11ଟି ନୂତନ ଘରୋଇ ବିମାନ ଲଞ୍ଚ କରିବ ସ୍ପାଇସ୍‌ ଜେଟ୍‌

Published: Feb 27, 2020, 2:02 pm IST

ମୁମ୍ବାଇ : ଘରୋଇ ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍‌ ଜେଟ୍‌ 11ଟି ନୂତନ ଘରୋଇ ବିମାନ ଲଞ୍ଚ କରିବାକୁ ଯାଉଛି । ଆସନ୍ତା ମାର୍ଚ୍ଚ 29 ତାରିଖରେ ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଏହି ବିମାନ ଚଳାଚଳ ହେବା ନେଇ ଘୋଷଣା କରାଯାଇଛି । ମୁମ୍ବାଇ-ଲେହ, ଲେହ-ଶ୍ରୀନଗର ଏବଂ ଶ୍ରୀନଗର-ମୁମ୍ବାଇ ରୁଟ୍‌ରେ ପ୍ରଥମ ଥର ପାଇଁ ବିମାନ ଚଳାଚଳ ନେଇ ଘୋଷଣା କରାଯାଇଛି । ସେହିପରି ମୁମ୍ବାଇ-ରାଜକୋଟ, ଦିଲ୍ଲୀ-ଧର୍ମଶାଳା ଏବଂ ବେଙ୍ଗାଲୁରୁ-ବିଜୟଓ୍ବାଡା ରୁଟ୍‌ରେ ଏହି 11ଟି ନୂତନ ବିମାନ ଯାତ୍ରା କରିବ । ନିକଟରେ 20ଟି ବିମାନ ଚଳାଚଳ ସମ୍ପର୍କରେ ସ୍ପାଇସ୍‌ ଜେଟ୍‌ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ 29 ତାରିଖରୁ 11ଟି ବିମାନ ଚଳାଚଳ ଆରମ୍ଭ କରିବ । (ଏଜେନ୍ସି)

Related posts