ନାବାଳିକାକୁ ଅସଦାଚରଣ : ସମ୍ପର୍କୀୟ ଦାଦା ଗିରଫ

Published: Dec 21, 2019, 8:56 am IST

ସମୀକ୍ଷା ବ୍ୟୁରୋ
ମୟୁରଭଞ୍ଜ,21/12 : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳରେ ଜଣେ 10 ବର୍ଷର ନାବାଳିକାକୁ ସମ୍ପର୍କୀୟ ଦାଦା ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ୍‌ ଅଭିଯୁକ୍ତ ଦାଦା ମିଲୁ ସିଂଙ୍କୁ ଗିରଫ କରିଛି । ଗତକାଲି ନାବାଳିକା ଜଣକ ଘର ବାହାରେ ଖେଳୁଥିବା ବେଳେ ସମ୍ପର୍କୀୟ ଦାଦା କୁକୁଡ଼ା ମାଗିଥିଲେ । ନାବାଳିକା ଜଣକ ଏକ କୁକୁଡ଼ା ଦେବା ବେଳେ ଯୁବକ ଜଣକ ତାଙ୍କୁ କାବୁ କରି ଅସଦାଚରଣ କରିବାକୁ ଲାଗିଲେ । ତେବେ ଏହି ସମୟରେ ନାବାଳିକାଙ୍କ ଘର ଲୋକ ବାହାରି ଆସିବାରୁ ଯୁବକ ଜଣକ ସେଠାରୁ ଫେରାର୍ ହୋଇଯାଇଥିଲେ । ନାବାଳିକାଙ୍କ ବୁଢ଼ିମା’ ଓ ଗାଁ ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Related posts