି । ଏକ ଲକ୍ଷ ୪ ହଜାର ଲୋକ ୨ ବର୍ଷ ହେଲା କୌଣସି ବିଲ୍ ଦେଇନାହାନ୍ତି । ଏହାର ମୂଲ୍ୟ ୩୯୪ କୋଟି ଟଙ୍କା ହୋଇଥିବା ବେଳେ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ବାକି, ବ୍ୟାବସାୟିକ ପ୍ରତିଷ୍ଠାନ ଓ ଅନ୍ୟଙ୍କ ଉପରେ ବାକି ଅଛି ୮୪୦ କୋଟି ଅଛି ବୋଲି ସୂଚନା ଦେଇଛନ୍ତି । ବକେୟା ବିଲ୍ ପାଇଁ ଗ୍ରାହକଙ୍କ ପାଖକୁ ମେସେଜ୍ ଯିବ। ଏବଂ ଏହି ବକେୟା ବିଲ୍କୁ ୬ଟି କିସ୍ତିରେ ଶୁଝାଯାଇପାରିବ…
https://youtu.be/fqYxt12Bmfc In September, Kalki Koechlin announced that she is going to become a parent, along with her boyfriend Guy Hershberg and is four months pregnant. Since then, the actress has been open about her pregnancy and how she is dealing with it. The actress recently featured on the cover of a magazine and looked simply divine.
https://youtu.be/R9wB5OamRco Celebrities Malaika Arora, Geeta Kapoor and Terence Lewis will reportedly judge “India’s Best Dancer”. The dance show will have a home grown format and will be produced by Frames, which has backed shows like “Dance India Dance 3”, “DID L’il Masters 2” and “Nach Baliye 5”.
https://www.youtube.com/watch?v=T2y_jsbbXEg As ‘Dabangg 3’ is all set to hit the theatres in this month, the film team is leaving no stones unturned to promote it on various platforms. On Friday, Sonakshi and Saiee along with Salman and the director of the film, Prabhu Deva visited the sets of a reality show hosted by Khan himself. For the occasion, ladies were twinning in pink ensemble. Sonakshi looked absolutely stunning in a lehenga and blouse with a sheer dupatta. While Saiee was all pretty in a shimmery pink Salwar kameez. Both the actresses were all smiles for the pictures.
Patna: Geese at the old Secretariat pond in Patna, on Dec 2, 2019. (Photo: IANS)
(191127) — HOHHOT, Nov. 27, 2019 (Xinhua) — Photo taken on Nov. 24, 2019 shows an egret foraging in Bayan Nur of north China’s Inner Mongolia Autonomous Region. A flock of egrets has arrived at their wintering grounds, the Yellow River National Wetland Park in north China’s Inner Mongolia Autonomous Region. (Xinhua/Li Yunping)
WHITE ISLAND (NEW ZEALAND), Dec. 10, 2019 (Xinhua) — Photo taken on Dec. 9, 2019 shows the heavy smoke from volcanic eruption at New Zealand’s White Island. Five people were confirmed dead in a volcanic eruption in New Zealand’s White Island in the Eastern Bay of Plenty of the North Island on Monday, with more casualties likely, the police said. (Photo provided by Michael Schade/Handout via Xinhua)
New Delhi: Models walk the ramp during a fashion show organised by Fashion Design Council of India (FDCI) at the launch of “InHerit 2019” at Sunder Nursery Heritage Park in New Delhi on Dec 7, 2019. (Photo: Amlan Paliwal/IANS)
Mumbai: Actors Sayantani Ghosh, Nia Sharma, Vijayendra Kumeria and Jasmin Bhasin at the launch of upcoming television serial “Naagin Bhagya Ka Zehreela Khel” in Mumbai, on Dec 9, 2019. (Photo: IANS)
Thiruvananthapuram: West Indies’ Kesrick Williams in action during the second T20I match between India and West Indies at the Greenfield International Stadium in Thiruvananthapuram, Kerala on Dec 8, 2019. (Photo: Surjeet Yadav/IANS)
ଭୁବନେଶ୍ବର, ୧୦/୧୨: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍ବଚ୍ଛତା ଆଣିବା ପାଇଁ ସବୁ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ୨୦୨୦ରୁ ଏକକ ପିଜି ପ୍ରବେଶିକା କରାଯିବା ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଏଣିକି ଜୁନ୍ ୧୫ ସୁଦ୍ଧା ଯୁକ୍ତ ତିନିର ପରୀକ୍ଷା ଫଳ ପ୍ରକାଶ ହେବ। ପରୀକ୍ଷାର ୪୫ ଦିନ ଭିତରେ ଏହି ପରୀକ୍ଷା ଫଳ ପ୍ରକାଶିତ ହେବ। ଫଳ ପ୍ରକାଶନ ପାଇଁ ସବୁ କଲେଜକୁ ନିର୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଆଜି ଭୁବନେଶ୍ୱରରେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ଏକ ସମ୍ମିଳନୀ ହୋଇଥିଲା। ସେଠାରେ ପିଜି ପାଠ୍ୟକ୍ରମ ପ୍ରବେଶିକା ନେଇ ଆଲୋଚନା ହେବା ପରେ ଆସନ୍ତା ଶିକ୍ଷାବର୍ଷରୁ ଏକକ ପିଜି ପ୍ରବେଶିକା କରାଯିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ରାଜ୍ୟରେ ପିଜି ପାଠ୍ୟକ୍ରମ ପାଇଁ ଗୋଟିଏ ଦିନରେ ପ୍ରବେଶିକା ପରୀକ୍ଷା ହେବ। ଏହି ଏକକ ପିଜି ପ୍ରବେଶିକା ପରୀକ୍ଷା ଆସନ୍ତା ଶିକ୍ଷାବର୍ଷ ଅର୍ଥାତ ୨୦୨୦ରୁ ଲାଗୁ…

