https://www.youtube.com/watch?v=RMNjQUs5Hnw
Author: Samikhsya Bureau
ମୁମ୍ବାଇ,18/12 : ଓସ୍କାର ଦୌଡରେ ରହିଥିବା ଏକମାତ୍ର ଭାରତୀୟ ଚଳଚିତ୍ର ଗଲିବୟ ଓସ୍କାର ଦୌଡରୁ ବାଦ ପଡିଛି । ମଙ୍ଗଳବାର ଓସ୍କାର କମିଟି ପକ୍ଷରୁ ଫିଲ୍ମଟି ବାଦ ପଡିଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଏହାପରେ ଫିଲ୍ମ ପ୍ରଶଂସକ ଭାରତୀୟ ଜୁରିକୁ ଦୋଷ ଦେବା ଆରମ୍ଭ କରିଥିଲେ । ଅନ୍ଧାନ୍ଧୁନ ଏବଂ ତୁମ୍ବାଡ ପରି ଫିଲ୍ମକୁ ବାଦ ଦେଇ ଜୁରୀ ପକ୍ଷରୁ ଗଲିବୟକୁ ମନୋନୀତ କରାଯାଇଥିଲା । ବିଦେଶୀ ଫିଲ୍ମ ବର୍ଗରେ ବଙ୍ଗ ଜୁନ୍ ହୁଙ୍କ ପାରାସାଇଟ୍ ରହିଥିବା ବେଳେ ଗଲିବୟ ଏହି ତାଲିକାରୁ ବାଦ ପଡିଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ସମ୍ବଲପୁର,18/12 : ସମ୍ବଲପୁର କମିଶନରେଟ ପୁଲିସ ମହିଳାଙ୍କ ସୁରକ୍ଷା ପାଇଁ ଅଭିନବ ବ୍ୟବସ୍ଥା ଆପଣେଇଛି । ଏଣିକି ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପୁଲିସ୍ କର୍ମଚାରୀ ଚଳାଇବେ ପିସିଆର୍ ଭ୍ୟାନ୍ ଓ ବାଇକ୍ ସମ୍ବଲପୁରରେ ମହିଳାଙ୍କ ସୁରକ୍ଷା ପାଇଁ ପୁଲିସ୍ ପକ୍ଷରୁ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବୁଧବାର ଡିଆଇଜି ହିମାଂଶୁ ଲାଲ୍ ପିସିଆର୍ ଭ୍ୟାନ୍ ଏବଂ ବାଇକ୍ର ଶୁଭାରମ୍ଭ କରିଛନ୍ତି । ମୋଟ୍ 10ଟି ପିସିଆର ବାଇକ୍ ମଧ୍ୟରୁ 2ଟି ବାଇକ୍ ମହିଳାଙ୍କ ପାଇଁ ରହିଥିବା ବେଳେ 2ଟି ପିସିଆର ଭ୍ୟାନ୍ ମଧ୍ୟ ମହିଳା ଚଲାଇବେ ବୋଲି ଜଣାପଡିଛି ।
ବିଶାଖାପଟ୍ଟନମ,18/12: ବିଶାଖାପଟ୍ଟନମରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ଭାରତୀୟ ଓପ୍ନର ଚମତ୍କାର ବ୍ୟାଟିଂ କରିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିବା ସହିତ ପ୍ରଥମ ଓ୍ବିକେଟରେ ଦ୍ବିଶତକୀୟ ଭାଗିଦାରୀ କରିଥିଲେ । 36 ଓଭର ସୁଦ୍ଧା ଭାରତ 220 ରନ୍ ସଂଗ୍ରହ କରିଥିବା ବେଳେ ରୋହିତ(114) ଏବଂ ରାହୁଲ (102) ରନ୍ରେ ବ୍ୟାଟିଂ କରୁଛନ୍ତି । ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଦୁଇ ଓପ୍ନର ରୋହିତ ଶର୍ମା ଏବଂ କେଏଲ୍ ରାହୁଲ ସତର୍କତାର ସହିତ ଇନିଂସ ଆରମ୍ଭ କରିଥିଲେ । ପ୍ରାରମ୍ଭରୁ ରାହୁଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ ରୋହିତ ଜଗି ରଖି ଖେଳିଥିଲେ । ପରେ ରୋହିତ ରନ୍ଗତି ବଢାଇବା ସହିତ 33 ତମ ଓଭରରେ 108 ବଲ୍ରୁ 11ଟି ଚୌକା ଏବଂ 2 ଛକ୍କା ସହାୟତାରେ ନିଜର ଶତକ ପୂରଣ କରିଥିଲେ । ଏହା ବ୍ୟତିତ ରାହୁଲ 102ଟି ବଲ୍ର ସମ୍ମୁଖୀନ ହୋଇ 8ଟି…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,18/12 : ଭୁବନେଶ୍ବର ସ୍ଥିତ ରେଳବାଇ ଅଡିଟୋରିୟମ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସାଥୀ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି । ଏହା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜଳଯୋଗାଣ ପରିଚାଳନା ଦାୟିତ୍ବ ନିର୍ବାହ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମହିଳା ମାନେ ଛତୁଆ ତିଆରି, ବିଦ୍ୟୁତ୍ ମିଟର ରିଡିଙ୍ଗ ଏବଂ ଧାନ ସଂଗ୍ରହ ପରି କାର୍ଯ୍ୟକ୍ରମରେ ସଫଳ ଯୋଗଦାନ ଦେଇଥିବା ବେଳେ ଏଣିକି ଜଳଯୋଗାଣ ପ୍ରକଳ୍ପରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ରାଜ୍ୟର ପ୍ରତ୍ୟୋକ ଘରକୁ ପିଇବା ପାଣି ଯୋଗାଣ କାର୍ଯ୍ୟକ୍ରମକୁ ଜଳସାଥୀ ମାନେ ସଫଳତାର ସହିତ ଆଗକୁ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଜଳସାଥୀ ମାନଙ୍କୁ ଜଳର ମାନ ପରୀକ୍ଷଣ କିଟ୍ ଏବଂ ପିଓଏସ୍ ମେସିନ୍ ବଣ୍ଟନ କରିଥିଲେ । ନୂତନ ଜଳ ସଂଯୋଗ ସହିତ ମାସିକ…
https://youtu.be/ZbVox2z0zG4
ସମୀକ୍ଷା ବ୍ୟୁରୋ ବାଣପୁର,୧୮/୧୨ : ବାଣପୁର ସ୍ଥିତ ଏକତା ବିଦ୍ୟା ନିକେତନରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ରୀଡା ସହିତ ନୃତ୍ୟ, ପ୍ରବନ୍ଧ, କୁଇଜ୍ ଏବଂ ବିତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଉଦ୍ଯାପନୀ ଉତ୍ସବରେ ବାଣପୁର ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ବାଣପୁର ବ୍ଲକ୍ର ବିଧାୟକ ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାରଣା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଓଡିଶୀ ନୃତ୍ୟଗୁରୁ ମାଧବ ଚରଣ ପଲାଇ, ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଲାଇବ୍ରେରୀଆନ ଗୋଦାବରୀଶ ସାହୁ, ଅବସରପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ ବୈରାଗୀ ଚରଣ ବଳ, ସ୍କୁଲର ପ୍ରତିଷ୍ଠାତା ମନୋଜ କୁମାର ମହାପାତ୍ର ପ୍ରମୁଖ ଏହି ଉଦ୍ଯାପନୀ ସଭାରେ ଉପସ୍ଥିତ ରହି କୃତୀ ଛାତ୍ରଙ୍କୁ…
https://www.youtube.com/watch?v=3CVTvHKXPWE
ନୂଆଦିଲ୍ଲୀ,18/12 : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଅକ୍ଷୟ ସିଂର ପୁନର୍ବିଚାର ଯାଚିକାକୁ ଖାରଜ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଜଷ୍ଟିସ୍ ଆର ଭାନୁମତୀ, ଅଶୋକ ଭୂଷଣ ଏବଂ ଏ ଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଯାଚିକାକୁ ଖାରଜ କରିବା ସହିତ ଖଣ୍ଡପୀଠ ମାମଲାର ପୂର୍ବ ରାୟକୁ ବଳବତ୍ତର ରଖିଛନ୍ତି । ଫଳସ୍ବରୂପ ଖୁବ୍ ଶୀଘ୍ର ନିର୍ଭୟା କାଣ୍ଡର ଦୋଷୀଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯିବ ବୋଲି ଜଣାପଡିଛି । ମାମଲାର ବିଚାର ପ୍ରକ୍ରିୟା ପୂର୍ବରୁ ସରିଛି ଏବଂ ବର୍ତ୍ତମାନ ଏହା ଉପରେ ସମୟ ଅପଚୟ କରାଯିବା ଅନୁଚିତ ବୋଲି ରାୟ ଶୁଣାଇବା ସମୟରେ ଜଷ୍ଟିସ୍ ଆର ଭାନୁମତୀ ପ୍ରକାଶ କରିଥିଲେ । ଅପର ପକ୍ଷରେ ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତଙ୍କ ଓକିଲ କୋର୍ଟକୁ ଦୋଷାରୋପ କରିଛନ୍ତି । ରାଜନୈତିକ ଚାପ କାରଣରୁ କୋର୍ଟ ଶୀଘ୍ର ଫାଶୀ ଦେବାର ନିଷ୍ପତ୍ତି ନେଉଛନ୍ତି…
ବିଶାଖାପଟ୍ଟନମ୍, 18/12 : ଭାରତ ଏବଂ ଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ବିଶାଖାପଟ୍ଟନମ୍ରେ ଖେଳା ଯାଉଛି । ଦ୍ବିତୀୟ ଦିନିକିଆରେ ଓ୍ବିଣ୍ଡିଜ୍ ଅଧିନାୟକ ପୋଲାର୍ଡ ଟସ୍ ଜିତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଭାରତ ଏହି ମ୍ୟାଚ୍ରେ ବିଜୟୀ ହୋଇ ସିରିଜ୍କୁ ପ୍ରତ୍ୟାବର୍ତ୍ତନର ଲକ୍ଷ୍ୟ ରଖିଥିବା ବେଳେ ଇଣ୍ଡିଜ ସିରିଜ୍ ବିଜୟର ଲକ୍ଷ୍ୟ ରଖିଛି । ଦୁଇଟି ପରିବର୍ତ୍ତନ ସହ ଓ୍ବେଷ୍ଟଇଣ୍ଡିଜ୍ ଦଳ ପଡିଆକୁ ଓହ୍ଲାଇଥିବା ବେଳେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ସୁନୀଲ ଅମ୍ବ୍ରିସ୍ଙ୍କ ସ୍ଥାନରେ ଏଭିନ୍ ଲୁଇସ୍ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଖେରୀ ପିୟର ହେଡେନ୍ ଓ୍ବାଲ୍ସଙ୍କ ସ୍ଥାନରେ ଖେଳୁଛନ୍ତି । ସେହିପରି ଶିବମ ଦୁବେଙ୍କ ସ୍ଥାନରେ ଭାରତ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି । (ଏଜେନ୍ସୀ)
Mumbai: Actors Kareena Kapoor and Kiara Advani during media interactions for their upcoming film “Good Newwz” in Mumbai on Dec 16, 2019. (Photo: IANS)
Mumbai: Actor Varun Dhawan seen at Juhu, in Mumbai on Dec 16, 2019. (Photo: IANS)
Mumbai: Actors Rajinikanth and Sunil Shetty at the trailer launch of their upcoming film “Darbar” in Mumbai on Dec 16, 2019. (Photo: IANS)
https://youtu.be/2KUxzUFIMK0
Mumbai: Actress Ananya Panday seen at Bandra in Mumbai on Dec 16, 2019. (Photo: IANS)
Mumbai: Actress Sunny Leone at the screening of filmmaker Omung Kumar’s wife Vanita Omung Kumar’s short film “Ave Maria” with which she makes her debut as a director, in Mumbai on Dec 16, 2019. (Photo: IANS)
New Delhi: A dancer performs during Sopan Festival organised by Sahitya Kala Parishad in New Delhi on Dec 17, 2019. (Photo: IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,18/12 : ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ(ଏନ୍ଆର୍ସି)କୁ ନେଇ ନିଜର ପକ୍ଷ ରଖିଛି ବିଜୁ ଜନତା ଦଳ । ବିଜୁ ଜନତା ଦଳ ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଦଳ ନାଗରିକତ୍ବ ସଂଶୋଧନ ଆଇନକୁ ସମର୍ଥନ କରୁଛି ମାତ୍ର ଏନ୍ଆରସିକୁ ଦଳ ସମର୍ଥନ କରୁନାହିଁ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ୍(ସିଏଏ)କୁ ନେଇ ବିଜେଡି ନିଜର ସମର୍ଥନ ଜାହିର କରିଛି । ଏହି ଆଇନ ଦେଶର ସଂହିତା ପ୍ରତି କୌଣସି ବିପଦ ସୃଷ୍ଟି କରୁନାହିଁ ତେଣୁ ଦଳ ଏହି ଆଇନ ପ୍ରତି ନିଜର ସମର୍ଥନ ଜାହିର କରିଛି ବିଜେଡି । ମାତ୍ର ଏନ୍ଆରସିକୁ ନେଇ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ନିଜର ଆଭିମୁଖ୍ୟ ଦଳ ସ୍ପଷ୍ଟ କରିଛି ବୋଲି ନବୀନ କହିଛନ୍ତି ।
ଜୟପୁର, 18/12 : 2008ରେ ଘଟିଥିବା ଜୟପୁର ବିସ୍ଫୋରଣ ମାମଲାରେ 4 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । 8ଟି ସ୍ଥାନରେ ଘଟିଥିବା ଏହି ସିରିଜ୍ ବିସ୍ଫୋରଣରେ 80 ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ 170ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ମାମଲାରେ ଶାହବାଜ ହୁସେନ, ମହମ୍ମଦ ସୈଫ୍, ଏମ୍ଡି ସରଓ୍ବର ଆଜମୀ ଏବଂ ସଫି ଉର୍ ରେହମାନକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆରେଜ୍ ଜୁନେୈଦ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି । ଅନ୍ୟ ତିନି ଅଭିଯୁକ୍ତ ସାଜିଦ୍ ବଡା, ଏମ୍ଡି ଖାଲିଦ୍ ଏବ ମାଣିକ୍ ଫେରାର ଥିବା ବେଳେ ଅସଦୁଲ୍ଲା ଅଖ୍ତାର ଏବଂ ୟାସିନ୍ ଭଟକଲ ତିହାର ଜେଲରେ ବନ୍ଦୀ ରହିଛନ୍ତି । (ଏଜେନ୍ସୀ)
ନୂଆଦିଲ୍ଲୀ,18/12: ନାଗରିକ ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ଠାର ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ । ବୁଧବାର ଏହି ଆଇନ ବିରୋଧରେ ଆଗତ 48ଟି ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କୁ ନୋଟିସ୍ ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ଆଇନ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ମୁଖ୍ୟ ବିଚାରପତି ଏସ୍ ଏ ବୋବଡେ, ଜଷ୍ଟିସ୍ ବି ଆର ଗଭାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରିଥିଲେ । ଆଇନ ପୂର୍ବବତ ଲାଗୁ ରହିବା ସହିତ ଜାନୁୟାରୀ 22 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ସଂସଦର ଉଭୟ ଗୃହରେ ପାରିତ ହେବା ପରେ 12 ତାରିଖରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍ ଆଇନରେ ପରିଣତ ହୋଇଥିଲା । ବିଲ୍କୁ ଦେଶର ସମସ୍ତ ଭାଗରୁ…
ବିଜନୋର,18/12: ଉତ୍ତର ପ୍ରଦେଶର ଏକ କୋର୍ଟ ମଧ୍ୟରେ ଜଣଙ୍କୁ ହତ୍ୟାର ଗୋଟିଏ ଦିନ ପରେ 18 ଜଣ ପୋଲିସ୍ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ମଙ୍ଗଳବାର ଦିନ ବିଜନୋର କୋର୍ଟରେ ଦୁଇ ଜଣଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଶାହାନଓ୍ବାଜ ଅନ୍ସାରୀଙ୍କ ବିଚାର ପୂର୍ବରୁ ତିନି ଜଣ ଅପରାଧୀ ତାଙ୍କୁ କୋର୍ଟ ମଧ୍ୟରେ ଗୁଳି କରି ହତ୍ୟା କରିଥିଲେ । ଉକ୍ତ ହତ୍ୟାକାଣ୍ଡ ସମୟରେ କୋର୍ଟରେ ବିଚାରପତିଙ୍କ ସମେତ ଅନ୍ୟାନ୍ୟ ଲୋକ ମଧ୍ୟ ଉପସ୍ଥିତ ଥିଲେ । ଅନ୍ସାରୀଙ୍କୁ ହତ୍ୟା କରି ତିନି ଅଭିଯୁକ୍ତ ପଳାଉଥିବା ବେଳେ ପୋଲିସ୍ ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । (ଏଜେନ୍ସୀ)

