Author: Samikhsya Bureau

(191210) — SANAA, Dec. 10, 2019 (Xinhua) — A man checks solar panels installed to power his water pump in Sanaa, Yemen, Dec. 8, 2019. Amid nearly five years of grinding war and electricity cut in Yemen, many Yemenis turn to solar power to keep lights on. (Photo by Mohammed Mohammed/Xinhua)

Read More

ମୁମ୍ବାଇ, 11/12 : ମୁମ୍ବାଇର ୟଙ୍ଗ ସେନସେସନ୍‌ ପୃଥ୍ବୀ ଶ ରଣଜୀ ଟ୍ରଫିରେ ଦ୍ବିଶତକ ହାସଲ କରିଛନ୍ତି । ବରୋଦା ବିପକ୍ଷ ମୁକାବିଲାର ଦ୍ବିତୀୟ ଇନିଂସରେ ଶ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ମୁମ୍ବାଇର ଦ୍ବିତୀୟ ଇନିଂସରେ ଶ 179ଟି ବଲ୍‌ର ସମ୍ମୁଖୀନ ହୋଇ 202 ରନ୍‌ ସଂଗ୍ରହ କରିଥିଲେ । ଶଙ୍କ ଇନିଂସ ମଧ୍ୟରେ 19ଟି ଚୌକା ଏବଂ 7ଟି ଛକ୍କା ସାମିଲ ଥିଲା । ଦୀର୍ଘ 8 ମାସର ବ୍ୟବଧାନ ପରେ 4 ଦିନିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବା ଶ ପ୍ରଥମ ଇନିଂସରେ ମଧ୍ୟ 66 ରନ୍‌ର ଇନିଂସ ଖେଳିଥିଲେ । ପ୍ରଥମ ଇନିଂସରେ ମୁମ୍ବାଇ 431 ରନ୍‌ କରିଥିବା ବେଳେ ବରୋଦା 307 ରନ୍‌ରେ ଅଲଆଉଟ ହୋଇଯାଇଥିଲା । ଦ୍ବିତୀୟ ଇନିଂସରେ ଶ(202) ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ଅପରାଜିତ 102 ଫଳରେ ମୁମ୍ବାଇ 4 ଓ୍ବିକେଟ୍‌ ହରାଇ 409 ରନ୍‌ ସଂଗ୍ରହ କରିଛି ।…

Read More

https://youtu.be/6_dF5wdZTy8 Deepika Padukone: Impact, longevity define a film’s success. Mumbai, Actress Deepika Padukone says the success of any film depends on its impact and longevity in the market. “I feel that now, more than ever before for me, success of a movie is really about the impact it is able to have on people’s lives.

Read More

କୋଲକାତା,11/12 : ଦେଶରେ ମହିଳାଙ୍କ ପ୍ରତି ହିଂସା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳ ନୁହେଁ ମେଟ୍ରୋ ସହରରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି । କୋଲକାତାରେ ଏପରି ଏକ ଘଟଣା ସମ୍ମୁଖକୁ ଆସିଛି । ଜଣେ 26 ବର୍ଷୀୟ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ 64 ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରାଯାଇଛି । ବୁଧବାର କୋଲକାତାର ଦମ୍‌ଦମ୍‌ ମେଟ୍ରୋ ଷ୍ଟେସନ୍‌ରେ ଏହି ଘଟଣା ଘଟିଛି । ନିଜ ମା ଏବଂ ଜଣେ ବନ୍ଧୁଙ୍କ ସହିତ ଫେରୁଥିବା ବେଳେ ବୃଦ୍ଧ ଜଣଙ୍କ ମହିଳାଙ୍କ ଭିଡିଓ ଉତ୍ତୋଳନ କରିବା ସହିତ ଅଶ୍ଲୀଳ ଇଙ୍ଗିତ କରିଥିଲେ । ଏହାପରେ ମହିଳାଙ୍କ ପରିବାର ସହିତ ବୃଦ୍ଧଙ୍କର ଯୁକ୍ତିତର୍କ ହୋଇଥିଲା । ଏହାପରେ ମହିଳାଙ୍କ ଅଭିଯୋଗ କ୍ରମେ ବୃଦ୍ଧଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସୀ)

Read More

ଶ୍ରୀହରିକୋଟା,11/12 : ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ (ଇସ୍ରୋ)କୁ ଆଉ ଏକ ସଫଳତା ମିଳିଛି । ସାଟେଲାଇଟ ଇମେଜିଂ ଉପଗ୍ରହ ରିସାଟ୍‌-2ବିଆର1 ସହିତ ଅନ୍ୟ 9ଟି ବିଦେଶୀ ଉପଗ୍ରହର ଉତ୍‌କ୍ଷେପଣ କରିଛି ଇସ୍ରୋ । ରିସାଟ୍‌-2ବିଆର1ର ଓଜନ 628 କିଗ୍ରା ରହିଥିବା ବେଳେ ଭୂପୃଷ୍ଠରୁ ଏହା 576 କିମି ଉଚ୍ଚ 37 ଡିଗ୍ରୀରେ ଅବସ୍ଥାନ କରିବ । ପିଏସ୍‌ଏଲ୍‌ଭି-ସି48 ଜରିଆରେ ଏହି ଉତ୍‌କ୍ଷେପଣ ହୋଇଥିଲା । ଏହା ପିଏସ୍‌ଏଲ୍‌ଭିର 50 ତମ ଉତ୍‌କ୍ଷେପଣ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ପିଏସ୍‌ଏଲ୍‌ଭି ଜରିଆରେ ଚନ୍ଦ୍ରାୟନ-2ର ଉତ୍‌କ୍ଷେପଣ କରାଯାଇଥିଲା । ରିସାଟ୍‌-2ବିଆର1 ସହିତ 9ଟି ବିଦେଶୀ ଉପଗ୍ରହ ମଧ୍ୟ ଉତ୍‌କ୍ଷେପଣ କରାଯାଇଛି । ଏହା ମଧ୍ୟରେ ଆମେରିକାର 6ଟି ଉପଗ୍ରହ ରହିଥିବା ବେଳେ ଇସ୍ରାଏଲ, ଇଟାଲୀ ଏବଂ ଜାପାନର ଗୋଟିଏ ଲେଖାଏଁ ଉପଗ୍ରହ ରହିଛି । (ଏଜେନ୍ସୀ)

Read More

କରାଚୀ,11/12: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ୍‌ ସଇଦ୍‌ ବିରୋଧରେ ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଲାହୋରର ଏହି ଆତଙ୍କ ନିରୋଧୀ କୋର୍ଟ ହାଫିଜ୍‌ ସମେତ ଅନ୍ୟ ତିନି ଜଣଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ହଫିଜ୍‌ ସଇଦ୍‌ଙ୍କ ଘନିଷ୍ଠ ସହଯୋଗୀ ହଫିଜ୍‌ ଅବଦୁଲ୍‌ ସଲାମ ବିନ୍‌ ମହମ୍ମଦ, ମହମ୍ମଦ ଅଶ୍ରଫ ଏବଂ ଜାଫର ଇକ୍‌ବାଲଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଅର୍ଶଦ ହୁସେନ୍‌ ଭୁଟ୍ଟା ଏହି ମାମଲାର ବିଚାର କରିଥିବା ବେଳେ ସମସ୍ତଙ୍କ ବିରୋଧରେ ସାକ୍ଷୀ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଫିଜ୍‌ ବିରୋଧରେ ସମୁଦାୟ 23ଟି ଏଫ୍‌ଆଇଆର ରୁଜୁ କରାଯାଇଛି । (ଏଜେନ୍ସୀ)

Read More

https://youtu.be/hPC0RximGBY Actor Shahid Kapoor, who next will be seen on screen in the Bollywood remake of the Telugu hit ‘Jersey’, says he cried four times after watching the original film because he could relate to the central character of the story, who is close to his age. “I never wanted to be part of a remake again (after ‘Kabir Singh’)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,11/12 : ପେସ୍‌ ବୋଲରଙ୍କ ସଫଳତା ବଳରେ ରଣଜୀ ଟ୍ରଫିର ପ୍ରଥମ ମୁକାବିଲାରେ ବିଜୟୀ ହୋଇଛି ଓଡିଶା । ଓଡିଶାର ପେସ୍‌ ବୋଲର ଛତିଶଗଡର ସମସ୍ତ 20 ଓ୍ବିକେଟ ଅକ୍ତିଆର କରିବାରୁ ଓଡିଶା ଏକ ଇନିଂସ ଏବଂ 3 ରନ୍‌ରେ ବିଜୟୀ ହୋଇଛି । ଛତିଶଗଡର ରାୟପୁରରେ ଖେଳାଯାଇଥିବା ଏହି ମୁକାବିଲାରେ ଓଡିଶା ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ରାଜେଶ ମହାନ୍ତି (47/6)ଙ୍କ ଘାତକ ବୋଲିଂ ଫଳରେ ଛତିଶଗଡ ମାତ୍ର 134 ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ବସନ୍ତ ମହାନ୍ତି 3ଟି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଅନ୍ୟ ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଓଡିଶା ସୁଜିତ ଲେଙ୍କାଙ୍କ(56) ରନ୍‌ ସହାୟତାରେ ଓଡିଶା 215 ରନ୍‌ ସଂଗ୍ରହ କରିଥିଲା । 81 ରନ୍‌ ପଛରେ ରହିଥିବା ଛତିଶଗଡ ଦ୍ବିତୀୟ ଇନିଂସରେ ମାତ୍ର 78 ରନ୍‌ରେ ଅଲ୍‌ଆଉଟ ହେବାରୁ ଓଡିଶା ଇନିଂସ ଏବଂ ତିନି ରନ୍‌ରେ…

Read More

ନୂଆଦିଲ୍ଲୀ,11/12: 2002 ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରାଯାଇଛି । ବୁଧବାର ନାନାବତୀ-ମେହେଟ୍ଟା କମିଶନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ମୋଦିଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରାଯାଇଛି । କମିଶନଙ୍କ ପକ୍ଷରୁ ଟ୍ରେନ୍‌ ପୋଡିକୁ ପୂର୍ବ ନିର୍ଦ୍ଧାରିତ ଦର୍ଶା ଯାଇଥିବା ବେଳେ ଦଙ୍ଗା ସ୍ବତଃସ୍ଫୂର୍ତ୍ତ ଭାବରେ ଘଟିଥିଲା । ଦଙ୍ଗା ହେବାରେ କିମ୍ବା ଏହାକୁ ବଢାଇବାରେ ସରକାରଙ୍କ କୌଣସି ସମ୍ପର୍କ ନଥିଲା ବୋଲି କମିଶନ ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ବୁଧବାର ଗୁଜରାଟ ବିଧାନସଭାରେ ଏହି ତଥ୍ୟ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, 2002 ମସିହାରେ କରସେବକଙ୍କୁ ନେଇ ଯାଉଥିବା ଟ୍ରେନ୍‌ର ଏସ-6 କୋଚ୍‌ରେ ନିଆଁ ଲଗାଯିବାରୁ 59 କରସେବକଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଦଙ୍ଗା ଘଟି 1044 ଜଣଙ୍କର ପ୍ରାଣହାନି ଘଟିବା ସହିତ 25ଶହ ଆହତ ଏବଂ 225 ଜଣ ନିଖୋଜ ହୋଇଥିଲେ । ମୃତକଙ୍କ ମଧ୍ୟରେ 790 ଜଣ ମୁସଲିମ…

Read More

https://youtu.be/2ixzGmJMbEA Ananya Panday’s ‘Pati Patni Aur Woh’ co-starring Kartik Aaryan and Bhumi Pednekar have been the talk of the town since the announcement. The actress along with her co-stars are leaving no stones unturned to promote their film on various platforms. Ananya who is quite active on social media has been sharing her looks for the promotional events of the film.

Read More