Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜୟ ହେଲେ ମୋଦୀ –ଶାହ ଙ୍କ ଉପରେ ଫୁଲ ବର୍ଷା, ହେଲେ ପରାଜୟ ବେଳକୁ ମୋଦୀ-ଶାହ ଗାୟବ!!
ବିଶେଷ ଖବର

ବିଜୟ ହେଲେ ମୋଦୀ –ଶାହ ଙ୍କ ଉପରେ ଫୁଲ ବର୍ଷା, ହେଲେ ପରାଜୟ ବେଳକୁ ମୋଦୀ-ଶାହ ଗାୟବ!!

December 24, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ଲଜ୍ଜାଜନକ ପରାଜୟ ପାଇଁ ଦାୟୀ କିଏ? ଏହି ପ୍ରଶ୍ନର ସରଳ ଉତ୍ତର ହେଉଛି, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବାର ଦାସ। ଝାଡଖଣ୍ଡର ଅସ୍ଥିର ରାଜନୀତିରେ ପ୍ରଥମ ଥର ଲାଗି ରଘୁବାର ଦାସ ପାଞ୍ଚବର୍ଷ ପୂରା ସମୟ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ତୁଲାଇଥିଲେ। ଏହା ପୂର୍ବରୁ ଶିବୁ ସୋରେନ, ଅର୍ଜୁନ ମୁଣ୍ଡା, ବାବୁଲାଲ ମାରାଣ୍ଡିଙ୍କ ଭଳି ପ୍ରଭାବଶାଳୀ ଆଦିବାସୀ ନେତା ପୂରା ସମୟ ଶାସନ କରିବାର ସୁଯୋଗ ପାଇନଥିଲେ। ବିଧାନସଭା ନିର୍ବାଚନରେ ଜୟ ପରାଜୟର ଶ୍ରେୟ ସ୍ଥାନୀୟ ନେତୃତ୍ବକୁ ମିଳିବା କଥା। ହେଲେ ବିଜେପିରେ ବିଜୟର ଶ୍ରେୟ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଅମିତ ଶାହଙ୍କୁ ମିଳୁଥିବା ବେଳେ, ପରାଜୟ ଲାଗି ବଳିର ଛେଳି ଭାବରେ ସ୍ଥାନୀୟ ନେତାମାନଙ୍କୁ ବଛା ଯାଉଛି। ଝାଡଖଣ୍ଡରେ ଠିକ ସେଇକଥା ଦେଖିବାକୁ ମିଳିଛି। ଏବେ ପରାଜୟ ପାଇଁ ରଘୁବର ଦାସଙ୍କୁ ଅହଙ୍କାରୀ, ଅପାରଗ, ଆଦିବାସୀ ବିରୋଧୀ ଇତ୍ୟାଦି ବିଶେଷଣ ଦିଆଯାଉଛି। ହେଲେ ମୋଦୀ-ଶାହଙ୍କ ବିନା ଅନୁମୋଦନରେ ରଘୁବର ଦାସଙ୍କର ଅସ୍ତିତ୍ଵ ବୋଲି କିଛି ଥିଲା କି?

ସାଧାରଣ ନିର୍ବାଚନଠୁ ସ୍ଥାନୀୟ ନିର୍ବାଚନ, ସବୁଥି ବିଜେପି ନରେନ୍ଦ୍ର ମୋଦୀଙ୍କୁ ନିଜର ଏକମାତ୍ର ଚେହେରା ଭାବରେ ଉପସ୍ଥାପନ କରି ଆସୁଛି। ପ୍ରତି ନିର୍ବାଚନରେ ମୋଦୀ ଓ ଶାହାଙ୍କ ବ୍ୟତୀତ ତୃତୀୟ ଲୋକର ଅସ୍ତିତ୍ଵକୁ ବିଜେପି ସ୍ଵୀକାର ମଧ୍ୟ କରୁନାହିଁ। ଯେ କୌଣସି ଛୋଟ ବଡ ସଫଳତା ବିଜେପି ପାଇଲେ ସେଥିଲାଗି ଅମିତ ଶାହାଙ୍କୁ ଚାଣକ୍ୟ ବୋଲି କହି ତାଙ୍କର ସବୁ ପଦକ୍ଷେପ କୁ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି। ହେଲେ ପରାଜୟ ବେଳକୁ ଏ ଦୁଇ ନେତା ଗାୟବ ହୋଇ ଯାଉଛନ୍ତି। ୟେ ହେଉଛି କଂଗ୍ରେସର ପୁରୁଣା ରୋଗ ଯାହା ବିଜେପିକୁ ଏବେ ଆକ୍ରାନ୍ତ କଲାଣି। ତ୍ରିପୁରା ଭଳି ଗୋଟେ ଛୋଟିଆ ରାଜ୍ୟର ବିଜୟ ପାଇଁ ମୋଦୀ-ଶାହଙ୍କ ଉପରେ ଟନ ଟନ ଗୋଲାପ ପାଖୁଡା ବର୍ଷା କରାଯାଇଥିଲା। ହେଲେ ପରାଜୟର କଳଙ୍କ ଆଉ କିଏ ନେବ କାହିଁକି?

ଗତ ସାଧାରଣ ନିର୍ବାଚନ ପରଠୁ ବିଜେପି ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଇଛି ବୋଲି ଡିଣ୍ଡିମ ପିଟୁଛି। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଉ ଅଥବା ନାଗରିକ ସଂଶୋଧନ ଆଇନ, ଏହାକୁ ମହାରାଷ୍ଟ୍ର, ହରିୟାନା ଓ ଝାଡଖଣ୍ଡ ନିର୍ବାଚନରେ ପ୍ରସଙ୍ଗ କରାଯାଇଛି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହାରି ଆଧାରରେ ଭୋଟ ମାଗିଛନ୍ତି। ଏହି ତିନୋଟି ଯାକ ରାଜ୍ୟ ନିର୍ବାଚନରେ ଏହି ପ୍ରସଙ୍ଗ ଲୋକଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଛି। ତଥାପି ଏହାକୁ ମାନିବାକୁ ବିଜେପି ନାରାଜ। ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସକୁ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ନରେନ୍ଦ୍ର ମୋଦୀ ଅତି କଟୁ ସମାଲୋଚନା କରିଥିଲେ। ଏପରିକି ଏହି ଆଇନକୁ ପ୍ରତିବାଦ କରୁଥିବା ଲୋକଙ୍କ ପିନ୍ଧା ଲୁଗା ଓ ଧର୍ମକୁ ନେଇ ମଧ୍ୟ ଅତି ଜଘନ୍ୟ କଥା ପ୍ରଧାନମନ୍ତ୍ରୀ କହିଥିଲେ। ତାଙ୍କର ବିଭାଜନକାରୀ ତଥା ସାମ୍ପ୍ରଦାୟିକ ରାଜନୀତିକୁ ଆଜି ଝାଡଖଣ୍ଡ ବାସୀ ପ୍ରତ୍ୟଖ୍ୟାନ କରିଛନ୍ତି ବୋଲି କାହିଁକି କୁହାଯିବ ନାହିଁ?

ଝାଡଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ରଘୁବର ଦାସ ଅନେକ ଗୁଡିଏ ଆଦିବାସୀ ବିରୋଧୀ ନିଷ୍ପତ୍ତି ନେଇଥିଲେ, ତେଣୁ ତାଙ୍କୁ ସେଥିଲାଗି ମୂଲ୍ୟ ଦେବାକୁ ପଡିଲା ବୋଲି କହିବା ଅବଶ୍ୟ ସହଜ। ପଥଲଗଡି ଆନ୍ଦୋଳନ (ନିଜ ଜମି ଉପରେ ଆଦିବାସୀର ସାର୍ବଭୌମ ଅଧିକାର।ରଘୁବର ଦାସ ସରକାର ଆଣିଥିବା ଛୋଟ ନାଗପୁର ଓ ସାନ୍ତାଳ ପ୍ରଗଣା ଆଇନର ସଂଶୋଧନ ବିରୋଧରେ ବ୍ୟାପକ ଆଦିବାସୀ ଆନ୍ଦୋଳନ।)ଫଳରେ ସରକାର ବିରୋଧୀ ସ୍ଵର ରାଜ୍ୟରେ ଅତି ତୀବ୍ର ହୋଇଥିଲା। ଏହା କେନ୍ଦ୍ରୀୟ ନେତୃତ୍ବର ବିନା ଅନୁମୋଦନରେ ସମ୍ଭବ ନୁହେଁ। ଝାଡଖଣ୍ଡରେ ଅଣ ଆଦିବାସୀ ଭୋଟର ଧୃବୀକରଣ କରି ଏକ ଭିନ୍ନ ପ୍ରକାର ବିଭାଜନ ର ରାଜନୀତି ବିଜେପି କରି ଆସୁଥିଲା। ଯାହାକୁ ଝାଡଖଣ୍ଡ ଜନତା ଆଜି ପ୍ରତ୍ୟାଖ୍ୟାନ କରିଛନ୍ତି।

ଗତ ପଞ୍ଚବର୍ଷରେ ଝାଡଖଣ୍ଡରେ ବ୍ୟାପକ ଭିଡାହିଂସା ଜନିତ ମୃତ୍ୟୁ ଘଟନା ଘଟିଛି। ରାଜ୍ୟରେ ସଂଖ୍ୟାଲଘୁ ଓ ଦଳିତଙ୍କ ଉପରେ ବିଜେପି ଓ ସଂଘ କର୍ମୀମାନେ ନିରନ୍ତର ଆକ୍ରମଣ କରିଛନ୍ତି। ଏହା ବିଜେପି ପରାଜୟର ଅନ୍ୟତମ ପ୍ରମୁଖ କାରଣ। ସଂଘ ଓ ବିଜେପି ଭିଡହିଂସାକୁ ରୋକିବା ପରିବର୍ତ୍ତେ ଏହାକୁ ଅତି ହାଲୁକା ଭାବରେ ନେଇଥିଲା। ଏହାର ଜବାବ ତାଙ୍କୁ ମିଳିଛି।

ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ଦଳକୁ କିଛିଟା ସଚେତନ କରିବା ଉଚିତ। ତେବେ ବିଜେପିକୁ କଂଗ୍ରେସର ବ୍ୟାଧି ଏମିତି କବଳିତ କରୁଛି ଯେ, ଆଜି ମଧ୍ୟ ଲୋକଙ୍କ ଭାଷା ଓ ଭାବନାକୁ ବୁଝିବାକୁ ଦଳ ରାଜି ହେଉନାହିଁ। ଝାଡଖଣ୍ଡରେ ବିଜେପିର ପରାଜୟ ଆଦୌ ସ୍ଥାନୀୟ କାରଣରୁ ନୁହେଁ, ବରଂ ଜାତୀୟ ସ୍ତରରେ କ୍ରମାଗତ ଭାବରେ ବିଜେପି ନେଇଥିବା ଲୋକବିରୋଧୀ ପଦକ୍ଷେପ ବିରୋଧରେ ଏହା ତୃତୀୟ ସତର୍କ ଘଣ୍ଟି।

jharkhand Modi raghubara das shah
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.