ନୂଆଦିଲ୍ଲୀ, 13/12 : ଫୋବର୍ସ ପକ୍ଷରୁ ବିଶ୍ବର ଶ୍ରେଷ୍ଠ ଏବଂ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି । ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ତାଲିକାରେ ପଦାର୍ପଣ କରିଛନ୍ତି । ପ୍ରଥମ ପଦାର୍ପଣରେ 34 ତମ ସ୍ଥାନରେ ରହିଛନ୍ତି ନିର୍ମଳା । ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ୟୁରୋପିଆନ୍ ସେଣ୍ଟ୍ରାଲ ବ୍ୟାଙ୍କ ସଭାପତି କ୍ରିଷ୍ଟିଆନ୍ ଲାଗାର୍ଡେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ସୀତାରମଣଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ଭାରତୀୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଏଚସିଏଲ୍ ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ରୋଶନୀ ନାଦାର ମଲହୋତ୍ରା ଏବଂ ବାୟୋକୋନ୍ ପ୍ରତିଷ୍ଠାତା କିରଣ ମଜୁମଦାର ଶ ଏହି ତାଲିକାରେ ଯଥାକ୍ରମେ 54 ଏବଂ 65 ତମ ସ୍ଥାନରେ ରହିଛନ୍ତି । ଭାରତର ପଡୋଶୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା (29) ତମ ସ୍ଥାନରେ ରହିଛନ୍ତି । ମେଲିଣ୍ଡା ଗେଟ୍ସ(6),ଇଭାଙ୍କା ଟ୍ରମ୍ପ(42)…
Author: Samikhsya Bureau
ସଞ୍ଜୟ ଲୀଲା ଭନ୍ସାଲୀ, ଭୂଷଣ କୁମାର, ମହାବୀର ଜୈନ୍ ଓ ପ୍ରଜ୍ଞା କପୁର୍ ମିଳିତ ସହଯୋଗରେ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅଭିଷେକ କପୁର୍ କରିବେ । ଏହି ଫିଲ୍ମଟି ଭାରତୀୟ ଯବାନଙ୍କୁ ଉତ୍ସର୍ଗ କରାଯିବ ବୋଲି ସୂଚନା ରହିଛି । ଏହି ଏୟାର୍ଷ୍ଟ୍ରାଇକ୍କୁ ନେଇ ଦୁଇଟି ଫିଲ୍ମ ନିର୍ମାଣ ହେବାକୁ ରହିଛି । ୨୬ଫେବୃଆରୀ, ୨୦୧୯ରେ ହୋଇଥିବା ବାଲାକୋଟ୍ ଏୟାର୍ଷ୍ଟ୍ରାଇକ୍କୁ ବଡ଼ ପରଦାରେ ଦେଖାଇବାକୁ ରେଡ୍ଡି ହେଉଛନ୍ତି ସଞ୍ଜୟ ଲୀଲା ଭନ୍ସାଲୀ, ଭୂଷଣ କୁମାର, ମହାବୀର ଜୈନ ଓ ପ୍ରଜ୍ଞା କପୁର୍ । ତେବେ ବାଲାକୋଟ୍ ଏୟାର୍ଷ୍ଟ୍ରାଇକ୍ ଉପରେ ଦୁଇଟି ଫିଲ୍ମ ନିର୍ମାଣ ହେବ । ସେହିପରି ଅନ୍ୟ ଫିଲ୍ମଟିରେ ଅଭିନେତା ବିବେକ୍ ଓବରୟେ ରହିଛନ୍ତି । ଏହି ଫିଲ୍ମର ଶୁଟିଂ ଜମ୍ମୁ, କାଶ୍ମୀର, ଦିଲ୍ଲୀ ଓ ଆଗ୍ରା ଆଦି…
ନୂଆଦିଲ୍ଲୀ, ୧୩/୧୨: ଆଜି ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ରେପ୍ ଇନ ଇଣ୍ଡିଆ ବୟାନକୁ ନେଇ ଗୃହରେ ହଙ୍ଗାମା ହୋଇଛି। ଲୋକସଭାରେ ମଧ୍ୟ ରାହୁଲ କ୍ଷମା ମାଗନ୍ତୁ ବୋଲି ନାରା ଦିଆଯାଇଥିଲା। କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ୍ଙ୍କ ଏହି ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ରାହୁଲ୍ ଏପରି କହି ମହିଳାଙ୍କ ଅପମାନ କରିଛନ୍ତି ବୋଲି କହିଛନ୍ତି ସ୍ମୃତି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧି ଡିସେମ୍ଵର ୧୨ରେ ଝାରଖଣ୍ଡରେ ଗୋଡ୍ଡାରେ ଏକ ରାଲିରେ ସମ୍ଵୋଧିତ କରି କହିଥିଲେ ଯେ, ନରେନ୍ଦ୍ର ମୋଦି କହିଥିଲେ ଯେ, ଏବେ ଦୁନିଆ ଭାରତକୁ ‘ମେକ ଇନ୍ ଇଣ୍ଡିଆ ନୁହେଁ, ବରଂ ରେପ୍ ଇନ୍ ଇଣ୍ଡିଆ ନାମରେ ଜାଣୁଛି। ରାହୁଲଙ୍କ ଏହି ବୟାନକୁ ନେଇ ପ୍ରବଳ ବିରୋଧ ହୋଇଛି। ଅପରପକ୍ଷେର ରାହୁଲ୍ ଏଇ ବୟାନ ନେଇ କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନିଜେ…
Mumbai: Actress Shamita Shetty seen at Juhu, in Mumbai on Dec 11, 2019. (Photo: IANS)
Mumbai: Actress Kiara Advani seen at Juhu, in Mumbai on Dec 11, 2019. (Photo: IANS)
Mumbai: Actress Sonnalli Seygall at the trailer launch of film “Jai Mummy Di”, in Mumbai on Dec 12, 2019. (Photo: IANS)
Mumbai: Actress Kareena Kapoor on the sets of her radio show “What Women Want” in Mumbai on Dec 11, 2019. (Photo: IANS)
Mumbai: Actress Urvashi Rautela at the screening of their upcoming Netflix web series “6 Underground”, in Mumbai on Dec 12, 2019. (Photo: IANS)
Mumbai: Actress Aditi Rao Hydari seen at Juhu, in Mumbai on Dec 11, 2019. (Photo: IANS)
(191212) — KUWAIT CITY, Dec. 12, 2019 (Xinhua) — Flamingoes forage on the beach of Kuwait City, Kuwait, on Dec. 11, 2019. (Photo by Ghazy Qaffaf/Xinhua)
ନୂଆଦିଲ୍ଲୀ, ୧୩/୧୨: ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ନେଇ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ଏହାର ଶୁଣାଣିକୁ ମୁଲତବୀ ରଖିଛନ୍ତି। ଆସନ୍ତା ୧୬ରେ ଏହି ମାମଲାର ଦୋଷୀଙ୍କୁ ଫାଶୀ ଦିଆଯିବା କଥା ଆଲୋଚନା ହେଉଥିବା ବେଳେ ଶୁକ୍ରବାର ଉକ୍ତ କୋର୍ଟରେ ଏମାନଙ୍କ ଡେଥ୍ ଓ୍ବାରେଣ୍ଟକୁ ନେଇ ଶୁଣାଣି ହୋଇଥିଲା। ଏହି ସମୟରେ କୋର୍ଟ କହିଥିଲେ ଉକ୍ତ ମାମଲାର ଜଣେ ଦୋଷୀଙ୍କ ପୁନର୍ବିଚାର ଆବେଦନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା ରହିଛି। ଏହାପରେ ଯାଇ ମାମଲାର ଶୁଣାଣି କରାଯିବ। ଏହି ମାମଲାର ଚାରି ଦୋଷୀଙ୍କ ମଧ୍ୟରୁ ଅକ୍ଷୟ କୁମାର ସିଂହ ପୁନର୍ବିଚାର ଆବେଦନ ଉପରେ ଆସନ୍ତା ୧୭ ତାରିଖରେ ତିନି ସଦ୍ୟସୀୟ ବିଚାରକ ମଣ୍ଡଳୀ ଶୁଣାଣି କରିବେ। ଏହି ଶୁଣାଣି ପରେ ଯାଇ ଏହି ମାମଲାର ବିଚାର ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ ଏହି ମାମଲାର ଶୁଣାଣିକୁ ମୁଲତବୀ ରଖାଯିବା ପରେ ନିର୍ଭୟାଙ୍କ ମା’ କହିଛନ୍ତି ଯେ, ଦୀର୍ଘ ୭ ବର୍ଷ…
ପାଟନା,13/12 : ପୂର୍ବତନ କର୍ଣ୍ଣାଟକ ଅଧିନାୟକ ତଥା ଦ୍ରୁତ ବୋଲର ଆର ବିନୟ କୁମାର ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ଦଶମ ଖେଳାଳି ଭାବରେ ରଣଜୀ ଟ୍ରଫିରେ 400 ଓ୍ବିକେଟ ହାସଲ କରିବାର କୃତିତ୍ବ ହାସଲ କରିଛନ୍ତି ବିନୟ କୁମାର । ପୁଡୁଚେରୀ ଏବଂ ପାଟନା ମ୍ୟାଚ୍ରେ ବିନୟ କୁମାର 57 ରନ୍ରେ 4 ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ପୁଡୁଚେରୀ 10 ଓ୍ବିକେଟ୍ରେ ବିଜୟୀ ହୋଇଥଲା । ଏହି ମ୍ୟାଚ୍ ପୂର୍ବରୁ ବିନୟ କର୍ଣ୍ଣାଟକ ପାଇଁ 397 ଓ୍ବିକେଟ ଅକ୍ତିଆର କରିଥିଲେ । ପଶ୍ଚିମବଙ୍ଗର ବାମହାତୀ ସ୍ପିନର ଉତ୍ପଳ ଚାଟାର୍ଜୀଙ୍କୁ ଅତିକ୍ରମ କରି ବିନୟ 10ମ ସ୍ଥାନରେ ପହଞ୍ଚିଛନ୍ତି । 637 ଓ୍ବିକେଟ ସହିତ ରାଜିନ୍ଦର ଗୋଏଲ ଏହି ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବିନୟ କୁମାର ଗୋଟିଏ ଟେଷ୍ଟ, 31ଟି ଦିନିକିଆ ଏବଂ 9ଟି ଟି20 ମୁକାବିଲାରେ ଭାରତୀୟ ଜର୍ସିରେ ନଜର…
https://www.youtube.com/watch?v=dp2xTWKkxek Filmmaker-show host Farah Khan might take over hosting duties of Bigg Boss 13 once Bollywood actor Salman Khan quits the controversial reality. “Salman is quitting the show and Farah Khan will be taking over from January. He’s expected to celebrate his birthday on the sets,” a TV industry source told IANS
ଟୋକିଓ,13/12 : ନାଗରିକତ୍ବ ସଂଶୋଧନ ବିଲ୍କୁ ବିରୋଧ କରି ଦୁଇ ବାଂଲାଦେଶ ମନ୍ତ୍ରୀ ନିଜର ଭାରତ ଗସ୍ତ ଋଦ୍ଦ କରିଥିବା ବେଳେ ଆଜି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏହି ଧାରାରେ ସାମିଲ ହୋଇଛନ୍ତି । ଆସାମର ରାଜଧାନୀ ଗୌହାଟୀରେ ଭାରତ ଏବଂ ଜାପାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ସମ୍ମିଳନୀ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ନାଗରିକତ୍ବ ସଂଶୋଧନ ବିଲ୍କୁ ବିରୋଧ କରି ଆସାମ, ତ୍ରିପୁରା ଏବଂ ମେଘାଳୟରେ ଆନ୍ଦୋଳନ ଚାଲି ରହିଥିବାରୁ ଏହି ସମ୍ମିଳନୀ ହେବା ନେଇ ଆଶଙ୍କା ଦେଖା ଦେଇଛି । ରବିବାର ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ରବିବାର ଭାରତ ଗସ୍ତରେ ଆସିବାର ଥିଲା ମାତ୍ର ବର୍ତ୍ତମାନ ଆବେ ଭାରତ ଗସ୍ତ ଋଦ୍ଦ କରିବାର ଯୋଜନା କରୁଛନ୍ତି ବୋଲି ଜାପାନ ପକ୍ଷରୁ ପ୍ରକାଶ କରାଯାଇଛି । ଜାପାନ ପ୍ରଧାନନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ କୌଣସି ସୂଚନା ମିଳି ନାହିଁ ବୋଲି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର…
Hyderabad: Venkatesh Speaks About Venky Mama Movie to Media. (Photo: IANS)
ସମୀକ୍ଷା ବ୍ୟୁରୋ ବାଣପୁର,୧୩/୧୨ : ବୁଧବାର ବାଣପୁର ବଜାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ତିନୋଟି ପୃଥକ ଘଟଣାରେ ପୋଲିସ୍ ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି। ବଚସା ଏବଂ ଆକ୍ରମଣକୁ ନେଇ ଚାରିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଟଙ୍କା ଦେଣନେଣକୁ କେନ୍ଦ୍ରକରି ଅନ୍ୟ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଦିବାକର ରାଉଳ ଓ ପ୍ରଶାନ୍ତ ବେହେରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ବଚସାରୁ ଉଭୟ ହାତାହାତି ହେବାରୁ ନିକଟରେ ଥିବା ରମେଶ ବେହେରାଙ୍କ ଗୁପ୍ଚୁପ୍ ଗାଡି ଉପରେ ପଡି ଯାଇଥିଲେ। ଗୁପ୍ଚୁପ ଗାଡିଟି ନଷ୍ଟ ହୋଇଯାଇଥିବା ବେଳେ କ୍ଷତିପୂରଣ ପ୍ରଦାନ ନକରି ଉଭୟ ସେଠାରୁ ପଳାଇଥିଲେ। ପ୍ରଶାନ୍ତ ଘଟଣା ସ୍ଥଳରୁ ଦୌଡୁଥିବା ବେଳେ ଦିବାକର ତାଙ୍କ ପଛରେ ଗୋଡାଇଥିଲେ। ନଇ ସାହି ଦେଇ ଯାଉଥିବା ବେଳେ ମୁସ୍ଲିମ୍ ସାହିର କରିମ୍ ଖାନ୍ ଏବଂ ସୋଏବ୍…
Mumbai: Actress Rani Mukerjee with women police personnel at the screening of her upcoming film “Mardaani 2”, in Mumbai
https://www.youtube.com/watch?v=aQdBzLdN4cc Actress Vidya Balan on Thursday took to Instagram and announced the release date of her upcoming film “Shakuntala Devi” in a quirky way. As the film is based on the life of the late mathematics genius Shakuntala Devi, Vidya teased her followers with a math problem to decode the release date on their own. “Hi, everyone. I have some exciting news to share. The release date for ”Shakuntala Devi” has been decided and it will release in exactly 148 days from now,” she said in the clip.
ସମୀକ୍ଷା ବ୍ୟୁରୋ କଟକ ,13/12 : କଟକ ମଧୁପାଟଣା ଥାନା ବେଲେଶ୍ୱର ଗାଁର ଏକ ଘରୁ ଗତକାଲି ବିଳମ୍ବିତ ରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍ । ସେମାନଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଛି । ସେମାନଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଥିବା ପୁଲିସ୍ ସନ୍ଦେହ କରୁଛି । ଖବର ପାଇ କଟକ ଡିସିପିଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲେ । ଘରଟିକୁ ସିଲ୍ କରି ଦିଆଯାଇଥିବା ବେଳେ ପୁଲିସ୍ ମୁତୟନ ହୋଇଛନ୍ତି ।
ସମୀକ୍ଷା ବ୍ୟୁରୋ ସୁନ୍ଦରଗଡ,13/12 : ସୁନ୍ଦରଗଡରେ ଏକ ଟ୍ରକ୍ ଏବଂ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି 3 ଜଣଙ୍କର ପ୍ରାଣହାନି ଘଟିଛି । ଏକ ଟ୍ରକ୍କୁ ପଛପଟୁ ପିଟିବାରୁ ତିନି ବାଇକ୍ ଆରୋହୀଙ୍କ ପ୍ରାଣହାନି ଘଟିଛି । ତଳସରା ଥାନା ଅନ୍ତର୍ଗତ କୁହ୍ଲିଆଜ ପାଖରେ ଗତକାଲି ବିଳମ୍ବିତ ରାତ୍ରରେ ଏହି ଦୁର୍ଘଟଣା ଘଟିଥିଲା । ନିକଟସ୍ଥ ଗାଁରୁ ଭୋଜି ଖାଇ ଫେରୁଥିବା 3 ଜଣ ବ୍ୟକ୍ତିଙ୍କ ବାଇକ୍ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ପ୍ରାଣହାନି ଘଟିଥିଲା ।
ଶିଲଂ,13/12: ନାଗରିକତ୍ବ ବିଲ୍ରେ ସଂଶୋଧନକୁ ନେଇ ଭାରତର ଉତ୍ତର ପୂର୍ବୀୟ ସୀମା ଜଳୁଛି । ଦୁଇ ଦିନ ହେବ ଆସାମ ଏବଂ ତ୍ରିପୁରାରେ ହିଂସା ଲାଗି ରହିଥିବା ବେଳେ ଏହା ବର୍ତ୍ତମାନ ମେଘାଳୟକୁ ବ୍ୟାପିଛି । ମେଘାଳୟକୁ ଏହି ହିଂସା ବ୍ୟାପିବା ପରେ ସତର୍କତା ପଦକ୍ଷେପ ସ୍ବରୂପ ମେଘାଳୟରେ ଇଣ୍ଟରନେଟ ସେବା ଏବଂ ମୋବାଇଲ୍ ଏସଏମ୍ଏସ୍ ସେବା ବନ୍ଦ କରି ଦିଆଯାଇଛି । ଦୁଇ ଦିନ ପାଇଁ ଏହି ସେବା ବନ୍ଦ ରଖାଯାଇଛି । ଶିଲଂରୁ 250 କିମି ଦୂର ଓ୍ବିଲିୟମ୍ନଗରରୁ ଏହି ହିଂସା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନିଜ ହେଲିକପ୍ଟରରୁ ଓହ୍ଲାଇବା ପରେ ତାଙ୍କୁ ବିରୋଧ କରାଯାଇଥିଲା । ମେଘାଳୟ ପୋଲିସ୍ ପକ୍ଷରୁ ଶାନ୍ତି ବଜାୟ ରଖିବା ପାଇଁ ଟ୍ବିଟ୍ଟର ଜରିଆରେ ନିବେଦନ କରାଯାଇଛି ।(ଏଜେନ୍ସୀ)

