Author: Samikhsya Bureau

ପୁରୀ, 16/12: ଆଜି ପୌଷ ମାସ ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ପହିଲି ଭୋଗ ନୀତି ପାଇଁ ଆଜି ଶୀମନ୍ଦିରରେ ଭୋର ୩ଟାରୁ ଦ୍ୱାର ଫିଟାଯାଇ ନୀତି ଆରମ୍ଭ ହୋଇଛି। ବଲ୍ଭବ ସହିତ ବିରି ଓ ଗହମରେ ଗୃତପାକ ହୋଇଥିବା ବ୍ୟଞ୍ଜନ ଓ ପିଠା ଆଦିକୁ ପଞ୍ଚ ଉପଚାରରେ ଲାଗି କରାଯାଏ। ଏହି ପହିଲି ଭୋଗରେ କାକରା, ଆରିଷା ଭଳି ଅନେକ ପ୍ରକାର ପିଠା ଭୋଗ କରାଯାଇଥାଏ। ଏହି ଧନୁମାସରେ ମୁଆଁ ଭୋଗ ମଧ୍ୟ କରାଯାଇଥାଏ। ଏହି ପହିଲି ଭୋଗ ନୀତି ପ୍ରାୟ ଏକ ମାସ ଚାଲିବା ପରେ ଆସନ୍ତା ମାସ ମକର ସଂକ୍ରାନ୍ତିରେ ଶେଷ ହେବ। (ଏଜେନ୍ସି)

Read More

ନୂଆଦିଲ୍ଲୀ,16/12: ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଉତ୍ତର ପୂର୍ବ ଭାରତ ସମଗ୍ର ଦେଶରେ ହିଂସା ଦେଖିବାକୁ ମିଳିଛି । ଦିଲ୍ଲୀ ଜାମିଆ ଇଲମିଆ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଏହି ଆଇନ ବିରୋଧରେ ହିଂସା ପ୍ରଦର୍ଶନ କରିଛନ୍ତି । ଏହି ମାମଲାର ତତ୍କାଳ ଶୁଣାଣୀ ପାଇଁ ଆବେଦନ କରିଥିବା ବେଳେ ଛାତ୍ରଛାତ୍ରୀ ହିଂସାରୁ ନିବୃତ ରହିବା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିବେଦନ କରାଯାଇଛି । ଆସନ୍ତା 18 ତାରିଖରେ ମୁଖ୍ୟ ବିଚାରପତି ଏହି ମାମଲାର ଶୁଣାଣି ପାଇଁ ସ୍ଥିର କରିଛନ୍ତି । ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କରିବା ଉଚିତ୍‌ ମାତ୍ର ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବା ଉଚିତ୍‌ ବୋଲି ବୋବଡେ କହିଛନ୍ତି । ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା । (ଏଜେନ୍ସୀ)

Read More

ରାଞ୍ଚି,16/12: ଝାଡଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସୋମବାର ସକାଳ 7ଟାରୁ ଆରମ୍ଭ ହୋଇଛି । ସକାଳ 9ଟା ସୁଦ୍ଧା 11.85 ପ୍ରତିଶତ ଭୋଟ ରେକର୍ଡ କରାଯାଇଛି । ଝାଡଖଣ୍ଡ ନିର୍ବାଚନ କମିଶନଙ୍କ ଅନୁଯାୟୀ 14.91 ପ୍ରତିଶତ ଭୋଟ ସହିତ ଟୁଣ୍ଡିରେ ସର୍ବାଧିକ ମତଦାନ ହୋଇଥିବା ବେଳେ ଗିରିଧରେ ସର୍ବନିମ୍ନ 6.6 ପ୍ରତିଶତ ମତଦାନ ହୋଇଛି । ସମୁଦାୟ 48 ଲକ୍ଷ ଭୋଟର ଚତୁର୍ଥ ପର୍ଯ୍ୟାୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଥିବା ବେଳେ 221 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।(ଏଜେନ୍ସୀ)

Read More

ଗଜପତି, 16/12 : ତପ୍ତପାଣି ଘାଟିରେ ଏକ ପର୍ଯ୍ୟଟକ ବସ୍ ଏବଂବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 7 ଜଣ ଗୁରୁତର ଆହତ ହୋଇଛନ୍ତି । ବାଇକକୁ ଧକ୍କାଦେବା ପରେ ବସଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଓଲଟି ପଡିଥିଲା । ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପିକ୍‌ନିକ ପାଇଁ ଆସିଥିବା 30 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ 8 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ମୃତକ ଜଣକ ଘଷିଆମ୍ବ ଗ୍ରାମର ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ପିକନିକ୍ ନିମନ୍ତେ ଖସଡା ଆସିଥିବା ବେଳେ ଫେରୁଥିବା ସମୟରେ ତପ୍ତ ପାଣି ଘାଟିରେ ବାଇକକୁ ଧକ୍କା ଦେଇ ଓଲଟି ପଡିଥିଲା ମିନିବସ୍ ।

Read More

ସମୀକ୍ଷା ବ୍ୟୁରୋ, କଳାହାଣ୍ଡି,16/12: ଧର୍ମଗଡ଼ ଥାନା ଅନ୍ତର୍ଗତ ମେର୍ଘରା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତରେ ସୁରେନ୍ଦ୍ର ମାଝୀ ନାମକ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୋବାଇଲ ଚାର୍ଜରେ ବସାଉଥିବା ସମୟରେ ସୁରେନ୍ଦ୍ର ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ସୁରେନ୍ଦ୍ରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପୋଲିସ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।

Read More

ସମୀକ୍ଷା ବ୍ୟୁରୋ, ଗଞ୍ଜାମ,16/12 : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 30 ବଖରା ଘର ପୋଡ଼ି ପାଉଁଶ ହୋଇ ଯାଇଛି । ସୋବବାର ସକାଳେ ଗାଁର ନୂଆଁ ସାହିରେ କୌଣସି କାରଣ ବଶତଃ ଏକ ଘରେ ନିଆଁ ଲାଗି ଯାଇଥିଲା । ପରେ ନିଆଁ ବ୍ୟାପିଯାଇ 30ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।

Read More

ନୂଆଦିଲ୍ଲୀ,16/12: ନୂଆଦିଲ୍ଳୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ 1 କୋଟିର ବିଦେଶୀ ମୁଦ୍ରା ଜବତ କରାଯାଇଛି । ଶନିବାର ଦିନ ସିଆଇଏସି୍‌ଏଫ୍‌ ସୁରକ୍ଷା ବଳ 1.2 କୋଟିର ବିଦେଶୀ ମୁଦ୍ରା ସହିତ ଜଣେ ଯୁବକଙ୍କୁ ଗିରଫ କରିଛି । ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରର 3 ନମ୍ବର ଟର୍ମିନାଲରେ ଅନୀଲ କୁମାର ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ବ୍ୟାଙ୍କକକୁ ଯାଉଥିବା ଏୟାର ଇଣ୍ଡିଆ ବିମାନ ବନ୍ଦରରେ ଯାଉଥିବା ଅନୀଲଙ୍କ ନିକଟରୁ 80450 ୟୁରୋ ଏବଂ 33150 ପାଉଣ୍ଡର ବିଦେଶୀ ମୁଦ୍ରା ଜବତ କରାଯାଇଛି । (ଏଜେନ୍ସୀ)

Read More

ରାଞ୍ଚି,16/12: ଝାଡଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି । 15ଟି ବିଧାନସଭା ଆସନ ପାଇଁ ସୋମବାର ସକାଳ 7ଟାରୁ ନିର୍ବାଚନ ଆରମ୍ଭ ହୋଇଛି । ସମୁଦାୟ 221 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ବେଳେ ତନ୍ମଧ୍ୟରୁ 23 ଜଣ ମହିଳା ରହିଛନ୍ତି । ସମୁଦାୟ 48 ଲକ୍ଷ ଭୋଟର ଚତୁର୍ଥ ପର୍ଯ୍ୟାୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ । ବୋକାରୋ ବିଧାନସଭା ଆସନରେ ସର୍ବାଧିକ 25 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ନିର୍ସା ଆସନରେ ସର୍ବନିମ୍ନ 8 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । 15ଟି ଆସନ ମଧ୍ୟରୁ 12ଟି ଆସନ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଦେଓଘର, ଗିରିଧ୍‌ ,ବୋକାରୋ ଏବଂ ଧାନବାଦ ଆସନ ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । (ଏଜେନ୍ସୀ)

Read More

କେଦାର ମିଶ୍ର ଆଜି ଏ ଲେଖା ପ୍ରସ୍ତୁତ ହେଲା ବେଳକୁ ଦିଲ୍ଲୀର ଜାମିଆ ମିଲିଆ ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଜୁଲମ ଚାଲିଛି। ମୋଦୀ ସରକାର ଦ୍ଵାରା ସଂଶୋଧିତ ନାଗରିକତା ଆଇନ ଲାଗୁ ହେବାର ପ୍ରତିବାଦରେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଏହି କଳଙ୍କିତ ଆଇନ ବିରୋଧରେ ପ୍ରତିବାଦର ସ୍ଵର ଉଠୁଛି। ସାଢେ ପାଞ୍ଚ ବର୍ଷର ଶାସନରେ ନରେନ୍ଦ୍ର ମୋଦୀ ନିଜର କୌଣସି ପଦକ୍ଷେପ ବିରୋଧରେ ଏତେ ବ୍ୟାପକ ପ୍ରତିରୋଧର ସାମ୍ନା କରି ନଥିଲେ। ସରକାରଙ୍କର ପ୍ରତ୍ୟେକ ଜନ ବିରୋଧୀ ପଦକ୍ଷେପକୁ ଜାତୀୟତା ଓ ଦେଶପ୍ରେମର ପୋଷାକ ପିନ୍ଧାଇ ଆଜି ପର୍ଯ୍ୟନ୍ତ ସୁବିଧାରେ ରହି ଆସିଥିବା ଏ ସରକାର ପ୍ରଥମ ଥର ଲାଗି ଏତେ ବଡ ଜନ ଆକ୍ରୋଶ ଆଗରେ ଅସହାୟ ହୋଇ ଛିଡା ହୋଇଛି। ତେବେ ନିଜର ଚିରାଚରିତ ଢଙ୍ଗରେ ଜନ ଆକ୍ରୋଶ ଓ ଜନ ପ୍ରତିବାଦକୁ “ଦେଶଦ୍ରୋହ” ବୋଲି କହି ଖସିଯିବାର ଉଦ୍ୟମ ବିଜେପି ଏବେ ଆରମ୍ଭ…

Read More

ସମୀକ୍ଷା ବ୍ୟୁରୋ ଶେରଗଡ଼,୧୫/୧୨: ଗଞ୍ଜାମର ଶେରଗଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯନ୍ତ୍ରପାତି ଦ୍ବାରା ମଣିଷ ଜୀବନରେ ସମସ୍ତ କାମ ସୁରୁଖୁରୁରେ ହେଉଛି । ମାତ୍ର ଏହାର ବିପରୀତ ଜିନିଷ ଶେରଗଡରେ ଦେଖିବାକୁ ମିଳିଛି । ଧାନ ଅମଳ ସମୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏକ ଟ୍ରାକ୍ଟର ସମ୍ପୂର୍ଣ୍ଣ ଜଳିଯାଇଛି । ଗଞ୍ଜାମର ଶେରଗଡ ବ୍ଲକର ଠୁରୁବୁରାଇ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଟ୍ରାକ୍ଟର ଦ୍ବାରା ପରିଚାଳିତ ଧାନ ଅମଳ ମେସିନ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇ ଏଥିରେ ନିଆଁ ଲାଗିଯିବାରୁ ମେସିନ୍‌ଟିରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବଳକୁ ମେସିନ୍‌ଟିର ଅର୍ଦ୍ଧାଧିକ ଭାଗ ପୋଡି ଯାଇଥିଲା ।

Read More

ଲକ୍ଷ୍ନୌ,15/12 : ଦେଶରେ ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତର ପ୍ରଦେଶର ମାଉ ଜିଲ୍ଲାର ମଧୁବନ ପୋଲିସ୍‌ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । 10ମ ଶ୍ରେଣୀର ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ମଧୁବନ ପୋଲିସ୍‌ 6 ଅଭିଯୁକ୍ତଙ୍କୁ ଗିରଫ କରିଛି । ଶୁକ୍ରବାର ଦିନ ଯୁବତୀ ଜଣକ ସ୍କୁଲକୁ ଯାଇଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ନଥିଲେ । ପୋଲିସ୍‌ ସହିତ ପରିବାର ଲୋକ ଯୁବତୀ ଜଣଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ । ରବିବାର ଚେତା ଫେରିବା ପରେ ଯୁବତୀ ଜଣଙ୍କ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିଥିଲେ । ରବିବାର ପୁଲିସ୍‌ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।(ଏଜେନ୍ସୀ)

Read More

ଚେନ୍ନାଇ, 15/12 : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ 287 ରନ୍‌ ସଂଗ୍ରହ କରିଛି । ଏହା ଫଳରେ ୱେଷ୍ଟଇଣ୍ଡିଜ ସମ୍ମୁଖରେ 288 ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଟସ୍‌ ଜିତ ୱେଷ୍ଟଇଣ୍ଡିଜ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । 25 ରନ୍‌ରେ ଦୁଇଟି ଓ୍ବିକେଟ୍‌ ହରାଇବା ସହିତ ଭାରତ ସଙ୍କଟରେ ପଡିଥିଲା । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ(71) ଓ ଶ୍ରେୟସ ଆୟର(70) ରନ୍‌ର ଇନିଂସ ଫଳରେ ଭାରତ 287 ରନ୍‌ ସଂଗ୍ରହ କରିଥିଲା । ଶେଷ ଭାଗରେ କେଦାର ଜାଦବ(40) ଏବଂ ରବୀନ୍ଦ୍ର ଜାଡେଜା(21)ଙ୍କ ଇନିଂସ ବଳରେ ଭାରତ 280 ରନ୍‌ ସଂଗ୍ରହ କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ଶେଲଡନ୍‌ କର୍ଟେଲ, ଆଲଜାରୀ ଜୋଶେଫ ଓ କିମୋ ପଲ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ବାଣପୁର ,15/12: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍‌ଏସିର 12 ନଂ ଓ୍ବାର୍ଡର ବଡ ହନ୍ତୁଆଡ ଗ୍ରାମରେ ଏକ ମସ୍‌ଜିଦ୍‌ ଉଦ୍‌ଘାଟିତ ହୋଇଛି । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗ୍‌ଦେବ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଭାଇଚାରାର ଏହି ପର୍ବରେ ମୁଖ୍ୟ ଅତିଥି ମସ୍‌ଜିଦ୍‌ର କାରୁକାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କମ ମଧ୍ୟରେ ପୂର୍ବତନ ବିଧାୟକ ରଘୁନାଥ ସାହୁ, ବିଭୂତି ଭୂଷଣ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନ ସିଂ, ବ୍ଲକ ଅଧ୍ୟକ୍ଷ , ଏନ୍‌ଏସି ଅଧ୍ୟକ୍ଷ ତଥା ଜଗତ ବଲ୍ଲଭ ମହାରଥାଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Read More

ସମୀକ୍ଷା ବ୍ୟୁରୋ ବାଲୁଗାଁ, ୧୫/୧୨: ବାଲୁଗାଁର ଶିବାନୀ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ପୋଲିସ୍‌। ମୃତ ଶିବାନୀଙ୍କ ଭାଉଜ କାବେରୀ ଏହି ଘଟଣାର ମୁଖ୍ୟ କାର୍ପଟଦାର ବୋଲି ଜଣାପଡିଛି । ଏକତରଫା ପ୍ରେମର ରୂପ ଦେଇ ଶିବାନୀଙ୍କୁ ନିଜେ ହତ୍ୟା କରିଥିଲା କାବେରୀ। ରବିବାର ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କାବେରୀ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ପ୍ରକାଶ କରିଛନ୍ତି। ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ରହିଥିବାରୁ କାବେରୀ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଥିବା ଜଣାପଡିଛି । ଗଙ୍ଗନଗର ଘରେ ଦୁଇ ଜଣ ଥିବା ବେଳେ କାବେରୀ ଶିବାନୀଙ୍କୁ ହତ୍ୟା କରିବା ସହିତ ଏକତରଫା ପ୍ରେମ କାରଣରୁ ସେହି ଗ୍ରାମର ଜନୈକ ଯୁବକଙ୍କୁ ଦୋଷାରୋପ କରିଥିଲେ। ଶିବାନୀଙ୍କ ପ୍ରେମିକ ବିଭୁ ଏବଂ ଭାଉଜ କାବେରୀଙ୍କୁ ପୋଲିସ୍‌ ଥାନାକୁ ନେଇ ଜେରା କରିବା ପରେ ସତ ସାମ୍‌ନାକୁ ଆସିଥିଲା। ଶିବାନୀଙ୍କ ଭାଇଙ୍କୁ କାବେରୀ ପ୍ରେମ ବିବାହ କରିଥିବା ବେଳେ…

Read More

ସମୀକ୍ଷା ବ୍ୟୁରୋ ଚିଲିକା,୧୫/୧୨ : ଚିଲିକାରେ ଶନିବାର ସନ୍ଧ୍ୟାରେ ବିଦ୍ୟୁତ୍‌ ଆଘାତରେ ଜଣେ ବାଳକର ମୃତ୍ୟୁ ହୋଇଛି। ବଡକୂଳସ୍ଥିତ ଜେଟିରେ ଏହି ଅଘଟଣ ଘଟିଛି। ବଡକୂଳ ଗ୍ରାମର ପ୍ରଫୁଲ୍ଲ ବାରିକଙ୍କ ୧୫ ବର୍ଷୀୟ ପୁଅ ଆନନ୍ଦ ବାରିକ ଏହି ଘଟଣାରେ ପ୍ରାଣ ହରାଇଛନ୍ତି। ବିଦ୍ୟୁତ୍‌ ଆଘାତରେ ଗୁରୁତର ଆନନ୍ଦଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପ୍ରଫୁଲ୍ଲଙ୍କର ବଡକୂଳ ଜେଟି ପାନ୍ଥନିବାସରେ ଏକ ଦୋକାନ ରହିଥିବା ବେଳେ ଶନିବାର ଦିନ ପିତାଙ୍କ ସହାୟତା ପାଇଁ ପହଞ୍ଚିଥିଲେ ଆନନ୍ଦ। ସନ୍ଧ୍ୟା ସମୟରେ ବିଦ୍ୟୁତ କାଟ ହୋଇଥିବା ବେଳେ ଅପରାହ୍ନ ୬ଟାରେ ପୁନର୍ବାର ଚାଲୁ ହୋଇଥିଲା। ସନ୍ଧ୍ୟା ସମୟରେ ଆନନ୍ଦ ଜେଟିର ରେଲିଂକୁ ଧରିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସମ୍ପ୍ରତି ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ଚିଲିକା ପରିଭ୍ରମଣରେ ଦୈନିକ ସହସ୍ରାଧିକ ପର୍ଯ୍ୟଟକଙ୍କ ଆସୁଛନ୍ତି। ବାଲୁଗାଁ ସମେତ ବଡକୂଳ ପାନ୍ଥନିବାସ ନିକଟରେ…

Read More

ନୂଆଦିଲ୍ଲୀ,15/12: ରାହୁଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୀର ସବରକରଙ୍କ ନାତି । ରାହୁଲଙ୍କ ଏପରି ମନ୍ତବ୍ୟ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍‌ ବୋଲି ରଞ୍ଜିତ ସବରକର କହିଛନ୍ତି । ଶନିବାର ଦିଲ୍ଲୀରେ ରାହୁଲ ମୁଁ ଗାନ୍ଧୀ ସବରକର ନୁହେଁ ବୋଲି ମତ ଦେବା ପରେ ଏହି ବିବାଦ ଦେଖା ଦେଇଥିଲା । ରାହୁଲଙ୍କ ମନ୍ତବ୍ୟକୁ ନେଇ ବିଜେପି ନେତା ତାଙ୍କୁ ସମାଲୋଚନା କରିଥିବା ବେଳେ ଆଜି ସବରକରଙ୍କ ନାତି ରାହୁଲଙ୍କୁ ସମାଲୋଚନା କରିଛନ୍ତି । ରାହୁଲଙ୍କ ଏପରି ମତ ପାଇଁ ଉଦ୍ଧବ ଠାକ୍‌ରେ ତାଙ୍କୁ ମାରିବା ଉଚିତ୍‌ ବୋଲି ରଞ୍ଜିତ ସବରକର କହିଛନ୍ତି । କେବଳ ମହାରାଷ୍ଟ୍ର ନୁହେଁ ସମଗ୍ର ଦେଶରେ ସବରକରଙ୍କୁ ସମ୍ମାନ ପ୍ରଦାନ କରାଯାଇଥାଏ ମାତ୍ର ଏକ ସର୍ବସାଧାରଣ ସଭାରେ ରାହୁଲଙ୍କ ଏପରି ମନ୍ତବ୍ୟ ଆଦୌ ଶୋଭନୀୟ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Read More

କଳାହାଣ୍ଡି/ ସମୀକ୍ଷା ବ୍ୟୁରୋ: ଓଡ଼ିଶାରେ ଦାଦନର କରୁଣ ଦୃଶ୍ୟ କିଛି ନୂଆ ନୁହେଁ।  ଇଟାମାଟି,ଘର ଦ୍ୱାର ଛାଡ଼ି ରୋଜଗାର ଆଶାରେ ଆଜି ବି ଅନେକ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ଦାଦନ ଖଟିବା ବେଳେ କେବେ ଅଘଟଣରେ ତ ଆଉକେବେ ରୋଗରେ ପଡ଼ି ମୃତ୍ୟୁ ବରଣ କରୁଛନ୍ତି ଅନେକେ। ଶେଷ ସମୟରେ ପ୍ରିୟପରିଜନଙ୍କୁ ବି ପାଇପାରୁନାହାନ୍ତି ପାଖରେ। ରୋଜଗାର ଅଭାବରୁ ଦାଦନମୁହାଁ ହେଉଛନ୍ତି ଅଞ୍ଚଳବାସୀ। ସରକାରୀ ପ୍ରୋତ୍ସାହନ ଅଭାବ ତଥା ରୋଜଗାର ଦେବାର ସରକାର ବିଫଳ ହେବାରୁ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବାରେ ଲାଗିଛି। ପୁଣି ଜଣେ ଦାଦନ ଶବ ହୋଇ ଫେରିଛି ନିଜ ଗ୍ରାମକୁ। କଳାହାଣ୍ଡି ଜିଲ୍ଲାର ମ. ରାମପୁର ବ୍ଲକ୍‌ର ମିଥୁନ ନାମକ ଜଣେ ଯୁବକ ଗୁଜୁରାଟରେ ଦାଦନ ଶ୍ରମିକ ଭାବେ କାମ କରୁଥିବାବେଳେ ତାଙ୍କର ରୋଗରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାର ମ. ରାମପୁର ବ୍ଲକ୍‌ ଦାଦନ ପ୍ରବଣ ବ୍ଲକ୍‌ ଭାବରେ…

Read More