ଦିଲ୍ଲୀ, 17/12: ନାଗରିକତା ସଂଶୋଧନ କାନୁନ୍ ବିରୋଧରେ ଦେଶ ସାରା ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ ଚାଲିଛି। ଉତ୍ତରପୂର୍ବ ଦିଲ୍ଲୀର ସିଲମପୁର ଅଞ୍ଚଳରେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଉଗ୍ର ପ୍ରଦର୍ଶନ କରୁଛନ୍ତି। ଭେଦଭାବ ଆଣୁଥିବା ସମ୍ବିଧାନ ବିରୋଧୀ ନୂତନ ନାଗରିକତା ଆଇନକୁ ଫେରାଇନେବା ପାଇଁ ବିରୋଧ କରାଯାଉଛି ପ୍ରତିବାଦ ସମୟରେ ଗାଡ଼ିଗୁଡ଼ିକର କାଚ ଭଙ୍ଗାଯାଇଛି ଏହା ଦ୍ବାରା କିଛି ପୋଲିସ୍ କର୍ମୀ ଓ ପ୍ରଦର୍ଶନ କରୁଥିବା କର୍ମୀମାନେ ଆହତ ହୋଇଛନ୍ତି। ଭିଡ ନିୟନ୍ତ୍ରଣ ପାଇଁ ପୁଲିସ୍ ଲୁହ ବୁହା ଗ୍ୟାସ୍ର ପ୍ରୟୋଗ କରିଛି । ବିରୋଧ ପ୍ରଦର୍ଶନ ଯୋଗୁ୍ଁ ସିଲମ୍ପୁରରୁ ଜାଫରବାଦ୍ ରାସ୍ତାକୁ ବନ୍ଦ କରିଦିଆଯାଇଛି। କିଛି ମେଟ୍ରୋ ଷ୍ଟେସନ୍କୁ ବନ୍ଦ କରିଦିଆଯାଇଛି। (ଏଜେନ୍ସି)
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 17/12: ମୋ’ ସରକାର କାର୍ଯ୍ୟକ୍ରମରେ ସାମିଲ୍ ହୋଇଛି ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ। ଏହି ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କ ସହିତ ସିଧାସଳଖ କଥା ହେବେ ସରକାର। ଆଜି ଲୋକସେବା ଭବନରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭକରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ ଅଧୀନରେ ମା’ ଓ ଶିଶୁମାନଙ୍କ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଏହିସବୁ କାର୍ଯ୍ୟକ୍ରମର ସୁଫଳ ହିତାଧିକାରୀଙ୍କ ପାଖରେ ଠିକ୍ ଭାବରେ ପହଞ୍ଚିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଶିଶୁମାନଙ୍କ ପୁଷ୍ଟି କାର୍ଯ୍ୟକ୍ରମର ସଫଲତା ସହିତ ମାତୃ ହାର ଓ ଶିଶୁ ମୃତ୍ୟୁ ହାର ହ୍ରାସ ଦିଗରେ ରାଜ୍ୟ ସରକାରଙ୍କ ସଫଲତାରେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ କର୍ମଚାରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା…
ସମୀକ୍ଷା ବ୍ୟୁରୋ ଆଜି ଆମ ଦେଶର ସବୁ ଗଣମାଧ୍ୟମରେ ଖବର ଚାଲିଛି ଯେ, ପାକିସ୍ତାନର ପୂର୍ବତନ ସାମରିକ ଶାସକ ପରବେଜ ମୁଶାରଫଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଛି। ପାକିସ୍ତାନ ସ୍ଥିତ ପେଶାୱାର ହାଇ କୋର୍ଟର ଏକ ତିନି ଜଣିଆଁ ବେଞ୍ଚ ମୁଶାରଫଙ୍କୁ ସର୍ବୋଚ୍ଚ ଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ କାହିଁକି ମୁଶାରଫଙ୍କୁ ଏହି ଦଣ୍ଡାଦେଶ ମିଳିଛି? ପୂର୍ବରୁ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଦୁର୍ନୀତି ଅଭିଯୋଗରେ ସେହି ଦେଶର ସର୍ବୋଚ୍ଚ ଅଦାଲତ ଜେଲ ଦଣ୍ଡ ଦେଇଥିଲେ। ତେବେ ସରିଫଙ୍କ ମାମଲା ବ୍ୟକ୍ତିଗତ ହୋଇଥିବା ବେଳେ, ମୁଶାରଫଙ୍କ ମାମଲା ସାମ୍ବିଧାନିକ। ପାକିସ୍ତାନର ସମ୍ବିଧାନକୁ ବରଖାସ୍ତ କରି ସାମରିକ ଏକଛତ୍ରବାଦ ପ୍ରତିଷ୍ଠା କରିଥିବାରୁ ମୁଶାରଫଙ୍କୁ ଏହି ଦଣ୍ଡ ଦିଆଯାଇଛି। ପେଶାୱାର ହାଇକୋର୍ଟର ସ୍ଵତନ୍ତ୍ର ବେଞ୍ଚ ଏହି ସଜା ଶୁଣାଇବାବେଳେ ପାକିସ୍ତାନର ସମ୍ବିଧାନ ଓ ଆଇନକୁ ସର୍ବୋଚ୍ଚ ବୋଲି କହିବା ସହିତ ସାମ୍ବିଧାନିକ ବିଧି ବ୍ୟବସ୍ଥା ସହିତ ଖେଳ ଖେଳାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ…
https://youtu.be/_m5pqOB_4ks Bollywood superstar Salman Khan has shared the name of his favourite cricketer and that is none other than former India captain MS Dhoni. He referred Dhoni as the “Dabangg” .
ମୁମ୍ବାଇ, 17/12: କେନ୍ଦ୍ର ସରକାରଙ୍କ ନାଗରିକ ସଂଶୋଧନ ବିଲ୍କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି। ବିରୋଧୀ ଦୃଢ ସ୍ବରରେ ବିରୋଧ କରୁଥିବାବେଳେ ଏହାକୁ ନେଇ ଜାମିଆ ଇସ୍ଲାମିଆ ୟୁନିଭରସିଟିରେ ମଧ୍ୟ ତୁମୁଳ କାଣ୍ଡ ଘଟିଯାଇଛି। ପୋଲିସ୍ ଓ ଛାତ୍ର ମୁହାଁମୁହିଁ ହୋଇ ଘଟଣା ଏବେ ବେଶ୍ ଉତ୍ତେଜକ ସ୍ଥିତିରେ ରହିଛି। ଏହାକୁ ନେଇ ସମସ୍ତ ବିରୋଧୀ ସରକାରଙ୍କ ସମାଲୋଚନା କରିଛନ୍ତି। ଏହି ଘଟଣାକୁ ନେଇ ନିକଟରେ ମିତ୍ରରୁ ବିରୋଧୀ ହୋଇଥିବା ଶିବସେନା ମଧ୍ୟ ମୁହିଁ ଖୋଲିଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଜାମିଆ ଇସ୍ଲାମିଆ ୟୁନିଭର୍ସିଟିରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଜାଲିଓ୍ବାଲାବାଗ୍ ଘଟଣା ସହ ତୁଳନା କରିଛନ୍ତି। ଉଦ୍ଧବ ଠାକ୍ରେ କହିଛନ୍ତି ଯେ, ଯୁବକଙ୍କୁ ଉସୁକାଅ ନାହିଁ, କାରଣ ସେମାନଙ୍କ ପାଖରେ ବମ୍ ପରି ଶକ୍ତି ରହିଛି । (ଏଜେନ୍ସି)
https://www.youtube.com/watch?v=ArGPmbme2Ns Actress Kareena Kapoor Khan had to get ready for her cousin Armaan Jain’s roka ceremony (a pre-wedding ritual) at the Bengaluru airport. A video of her getting her make-up done at the airport has gone viral. … Armaan’s roka ceremony was held on Saturday night in Mumbai.
ଲକ୍ଷ୍ନୌ, 17/12: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ ମାନେ ତୀବ୍ର ବିରୋଧ କରୁଛନ୍ତି । ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ବିରୋଧ କରି ଉତ୍ତରପ୍ରଦେଶ ଲକ୍ଷ୍ନୌ ବିଧାନସଭା ବାହାରେ ସାମାଜବାଦୀ ପାର୍ଟି(ଏସ୍ପି)ର ନେତା ଓ କର୍ମକର୍ତ୍ତମାନେ ଧାରଣା ଦେଇଛନ୍ତି। ଗତକାଲି ଏହି ଘଟଣାକୁ ନେଇ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଇଣ୍ଡିଆ ଗେଟ୍ ସାମ୍ନାରେ ଧାରଣା ଦେଇଥିବାବେଳେ ଆଜି ଜଣେ ଏସ୍ପି ବିଧାୟକ ଏକ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ବିଧାୟକ ଜଣକ ନିଜ ଶାର୍ଟ ଖୋଲି ନିଆରା ଢଙ୍ଗରେ ପ୍ରଦର୍ଶନ କରିଥିବା ବେଳେ ଅନ୍ୟ ଜଣେ ବିଧାୟକ ନଇମ ଉଲ୍ ହସନ ହାତରେ ଭାରତ ମାନଚିତ୍ରର ପୋଷ୍ଟର ଓ ସମ୍ବିଧାନର ବହି ଧରିବା ସହ ଲୁହାର ବେଡି ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। (ଏଜେନ୍ସି)
(191215) — VIENNA, Dec. 15, 2019 (Xinhua) — Photo taken on Dec. 15, 2019 shows the holiday illumination at the Christmas market on the Rathausplatz in Vienna, Austria. As one of the oldest and most famous Christmas markets in Europe, the Christmas market at Rathausplatz in Vienna attracts a large number of local residents and tourists every year during the holiday season. (Xinhua/Guo Chen)
(191216) — DHAKA, Dec. 16, 2019 (Xinhua) — Photo taken on Dec. 15 shows colourful lights in Bangladesh capital Dhaka’s Motijheel commercial area on the eve of the 49th Victory Day. Bangladesh on Monday celebrated its 49th victory day with due solemnity and rich tributes paid to the martyrs of the Liberation War of 1971. (Str/Xinhua)
(191216) — KUWAIT, Dec. 16, 2019 (Xinhua) — Photo taken on Dec.15, 2019 shows the city view of Kuwait City, capital of Kuwait. (Photo by Ghazy Qaffaf/Xinhua)
ନୂଆଦିଲ୍ଲୀ,17/12 : ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ପ୍ରତିବାଦ ଥମିବାର ନାଁ ନେଉନାହିଁ । ଜଙ୍ଗଲ ନିଆଁ ପରି ସମଗ୍ର ଦେଶକୁ ବ୍ୟାପିଥିବା ଏହି ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି । ଆସାମରୁ ଆରମ୍ଭ ହୋଇଥିବା ଆନ୍ଦୋଳନ କାରଣରୁ ଆସାମ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଗୌହାଟୀ ଏବଂ ଦିବ୍ରୁଗଡ ପରି ସହରରେ କର୍ଫ୍ୟୁ ଜାରି କରାଯାଇଛି । ସ୍ଥିତିରେ ସୁଧାର ଆସିବା ପରେ ଗୌହାଟୀରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ଭାବରେ ହଟାଯାଇଥିବା ବେଳେ ଦିବ୍ରୁଗଡରେ କର୍ଫ୍ୟୁ ଆଂଶିକ ଭାବରେ କୋହଳ କରାଯାଇଛି । ମଙ୍ଗଳବାର ସକାଳ 6ଟାରୁ ଆସାମରୁ କର୍ଫ୍ୟୁ ହଟାଯାଇଥିବା ବେଳେ ଦିବ୍ରୁଗଡରୁ ଦୈନିକ 14 ଘଣ୍ଟା ପାଇଁ ଆଂଶିକ ଭାବରେ କର୍ଫ୍ୟୁ କୋହଳ କରାଯାଇଛି ।
କରାଚୀ,17/12 : ପାକିସ୍ତାନର ଏକ ସ୍ବତନ୍ତ୍ର କୋର୍ଟ ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି ପରଭେଜ୍ ମୁଶାରଫଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି । ମଙ୍ଗଳବାର ତିନିଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। 2007ରେ ଦେଶରେ ଜରୁରୀକାଳୀନ ପରସ୍ଥିତି ଜାରି କରିବା ସହିତ ସମସ୍ତ ବିଚାରପତିଙ୍କୁ ବନ୍ଦ କରି ରଖିଥିଲେ ମୁଶାରଫ୍ । ପେଶାଓ୍ବାର ହାଇକୋର୍ଟର ମୁଖ୍ୟ ବିଚାରପତି ଓ୍ବାକର ଅହମଦ୍ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଥିଲେ । ପାକିସ୍ତାନ ସମ୍ବିଧାନର ଧାରା 6 ଅନୁଯାୟୀ ମୁଶାରଫଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତିନି ଜଣିଆ ଖଣ୍ଡପୀଠରୁ ଦୁଇ ଜଣ ମୁଶାରଫଙ୍କ ଫାଶୀକୁ ସମ୍ମତି ପ୍ରଦାନ କରିଥିଲେ । (ଏଜେନ୍ସୀ)
(191215) — DAMASCUS, Dec. 15, 2019 (Xinhua) — Syrians celebrate the holiday season in Damascus, capital of Syria, on Dec. 14, 2019. (Photo by Ammar Safarjalani/Xinhua)
(191215) — WEINING, Dec. 15, 2019 (Xinhua) — People walk on a bridge spanning the Niulan River in southwest China on Dec. 11, 2019. Cableway once became the main means of transportation along the Niulan River for villagers of Weining in Guizhou and Huize County in Yunnan Province. Since 2013, the local government has been dedicated in replacing the cableway with bridge along the Niulan River. (Xinhua/Yang Wenbin)
(191216) — YANCHENG, Dec. 16, 2019 (Xinhua) — The train D5672 leaves the Yancheng Railway Station in the city of Yancheng, east China’s Jiangsu Province, Dec. 16, 2019. The Xuzhou-Yancheng rail line and Lianyungang-Huai’an rail line were put into service on Monday, linking major cities in northern Jiangsu with high-speed railway network. (Xinhua/Li Bo)
Hyderabad: Actress Vedhika a interview in Hyderabad. (Photo: IANS)
New Delhi: Actress Kajol Devgn at the second trailer launch and press conference of her upcoming film “Tanhaji: The Unsung Warrior” in New Delhi on Dec 16, 2019. (Photo: Amlan Paliwal/IANS)
ନୂଆଦିଲ୍ଲୀ, 17/12: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେ ସେନାର ପରାବର୍ତ୍ତୀ ସେନାଧ୍ୟକ୍ଷ ହେବା ନେଇ ସୂଚନା ରହିଛି। ଦେଶର 28ତମ ସ୍ଥଳସେନା ମୁଖ୍ୟ ହେବେ ନରଓ୍ବାଣେ। ଡିସେମ୍ବର 31 ତାରିଖରେ ବର୍ତ୍ତମାନ ସ୍ଥଳସେନା ପ୍ରମୁଖ ରହିଥିବା ବିପିନ୍ ରାଓ୍ବତ୍ ଅବସର ନେବେ। ସମ୍ପ୍ରତି ମନୋଜ ମୁକୁନ୍ଦ ନରଓ୍ବାଣେ ଭାଇସ୍ ଚିଫ୍ ଅଫ ଆର୍ମି ଷ୍ଟାଫର ଦାୟିତ୍ଵରେ ରହିଛନ୍ତି। ଅପରେସନ ଓ କମାଣ୍ଡରେ ଦୀର୍ଘ ସମୟର ଅନୁଭବ ରଖିଥିବା ଲେଫ୍ଟନାଣ୍ଟ ଜେନେରାଲ ନରଓ୍ଵାଣେ ସଂପ୍ରତି ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତଙ୍କ ପରେ ସବୁଠୁ ବରିଷ୍ଠତମ ଅଧିକାରୀଙ୍କ ମଧ୍ୟରୁ ଜଣେ। ୨୦୧୮ ସେପ୍ଟେମ୍ବରରେ ଲେଫ୍ଟନାଣ୍ଟ ଜେନେରାଲ ମୁକୁନ୍ଦ ନରଓ୍ଵାଣେଙ୍କୁ ଅପରେସନ ଦୃଷ୍ଟିରୁ ମହତ୍ଵପୂର୍ଣ୍ଣ ଇଷ୍ଟର୍ଣ୍ଣ କମାଣ୍ଡର ଦାୟିତ୍ଵ ଦିଆଯାଇଥିଲା। ମହାରାଷ୍ଟ୍ର ପୁଣେର ନରଓ୍ବାଣେ ଜଣେ ରାଗୀ ତଥା କଠୋର ଅଧିକାରୀ ରୂପେ ଜଣାଶୁଣା। ଲେଫନାଣ୍ଟ ଜେନେରାଲ୍ ରଣବୀର ସିଂହ ସେନା ପ୍ରମୁଖଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା। ମିଳିଥିବା ସୂଚନା ଅନୁସାରେ ସରକାର…
ନୂଆଦିଲ୍ଲୀ,17/12 : ବିଭିନ୍ନ ଅଶ୍ଲୀଳ ସାଇଟ୍ ଉପରେ ନିଷିଦ୍ଧାଦେଶ ଜାରି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅନ୍ଲାଇନ୍ରେ ଉପଲବ୍ଧ ସମସ୍ତ ଅଶ୍ଲୀଳ ସାଇଟ୍ ଏବଂ ଅପ୍ରୟୋଜନୀୟ ଜିନିଷ ଉପରେ ନିଷିଦ୍ଧାଦେଶ ଲଗାଇବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଦେଶରେ ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ବୃ୍ଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଅଶ୍ଲୀଳ ସାଇଟ୍ କାରଣରୁ ଯୁବପିଢିଙ୍କ ମାନସିକତା ବଦଳିବା ସହିତ ଦିନକୁ ଦିନ ଦୁଷ୍କର୍ମ ବୃଦ୍ଧି ପାଇବାରେ ଲାଗିଛି । ଡିସେମ୍ବର 6 ତାରିଖରେ ‘ଜଳ ଜୀବନ-ହରିୟାଲୀ ଯାତ୍ରା’ ସମୟରେ କେନ୍ଦ୍ରକୁ ଚିଠି ଲେଖିବା ସମ୍ପର୍କରେ ଘୋଷଣା କରିଥିଲେ । ଏହା ସହିତ ଏକ ନିର୍ଦ୍ଦିଷ୍ଟ ବୟସ ବର୍ଗ ପୂର୍ବରୁ ଏସବୁ ଦେଖିବାର ଅନୁମତି ପ୍ରଦାନ କରାଯିବା ଉଚିତ୍ ନୁହେଁ ବୋଲି ନୀତିଶ କହିଛନ୍ତି । (ଏଜେନ୍ସୀ)
ବେଜିଂ, 17/12 : ଚୀନ୍ର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି 14 ଜଣଙ୍କର ପ୍ରାଣହାନି ଘଟିଛି । ମଙ୍ଗଳବାର ରାତି 1.30 ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା । ଚୀନ୍ର ଗୁଇଝୋଉ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟିବା ସମୟରେ କୋଇଲାଖଣିରେ 23 ଜଣ ଲୋକ ମହଜୁଦ ଥିଲେ । ଦୁର୍ଘଟଣାସ୍ଥଳରୁ 7 ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । 2 ଜଣ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଜଣାପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି । ତିନି ଦିନ ପୂର୍ବରୁ ଅନ୍ୟ ଏକ ଦୁର୍ଘଟଣାରେ ସମାନ ଖଣି 5 ଜଣଙ୍କର ମୃତ୍ୟୁ ଘଟିଥିଲା ।(ଏଜେନ୍ସୀ)
ନୂଆଦିଲ୍ଲୀ,17/12 : ଜାମିଆ ମାଲିଆ ବିଶ୍ବ ବିଦ୍ୟାଳୟର ଛାତ୍ର ମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସମୟରେ 10 ଜଣ ଅଣଛାତ୍ରଙ୍କୁ ଗିରଫ କରାଯାଇଛି । ଏହି ଅଣଛାତ୍ର ମାନେ ଗାଡି ଗୁଡିକରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ମଙ୍ଗଳବାର ଗିରଫ ହୋଇଛନ୍ତି । 10 ଜଣଙ୍କକୁ ଗିରଫ କରାଯାଇଥିବା ବେଳେ ସମସ୍ତଙ୍କ ନାମରେ ଅପରାଧିକ ମାମଲା ରହିଥିବା ଜଣାପଡିଛି । ଏହା ମଧ୍ୟରୁ ତିନି ଜଣଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଥିବା ଜଣାପଡିଛି । ବିଶ୍ବବିଦ୍ୟାଳୟ ନିକଟସ୍ଥ ଫ୍ରେଣ୍ଡସ୍ କଲୋନୀ ନିକଟରେ ଚାଲିଥିବା ଆନ୍ଦୋଳନ ନିକଟରେ ଏହି ଘଟଣା ଘଟିଥିଲା । ଏହା ସହିତ ଦିଲ୍ଲୀର ଏକାଧିକ ସ୍ଥାନରେ ପୁଲିସ୍ ପକ୍ଷରୁ ଚଢାଉ ଜାରି କରାଯାଇଛି । (ଏଜେନ୍ସୀ)

