https://youtu.be/XffEF2ritXw Aamir Khan’s daughter Ira Khan’s favourite pass-time? Sharing glimpses of her photoshoot on Instagram. And she did just that recently in a series titled “What a view.” Ira Khan, whose posts almost always are accompanied by quirky captions, added three entries in the “What a view” series with photo courtesy to Mumbai-based photographer Roozbeh.
Author: Samikhsya Bureau
ନୂଆଦିଲ୍ଲୀ,18/12 : ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା କାଣ୍ଡ ଘଟିବାରୁ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଦିଲ୍ଲୀର ଦୁଇଟି ମେଟ୍ରୋ ଷ୍ଟେସନ୍ ବନ୍ଦ ରଖାଯାଇଛି । ଜାଫ୍ରାବାଦ ଏବଂ ମୌଜପୁର-ବାବରପୁର ଷ୍ଟେସନ୍ ଦୁଇଟିକୁ ବନ୍ଦ ରଖାଯାଇଛି । ଏହି ଦୁଇ ଷ୍ଟେସନ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ମେଟ୍ରୋ ଚଳାଚଳ ସାଧାରଣ ରହିଛି । ମଙ୍ଗଳବାର ଉକ୍ତ ଦୁଇ ଅଞ୍ଚଳରେ ହିଂସାକାଣ୍ଡ ଘଟିବାରୁ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଉତ୍ତର ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ କାରଣରୁ 6ଟି ମାମଲା ରୁଜୁ କରାଯାଇଥିବା ବେଳେ 4 ଜଣଙ୍କୁ ଗିରଫ କରାଯାଇଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ବାଲେଶ୍ବର,18/12 : ଦାୟିତ୍ବରେ ଅବହେଳା ପାଇଁ ବାଲେଶ୍ବରରେ ତିନି ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଜଣେ ଏଏସ୍ଆଇ, ଜଣେ ହାବିଲଦାର ଏବଂ ଜଣେ କନେଷ୍ଟବଳ ରହିଛନ୍ତି । ଜମର୍ଦ୍ଦା ଥାନା ଏଏସ୍ଆଇ ଭକ୍ତହରି ପଟ୍ଟନାୟକ, ହାବିଲଦାର ଅରୁଣ ଧଳ ଏବଂ ମହିଳା କନେଷ୍ଟବଳ ମମତା ପାତ୍ରଙ୍କୁ ନିଲମ୍ବନ କରାଯାଇଛି । ଜଣେ ଅପହର୍ତ୍ତାଙ୍କୁ ଉତ୍ତର ପ୍ରଦେଶରୁ ଅଣାଯାଉଥିବା ତିନି ଜଣଙ୍କ ଅବହେଳା କାରଣରୁ ଅଭିଯୁକ୍ତ ଜଣକ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ନାବାଳିକା ଅପହରଣ ମାମଲାରେ ଉକ୍ତ ଯୁବକଙ୍କୁ ୟୁପିରୁ ଗିରଫ କରି ଆଣିବା ସମୟରେ ସେ ଖସିଯିବାରେ ସମର୍ଥ ହୋଇଥିଲେ । ଉକ୍ତ ଘଟଣାର ତଦନ୍ତ କରି ବାଲେଶ୍ବର ଏସ୍ପି ତିନି ଜଣଙ୍କୁ ନିଲମ୍ବନ କରିଛନ୍ତି ।
ନୂଆଦିଲ୍ଲୀ,18/12 : ଦିଲ୍ଲୀ ପୋଲିସ୍ର ସ୍ବତନ୍ତ୍ର ସେଲ୍ ମଙ୍ଗଳବାର ଦିନ 50 କୋଟିର ହେରୋଇନ୍ ଜବତ କରିଛି । ହେରୋଇନ୍ ସହିତ ଦିଲ୍ଲୀ ପୋଲିସ୍ ତିନି ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ଜଣେ ନାଇଜେରିଆନ୍ ନାଗରିକ ରହିଥିବା ଜଣାପଡିଛି । ସମୁଦାୟ 12 କିଗ୍ରା ହେରୋଇନ୍ ଜବତ କରାଯାଇଥିବା ବେଳେ ଏହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ 50 କୋଟି ହେବ ବୋଲି ଜଣାପଡିଛି । ତିନି ଗିରଫ ବ୍ୟକ୍ତି ହେଉଛନ୍ତି ମୁନିର୍କାର ଅନୁଭବ ଦୁଷାଡ(35), ମଦନପୁର ଖଦାରର ରେଣୁକା(27) ଏବଂ ନାଇଜେରିଆର କ୍ରିଷ୍ଟ ଜୋଲ୍(28) । ଅନୁଭବଙ୍କ ନିକଟରୁ 7 କିଗ୍ରା ହେରୋଇନ୍ ଜବତ କରାଯାଇଥିବା ବେଳେ ରେଣୁକାଙ୍କ ନିକଟରୁ 3 କିଗ୍ରା ଏବଂ ଜୋଲ୍ଙ୍କ ନିକଟରୁ 2 କିଗ୍ରା ଡ୍ରଗ୍ସ ଜବତ କରାଯାଇଛି । ଦୁଷାଡ ଏବଂ ରେଣୁକାଙ୍କୁ ନୂଆଦିଲ୍ଲୀ ରେଳଷ୍ଟେସନରୁ ଗିରଫ କରାଯାଇଥିବା ବେଳେ ଉଭୟଙ୍କ ନିକଟରୁ ମିଳିଥିବା ସୂଚନାରେ ଜୋଲ୍ଙ୍କୁ…
Kolkata: Ethiopian Guteni Shone (1st position) (L) Ethiopian duo Betesfa Getahun (2nd position) (L) and Bayelign Yegsaw (3rd position) (R) during the Tata Steel 25K Elite run, in Kolkata on Dec 15, 2019. (Photo: IANS)
ସମୀକ୍ଷା ବ୍ୟୁରୋ ବାଣପୁର,୧୮/୧୨: କୁମାରାଙ୍ଗ ପଞ୍ଚାୟତରେ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ କରାଯିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଚିଲିକା ବିଧାୟକ ଦୁଇଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ଦୁଇଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ମାଳି ଗୋବିନ୍ଦପୁରରେ ଏକ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିବା ବେଳେ ଦୁଲ୍ଲଣୀ ଗ୍ରାମ୍ୟ ପାଇପ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ ମାନ୍ୟବର ବିଧାୟକ। ଏହାପରେ ହନୁମନ୍ତ ଟାଙ୍ଗୀ ଠାରେ ଶାଳିଆ ନଦୀ ଉପରେ ଏକ ଶଙ୍ଖ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଜଗଦ୍ଦେବ। ଶେଷରେ ଏକଡାଳିଆରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ନିର୍ମିତ ଏକ ଗୋଷ୍ଠୀ କେନ୍ଦ୍ରର ଉଦ୍ଘାଟନ କରିଥିଲେ ବିଧାୟକ। ଏହି ଅବସରରେ କୁମାରାଙ୍ଗ ପଞ୍ଚାୟତର ସରପଞ୍ଚ ମନୋଜ କୁମାର ପ୍ରଧାନ, ପଞ୍ଚାୟତ ସମିତି…
ନୂଆଦିଲ୍ଲୀ, 18/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶ ଜଳୁଥିବା ବେଳେ ଏହି ଆଇନ ପରିବର୍ତ୍ତନର ପ୍ରଶ୍ନ ଉଠୁନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା ମତ ଦେଇଛନ୍ତି । କୌଣସି ବି ପରସ୍ଥିତିରେ ଏହି ଆଇନରେ ପରିବର୍ତ୍ତନ କରାଯିବ ନାହିଁ ବୋଲି ଇଣ୍ଡିଆନ ଇକୋନୋମୀ ଫୋରମରେ ଯୋଗ ଦେଇ ଶାହା କହିଛନ୍ତି । ଏନ୍ଆରସି ଲାଗୁ କରାଯିବା ଯୋଜନା ରାଜୀବ ଗାନ୍ଧୀଙ୍କର ରହିଥିଲା । ଏହା ସହିତ ବିଶ୍ବର ସମସ୍ତ ରାଷ୍ଟ୍ର ନିଜର ନାଗରିକ ପଞ୍ଜୀକରଣ କରାଇଥିବା ବେଳେ ଭାରତ ମଧ୍ୟ କରିବା ଉଚିତ୍ ବୋଲି ଶାହା ମତ ଦେଇଛନ୍ତି । ଏହା ସହିତ ଏନ୍ଆରସି ବା ସିଏଏ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ବା ଦେଶବାସୀଙ୍କ ପାଇଁ କୌଣସି ସମସ୍ୟକା ସୃଷ୍ଟି କରିବ ନାହିଁ ବୋଲି ଶାହା ମତ ଦେଇଥିଲେ । ଦେଶରେ ସଂଖ୍ୟାଧିକ ବିଶ୍ବବିଦ୍ୟାଳୟ ରହିଥିଲେ ମଧ୍ୟ କେବଳ ହାତଗଣତି କିଛି ବିଶ୍ବବିଦ୍ୟାଳୟଙ୍କୁ ଏହି ଆଇନକୁ ନେଇ…
ସମୀକ୍ଷା ବ୍ୟୁରୋ, ପୁର18/12: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବାକୁ ଥିବାରୁ ବୁଧବାର ସାଧାରଣ ଦର୍ଶନ 4 ଘଣଟା ପାଇଁ ବନ୍ଦ ରହିବ । ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ 2.30ରୁ 6.30 ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
କେଦାର ମିଶ୍ର ସଂସଦରେ ବିଜେପିର ଯେଉଁ ସହଯୋଗୀ ଦଳଗୁଡିକ ନାଗରିକତା ସଂଶୋଧନ ବିଲ ସପକ୍ଷରେ ଭୋଟ ଦେଇଥିଲେ, ସେଥିରୁ ଅଧିକାଂଶ ଏବେ ନିଜ ନିଜର ମତ ବଦଳାଇବା ଆରମ୍ଭ କଲେଣି। ପ୍ରଥମେ ବିଜେପିର ଅନ୍ୟତମ ପୁରୁଣା ସହଯୋଗୀ ଶିରୋମଣି ଅକାଳୀ ଦଳ ଏହି ଆଇନରେ ନିର୍ୟାତିତ ମୁସଲମାନଙ୍କୁ ମଧ୍ୟ ନାଗରିକତାର ଅଧିକାର ଦିଆ ଯାଉ ବୋଲି ଦାବି କରିଛି। ଆସାମରେ ବିଜେପିର ସହଯୋଗୀ ରହିଥିବା ଆସାମ ଗଣ ପରିଷଦ ସଂସଦରେ ଏହି ବିଲକୁ ସମର୍ଥନ କରିବା ନିଜର ସବୁଠୁ ବଡ ଭୁଲ ଥିଲା ବୋଲି ସ୍ଵୀକାର କରିବା ସହିତ, ଏହି ଆଇନ ବିରୋଧରେ ଏବେ ସୁପ୍ରିମ କୋର୍ଟରେ ଯାଚିକା ଦାଖଲ କରିବ ବୋଲି କହିଛି। ନୀତିଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ଏହି ଆଇନକୁ ସମର୍ଥନ କରିଥିଲେ ମଧ୍ୟ ଏହାକୁ ନେଇ ଦଳ ଭିତରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଦଳର ଦୁଇ ବରିଷ୍ଠ ନେତା ପ୍ରଶାନ୍ତ କିଶୋର ଓ ପବନ…
Spiti: The highest ice skating rink in Himachal Pradesh at an altitude of 3,720 m has been set up in remote Kaza town in the Spiti area. State Agriculture Minister Ram Lal Markanda will be inaugurating the rink spreads over 50 metre by 35 metre on December 20. The aim of setting up the rink is to promote ice skating and hockey among the youth. (Photo: IANS)
ସମୀକ୍ଷା ବ୍ୟୁରୋ ବାଣପୁର, ୧୭/୧୨: କ୍ରୀଡ଼ା ଜ୍ଞାନ ପରୀକ୍ଷାରେ ଓଡ଼ିଶାର ପ୍ରଥମ ଦଶଜଣଙ୍କ ଭିତରେ ବାଣପୁର ଅଞ୍ଚଳର ତିନି ଜଣ ରହିଛନ୍ତି। ଦ୍ବିତୀୟ ସ୍ଥାନରେ ରହିଛନ୍ତି ସରକାରୀ ଶାରିରୀକ ମହାବିଦ୍ୟାଳୟର ନାରାୟଣ ସାହୁ। ସମ୍ପ୍ରତି ନାରାୟଣ ସାହୁ ଶାରିରୀକ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ପ୍ରାପ୍ତ ହୋଇଛନ୍ତି। ସେହିପରି ଷଷ୍ଠ ସ୍ଥାନରେ ରହିଛନ୍ତି ଜାଭିୟର୍ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ସାଇ ତରୁଣ ଆଚାରୀ। ଏହି ପରୀକ୍ଷାରେ ନବମ ସ୍ଥାନରେ ରହିଛନ୍ତି ଗୋଦାବରୀଶ ମହାବିଦ୍ୟାଳୟର ଯୁକ୍ତ ତିନି (ଦ୍ବିତୀୟ ବର୍ଷ)ର ଛାତ୍ର ରୁଦ୍ରମାଧବ ପାଣି। ବାଣପୁର କ୍ରୀଡ଼ା ଭାରତୀ ତରଫରୁ ଉପସଭାପତି ଶ୍ରୀମତୀ ସରୋଜିନୀ ଷଡଙ୍ଗୀ ଓ ଅବସରପ୍ରାପ୍ତ କ୍ରୀଡ଼ା ଅଧିକାରୀ ବୈରାଗୀ ଚରଣ ବଳ ଏହି ପରୀକ୍ଷାକୁ ପରିଚାଳନା କରିଥିଲେ। ସର୍ବଭାରତୀୟ ସ୍ତରରେ ଅନଲାଇନ୍ ମାଧ୍ୟମରେ ହୋଇଥିବା କ୍ରୀଡ଼ା ଜ୍ଞାନ ପରୀକ୍ଷାରେ ବାଣପୁରର ତିନିଜଣ ଛାତ୍ର ଓଡ଼ିଶାର ପ୍ରଥମ ଦଶଜଣଙ୍କ ଭିତରେ ସ୍ଥାନ ଅଧିକାର କରି ବାଣପୁର ପାଇଁ ଗର୍ବ ଓ…
(191216) — SIBENIK, Dec. 16, 2019 (Xinhua) — A participant controls his boat at the 24th regatta of radio-controlled sailboats in Sibenik, Croatia, Dec. 15, 2019. (Dusko Jaramaz/Pixsell via Xinhua)
https://www.youtube.com/watch?v=ATN-JG3JDmU Bollywood superstar Akshay Kumar on Monday took to Twitter to clarify that he had earlier “accidentally” liked a tweet by Jamia Millia Islamia University students. Even while several of his Bollywood colleagues lashed out at the authorities over the tension at Delhi’s Jamia Millia Islamia University, Akshay Kumar landed himself in a soup by liking a video that mocked the attack on Jamia. When checked minutes later, it appeared that it has been ‘unliked’.
Hyderabad: Ulala Ulala Movie Audio. (Photo: IANS)
ନୂଆଦିଲ୍ଲୀ, 17/12: ଦିଲ୍ଲୀ ଜାମିଆ ବିଶ୍ବଦ୍ୟାଳୟରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ ପ୍ରଦର୍ଶନକୁ ନେଇ ହୋଇଥିବା ହିଂସା ଘଟଣାକୁ ନେଇ ଏବେ ସାରା ଦେଶ ସରଗରମ। ଏହି ଘଟଣାକୁ ନେଇ ଦେଶର ଅନେକ ବିଶ୍ବବିଦ୍ୟାଳୟ ମଧ୍ୟ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହାକୁ ନେଇ ଅଭିନେତା ଆୟୁଷ୍ମାନ ଖୁରାନା କହିଛନ୍ତି ଯେ, ମୁଁ ଜଣେ ଛାତ୍ର ରହିଆସିଛି, ଦେଶର ଭବିଷ୍ୟ ନୁହେଁ, ବର୍ତ୍ତମାନ ବି ଛାତ୍ରଙ୍କ ହାତରେ ରହିଛି। ସେମାନେ ବୁଝି ବିଚାରି କିଛି କହିବାକୁ ଚାହାଁନ୍ତି। କିନ୍ତୁ ଏହା ହେଉଛି ଗାନ୍ଧିଙ୍କ ଦେଶ । ଆମକୁ ସ୍ବାଧୀନ ଭାବେ ଅଭିବ୍ୟକ୍ତି କରିବାର ସ୍ବାଧୀନତା ରହିଛି। ଆୟୁଷ୍ମାନ ଆହୁରି ମଧ୍ୟ କହିଛନ୍ତି ଯେ, ଏ ସରକାରର ଦାୟିତ୍ବ ହେଉଛି, ଯେଉଁ ବିଲ୍ ଆଣୁଛନ୍ତି, ତାହାକୁ ନେଇ ପ୍ରଥମେ ଛାତ୍ର ଓ ତାଙ୍କ ଭିତରେ ରହିଥିବା ଦ୍ବନ୍ଦ୍ବକୁ ଦୂର କରନ୍ତୁ। ଯଦି ଅଳ୍ପସଂଖ୍ୟକ ଛାତ୍ର ସମୁଦାୟ ଏହି ବିଲ୍କୁ ନେଇ ଅସୁରକ୍ଷିତ ରହୁଛନ୍ତି, ତେବେ…
https://youtu.be/Zv5luMRP4PA Deepika Padukone and Ranveer Singh were amongst the first celebs to arrive at legendary Irish rock band U2’s first ever Mumbai concert on Sunday evening. Needless to say that Deepika and Ranveer made a couple entry in style – she in black biker shorts styled with a baggy white shirt and he in a black and red combo.
ନୂଆଦିଲ୍ଲୀ, 17/12: ସାରା ଦେଶରେ ନାଗରିକତ୍ବ ସଂଶୋଧନ ବିଲ୍କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ପ୍ରଥମେ ଭାରତର ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ଏହି ବିଲ୍କୁ ହିଂସା ଆରମ୍ଭ ହୋଇଥିଲା । ଏବେ ଏହି ନିଆଁ ଦିଲ୍ଲୀ ସମେତ ୟୁପିରେ ମଧ୍ୟ ଲାଗିଛି । ନାଗରିକତା ଆଇନକୁ ବିରୋଧ କରି ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରୁଛନ୍ତି । ନାଗରିକତା ଆଇନ ବିରୋଧରେ ସମସ୍ତ ବିରୋଧୀ ଆଜି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ଏକାଠି ହୋଇଛନ୍ତି । ବିରୋଧୀ ନେତାଙ୍କ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ୍, ଏକେ ଆଣ୍ଟୋନି, ପି. ଚିଦାମ୍ବରମ୍, ଟିଆର୍ ବାଲୁ, ସପା ନେତା ରାମଗୋପାଳ ଯାଦବ ପ୍ରମୁଖ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି । ରାଷ୍ଟ୍ରପତିଙ୍କ ସାକ୍ଷାତ କରି ଏହି ନୂତନ ଆଇନକୁ ନେଇ ଚର୍ଚ୍ଚା କରିବେ । (ଏଜେନ୍ସି)
କଲିକତା, 17/12: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ମମତା କହିଛନ୍ତି ଯେ, ସାରା ଦେଶ ଜଳୁଛି, ସେମାନଙ୍କୁ ପୋଷାକ ଦେଖୁଛନ୍ତ। ରବିବାର ଝାରଖଣ୍ଡରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନକୁ ମମତା ସମାଲୋଚନା କରିଛନ୍ତି। ମମତା କହିଛନ୍ତି ଯେ, ଆପଣ ପୋଷାକରୁ କେମିତି କାହାର ପରିଚୟ କରିପାରିବେ । ଟୋପି ପିନ୍ଧିବା ଅର୍ଥ ନୁହେଁ ଯେ ସେ ମୁସଲମାନ । ଏହି ଅବସରରେ ମମତା ପ୍ରଶ୍ନ କରିଛନ୍ତି ଯେ, ମୋ ପୋଷାକରୁ କ’ଣ ଆପଣ କହିପାରିବେ ମୁଁ କିଏ ବୋଲି ? ସୂଚନାଯୋଗ୍ୟ, ରବିବାର ଝାରଖଣ୍ଡରେ ଏକ ନିର୍ବାଚନୀ ରାଲିରେ ମୋଦି ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ କରୁଥିବା ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲ ଯେ, ହିଂସା ଉସୁକାଉଥିବା ଲୋକର ପରିଚୟ ତା’ ପୋଷାକରୁ ଜଣାପଡିଥାଏ। କଂଗ୍ରେସ ଓ ତାଙ୍କ ସାଥୀମାନେ ଏହାକୁ ନେଇ…
https://youtu.be/FUbZNPapsTU Bollywood megastar Amitabh Bachchan prayed for his father and legendary poet Harishvansh Rai Bachchan in a church in Poland. Amitabh shared a photograph on Twitter of him praying at the church and said: “At one of the oldest Churches in Europe .
https://youtu.be/3KpVHk3jliY Tahira Kashyap, Karisma Kapoor root for women fitness. Actress Karisma Kapoor and filmmaker Tahira Kashyap on Sunday cheered up for the women who participated in Pinkathon. They flagged off the marathon at MMRDA .
ନୂଆଦିଲ୍ଲୀ, 17/12: ବହୁ ଚର୍ଚ୍ଚିତ ନିର୍ଭୟା ମାମଲା ଶୁଣାଣିରୁ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବେଡ ଏହି ଖଣ୍ଡପୀଠରୁ ଓହରିଛନ୍ତି । ନିର୍ଭୟାକାଣ୍ଡର ୪ ଦୋଷୀଙ୍କ ମଧ୍ୟରୁ ଜଣେ ଅକ୍ଷୟ ଠାକୁରର ପୁନର୍ବିଚାର ଯାଚିକା ଉପରେ ଶୁଣାଣିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ପ୍ରଧାନ ବିଚାରପତି ଏସ.ଏ. ବୋବଡ଼େ ଦୋଷୀର ଯାଚିକା ଉପରେ ଶୁଣାଣି କରୁଥିବା ସାମ୍ବିଧାନିକ ଖଣ୍ଡପୀଠରୁ ଓହରି ଯାଇଛନ୍ତି। ସିଜେଆଇ ବୋବଡ଼େ, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଆର. ଭାନୁମତୀଙ୍କ ପୀଠ ନିର୍ଭୟା ମାମଲାରେ ମଙ୍ଗଳବାର ଦୋଷୀ ଅକ୍ଷୟର ପୁନର୍ବିଚାର ଯାଚିକାର ଶୁଣାଣି କରିଛନ୍ତି। ଏବେ ମାମଲାର ଶୁଣାଣି ପାଇଁ ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ନୂତନ ପୀଠ ଗଠନ ହେବ। ପ୍ରଧାନ ବିଚାରପତିଙ୍କ ଝିଆରୀ ମାମଲାରେ ନିର୍ଭୟା ପରିବାରଙ୍କ ପକ୍ଷରୁ କେସ୍ ଲଢୁଥିବାରୁ ପ୍ରଧାନ ବିଚାରପତି ପୀଠରୁ ନିଜକୁ ଅଲଗା କରିଛନ୍ତି। ଅପରପକ୍ଷେ ନିର୍ଭୟାଙ୍କ ମା ଦୋଷୀ ଅକ୍ଷୟ ଠାକୁର ଦାଖଲ କରିଥିବା ସମୀକ୍ଷା ଆବେଦନ…

