Categories
ଆଜିର ଖବର ବ୍ୟବସାୟ

ଗ୍ରାହକଙ୍କ ନିମେନ୍ତ ମୁନ୍‌ସୁନ୍‌ ଅଫର ଆଣିଛି ସ୍ପାଇସ୍‌ ଜେଟ୍‌ : ମାତ୍ର 900ଟଙ୍କାରେ ବିମାନ ଯାତ୍ରାର ଲାଭ ଉଠାନ୍ତୁ

ନୂଆଦିଲ୍ଲୀ : ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍ ଜେଟ୍ ଗ୍ରାହକଙ୍କ ନିମନ୍ତେ ଏକ ନୂଆ ଚମତ୍କାର ଅଫର ଆଣିଛି । ଏଣିକି ମାତ୍ର 899 ଟଙ୍କାରେ ଆପଣ ଘରୋଇ ବିମାନ ଯାତ୍ରା କରିପାରିବେ । ଅଗଷ୍ଟ 7 ତାରିଖ ପର୍ଯ୍ୟନ୍ତ ଏହି ଅଫର ଜାରି ରହିବା ସହିତ ଏହି ସମୟରେ ଟିକେଟ କରି ଅକ୍ଟୋବର 15 ପର୍ଯ୍ୟନ୍ତ ଏହି ସୁବିଧାର ଲାଭ ଉଠାଇ ପାରିବେ । ଏହା ସହିତ ଏହି ବିମାନ ଯାତ୍ରା ସମୟରେ ଏକ ଭାଉଚର ପ୍ରଦାନ କରାଯିବ ଯାହାର ମୂଲ୍ୟ ସର୍ବାଧିକ 2000 ପର୍ଯ୍ୟନ୍ତ ରହିବ । ଏହି ଭାଉଚର ନିଜର ଆସନ୍ତା ଯାତ୍ରା ସମୟରେ ବ୍ୟବହାର କରି ହେବ । ହାଇଦ୍ରାବାଦ-ବେଲଗାମ, ଆଜମେର- ଅହମଦାବାଦ ସମେତ ଦେଶର ସମସ୍ତ ଘରୋଇ ବିମାନ ଯାତ୍ରା ପାଇଁ ଏହି ଅଫର ଉପଲବ୍ଧ ହେବ । ଏହା ସହିତ ମିଳିଥିବା ଭାଉଚର ଗୁଡିକ ଅନ୍ତର୍ଜାତୀୟ ଯାତ୍ରା ନିମନ୍ତେ ବ୍ୟବହାର କରିହେବ ବୋଲି କମ୍ପାନୀର ମୁଖ୍ୟ ଅର୍ଥନୈତିକ ଅଫିସର ଶୀତଲ ଭାଟିଆ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

11ଟି ନୂତନ ଘରୋଇ ବିମାନ ଲଞ୍ଚ କରିବ ସ୍ପାଇସ୍‌ ଜେଟ୍‌

ମୁମ୍ବାଇ : ଘରୋଇ ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍‌ ଜେଟ୍‌ 11ଟି ନୂତନ ଘରୋଇ ବିମାନ ଲଞ୍ଚ କରିବାକୁ ଯାଉଛି । ଆସନ୍ତା ମାର୍ଚ୍ଚ 29 ତାରିଖରେ ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଏହି ବିମାନ ଚଳାଚଳ ହେବା ନେଇ ଘୋଷଣା କରାଯାଇଛି । ମୁମ୍ବାଇ-ଲେହ, ଲେହ-ଶ୍ରୀନଗର ଏବଂ ଶ୍ରୀନଗର-ମୁମ୍ବାଇ ରୁଟ୍‌ରେ ପ୍ରଥମ ଥର ପାଇଁ ବିମାନ ଚଳାଚଳ ନେଇ ଘୋଷଣା କରାଯାଇଛି । ସେହିପରି ମୁମ୍ବାଇ-ରାଜକୋଟ, ଦିଲ୍ଲୀ-ଧର୍ମଶାଳା ଏବଂ ବେଙ୍ଗାଲୁରୁ-ବିଜୟଓ୍ବାଡା ରୁଟ୍‌ରେ ଏହି 11ଟି ନୂତନ ବିମାନ ଯାତ୍ରା କରିବ । ନିକଟରେ 20ଟି ବିମାନ ଚଳାଚଳ ସମ୍ପର୍କରେ ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ 29 ତାରିଖରୁ 11ଟି ବିମାନ ଚଳାଚଳ ଆରମ୍ଭ କରିବ । (ଏଜେନ୍ସି)

Categories
ଆଜିର ଖବର

ସ୍ବାଇସ୍‌ ଜେଟ୍‌ରେ ପ୍ରଜ୍ଞା ଠାକୁରଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ, 22/12 : ସର୍ବଦା ବିବାଦରେ ରହୁଥିବା ଭୋପାଳର ସାଂସଦ ପ୍ରଜ୍ଞା ଠାକୁର ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଶନିବାର ସନ୍ଧ୍ୟାରେ ପ୍ରଜ୍ଞା ଠାକୁର ସ୍ପାଇସ୍‌ ଜେଟ୍‌ରେ ଏହି ଆନ୍ଦୋଳନ କରିବା ସହିତ ବିବାଦ ଘେରକୁ ଆସିଛନ୍ତି । ଦିଲ୍ଲୀରୁ ଭୋପାଳ ଯାଉଥିବା ପ୍ରଜ୍ଞାଙ୍କୁ ସ୍ପାଇସ୍‌ ଜେଟ୍‌ ବିମାନରେ ଦୁର୍ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ କରାଯାଇଛି । ବିମାନଟି ଭୋପାଳରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀ ଓହ୍ଲାଇଥିବା ବେଳେ ପ୍ରଜ୍ଞା ନିଜ ସିଟ୍‌ରୁ ଓହ୍ଲାଇ ନଥିଲେ । ବିମାନ କର୍ମଚାରୀଙ୍କ ପକ୍ଷରୁ ଅନେକ ଅନୁରୋଧ ପରେ ପ୍ରଜ୍ଞା ଓହ୍ଲାଇଥିବା ବେଳେ ରାଜା ଭୋଜ ବିମାନବନ୍ଦରର ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ସିଟ୍‌ ଆବଣ୍ଟନକୁ ନେଇ ପ୍ରଜ୍ଞାଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଏବଂ ସୋମବାର ଏହା ଉପରେ ତଦନ୍ତ କରାଯିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ଅନୀଲ ବିକ୍ରମ ସୂଚନା ଦେଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଝାରସୁଗୁଡାରୁ  ସେବା ଆରମ୍ଭ କଲା ସ୍ପାଇସ୍ ଜେଟ୍

ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ପୁଣି ବିମାନସେବା ଆଜିଠାରୁ ଆରମ୍ଭ ହୋଇଛି। ଏହି ବିମାନ ବନ୍ଦରରୁ ତିନୋଟି ସହର ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ବିମାନ ଉଡିବ। ଏହାକୁ ନେଇ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବା ବେଳେ ଘରୋଇ ସଂସ୍ଥା ସ୍ପାଇସ୍ ଜେଟ୍ ଏହି ସେବା ଆରମ୍ଭ କରିଛି। ସ୍ପାଇସ୍ ଜେଟ୍‌ର ପ୍ରଥମ ବିମାନ ରବିବାର ଅପରାହ୍ନ ୩ଟା୪୦ରେ ଦିଲ୍ଲୀକୁ ଉଡାଣ ଭରିଛି। ଏହି ବିମାନରେ ୧୮୯ଟି ସିଟ୍ ରହିଛି। ଦ୍ୱିତୀୟ ବିମାନ ଅପରାହ୍ନ ୪ଟା୧୦ରେ ଝାରସୁଗୁଡାରୁ ହାଇଦ୍ରାବାଦ୍ ଏବଂ ତୃତୀୟ ବିମାନ ରାତି ୮ଟା୪୦ରେ କୋଲକାତା ପାଇଁ ଉଡାଣ କରିବ। ହାଇଦ୍ରାବାଦ୍ ଓ କୋଲକାତାକୁ ଉଡାଣ କରିବାକୁ ଥିବା ସ୍ପାଇସ୍ ଜେଟ୍‌ର କ୍ୟୁ-୪୦୦ ମଡେଲର ଦୁଇଟି ବିମାନରେ ୭୮ଟି ଲେଖାଏଁ ସିଟ୍ ରହିଛି। ଗତବର୍ଷ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡାରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଉଦଘାଟନ କରିଥିଲେ। ଝାରସୁଗୁଡା ବିମାନବନ୍ଦରକୁ କମର୍ସିଆଲ ବିମାନ ଚଳାଚଳ ପାଇଁ ପୂର୍ବରୁ ସୂଚନା ଦେଇଥିଲେ କେନ୍ଦ୍ର ସରକାର। ଦେଶର ୬ଟି ସହରରକୁ ଝାରସୁଗୁଡାରୁ ବିମାନ ଚଳାଚଳ କରିବ। ଉଡାନ- ୩ ଯୋଜନାରେ ଝାରସୁଗୁଡା ବିମାନ ଚାଲିବ।