Author: Samikhsya Bureau

ଭୁବନେଶ୍ବର, ୧୪/୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର-ପୂର୍ବ ରାଜ୍ୟରେ ବିରୋଧ ଲାଗି ରହିଥିବାବେଳେ ଏହା ଟ୍ରେନ୍‌ ଚଳାଚଳକୁ ପ୍ରଭାବିତ କରିଛି। ଓଡ଼ିଶାକୁ ଓ ଓଡ଼ିଶା ମଧ୍ୟ ଦେଇ ଯାତ୍ରା କରୁଥିବା  ଟ୍ରେନ୍‌ଗୁଡ଼ିକ ମଧ୍ୟରେ ଅଧିକାଂଶ ଟ୍ରେନ୍‌ ପ୍ରଭାବିତ ହୋଇଛନ୍ତି। ପଶ୍ଚିମ ବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାଓଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋରୀଗ୍ରାମ, ବଙ୍କ୍ରା ନୟାଵାଜ ଓ ନଳପୁର ଷ୍ଟେସନ ମାନଙ୍କଠାରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁଁ ଓଡିଶାକୁ ଓ ଓଡିଶା ମଧ୍ୟଦେଇ ଯାତ୍ରା କରୁଥିବା ଟ୍ରେନ ନିମ୍ନ ଅନୁଯାଇ ପ୍ରଭାବିତ ହୋଇଛି । ଆଜି ହାଓଡ଼ାରୁ ବାତିଲ ହୋଇଥିବା ଟ୍ରେନ   – ୧. ୨୦୮୮୯ ହାଓଡ଼ା-ତିରୁପତି ହମସଫର ଏକ୍ସପ୍ରେସ ୨. ୨୨୮୭୭ ହାଓଡ଼ା-ଏର୍ଣ୍ଣାକୁଲମ ଅନ୍ତଦ୍ୱୟ ଏକ୍ସପ୍ରେସ ୩. ୧୨୮୪୧ ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ୪. ୧୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ ୫. ୧୮୬୪୫ ହାଓଡ଼ା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ ୬. ୧୨୮୪୭ ହାଓଡ଼ା-ପୁନେ ଦୁରନ୍ତ…

Read More

ରଙ୍ଗାଚରଣ ପ୍ରଧାନ ମୋଟ କଥା ହେଲା ସରକାରଙ୍କ ପାଖରେ ଟଙ୍କା ନାହିଁ। ସେଥିପାଇଁ ସରକାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଥିବା ଗୋଟିକ ପରେ ଗୋଟିଏ ଖର୍ଚ୍ଚ କାଟିବାରେ ଲାଗିଛନ୍ତି। ଏକ ଇଂରାଜୀ ଅନ୍-ଲାଇନ୍ ପୋର୍ଟାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ସ୍କୁଲଶିକ୍ଷା ପାଇଁ ବଜେଟରେ ହୋଇଥିବା ଅର୍ଥବରାଦରୁ ୩୦୦୦ କୋଟିଟଙ୍କା କାଟିବାକୁ ଯାଉଛନ୍ତି। ଏହା ଦ୍ବାରା କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟଗୁଡିକ ପ୍ରଭାବିତ ହେବେ। ଏପର୍ଯ୍ୟନ୍ତ ସେସବୁ ସ୍କୁଲଗୁଡିକରେ ଅଧିକାଂଶ ଶିକ୍ଷକ ଦରମା ପାଇନାହାନ୍ତି ବୋଲି ମାନବ ସମ୍ବଳ ବିକାଶ ବିଭାଗର ସୂତ୍ରକୁ ଉଦ୍ଧାର କରି ପୋର୍ଟାଲଟି ଲେଖିଛି । ଏହା ଦ୍ବାରା ସରକାରଙ୍କର ‘ସମଗ୍ର ଶିକ୍ଷା ଅଭିଯାନ’ ଯୋଜନାଟି ମଧ୍ୟ ଗୁରୁତରଭାବେ ବାଧାପ୍ରାପ୍ତ ହେବ। କେନ୍ଦ୍ର ସରକାର ‘ଭାରତୀୟ ଖାଦ୍ୟ ନିଗମ’କୁ ଧାନ କିଣିବା ପାଇଁ ଟଙ୍କା ଦେଉ ନଥିବାରୁ ନିଜ ଦ୍ବାରା ୠଣ ପରିଶୋଧ କରିବାର ସମ୍ଭାବନା ନଥାଇ ମଧ୍ୟ ନିଗମ ଗତ ଦୁଇ ବର୍ଷ ଧରି…

Read More

ଦିଲ୍ଲୀ, ୧୪/୧୨: ଦିଲ୍ଲୀର ରାମଲୀଳା ମୈଦାନଠାରେ ଆୟୋଜିତ କଂଗ୍ରେସର ଭାରତ ବଞ୍ଚାଅ ରାଲିରେ  ରାହୁଲ୍‌ ଗାନ୍ଧି ବିଜେପିକୁ ଟାର୍ଗେଟ୍‌ କରିବା ସହିତ ସେ କଦାପି କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି ।  ‘ରେପ୍‌ ଇନ୍‌ ଇଣ୍ଡିଆ’ ଉକ୍ତିକୁ ନେଇ ସେ କେବେବି ଭୁଲ୍‌ ମାଗିବେ ନାହିଁ ବୋଲି କହିଛନ୍ତି। କାରଣ ଏହା ସତ। ତେଣୁ ସେ ସତ ପାଇଁ କ୍ଷମା ମାଗିବେ ନାହିଁ। ଶୁକ୍ରବାର ରାହୁଲଙ୍କ ଏହି କଥାକୁ ନେଇ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ହଙ୍ଗାମା ହେବା ସହ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଥିଲା।  ଆହୁରି ମଧ୍ୟ ସେ ତାଙ୍କ ନାଁ ରାହୁଲ ସାଭରକର ନୁହେଁ ରାହୁଲ ଗାନ୍ଧୀ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି(ଭାଜପା) ନାଗରିକତ୍ୱ ସଂଶୋଧନ ବିଲକୁ ନେଇ ଯେଉଁ ବିରୋଧ ହୋଇଛି ସେଥିରୁ ଜନତାଙ୍କ ଧ୍ୟାନ ହଟାଇବାକୁ ବିଜେପି ଏପରି ଦାବି କରୁଛି । ସାରାଦେଶବାସୀଙ୍କ…

Read More

https://youtu.be/jHbFK6seCh4 Bollywood superstar Akshay Kumar surprised his wife and actress Twinkle Khanna by giving her a special gift. Her husband Akshay Kumar, who was recently on The Kapil Sharma Show to promote his film Good Newwz with Kareena Kapoor Khan, brought a pair of onion earrings that were offered to Kareena on the show.

Read More

ଭୁବନେଶ୍ଵର, ୧୪/୧୨:  ଟ୍ରିବ୍ୟୁନାଲରେ ଆଜି ଓଡିଶା-ଛତିଶଗଡ ମହାନଦୀ ଜଳ ବିବାଦ ଶୁଣାଣି ହୋଇଛି। ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୧କୁ ଟ୍ରିବ୍ୟୁନାଲ୍ ଧାର୍ଯ୍ୟ କରିଛନ୍ତି। ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ କରି ଟ୍ରିବ୍ୟୁନାଲଙ୍କୁ ୨ ରାଜ୍ୟ ଅବଗତ କରାଇଛନ୍ତି। ଦ୍ଵିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଜାନୁଆରୀରେ କରାଯିବ ବୋଲି ସୂଚନା ମିଳିଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ପୀଠ ଉଭୟ ଓଡିଶା ଓ ଛତିଶଗଡର ପକ୍ଷ ଶୁଣିଛନ୍ତି । ଦୁଇ ରାଜ୍ୟ ମହାନଦୀରେ ତିଆରି ହୋଇଥିବା ପରସ୍ପରର ପ୍ରକଳ୍ପ ଅଂଚଳ ଅନୁଧ୍ୟାନ କରି ଏ ସଂପର୍କିତ ରିପୋର୍ଟ ଆଜି ଟ୍ରିବ୍ୟୁନାଲରେ ଦାଖଲ କରିଛନ୍ତି । ପ୍ରଥମେ ଅକ୍ଟୋବର ୨୯ରୁ ନଭେମ୍ବର ୩ ଭିତରେ ଓଡିଶା ପ୍ରତିନିଧି ଦଳ ଛତିଶଗଡରେ ଯାଇ ପ୍ରକଳ୍ପ ଗୁଡିକୁ ଅନୁଧ୍ୟାନ କରି ଫେରିଥିଲେ ।(ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ବାଲୁଗାଁ, ୧୪/୧୨ : ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଇଞ୍ଜନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆଇଏନଏସ୍‌ ଚିଲିକା ପକ୍ଷରୁ ଏହି ଦେୟମୁକ୍ତ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଆଇଏନଏସ ଚିଲିକାର କମୋଡର ରିତୁରାଜ ସାହୁ, ଏନ୍‌ଡବ୍ଲ୍ୟୁଡବ୍ଲ୍ୟୁଏର ସଭାପତି ସଂଗୀତା ସାହୁ, ସର୍ଜନ କମାଣ୍ଡର ପ୍ରସନ୍ନଜିତ ପଣ୍ଡା, କମାଣ୍ଡିଙ୍ଗ ଅଫିସର ଜୟଦୀପ ଚୌଧୁରୀ ଏବଂ ଆଇଏନଏସ ଚିଲିକାର ଅନ୍ୟ କର୍ମଚାରୀ ଏହି ସ୍ବାସ୍ଥ୍ୟ ସେବା ଶିବିରରେ ଯୋଗ ଦେଇଥିଲେ। ନୌସେନା ସପ୍ତାହ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାଲୁଗାଁ, ବଡ଼କୁଳ ଏବଂ ଆଇଏନ୍‌ଏସ୍‌ ଚିଲିକାର ନିକଟବର୍ତ୍ତୀ ଗ୍ରାମ ଗୁଡିକ ନିମନ୍ତେ ଏହି ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ପ୍ରାୟ ୮୦୦ ବ୍ୟକ୍ତି ମାଗଣାରେ ଚିକିତ୍ସିତ ହୋଇିଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ ଆଖି, ଚର୍ମ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଇଏନ୍‌ଟି, ଶଲ୍ୟ ଏବଂ ଔଷଧ…

Read More

https://youtu.be/cKtb_0F76DE The year 2019 has been special for actor Ayushmann Khurrana, who delivered back to back hits like “Article 15″,”Dream Girl” and “Bala”. He says it has been an eye opening year for him. “It has been an eye-opening year for me. This year has bolstered my belief that I should only back content that is extremely fresh, disruptive, unique and experimental because audience expects that from me. Ayushmann said.

Read More

ନୂଆଦିଲ୍ଲୀ, 14/12 : 2014 ନିର୍ବାଚନରେ ବିଜେପି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଶାନ୍ତ କିଶୋର ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିଓ୍ବାଲଙ୍କୁ ସହାୟତା କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ କେଜ୍ରିଓ୍ବାଲ ଏହି ଘୋଷଣା କରିଛନ୍ତି । ପ୍ରଶାନ୍ତ କିଶୋରଙ୍କ ନେତୃତ୍ବରେ ପରିଚାଳିତ ଇଣ୍ଡିଆନ୍‌ ପଲିଟିକାଲ ଆକ୍ସନ୍‌ କମିଟି (ଆଇ-ପିଏସି) ସହିତ ଆପ୍‌ କାମ କରିବାକୁ ଯାଉଛି ବୋଲି କେଜ୍ରିଓ୍ବାଲ ଘୋଷଣା କରିଛନ୍ତି । ବିଜେପି ସହିତ ସମସ୍ତ ସମ୍ପର୍କ ଛିନ୍ନ ପରେ ଆଇ ପିଏସି ବିରୋଧୀ ଦଳଙ୍କ ସହିତ ଏକତ୍ର କାମ କରୁଛି । ଆଇ ପିଏସି 2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ସହିତ ମଧ୍ୟ କାମ କରୁଥିବା ଜଣାପଡିଛି ।(ଏଜେନ୍ସୀ)

Read More

https://youtu.be/cvm0oJlAttc Bollywood actor Sharddha Kapoor on Friday took to social media to wish her beloved parents Shakti Kapoor and Shivangi Kolhapure on their 38th wedding anniversary. The 32-year-old old hopped on to Instagram to share a monochrome picture of veteran actor Shakti and mother Shivangi, sister of noted actor Padmini Kolhapure. Sharing the picture, Shraddha captioned,” Happy anniversary mommy and baapu!

Read More

ସମୀକ୍ଷା ବ୍ୟୁରୋ ବାଲୁଗାଁ, ୧୪/୧୨ : ବାଲୁଗାଁ ବାଇପାସ୍‌ ରୋଡ୍‌ର ସୁବୁଦ୍ଧିପାଟଣା ଛକ ନିକଟରେ ଆଜି ସକାଳୁ ଘଟିଯାଇଛି ପୁଣି ଏକ ଦୁର୍ଘଟଣା। ପଶୁପକ୍ଷୀଙ୍କ ଔଷଧ ବୋଝେଇ ଏକ ଟ୍ରକ ଓଲଟି ପଡିବା ସହିତ ଦୁଇ ଜଣ ଆହତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, କଟକରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଔଷଧ ବୋଝେଇ ଟ୍ରକ (ଓଏସଜି-୦୨୪୯) ସୁବୁଦ୍ଧି ପାଟଣା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିବା ଆଶଙ୍କା କରାଯାଉଛି। ଦୁଇ ଆହତ ଡ୍ରାଇଭର ଏବଂ ହେଲ୍ପରଙ୍କୁ ଉଦ୍ଧାର କରି ସ୍ଥାନୀୟ ବାସିନ୍ଦା ୧୦୮ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଆହତ ଦୁଇ ଜଣକ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି। ଉକ୍ତ ସ୍ଥାନରେ ବିଗତ ଏକ ମାସ ମଧ୍ୟରେ ଏହା ତୃତୀୟ ଦୁର୍ଘଟଣା। ଗତମାସରେ ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କର ପ୍ରାଣହାନି ଘଟିଥିଲା। ଏହି ଛକ…

Read More

କଲିକତା,14/12: ନାଗରିକତ୍ବ ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଲାଗି ରହିଥିବା ଆନ୍ଦୋଳନ ଉତ୍ତର ପୂର୍ବ ଭାରତ ପରେ ବର୍ତ୍ତମାନ କଲିକତାରେ ଆରମ୍ଭ ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆନ୍ଦୋଳନ ଡାକରା ଦେବା ପରେ ପଶ୍ଚିମବଙ୍ଗରେ ଆନ୍ଦୋଳନ ଜାରି ରହିଛି । ହଜାର ହଜାର ଲୋକ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ମୁର୍ଶିଦାବାଦର ବେଲଡାଙ୍ଗ ରେଳ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣା ପରେ କଲିକତାରୁ ବିଭିନ୍ନ ସ୍ଥାନକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିବା ଜଣାପଡିଛି । ଆନ୍ଦୋଳନକାରୀ ମାନେ ଆରପିଏଫ୍‌ ସୁରକ୍ଷାବଳଙ୍କୁ ଆକ୍ରମଣ କରିଥିବା ବେଳେ ଜଣେ ଟ୍ରେନ୍‌ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି । (ଏଜେନ୍ସୀ)

Read More

ମୁମ୍ବାଇ,14/12 : ଆସନ୍ତା କାଲି ଠାରୁ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି । ତିନିମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା ଲାଗିଛି । ଅନ୍ତିମ ଟି20ରେ ହାର୍ମଷ୍ଟ୍ରିଙ୍ଗ ଆଘାତ କାରଣରୁ ଭୁବନେଶ୍ବର ବାଦ ପଡିବାରୁ ବଦଳ ଖେଳାଳି ଭାବରେ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି । ଶନିବାର ଭୁବନେଶ୍ବରଙ୍କ ବଦଳ ଖେଳାଳି ଭାବରେ ଶାର୍ଦ୍ଦୁଲଙ୍କୁ ଦଳରେ ସାମିଲ କରାଯାଇଛି । ଭୁବନେଶ୍ବରଙ୍କ ସ୍କାନିଂ କରାଯାଇଥିବା ବେଳେ ଆଘାତ ଗୁରୁତର ନଥିବା ଜଣାପଡିଛି । ନ୍ୟୁଜିଲ୍ୟାଣ୍ଡ ସିରିଜ୍‌ ପୂର୍ବରୁ ଭୁବନେଶ୍ବର ସୁସ୍ଥ ହୋଇଯିବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ,14/12 : ଗତ ସପ୍ତାହରେ ଦିଲ୍ଲୀରେ ଘଟିଥିବା ଅଗ୍ନିକାଣ୍ଡରେ 43 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଶନିବାର ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଶନିବାର ସକାଳ 5ଟା ସମୟରେ ମୁଣ୍ଡକା ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଏକ କାଠ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି । ଗୋଦାମଟିରେ କାଠ ରହିଥିବାରୁ ନିଆଁ ସହଜରେ ବ୍ୟାପି ଯାଇଥିଲା । ଏହି ଘଟଣାପରେ ନିଆଁ ଲିଭାଇବା ପାଇଁ ଦିଲ୍ଲୀ ଅଗ୍ନିଶମ ବିଭାଗର 21ଟି ଦମକଳ ଗାଡି ନିୟୋଜିତ ହୋଇଛି । ଏହି ଘଟଣାରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲେ ମଧ୍ୟ କୌଣସି ପ୍ରାଣହାନି ହୋଇନି ।(ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ,ପାରାଦୀପ,14/12 : ପାରାଦୀପ ଗଡ ଗେଟ୍ ବଜାରରେ ଆଜି ଭୋରରୁ ଅଗ୍ନିକାଣ୍ଡ ଘଟି 3ଟି ଦୋକାନ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି । ସ୍ଥାନୀୟ ଲୋକ ଏବଂ କୁଜଙ୍ଗରୁ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଛନ୍ତି । ଫଳରେ ବଜାରରେ ଥିବା ଅନ୍ୟ ଦୋକାନ ସବୁ ଅଳ୍ପକେ ବର୍ତ୍ତି ଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି ।

Read More

ସମୀକ୍ଷା ବ୍ୟୁରୋ, ଭୁବନେଶ୍ବର,14/12 : ଜଙ୍ଗଲ ଅଧିକାର ଆଇନ ୨୦୦୬ ରେ ଜମି, ଜଙ୍ଗଲ ଓ ପ୍ରକୃତିକ ସମ୍ପଦ ଉପରେ ମହିଳାଙ୍କର ସମାନ ଅଧିକାରକୁ ନେଇ ୧୦ ଦଫା ସମ୍ବଳିତ ଦାବି ନେଇ ଆଦିବାସୀ ମହିଳା ସଂଗଠନ ପ୍ରତିନିଧିମାନେ ଆଜି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ଗୁଜୁରାଟ, ଛତିଶଗଡ ଓ ଓଡିଶାରୁ ମହିଳା ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଅକ୍ସଫାମ ଇଣ୍ଡିଆ ଓ ଅନ୍ୟ ସହଯୋଗୀ ଅନୁଷ୍ଠାନ ମାନଙ୍କ ତରଫରୁ ଭୁବନେଶ୍ବର ଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ ମହିଳା ଓ ବନ ଅଧିକାର କାର୍ଯ୍ୟକ୍ରମରେ ଦେଶର ୮ ଟି  ରାଜ୍ୟ ରୁ ଆସିଥିବା ୨୫୦ ରୁ ଅଧିକ ମହିଳା ଏ ବିଷୟରେ ଆଲୋଚନା କରିବା ସହ ସେମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ଗୁଡିକ  ଉପରେ ଆଲୋଚନା କରିଥିଲେ। ଜଙ୍ଗଲ ସୁରକ୍ଷା ଓ ପରିଚାଳନା କ୍ଷେତ୍ରରେ ମହିଳା ମାନଙ୍କର ଯଥେଷ୍ଟ ଯୋଗଦାନ ଥିଲେ ମଧ୍ୟ…

Read More