Author: Samikhsya Bureau

କେଦାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କର ବିରୋଧୀଙ୍କୁ ଚୁପ କରାଇଦେବାର ଏକ ପରିଚିତ କୌଶଳ ରହିଛି। ସରକାରକୁ ଯିଏ ବିରୋଧ କଲା, ସେ ପାକିସ୍ତାନର ଭାଷା କହୁଛି ବୋଲି କହି ଚୁପ କରାଇ ଦେବାରେ ଦୁଇ ବଡ ନେତା ସଫଳ ହେଉଛନ୍ତି। ବିରୋଧୀ ନେତାମାନେ ନିଜକୁ ପାକିସ୍ତାନୀ ହେବାର ଭୟରୁ ରକ୍ଷା ପାଇବା ଲାଗି ଅନେକ ସମୟରେ ନୀରବ ରହୁଛନ୍ତି। ବିମୂଦ୍ରାକରଣକୁ ଆପଣ ବିରୋଧ କଲେ,ଆପଣ କଳାଧନର ଓ ପାକିସ୍ତାନ ପ୍ରାୟୋଜିତ ସନ୍ତ୍ରାସବାଦର ସମର୍ଥକ। କାଶ୍ମୀର ଲୋକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରିବାର ବିରୋଧରେ ଠିଆ ହେଲେ, ଆପଣ ପାକିସ୍ତାନ ପ୍ରେମୀ। ପୋଲିସ ର ବେଆଇନ ଗୁଳିଚାଳନାର ବିରୋଧ କଲେ ମଧ୍ୟ ଆପଣ ପାକିସ୍ତାନ ସମର୍ଥକ। ଖୋଦ ପ୍ରଧାନମନ୍ତ୍ରୀ ନିଜ ଦଳର ସଂସଦୀୟ ବୈଠକରେ କହିଲେ, ଯେଉଁମାନେ ନାଗରିକ ସଂଶୋଧନ ବିଲକୁ ବିରୋଧ କରୁଛନ୍ତି, ସେମାନେ ପାକିସ୍ତାନ ବିଚାରର ସମର୍ଥକ। ଏହା ବୋଧହୁଏ ସଂସଦୀୟ…

Read More

ସମୀକ୍ଷା ବ୍ୟୁରୋ,ସମ୍ବଲପୁର,14/12 : ସମ୍ବଲପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । 55 ନମ୍ବର ଜାତୀୟ ରାଜପଥର ଯୁଯୁମୁରା ନିକଟରେ ଏହି ଦୁର୍ଘଟଣା ଘଟିଛି । ଗାଡିରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଦୁଇ ଡ୍ରାଇଭର ପ୍ରାଣ ହରାଇଛନ୍ତି । ଏକ ଲୁହାପଥର ବୋଝେଇ ଟ୍ରକ୍‌ ଏବଂ ଗ୍ୟାସ୍‌ ଟ୍ୟାଙ୍କର ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁଇଟି ଯାକ ଗାଡିରେ ନିଆଁ ଲାଗି ଯାଇଥିଲା । ଦୁଇ ଗାଡିର ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।

Read More

ଯାଜପୁର, ୧୨/୧୩: ଜୀବନ ବଞ୍ଚାଇବାକୁ ଯାଇ ମୃତ୍ୟୁବରଣ କରିଛନ୍ତି ଜଣେ ଯୁବକ। ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଯାଜପୁର ଜିଲ୍ଲା ଜେନାପୁର ଥାନା ନିକଟରେ ଘଟିଯାଇଛି । ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀ ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିଲେ। ତାଙ୍କୁ ମେଡିକାଲ୍‌ ନେବା ପାଇଁ ସେହି ରାସ୍ତାରେ ଯାଉଥିବା ଆଉ ଜଣେ ବାଇକ୍‌ ଆରୋହୀ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରୁଥିବା ବେଳେ ପିଟିଦେଲା ଏକ ଟ୍ରକ୍‌। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକଙ୍କର ମଧ୍ୟ ମେଡିକାଲ୍‌ରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରଥମ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ନାମ ଚନ୍ଦ୍ରଶେଖର ଦ୍ବିବେଦୀ ହୋଇଥିବାବେଳେ ସେ ସୁକିନ୍ଦା ଅଞ୍ଚଳର ବୋଲି ଜଣାପଡିଛି । ତାଙ୍କୁ ସାହାଯ୍ୟ କରିବାକୁ ଯାଇ ମୃତ୍ୟୁର ଶିକାର ହୋଇଥିବା ଯୁବକଙ୍କ ନାମ ଅଜୟ ବେହେରା । (ଏଜେନ୍ସି)

Read More

New Delhi: Vice President M. Venkaiah Naidu pays tributes to the martyrs on 18th anniversary of Parliament attack at Parliament House in New Delhi on Dec 13, 2019. Also seen Prime Minister Narendra Modi, Union Home Minister Amit Shah, Union Minister Thawar Chand Gehlot and Congress MP Ghulam Nabi Azad. (Photo: IANS)

Read More

ଭୁବନେଶ୍ବର, ୧୩/୧୨: ଓଡ଼ିଶାରେ ଏନ୍‌ଆରସି ଲାଗୁ ହେବନି । ନାଗରିକତ୍ବ ସଂଶୋଧନ ବିଲ୍‌ (ସିଏବି)କୁ ସମର୍ଥନ କରିବା ପରେ ମୁସଲିମ୍‌ ସମ୍ପ୍ରଦାୟଙ୍କ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି  ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଭଦ୍ରକ, ବାଲେଶ୍ୱର ଓ ଯାଜପୁରର ମୁସଲମାନ ସଙ୍ଗଠନର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।  ରାଜ୍ୟରେ  ମୁସଲମାନ ସମ୍ପଦ୍ରାୟର କୌଣସି  ଅସୁବିଧା  ହେବନାହିଁ । ସରକାର ସେମାନଙ୍କର ସମସ୍ତଙ୍କର ଦାୟିତ୍ୱ ନେବା ସହିତ ତାଙ୍କ ସହିତ ଛିଡା ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି  ସଙ୍ଗଠକର ନେତାମାନେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,  ନାଗରିକତା ସଂଶୋଧନ ବିଲ(ସିଏବି) ଆଇନରେ ପରିଣତ ହୋଇଛି। (ଏଜେନ୍ସି)

Read More

ମୁମ୍ବାଇ, ୧୩/୧୨: ରାଗିଣୀ ପୁଣିଥରେ ସମସ୍ତଙ୍କୁ ଡରାଇବାକୁ ତୟାର୍‌। ବହୁତ ଦିନର ଅପେକ୍ଷା ପରେ ଏହି ଓ୍ବେବସିରିଜ୍‌ର ନିର୍ମାତା ରାଗିଣୀ ଏମଏମଏସ୍‌ ରିଟର୍ଣ୍ଣ -୨ର ଟ୍ରେଲର ଲଞ୍ଚ କରିଛନ୍ତି। ଏହି ଟ୍ରେଲରରେ ସସପେନ୍ସ, ଆକ୍ସନ, ଥ୍ରିଲ୍‌, ବୋଲ୍ଡ ଓ ହରର୍‌ର ସମସ୍ତ ତଡ୍‌କା ରହିଛି। ଏହି ଓ୍ବେବସିରିଜଟି ଡିସେମ୍ବର ୧୮ରେ ରିଲିଜ୍‌ ହେବାକୁ ରହିଛି। ଅଲ୍‌ଟ ବାଲାଜୀ ଓ ଜୀ୫ରେ ଏହି ସିରିଜଟି ରିଲିଜ୍‌ ହେବ। ଏହି ସିରିଜରେ ସନି ଲିଓନି, ଦିବ୍ୟା ଅଗ୍ରଓ୍ବାଲ ଓ ବରୁଣ ସୁଦ୍‌ ରହିଥିବାବେଳେ ଏହାର ଟ୍ରେଲରଟିରେ ସସପେନ୍ସ ସହ ବହୁତ ବୋଲ୍ଡନେସ୍‌ ରହିଛି। ଏଥିରେ ସନ୍ନିଙ୍କ ଏକ ଡ୍ୟାନ୍ସ ମଧ୍ୟ ରହିଛି। ଏହି ସିରିଜିରେ ବୋଲ୍ଡ ନେସ୍‌ର ସମସ୍ତ ସୀମା ପାର କରୁଥିବାର ଟ୍ରେଲର୍‌ରେ ନଜର ଆସିଛି । (ଏଜେନ୍ସି)

Read More

ଆନ୍ଧ୍ରପ୍ରଦେଶ, ୧୨/୧୩: ଆନ୍ଧ୍ରପ୍ରଦେଶ ବିଧାନସଭା ଶୁକ୍ରବାର ଆନ୍ଧ୍ରପ୍ରଦେଶ ବିଧାନସଭା ଦିଶା ବିଧେୟକକୁ ପାରିତ କରିଛନ୍ତି। ପୂର୍ବରୁ ଆନ୍ଧ୍ର କ୍ୟାବିନେଟ୍‌ ଆନ୍ଧ୍ରପ୍ରଦେଶ ଦିଶା ବିଲ୍‌ – ୨୦୧୯କୁ ସ୍ବୀକୃତି ଦେଇଥିଲା। ଏହି ବିଧେୟକ ଆଧାରରେ ମହିଳା ବିରୋଧୀ ଦୁଷ୍କର୍ମ ଓ ଗଣ ଦୁଷ୍କର୍ମ ମାମଲାର ତଦନ୍ତ ଏବଂ ନ୍ୟାୟିକ ପ୍ରକ୍ରିୟା ୨୧ ଦିନରେ ଶେଷ କରି ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବାର ପ୍ରାବଧାନ ରହିଛି। ନିକଟରେ ଆନ୍ଧ୍ରର ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାଠାରେ ହୋଇଥିବା ପ୍ରାଣୀ ଚିକିତ୍ସିକାଙ୍କ ଗଣଦୁଷ୍କର୍ମ ଓ ଅମାନୁଷିକ ହତ୍ୟା ପରେ ଆନ୍ଧ୍ର ସରକାର ଏହି ନିୟମ ଆଣିଛନ୍ତି। ପ୍ରାଣୀ ଚିକିତ୍ସିକାଙ୍କ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବକ ଏହି ବିଲ୍‌ଟିକୁ ତାଙ୍କ ନାମରେ ନାମିତ କରାଯାଇଛି। ରାଜ୍ୟର ଗୃହମନ୍ତ୍ରୀ ଏମ୍‌. ସୁଚରିତା ଏହି ବିଧେୟକକୁ ବିଧାନସଭାରେ ଉପସ୍ଥାପନା କରିଥିଲେ। ଏହାକୁ ରାଜ୍ୟର କ୍ଷମତାସୀନ ଓ୍ବାଇଆରଏସ୍‌ କଂଗ୍ରେସ କ୍ରାନ୍ତିକାରୀ ବୋଲି କହିଛି। ଏହି ନୂତନ ସଂଶୋଧିତ ଆଇନ ଅନୁଯାୟୀ ଯଦି ଉପଯୁକ୍ତ ସାକ୍ଷ୍ୟ…

Read More

https://youtu.be/lr_atAJfn8A On Wednesday, Salman took to social media to share a new video with Sudeep Salman Khan is on his feet for the release of his upcoming film Dabangg 3, which will be a sequel to the 2010 and 2012 films. Directed by Prabhudheva, the film has a number of new and recurring characters, and South actor Kiccha Sudeep is one of them. The actor will be seen as the film’s antagonist, Balli Singh.

Read More

ମୁମ୍ବାଇ, ୧୩/୧୨: ରୋମାଣ୍ଟିକ କମେଡ଼ି ‘ଜୟ ମମ୍ମୀ ଦି’ର ଟ୍ରେଲର୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମରେ ସନ୍ନି ସିଂ, ସୋନାଲ୍‌ ସେହଗଲ୍‌, ସୁପ୍ରିୟା ପାଠକ ଓ ପୁନମ୍‌ ଧିଲୋଁ ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନାର ଦାୟିତ୍ବ ସମ୍ଭାଳିଛନ୍ତି ନବାଗତ ନବଜୋତ୍‌ ଗୁଲାଟି । ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ଲଭ୍‌ ରଞ୍ଜନ। ଫିଲ୍ମ ପ୍ୟାର କା ପଞ୍ଚନାମାରୁ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଫିଲ୍ମ ଜୟ ମମ୍ମୀ ଦିର ଜବରଦସ୍ତ ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମରେ ସୁପ୍ରିୟା ପାଠକ, ସନି ସିଂହଙ୍କ ମା ବନି ଅଛନ୍ତି ଓ ପୁନମ ସୋନାଲିଙ୍କ ମା ଭୂମିକାରେ ଅଛନ୍ତି। ଏହି ଦୁହିଁଙ୍କୁ ଟ୍ରେଲରରେ ମୁଗ୍ୟାମ୍ଵୋ ଓ ଗବର ନାମରେ ପରିଚୟ କରାଯାଇଛି। ଏହି ଦୁହିଁଙ୍କ ସନ୍ତାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠୁଛି ଏହାପରେ ବହୁ ମଜାଦାର ଟ୍ଵିଷ୍ଟ ଦେଖିବାକୁ ମିଳୁଛି। (ଏଜେନ୍ସି)

Read More

କଲିକତା,13/12 : ନାଗରିକତ୍ବ ବିଲ୍‌କୁ ଦେଶର ଉତ୍ତର ପୂର୍ବୀୟ ପ୍ରାନ୍ତରେ ବିରୋଧ କରାଯାଉଥିବା ବେଳେ ପଶ୍ଚିମବଙ୍ଗରେ ଏହା ବିରୋଧରେ ଏକ ମେଗା ରାଲିର ଆହ୍ବାନ ଦେଇଛନ୍ତି ମମତା ବାନାର୍ଜୀ । ଏହି ବିଲ୍‌କୁ ନେଇ ପୂର୍ବରୁ ଆସାମ ,ତ୍ରିପୁରା ଏବଂ ମେଘାଳୟରେ ଆନ୍ଦୋଳନ ଜାରି ରହିଥିବା ବେଳେ ମମତା ନିଜକୁ ଏହି ଧାରାରେ ସାମିଲ କରିଛନ୍ତି । ଏହି ସଂଶୋଧନ ବିରୋଧରେ ଏକାଧିକ ରାଲି କରିବାକୁ ଯାଉଛନ୍ତି ମମତା । ଏହି ବିଲ୍‌ ଦେଶର ବିଭାଜନ କରିଦେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ. ସଂସଦର ଉଭୟ ଗୃହରେ ପାରିତ ହେବା ପରେ ଗୁରୁବାର ରାତିରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍‌ ଆଇନରେ ପରିଣତ ହୋଇଛି । (ଏଜେନ୍ସୀ)

Read More

ମୁମ୍ବାଇ, ୧୩/୧୨: ଫିଲ୍ମ ଫ୍ରାଇଡେ’ରେ ପରଦାକୁ ଆସିଛି ରାଣୀ ମୁଖାର୍ଜୀଙ୍କ ଅଭିନୀତ ‘ମର୍ଦ୍ଦାନୀ-୨’ । ଫିଲ୍ମର ଟ୍ରେଲରଟି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା । ସମ୍ପ୍ରତି ସମାଜରେ ମହିଳାଙ୍କ ଉପରେ ହେଉଥିବା ହିଂସା ତଥା ମହିଳାଙ୍କ ସୁରକ୍ଷା ନେଇକୁ ସଚେତନତାର ବାର୍ତ୍ତା ଦେଇଛି ଏହି ଫିଲ୍ମଟି। ଏହି ଫିଲ୍ମରେ ରାଣୀ ଶିବାନୀ ଶିବାଜୀ ରାୟ ପୋଲିସ୍‌ ଅଫିସର୍‌ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ରାଣୀଙ୍କ ବ୍ୟତୀତ ବିଶାଲ୍‌ ଜୈଠ୍‌ବା ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମରେ ଡାଇଲଗ୍‌ଗୁଡ଼ିକ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି । (ଏଜେନ୍ସି)

Read More

ଭୁବନେଶ୍ବର, ୧୩/୧୨:  ସ୍ୱର୍ଗଦ୍ୱାର ଓ ଶ୍ରୀମନ୍ଦିର ରୋଷଘର ପାଇଁ ଯିବ ବାଲୁଖଣ୍ଡ ଅଭୟାରଣ୍ୟ କାଠ। ଆଜି ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ଼ ପକ୍ଷରୁ ବନ୍ୟପ୍ରାଣୀ ସଂରକ୍ଷଣ ଓ ବନକଣ୍ଡର ବିକାଶ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି। ସ୍ୱର୍ଗଦ୍ୱାର ଓ ଶ୍ରୀମନ୍ଦିର ରୋଷଘର ତିଆରି ପାଇଁ ବାଲୁଖଣ୍ଡ ଅଭୟାରଣ୍ୟ କାଠ ପଠାଯିବା ନେଇ ନିଷ୍ପତ୍ତି ହୋଇଥିବାର ଜଣାଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବାତ୍ୟା ଫୋନି ତାଣ୍ଡବରେ ପୁରୀରେ ଅନେକ କ୍ଷୟକ୍ଷତି ହୋଇଛି। ଫୋନି ବାତ୍ୟାରେ ବାଲୁଖଣ୍ଡ ଅଭୟାରଣ୍ୟରେ ପ୍ରାୟ କୋଟିଏ ଗଛ ନଷ୍ଟ ହୋଇଛି । ବାତ୍ୟା ଫୋନିରେ ନଷ୍ଟ ହୋଇଥିବା ବା ଉପୁଡ଼ିଥିବା ଗଛର ୧୫ଲକ୍ଷ ଟନ କାଠ ଶ୍ରୀମନ୍ଦିର ଯିବ। ପୁନରୁଦ୍ଧାର ପାଇଁ ଇକୋ ଡେଭେଲପମେଣ୍ଟ କମିଟିକୁ ୩ଲକ୍ଷ ଗଛ ଦିଆଯିବ । (ଏଜେନ୍ସି)

Read More

https://youtu.be/L1sAs_A5JDo Actress Rani Mukerji, who plays a cop in “Mardaani 2”, has urged women of the country to join the police force in large numbers. “I want more and more girls and women of our country to choose the police department as their profession because personally as a citizen of this country, I feel that there aren’t better police officers than female police officers,” said Rani, at a special screening of “Mardaani 2” for female officers of Maharashtra Police in Mumbai.

Read More

କରାଚୀ, 13/12 : ପାକିସ୍ତାନୀ ବସ୍‌ରେ ଅଗ୍ନିକାଣ୍ଡ ଘଟି 15 ଜଣ ଲୋକଙ୍କ ପ୍ରାଣହାନି ଘଟିଛି । ଏକ ବସ୍‌ ଏବଂ ଭ୍ୟାନ୍‌ ମଧ୍ୟରେ ଦୁର୍ଘଟଣା ଘଟି 15 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 20 ଜଣ ଆହତ ହୋଇଛନ୍ତି । ପାକିସ୍ତାନର ବେଲୁଚିସ୍ତାନରେ ଏହି ଦୁର୍ଘଟଣା ଘଟିଥିଲା । ଭ୍ୟାନ୍‌ର ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ବସ୍‌ରେ ପିଟି ଦେଇଥିଲେ । ଭ୍ୟାନ୍‌ରେ ତେଲ ଟ୍ୟାଙ୍କର ରହିଥିବା କାରଣରୁ ନିଆଁ ସହଜରେ ବ୍ୟାପୀ ଯାଇଥିଲା । କ୍ବେଟ୍ଟାରୁ ଡେରା ଘାଜି ଯାଉଥିବା ବସ୍‌ରେ 44 ଜଣ ବ୍ୟକ୍ତି ବସିଥିଲେ । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)

Read More

ଭୁବନେଶ୍ବର, ୧୩/୧୨: ଆଜି ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଷ୍ଟେସନରୁ ହରିଦ୍ବାର-ଋଷିକେଶ୍‌କୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଇଆରସିଟିସି ସହଯୋଗରେ ୨୦୧୬ରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ୧୨ଟି ତୀର୍ଥଯାତ୍ରୀ ଦଳ ଦେଶର ବିଭିନ୍ନ ତୀର୍ଥସ୍ଥଳ ବୁଲି ଦେଖିବାର ସୁଯୋଗ ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଷ୍ଟେସନରୁ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍‌ ହରିଦ୍ବାର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଯାତ୍ରୀମାନଙ୍କୁ ସହାୟତା ଯୋଗାଇବା ପାଇଁ ୩୦ ଜଣ ସୁରକ୍ଷା ଅଧିକାରୀ ମଧ୍ୟ ଯାତ୍ରା କରିଛନ୍ତି। ଏହି ଅବସରରେ ବାଲେଶ୍ବର ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକମାନେ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ବିଦାୟ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକଙ୍କୁ ଯାତ୍ରାର ଶୁଭକାମନା ଜଣାଇଛନ୍ତି। ତୀର୍ଥଯାତ୍ରା…

Read More