ନୂଆଦିଲ୍ଲୀ,13/12 : ଶେଷରେ ଆଇନରେ ପରିଣତ ହେଲା ନାଗରକତ୍ବ ସଂଶୋଧନ ବିଲ୍ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହି ବିଲ୍ଟି ଆଇନରେ ପରିଣତ ହୋଇଛି । ଗୁରୁବାର ବିଳମ୍ବିତ ରାତ୍ରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲ୍କୁ ମଞ୍ଜୁରୀ ପ୍ରଦାନ କରିଥିଲେ । ପୂର୍ବରୁ ବିଲ୍ଟି ଲୋକସଭା ଏବଂ ରାଜ୍ୟସଭାରେ ବହୁମତରେ ପାରିତ ହୋଇଥିଲା । ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ଏବଂ ଏହା ଆଇନରେ ପରିଣତ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଲୋକସଭାରେ ଏହି ବିଲ୍ଟି ସୋମବାର ପାଶ୍ ହୋଇଥିବା ବେଳେ ବୁଧବାର ଦିନ ରାଜ୍ୟସଭାରେ ପାଶ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଏହି ନିୟମ ଅନୁଯାୟୀ ଭାରତରେ 6 ବର୍ଷରୁ ଅଧିକ ଦିନ ଅବସ୍ଥାନ କରିଥିବା ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ଅଣ ମୁସଲିମ ନାଗରିକଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରାଯିବ ।(ଏଜେନ୍ସୀ)
Author: Samikhsya Bureau
କେଦାର ମିଶ୍ର ଭକ୍ତଙ୍କ ଲାଗି ବହୁତ ବଡ ଖବର। ଆମ ଓଡିଶାର ଗର୍ବ ଓ ଗୌରବ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ “ଉଜ୍ଜ୍ଵଳା” ଯୋଜନା ସମ୍ପର୍କରେ ଯେଉଁ ଖବର ଏବେ ଶୁଣା ଯାଉଛି, ତାକୁ ଶୁଣିଲା ପରେ ତାଙ୍କ ପାରିବାପଣିଆଁକୁ ତାରିଫ ନକରି ରହି ହେବନାହିଁ। ଦେଶର ମହା ଲେଖାକାର ବା ସିଏଜି ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ ଧର୍ମେନ୍ଦ୍ରଙ୍କ ବିଭାଗ ଉଜ୍ଜ୍ଵଳା ଯୋଜନାରେ ବ୍ୟାପକ ହେରଫେର କରିଥିବା କଥା ଉଲ୍ଲେଖ କରିଛନ୍ତି। ସିଏଜିଙ୍କ ୱେବ ସାଇଟରେ ଉଜ୍ଜ୍ଵଳା ଯୋଜନାର ଉପଭୋକ୍ତାମାନେ ମାସକୁ ୩ ରୁ ୪୧ ଟି ସିଲିଣ୍ଡର ଉଠାଉଥିବାର ତଥ୍ୟ ପ୍ରକାଶ ପାଇଛି। ଅର୍ଥାତ ଉଜ୍ଜ୍ଵଳା ଯୋଜନାରେ ସଂଯୋଗ ନେଇ ଏହାର ବ୍ୟାବସାୟିକ ଉପଯୋଗ କରାଯାଉଛି। ଏ ପ୍ରକାର ବ୍ୟାବସାୟିକ ସିଲିଣ୍ଡର ଉଠାଉଥିବା ଉପଭୋକ୍ତାଙ୍କ ସଂଖ୍ୟା ୧୩.୯୬ ଲକ୍ଷ ଓ ସେମାନେ ୩ ରୁ ୪୧ ଟି ସିଲିଣ୍ଡର ଉଠାଇବାର ଉଦାହରଣ ୨୦.୧୨ ଲକ୍ଷ ଥର ଦେଖିବାକୁ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପରି ଏକାମ୍ର କ୍ଷେତ୍ରକୁ ମଧ୍ୟ ଆନ୍ତର୍ଜାତୀୟ ସ୍ତରର କରାଯିବ। ଲିଙ୍ଗରାଜ ମନ୍ଦିରର ପାରିପାର୍ଶିକ ବିକାଶ ସହିତ ଏକ ଉଚ୍ଚ କୋଟୀର ଧର୍ମ କ୍ଷେତ୍ରରେ ପରିଣତ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଏକ ବଡ ଘୋଷଣା। ଏହି ପ୍ରାଚୀନ ଐତିହ୍ୟର ଚତୁଃପାର୍ଶ୍ଵ ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଯୋଜନା “ପରିବ୍ୟାପ୍ତ ଏକାମ୍ର କ୍ଷେତ୍ର ଯୋଜନା”। ଏହି ଯୋଜନାରେ ରହିଛି ଏକ ଆକର୍ଷଣୀୟ ପ୍ରବେଶ ପଥ ନିର୍ମାଣ, ବିନ୍ଦୁ ସାଗର ପୁନରୁଦ୍ଧାର, ନିକଟସ୍ଥ ବିଭିନ୍ନ ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ, ଇ- ଅଟୋ ପ୍ରୋଗ୍ରାମ, ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ଏବଂ ଥଇଥାନ ଆଦି ୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ସହ ଏକ ହଜାର ବର୍ଷର ପୁରୁଣା ଲିଙ୍ଗରାଜ ମନ୍ଦିରର ସୁରକ୍ଷା ଓ…
ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା, ୧୨/୧୨: ବାଲୁଗାଁ ମହାବିଦ୍ୟାଳୟରେ ଦୁଇ ଦିନ ଧରି ‘ଖୋର୍ଦ୍ଧା ଜିଲ୍ଲା ଯୁବ ଓ ସେବା ଉତ୍ସବ-୨୦୧୯’ ଅନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବକୁ ଓଡିଶା ସରକାରଙ୍କର ଖୋର୍ଦ୍ଧା ଜିଲ୍ଲା ଯୁବ ଓ ସେବା ବିଭାଗ ଆୟୋଜନ କରିଥିଲା। ଏହି ଦୁଇଦିନିଆ ଉତ୍ସବକୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବାଲୁଗାଁ କଲେଜ ଅଧ୍ୟକ୍ଷା ବିନତି ମଞ୍ଜରି ରାଉତ ଉଦ୍ଘାଟନ କରିଥିବାବେଳେ ଏହି ଉତ୍ସବକୁ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ଶେଖର ମହାନ୍ତି ଉଦଯାପିତ କରିଥିଲେ। ଏହି ଉତ୍ସବରେ ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ଏହି ମହୋତ୍ସବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ଭେଟେଶ୍ଵର ଭେଟିନାଥଦେବ ବିଦ୍ୟାପୀଠର କୁନି କୁନି ଛାତ୍ରଛାତ୍ରୀ। ଏହି କୁନି କଳାକାରମାନେ ନିଜ ନିଜର ନିଖୁଣ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଲୋକନୃତ୍ୟ ଓ ଏକକ ଅଭିନୟରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି ରାଜ୍ୟସ୍ତରୀୟ ମହୋତ୍ସବ…
ଖୋର୍ଦ୍ଧା, ୧୨/୧୨: ବାଲୁଗାଁ ସ୍ଥିତ ବାଲୁଗାଁ ମହାବିଦ୍ୟାଳୟଠାରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ତଥା କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ବାରା ପ୍ରାୟୋଜିତ ‘ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ-୨୦୧୯’ ଦୁଇ ଦିନ ଧରି ପାଳିତ ହୋଇଯାଇଛି। ଡିସେମ୍ବର ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଏହି ମହୋତ୍ସବ ପାଳନ ହୋଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ମହୋତ୍ସବରେ ଭାଗ ନେଇଥିବା ବ୍ୟକ୍ତିବିଶେଷ ତଥା ଦଳଗତ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଭଦ୍ରକଠାରେ ଅନୁଷ୍ଠିତ ହେବା ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଦୁଇ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ବାଦ୍ୟଯନ୍ତ୍ର ବାଦନ, ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ଏକାଙ୍କିକା-ଏକକ ନାଟକ, ଲୋକ ସଙ୍ଗୀତ, ଲୋକନୃତ୍ୟ ଆଦି ବିଭାଗ ରହିଥିଲା। ଗତକାଲି ବାଦ୍ୟଯନ୍ତ୍ର ବିଭାଗରେ ବୀଣା, ତବଲା, ସିତାର ଓ ଗୀଟାର ବାଦନ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଆଜି…
https://youtu.be/fvFzx3R9dQo Talented Bollywood actor Vikrant Massey, who recently got engaged to his long-time girlfriend Shettal Thakur, plays a pivotal role in the Deepika Padukone-starrer ‘Chhapaak’ which is based on the real life story of acid attack survivor Laxmi Agarwal. At the trailer launch of the film Vikant shared that he feels fortunate to be part of this film. Meanwhile, on the professional front, beside ‘Chhapaak’, Vikrant Massey will also ‘Ginny Weds Sunny’ with Yami Gautam.
ଭୁବନେଶ୍ବର, ୧୨/୧୨: ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧୩ ତାରିଖରୁ ବାଲେଶ୍ବର ଓ ହରିଦ୍ବାର ମଧ୍ୟରେ ଏକ ବରିଷ୍ଠ ନାଗରିକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରାଯାଉଛି। ଓଡିଶା ସରକାରଙ୍କ ସହାୟତାରେ ଉତ୍ତର ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ ତୀର୍ଥ ଭ୍ରମଣ ପାଇଁ ସହାୟକ ହେବ। ୦୮୪୧୫/୦୮୪୧୬ ଭୁବନେଶ୍ୱର-ହରିଦ୍ୱାର-ଭୁବନେଶ୍ୱର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ସ୍ୱତନ୍ତ୍ର ଟ୍ରେନ ବାଲେଶ୍ୱର ଠାରୁ ଆସନ୍ତାକାଲି ପୂର୍ବାହ୍ନ ୧୧ଘ.୪୫ମି.ରେ ଛାଡି ହରିଦ୍ୱାର ଠାରେ ତା ପରଦିନ ରାତ୍ର ୧୦ଘ.୧୫ମି.ରେ ପହଞ୍ଚିବ। ଫେରିବା ବାଟରେ ଏହି ଟ୍ରେନ ହରିଦ୍ୱାର ଠାରୁ ଡିସେମ୍ବର ୧୬ ତାରିଖ ଦିନ ରାତ୍ର ୧୦ ଘଟିକାରେ ଛାଡି ବାଲେଶ୍ୱର ଠାରେ ଡିସେମ୍ବର ୧୮ ତାରିଖ ପୂର୍ବାହ୍ନ ୧୦ ଘ.୧୫ମି.ରେ ପହଞ୍ଚିବ। ଏହି ତୀର୍ଥ ସ୍ୱତନ୍ତ୍ର ଟ୍ରେନ ହିଜୀଲୀ-ଆଦ୍ରା-ଗୋମୋ-ପଣ୍ଡିତ ଦିନଦୟାଲ ଉପାଧ୍ୟାୟ-ବାରଣାସୀ-ଲକ୍ଷ୍ନୋ ଓ ମୋରାଦାବାଦ ମାର୍ଗରେ ଚଳାଚଳ କରିବାକୁ ଥିବାବେଳେ ଏଥିରେ ୧୫ଟି ସ୍ଲିପର କ୍ଲାସ, ୨ଟି…
(191211) — MELBOURNE, Dec. 11, 2019 (Xinhua) — Players of International team pose for group photo ahead of the 2019 Presidents Cup at Royal Melbourne Golf Club in Melbourne, Australia, Dec. 11, 2019. (Xinhua/Bai Xuefei)
New Delhi: Gujarat Giants’ Chirag (R) in action against Punjab Panthers’ A Khalakov (L) during the Big Bout Indian Boxing League at the Indira Gandhi Indoor Stadium Complex in New Delhi on Dec 10, 2019. (Photo: IANS)
(191212) — DOHA, Dec. 12, 2019 (Xinhua) — Al Haydos (C) of Al-Sadd Sports Club vies for the ball with Emile Bearune (L) and Rocky Nyikeine (R) of Hienghene Sport during their FIFA Club World Cup Qatar 2019 first round match at the Jassim bin Hamad Stadium in Doha, capital of Qatar, Dec. 11, 2019. (Photo by Nikku/Xinhua)
Manali: The Solang ski slopes near Manali wrapped in a thick blanket of snow, bringing cheers on the faces of skiers after the picturesque tourist spot in Himachal Pradesh experienced this season’s first snowfall, on Dec 12, 2019. (Photo: IANS)
ନୂଆଦିଲ୍ଲୀ, ୧୨/୧୨: ନାଗରିକତା ସଂଶୋଧନ ବିଲ୍କୁ ନେଇ ଉତ୍ତର ପୂର୍ବ ଭାରତରେ ହିଂସା ଦେଖାଯାଇଥିବାବେଳେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏକେ ଅବ୍ଦୁଲ ମୋମେନ୍ ଭାରତ ଗସ୍ତ ବାତିଲ କରିଛନ୍ତି। ସୂଚନାଯୋଗ୍ୟ ଯେ, ବାଂଲାଦେଶ ବୈଦେଶିକ ମନ୍ତ୍ରୀଙ୍କ ଡିସେମ୍ବର ୧୨ରୁ ୧୪ ଭାରତ ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ବୈଦେଶିକ ମନ୍ତ୍ରଣାଳୟର ସୂଚନା ମୁତାବକ ସେ ଆଜି ସନ୍ଧ୍ୟା ୫.୨୦ରେ ନୂଆଦିଲ୍ଲୀ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ନାଗରିକତା ସଂଶୋଧନ ବିଲ୍କୁ ନେଇ ଉତ୍ତର ପୂର୍ବ ଭାରତରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ବିରୋଧୀ ଦଳମାନେ ଏହା ବିରୋଧରେ ପ୍ରଦର୍ଶନ କରିବା ସହିତ ସମ୍ବିଧାନର ଆର୍ଟିକିଲ୍ ୧୪ର ଉଲ୍ଲଂଘନ ବୋଲି କହିଛନ୍ତି। (ଏଜେନ୍ସି)
ନୂଆଦିଲ୍ଲୀ, ୧୨/୧୨: ନିର୍ଭୟା ଗଣ ଦୁଷ୍କର୍ମର ଚାରି ଅଭିଯୁକ୍ତଙ୍କୁ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ପଟିଆଲା ହାଉସ୍ କୋର୍ଟରେ ହାଜର କରାଯିବା । ଭିଡିଓ କନ୍ଫରେନ୍ସ ଜରିଆରେ ଅଭିଯୁକ୍ତମାନେ ହାଜର ରହିବେ । ଏହି ମାମଲାର ଶୁଣାଣି ଭିଡିଓ କନ୍ଫରେନ୍ସି ଜରିଆରେ କରାଯିବ । ପଟିଆଲା ହାଉସ୍ କୋର୍ଟର ବିଚାରପତି ସତୀଶ କୁମାର କହିଛନ୍ତି ଯେ, ଆସନ୍ତାକାଲି ସକାଳ ୧୦ଟାବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଶୁଣାଣୀ ହେବା ନେଇ ତିହାର୍ ଜେଲ୍କୁ ସୂଚନା ଦିଆଯାଇଛି । ଏହି ଶୁଣାଣୀ ସମୟରେ ନିର୍ଭୟାର ମାତା-ପିତା ଓ ତାଙ୍କ ଓକିଲ ମଧ୍ୟ ଉପସ୍ଥିତ ରହିବେ। ଗତ ଶୁଣାଣୀରେ ନିର୍ଭୟାଙ୍କ ମା’ ଦୋଷୀଙ୍କ ଫାଶୀ କେବେ ହେବ ବୋଲି ପ୍ରଶ୍ନ କରିଥିଲେ। ଏହି ଚାରି ଦୋଷୀଙ୍କ ମଧ୍ୟରୁ ଜଣେ ରାଷ୍ଟ୍ରପତିଙ୍କ ପାଖକୁ ଦୟା ଯାଚିକାର ନିବେଦନ କରିଛନ୍ତି । ରାଷ୍ଟ୍ରପତି ଏହା ଉପରେ ନିଷ୍ପତ୍ତି ନେବେ । ବିଚାରପତି ସମସ୍ତ ଦୋଷୀଙ୍କୁ ଡିସେମ୍ବର ୧୩ ତାରିଖରେ…
https://youtu.be/QZ7AaFjOh7M Comedian Kapil Sharma and his wife Ginni Chatrath welcomed their first bundle of joy – a daughter. Kapil on Tuesday took to Twitter to announce that he and his wife have become proud parents to a baby girl. “Blessed to have a baby gi
ନୂଆଦିଲ୍ଲୀ, ୧୨/୧୨: ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଦାବି କରି ଦିଲ୍ଲୀର ମହିଳା କମିଶନର ମୁଖ୍ୟ ସ୍ବାତୀ ମାଲିଓ୍ବାଲ୍ ଆମରଣ ଅନଶନ କରିଛନ୍ତି । ସ୍ବାତୀଙ୍କର ଏହି ଅନଶନ ୧୦ ଦିନରେ ପହଞ୍ଚିଛି । ମହିଳାଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ନିକଟରେ କିଛି ଦାବି ରଖିଛନ୍ତି। ଆଉ ସେହି ଦାବି ପୂରଣ ନ ହେଲେ ସେ ଅନଶନରୁ ଉଠିବେ ନାହିଁ ବୋଲି କହିଛନ୍ତି। ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଅତିକମ୍ରେ ୬ମାସ ମଧ୍ୟରେ ଦଣ୍ଡ ମିଳୁ ବୋଲି ସେ ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ସରକାର ତାଙ୍କ ଦାବି ମାନି ନେଇ ନାହାନ୍ତି ସେପର୍ଯ୍ୟନ୍ତ ସେ ଅନଶନରେ ବସିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ତେଲେଙ୍ଗାନାର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସ୍ବାତୀ ମହିଳାଙ୍କ ସୁରକ୍ଷା ଦାବି କରି ଅନଶନରେ ବସିଛନ୍ତି। (ଏଜେନ୍ସି)
ଜ୍ୟୋତି ନନ୍ଦ ” ମୁଁ ଆସାମର ସମସ୍ତ ଭାଇ ଓ ଭଉଣୀଙ୍କୁ ଆଶ୍ୱସ୍ତ କରୁଅଛି ଯେ ସଂପ୍ରତି ନାଗରିକ ସଂଶୋଧନ ବିଧେୟକ ପାରିତ ହୋଇଥିବା କାରଣରୁ ସେମାନେ କୌଣସି ପ୍ରକାର ବିବ୍ରତ ହେବାର ଆବଶ୍ୟକତା ନାହିଁ I ମୁଁ ସେମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହିଁବି,କେହି ସେମାନଙ୍କର ଅଧିକାର, ଅସ୍ମିତା ଏବଂ ସୁନ୍ଦର ସଂସ୍କୃତିକୁ ଛିନ୍ନ କରିବ ନାହିଁ।ଏହା ନିରନ୍ତର ବିକଶିତ ଓ ବର୍ଦ୍ଧିତ ହେଉଥିବ।” ଏହି ନିବେଦନ ଟି ଭାରତର ମହାମାନ୍ୟ ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମାସ୍ତ୍ର ରେ ଅର୍ଥାତ୍ ଟ୍ୱିଟରରେ ଲିପିବଦ୍ଧ ହୋଇ ରହିଅଛି।ଏହି ଲିପିବଦ୍ଧ କଥାଟି ସର୍ବକାଳୀନ ସ୍ୱର୍ଣ୍ଣାକ୍ଷର ରେ ରହିଥାଉ ବୋଲି ଆମର ଏକାନ୍ତ କାମନା।ଆସାମବାସୀଙ୍କ ଉଦ୍ଦେଶ୍ୟରେ ମହାମହିମ ନିବେଦନ କୁ ଆମର ପରମ ସୌଭାଗ୍ୟ ଆମେ ଏଠାରେ ପଢିପାରିବା କାରଣରୁ ସଂପୂର୍ଣ୍ଣ ଆଶ୍ୱସ୍ତ ରହିଛୁ।ଆମର ଏଠିକାର ଶାଗୁଆ ସମ୍ରାଟ ବି ଏହି ଲେଖାକୁ ପଢି ଆମ ଠାରୁ ଯଥେଷ୍ଟ ଖୁସି ଅଛନ୍ତି।ଶାଗୁଆ ସମ୍ରାଟଙ୍କର ସେହି ପ୍ରିୟ ଓ ପବିତ୍ର…
ଝାଡଖଣ୍ଡ, ୧୨/୧୨: ଝାଡଖଣ୍ଡରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ସକାଳ ୭ଟାରୁ ଅନୁଷ୍ଠିତ ହୋଇଛି। ଅପରାହ୍ଣ ୧ଟା ସୁଦ୍ଧା ୪୫.୧୪% ମତଦାନ ରେକର୍ଡ କରାଯାଇଛି। ଖିଜାରୀଠାରେ ୩୭.୬୫ ପ୍ରତିଶତ ମତଦାନ ହୋଇଥିବାବେଳେ ରାଞ୍ଚିରେ ସର୍ବନିମ୍ନ ୧୯.୩୫ ମତଦାନ ହୋଇଥିବାର ସୂଚନା ରହିଛି। ତୃତୀୟ ପର୍ଯ୍ୟାୟରେ ୧୭ଟି ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୩୦୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବାବେଳେ ମହିଳା ପ୍ରାର୍ଥୀ ୩୨ ଜଣ ରହିଛନ୍ତି । ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୮ଟି ଜିଲ୍ଲାର ୫୬ ଲକ୍ଷରୁ ଅଧିକ ଭୋଟର। (ଏଜେନ୍ସି)
https://youtu.be/-huyqbNUiDY Actor Dulquer Salmaan says his hands shake while doing intimate scenes, adding that he sometimes feel naked while shooting for such scenes. “My hands shake (while doing intimate scenes). One of my tricks when I do intimate scenes, I always tuck women’s hair behind their ear. I find it very endearing, in real life also. But in real life, it’s easier because the person is familiar. I share a familiarity with my wife, even with my sister or mother.
ମୁମ୍ବାଇ, ୧୨/୧୨: ଅଭିନେତା ରଜନୀକାନ୍ତ ଆଜି ୬୯ ବର୍ଷ ବୟସରେ ପାଦ ଦେଇଛନ୍ତି । ୧୯୫୦ ଡିସେମ୍ବର ୧୨ ତାରିଖରେ ବେଙ୍ଗାଲୁରୁଠାରେ ଜନ୍ମଗ୍ରହଣ କରିଥିଲେ ରଜନୀକାନ୍ତ। ରଜନୀକାନ୍ତଙ୍କର ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଏକ୍ବାଡ। ପ୍ରାରମ୍ଭିକ ଜୀବନରେ ସହକଳାକାର ରୂପେ ଅଭିନୟ ଆରମ୍ଭ କରିଥିବା ରଜନୀକାନ୍ତ ଦକ୍ଷିଣ ଭାରତୀୟ ଫିଲ୍ମର ଜଣେ ଲିଜେଣ୍ଡାରୀ ଆକ୍ଟରର ମାନ୍ୟତା ପାଇଛନ୍ତି । କେବଳ ତାମିଲ୍ ସିନେମାର ମହାନାୟକ ଭାବରେ ନୁହଁନ୍ତି ବରଂ ଭାରତର ଲୋକପ୍ରିୟ ସଂସ୍କୃତିର ଏକ ପ୍ରତିମାନ ରୁପେ ବେଶ୍ ପରିଚିତ ରଜୀନକାନ୍ତ। ଏକ ଭିନ୍ନ ଶୈଳୀର ଅଭିନୟ ତଥା ସଂଳାପ କହିବା, ତାଙ୍କ ଲୋକପ୍ରିୟତାଙ୍କର ପ୍ରମୁଖ କାରଣ ଅଟେ। ତାମିଲନାଡୁ ରାଜନୀତିରେ ତାଙ୍କର ସକ୍ରିୟତା, ତାଙ୍କୁ ଚଳଚ୍ଚିତ୍ର ଜଗତର ଜଣେ ପ୍ରଭାବଶାଳୀ ଅଭିନେତା ଭାବେ ପରିଚିତ କରେଇ ପାରିଥିଲା । ତାମିଲ ଚଳଚ୍ଚିତ୍ର “ଶିବାଜୀ” ପାଇଁ ସେ୨୬ କୋଟି ଟଙ୍କାର ପାରିଶ୍ରମିକ ନେଇଥିଲେ। ଏହା ପରେ ସେ ଜାକି ଚାନଙ୍କ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,୧୨/୧୨: ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ୫ଟିରେ ଉଚ୍ଚଶିକ୍ଷା ଏବଂ କୃଷି ବିଭାଗକୁ ସାମିଲ କରାଯାଇଛି। କୃଷି ବିଭାଗରେ ସ୍ବଚ୍ଛତା ଆଣିବା ପାଇଁ ତଥା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ କୃଷି ବିଭାଗକୁ ୫ଟିରେ ସାମିଲ କରାଯାଇଛି ବୋଲି କୃଷି ବିଭାଗ ସଚିବ ସୌରଭ ଗର୍ଗ ପ୍ରକାଶ କରିଛନ୍ତି। ଚାଷୀ ମାନଙ୍କ ଅଭିଯୋଗ ଶୁଣିବା ସହିତ ଚାଷୀଙ୍କ ମତାମତ ନିଆଯିବ ବୋଲି ଗର୍ଗ ପ୍ରକାଶ କରିଛନ୍ତି। ପୋଖରୀ ଖନନ କରାଯାଇ ଚାଷୀ ମାନଙ୍କୁ ସ୍ବାବଲମ୍ବୀ କରାଯିବା ସହିତ ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରାଯିବ ବୋଲି ଗର୍ଗ ପ୍ରକାଶ କରିଛନ୍ତି । ସେହିପରି ଶିକ୍ଷା ବିଭାଗକୁ ୫ଟିରେ ସାମିଲ କରାଯାଇଥିବା ନେଇ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ୫ଟିରେ ସାମିଲ ହେବା ସହିତ ବିଭିନ୍ନ ଆକ୍ସନ୍ ପ୍ଲାନ୍ ସମ୍ପର୍କରେ ପ୍ରକାଶ କରିଥିଲେ ଶିକ୍ଷାମନ୍ତ୍ରୀ। ଉଚ୍ଚଶିକ୍ଷା ବିଭାଗରେ ମେଧାବୃତ୍ତି ପରିଷଦ…
Kolkata: Members of Leftist trade unions cross through the Howrah bridge as they participate in a protest rally opposing National Register of Citizens (NRC), in Kolkata on Dec 11, 2019. (Photo: IANS)

