Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜିନ୍ଦଲ ପରିବେଶ ଜନଶୁଣାଣୀ ଚାଲିଥିବା ବେଳେ ଢିଙ୍କିଆରେ ଜିନ୍ଦଲ ପ୍ରକଳ୍ପ ବିରୋଧୀଙ୍କ ମେଳି
ଆଞ୍ଚଳିକ

ଜିନ୍ଦଲ ପରିବେଶ ଜନଶୁଣାଣୀ ଚାଲିଥିବା ବେଳେ ଢିଙ୍କିଆରେ ଜିନ୍ଦଲ ପ୍ରକଳ୍ପ ବିରୋଧୀଙ୍କ ମେଳି

December 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
କୁଜଙ୍ଗ,୨୧/୧୨: ଏରସମା ବ୍ଳକ ଅନ୍ତର୍ଗତ ଗଡକୁଜଙ୍ଗ ବଡ଼ଦାଣ୍ଡରେ ଶୁକ୍ରବାର ଦିନ ତମାମ ଜିନ୍ଦଳ ପ୍ରକଳ୍ପର ପରିବେଶ ଜନଶୁଣାଣୀ ସମୟରେ ଢିଙ୍କିଆ ଗ୍ରାମରେ ବିରୋଧୀଙ୍କ ଏକ ମେଳି ହୋଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତଥା ପାରାଦୀପ ଆଂଚଳିକ ପରିବେଶ ଅଧିକାରୀ ରମେଶ ଏକାଙ୍କ ଉପସ୍ଥିତିରେ ପରିବେଶ ଜନଶୁଣାଣୀ ହୋଇଛି। ପରିବେଶ ଶୁଣାଣୀ ସମୟରେ ପୂର୍ବତନ ସାଂସଦ ଡ଼ାକ୍ତର କୁଳମଣୀ ସାମଲ, ନିର୍ଭୟ ସାମନ୍ତରାୟ, ଅମୃତ ଦାସ, ସୁବାଷ ବେହେରା, ସଞ୍ଜୟ ମହାପାତ୍ର, ରଞ୍ଜନ ବର୍ଦ୍ଧନ ପ୍ରମୁଖ ଯୋଗ ଦେଇଥିଲେ। ଶିଳ୍ପ ବିନିମୟରେ ନିଯୁକ୍ତି, ପରିବେଶ ସନ୍ତୁଳନ, ପାରିପାର୍ଶିକ ଉନ୍ନୟନ ତଥା ଶିଳ୍ପ ପ୍ରତିଷ୍ଠାହେଲେ ମଧ୍ୟ ଯେପରି ଅଂଚଳର କୃଷି ଏହା ଦ୍ୱାର ପ୍ରଭାବିତ ନହୁ ଏ ସେନେଇ କମ୍ପାନୀ ତଥା ପ୍ରଶାସନ ସେଥିପାଇଁ ଉତ୍ତର ଦାୟୀ ରହିବା ନେଇ ଉପସ୍ଥିତ ସଦସ୍ୟ ମତବ୍ୟକ୍ତ କରିଥିଲେ।

ଅପରପକ୍ଷରେ ଫୁଲଖାଇ ମନ୍ଦିର ପରିସର ମଧ୍ୟରେ ମୂରଲୀ ସାହୁଙ୍କ ଅଧ୍ୟକ୍ଷତାରେ ଢିଙ୍କିଆ ଗ୍ରାମର ଲୋକମାନେ ଜନଶୁଣାଣୀକୁ ବର୍ଜନ କରିବା ସହିତ ଜିନ୍ଦଲ ପ୍ରକଳ୍ପକୁ ବିରୋଧ କରିଥିଲେ। ଜିନ୍ଦଲ ପ୍ରକଳ୍ପକୁ ପ୍ରସ୍ଥାବିତ ଅଂଚଳ ଢିଙ୍କିଆ, ଗଡ଼କୁଜଙ୍ଗ ନୂଆଗାଁ ପଂଚାୟତର ଲୋକମାନେ ବିରୋଧ କରୁଛନ୍ତି ବୋଲି ଏହି ସଭାରେ କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର ମତ ଦେଇଥିଲେ। ଲୋକଙ୍କ ଅସୁବିଧା ନବୁଝି କମ୍ପାନୀ ରାଜନୈତିକ ସହାୟତା ନେଇ ପ୍ରକଳ୍ପ ଆରମ୍ଭ କରୁଛି ଯାହାକି ଭବିଷ୍ୟତରେ ବୁମେରାଂ ସାବ୍ୟସ୍ତ ହେବ ବୋଲି ମହାପାତ୍ର କହିଥିଲେ। ଏହି ସମ୍ମିଳନୀରେ ତିନି ପଞ୍ଚାୟତର ଶତାଧିକ ଲୋକ ଯୋଗ ଦେଇଥିଲେ।

 

jindal Protest
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି

October 26, 2026

ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

October 24, 2026

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026

ଗଞ୍ଜେଇ ଜବତ, ଜଣେ ଗିରଫ

October 24, 2026
Latest News

‘ମୋଦୀ କୁଆଡ଼େ ଯିବେନି’: କଂଗ୍ରେସ ଅଧ୍ୟକ୍ଷଙ୍କୁ ତାଚ୍ଛଲ୍ୟ କଲା ବିଜେପି

October 26, 2026

ତାମିଲନାଡୁର ପୂର୍ବତନ ସ୍କୁଲ ଶିକ୍ଷା ମନ୍ତ୍ରୀ ମହେଶ ପୋୟାମୋଝୀ ଗିରଫ

October 26, 2026

ଟାଙ୍ଗୀ ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି

October 26, 2026

‘ଅନେକ ଜଜ୍ ଦେଶ ସହ ବିଶ୍ୱାସଘାତ କରିଛନ୍ତି’: ଏବେ ନ୍ୟାୟପାଳିକାକୁ ଟାର୍ଗେଟ୍ କଲେ ସୌରଭ ଦାସ

October 26, 2026

ପୂର୍ବତଟ ରେଳପଥ କର୍ମଚାରୀଙ୍କ ସତ୍ୟନିଷ୍ଠାର ଶପଥ ଗ୍ରହଣ

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.