ସ୍ବାଇସ୍‌ ଜେଟ୍‌ରେ ପ୍ରଜ୍ଞା ଠାକୁରଙ୍କ ଆନ୍ଦୋଳନ

Published: Dec 22, 2019, 11:30 am IST

ନୂଆଦିଲ୍ଲୀ, 22/12 : ସର୍ବଦା ବିବାଦରେ ରହୁଥିବା ଭୋପାଳର ସାଂସଦ ପ୍ରଜ୍ଞା ଠାକୁର ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଶନିବାର ସନ୍ଧ୍ୟାରେ ପ୍ରଜ୍ଞା ଠାକୁର ସ୍ପାଇସ୍‌ ଜେଟ୍‌ରେ ଏହି ଆନ୍ଦୋଳନ କରିବା ସହିତ ବିବାଦ ଘେରକୁ ଆସିଛନ୍ତି । ଦିଲ୍ଲୀରୁ ଭୋପାଳ ଯାଉଥିବା ପ୍ରଜ୍ଞାଙ୍କୁ ସ୍ପାଇସ୍‌ ଜେଟ୍‌ ବିମାନରେ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ କରାଯାଇଛି । ବିମାନଟି ଭୋପାଳରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀ ଓହ୍ଲାଇଥିବା ବେଳେ ପ୍ରଜ୍ଞା ନିଜ ସିଟ୍‌ରୁ ଓହ୍ଲାଇ ନଥିଲେ । ବିମାନ କର୍ମଚାରୀଙ୍କ ପକ୍ଷରୁ ଅନେକ ଅନୁରୋଧ ପରେ ପ୍ରଜ୍ଞା ଓହ୍ଲାଇଥିବା ବେଳେ ରାଜା ଭୋଜ ବିମାନବନ୍ଦରର ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ସିଟ୍‌ ଆବଣ୍ଟନକୁ ନେଇ ପ୍ରଜ୍ଞାଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଏବଂ ସୋମବାର ଏହା ଉପରେ ତଦନ୍ତ କରାଯିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ଅନୀଲ ବିକ୍ରମ ସୂଚନା ଦେଇଛନ୍ତି । (ଏଜେନ୍ସୀ)

Related posts