Author: Samikhsya Bureau

Lucknow: Angry protesters went on rampage and set ablaze vehicles during their protest against the Citizenship Amendment Act (CAA) 2019, in Lucknow on Dec 19, 2019. Violence erupted during protests against CAA on Thursday afternoon in various cities of Uttar Pradesh, including the state capital. Roadways buses were set on fire by protesters in Sambhal district and some private vehicles were also set ablaze. Internet services have been suspended in the western UP district. (Photo: IANS)

Read More

କୋଲକାତା,19/12 :ଆଇପିଏଲ୍‌ 2020 ପାଇଁ ନିଲାମୀ କୋଲକାତାରେ ଆରମ୍ଭ ହୋଇଛି । ବିଦେଶୀ ଖେଳାଳି ଭାବରେ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇ ପ୍ୟାଟ କମିନ୍ସ ଇତିହାସ ରଚିଛନ୍ତି । କଲିକତା ନାଇଟ୍‌ ରାଇଡର୍ସ (କେକେଆର) କମିନ୍ସଙ୍କୁ 15.50 କୋଟି ଟଙ୍କାରେ କିଣିଛି । ପ୍ୟାଟ୍ କମିନ୍ସଙ୍କୁ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ମାତ୍ର ଶେଷରେ ବାଜି ମାରି ନେଇଥିଲା କେକେଆର । ଉଭୟ ଦଳ 15.25ରେ ପହଞ୍ଚିବା ପରେ କେକେଆର 15.50 କୋଟିରେ କମିନ୍ସଙ୍କୁ କିଣିଥିଲା । ସେହିପରି ଅଷ୍ଟ୍ରେଲୀୟ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ କିଙ୍ଗ୍ସ ଇଲେଭେନ ପଞ୍ଜାବ 10.75 କୋଟିରେ କିଣିଛି । ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ମ୍ୟାକ୍ସଓ୍ବେଲଙ୍କୁ କିଣିବା ପାଇଁ ଚେଷ୍ଟା କରିଥିଲା । ସେହିପରି ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ 10 କୋଟିରେ ଆରସିବିକୁ ଯାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସେଲ୍‌ଡନ୍‌ କଟରେଲ୍‌(8.5 କୋଟି)…

Read More

ନୂଆଦିଲ୍ଲୀ,19/12 : ଦେଶବ୍ୟାପୀ ନାଗରିକତ୍ବ ସଂରକ୍ଷଣ ବିଲ୍‌କୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଗୁରୁବାର ଦିନ ଏକ ନୂଆ ତଥ୍ୟ ସମ୍ମୁଖକୁ ଆସିଛି । ଗୁରୁବାର ବିଜେପି 2003 ରାଜ୍ୟସଭାର ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ତତ୍କାଳୀନ ବିରୋଧୀ ଦଳ ନେତା ମନମୋହନ ସିଂ ସଂଖ୍ୟାଲଘୁ ସମ୍ପ୍ରଦାୟ ନିମନ୍ତେ ଏକ ସ୍ବତନ୍ତ୍ର ନାଗରିକତ୍ବ ବିଲ୍‌ର ପ୍ରସ୍ତାବ ଦେଇଥିଲେ । ଏହି ବିଲ୍‌ରେ ମନମୋହନ କେବଳ ବାଂଲାଦେଶ ଏବଂ ପାକିସ୍ତାନକୁ ଅନ୍ତର୍ଭୁକ୍ତ କରିବାର ଦାବି ଉପସ୍ଥାପନ କରିଥିଲେ । ଏହା ସହିତ ବାଚସ୍ପତି ଏବଂ ତତ୍କାଳୀନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ନିକଟରେ ଏହି ବିଲ୍‌କୁ ପାରିତ କରିବାର ଦାବି ଉପସ୍ଥାପନ କରିଥିଲେ । ଏହି ଭିଡିଓ ଜାରି କରିବା ସହିତ କଂଗ୍ରେସର ଦୋମୁହାଁ ନୀତିକୁ ସମାଲୋଚନା କରିଛି ବିଜେପି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ,19/12 : ଗୁରୁବାର ଦିଲ୍ଲୀ ହାଇକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ପଓ୍ବନ ଗୁପ୍ତାଙ୍କ ଯାଚିକା ଖାରଜ କରିଛନ୍ତି । ଘଟଣା ସମୟରେ ନାବାଳକ ଥିବା ନେଇ ଗୁପ୍ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଜଷ୍ଟିସ୍‌ ସୁରେଶ କେଟ ଏହି ମାମଲାର ବିଚାର କରିଥିଲେ । ସେହିପରି କୋର୍ଟଙ୍କ ସମୟ ଅପଚୟ କରି ବାରମ୍ବାର ଅଯୌକ୍ତିକ ଯାଚିକା ଦାଖଲ କରୁଥିବାରୁ ଅଭିଯୁକ୍ତଙ୍କ ଓକିଲ ଏ ପି ସିଂଙ୍କୁ 25 ହଜାର ଟଙ୍କାର ଅର୍ଥ ଦଣ୍ଡ ପ୍ରଦାନ କରାଯାଇଥିଲା । ନାବାଳକ ରହିଥିବା ସହିତ ତଦନ୍ତକାରୀ ଅଫିସରଙ୍କ ପ୍ରତିଶୋଧ ପରାୟଣ ମନୋଭାବ କାରଣରୁ ଏପରି ଘଟଣା ହୋଇଥିବା ନେଇ ଯାଚିକାରେ ଉଲ୍ଲଗେଖ କରାଯାଇଥିଲା । କୋର୍ଟ ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି ଅଭିହିତ କରିବା ସହିତ ଯାଚିକାକୁ ଖାରଜ କରି ଦେଇଥିଲେ ।

Read More

ଲକ୍ଷ୍ନୌ,19/12 : ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ନାଗରିକତ୍ବ ସଂଶୋଧନ ଆଇନକୁ ବିରୋଧ କରି ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ ସମୟରେ ପ୍ରତିବାଦକାରୀ ମାନେ ଏକ ବସ୍‌ରେ ନିଆଁ ଲଗାଇ ଦେଇଥିଲେ । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସମେତ ରାଜ୍ୟର ବିଭିନ୍ନ ସହରକୁ ଏହି ହିଂସା ବ୍ୟାପିଥିଲା । ସମ୍ଭଲରେ ଏକ ବସ୍‌କୁ ନିଆଁ ଲଗାଇ ଦିଆଯାଇଥିଲା । ଏହି ଘଟଣା ପରେ ପୋଲିସ୍‌ 17 ଜଣଙ୍କୁ ଅଟକ ରଖିବା ସହିତ ପଶ୍ଚିମ ଉତ୍ତର ପ୍ରଦେଶରେ ଇଣ୍ଟରନେଟ ସେବା ବନ୍ଦ କରି ଦେଇଥିଲା । ସେହିପରି କୁଶିନଗରରେ ବିକ୍ଷୋଭକାରୀ ମାନେ ପୋଲିସ୍‌ ଉପରକୁ ପଥର ଫିଙ୍ଗିଥିଲେ । (ଏଜେନ୍ସୀ)

Read More

ପୁରୀ, 19/12: ପୁରୀକୁ ବିଶ୍ଵ ଦରବାରରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ପୁରୀ ସୌନ୍ଦର୍ଯ୍ୟକରଣ କରାଯାଉଛି। ଏଥିପାଇଁ ଶ୍ରୀମନ୍ଦିରର ୭୫ ମିଟର ଚୌହଦୀରୁ ଉଚ୍ଛେଦ କରାଯାଉଛି। ଏହି କ୍ରମରେ ବହୁ ପୁରାତନ ମଠ ମନ୍ଦିର, ବିଭିନ୍ନ ଲୋକଙ୍କ ଘର ଓ ଦୋକାନ ବଜାର ସବୁ ମାଟିରେ ମିଶିଲାଣି। ଆଜି ମଧ୍ୟ ଉଚ୍ଛେଦ ହେଉଛି। ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ସମ୍ମୁଖ ବିଷ୍ଣୁଭବନ ସଂଲଗ୍ନ ଏକ ଘର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ଗତକାଲି ବିଳମ୍ବିତର ରାତ୍ରିରେ ପୁରୀ ସ୍ବର୍ଗଦ୍ବାର ପରିସରୁ ବିଜୁ ସ୍ମୃତି ପୀଠ ଉଚ୍ଛେଦ କରାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ,19/12 : ନୂଆଦିଲ୍ଲୀରେ ଆନ୍ଦୋଳନ କରୁଥିବା ବେଳେ ସ୍ବରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବଙ୍କୁ ଅଟକ ରଖାଯାଇଛି । ଅଟକ ରଖାଯିବା ପରେ ଯୋଗେନ୍ଦ୍ର ଯାଦବ ନିଜର ଏକ ଫଟୋ ଟ୍ବିଟ୍‌ କରିଛନ୍ତି । ଡିସେମ୍ବର 19 ତାରିଖରେ ସରକାର ମୋତେ ଅଟକ ରଖିଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ । ଅସ୍‌ଫାକୁଲ୍ଲା ଖାନ୍‌ ଏବଂ ରାମପ୍ରସାଦ ବିସ୍‌ମିଲ୍‌ଙ୍କ ତିରୋଧାନ ଦିବସରେ ଅଟକ ରଖାଯାଇଥିବାରୁ ଏହା ସ୍ବାଧିନତା ସଂଗ୍ରାମଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ଯୋଗେନ୍ଦ୍ର ଟ୍ବିଟ୍‌ କରିଛନ୍ତି । ଯୋଗେନ୍ଦ୍ର ଯାଦବଙ୍କ ସହିତ ପଟିଆଲାର ପୂର୍ବତନ ସାଂସଦ ଡ. ଧରମବୀର ଗାନ୍ଧୀଙ୍କୁ ମଧ୍ୟ ଅଟକ ରଖାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଏକ ହଜାରରୁ ଉର୍ଦ୍ଧ୍ବ ପ୍ରତିବାଦକାରୀଙ୍କ ସହିତ ଲାଲ କିଲ୍ଳା ସମ୍ମୁଖରେ ପ୍ରତିବାଦ କରୁଥିବା ବେଳେ ପୋଲିସ ସମସ୍ତଙ୍କୁ ଅଟକ ରଖାଯାଇଥିଲା । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ କେନ୍ଦୁଝର, 19/12 : କେନ୍ଦୁଝରରେ ତିନି ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣଙ୍କୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରାଯାଇଛି । ଅଭିଯୁକ୍ତ ସୁନୀଲ ନାଏକକୁ ଏଡିଜେଏମ୍‌ କେନ୍ଦୁଝର ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ପୋକ୍ସୋ ଆଇନ୍‌ ଆଧାରରେ ଅଭିଯୁକ୍ତକୁ ଦଣ୍ଡାଦେଶ ପ୍ରଦାନ କରାଯାଇଥିବା ବେଳେ ସମୁଦାୟ 28 ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । 2017 ମସିହାରେ କେନ୍ଦୁଝରର ଚମ୍ପୁଆରେ ଏହି ଦୁଷ୍କର୍ମ ଏବଂ ହତ୍ୟା ସଙ୍ଗଠିତ ହୋଇଥିଲା ।

Read More

ରଙ୍ଗାଚରଣ ପ୍ରଧାନ ନବୀନବାବୁ କହିଲେ ଯେ ତାଙ୍କ ଦଳ ବିଜେଡି ନାଗରିକତା ସଂଶୋଧନ ଆଇନ (ସି.ଏ.ଏ)କୁ ସମର୍ଥନ କରୁଛି କିନ୍ତୁ ଜାତୀୟ ନାଗରିକ ରେଜିଷ୍ଟର (ଏନ୍.ଆର୍.ସି)କୁ ବିରୋଧ କରୁଛି। ଏହା ମାନେ ହେଲା ତାଙ୍କ ଦଳ ପାର୍ଲିଆମେଣ୍ଟରେ ନାଗରିକତା ସଂଶୋଧନ ବିଲ୍ କୁ ସମର୍ଥନ କରିଥିଲେ ହେଁ ଓଡିଶାରେ ଏନ୍.ଆର୍.ସି କାର୍ଯ୍ୟକାରୀ କରାଇଦେବେ ନାହିଁ। ସେ ଆହୁରି କହିଛନ୍ତି ଯେ ସି.ଏ.ଏ ବିଦେଶୀଙ୍କ ପାଇଁ ଉଦ୍ଦିଷ୍ଟ ଓ ତାହାର ଭାରତୀୟ ନାଗରିକଙ୍କ ସହ କୌଣସି ସମ୍ପର୍କ ନାହିଁ। ଏଠାରେ ନବୀନବାବୁଙ୍କ ପାଇଁ ୫ଟି ପ୍ରଶ୍ନ। ୧. ଗୄହମନ୍ତ୍ରୀ ଅମିତ୍ ଶାହ ପାର୍ଲିଆମେଣ୍ଟରେ ଜୋର ଦେଇ କହିଛନ୍ତି ଯେ ପାକିସ୍ଥାନ, ବଙ୍ଗଳାଦେଶ ଓ ଆଫଗାନିସ୍ଥାନରୁ ଯେଉଁ ଅଣମୁସଲମାନ ବିନା କୌଣସି ଆଇନଗତ ଡକୁମେଣ୍ଟରେ ଭାରତ ଆସିଥିବେ ସେମାନଙ୍କୁ ଭାରତରେ ନାଗରିକତା ଦିଆଯିବ। ନବୀନବାବୁ ଓଡିଶାରେ ସିନା ଏନ୍.ଆର୍.ସି ଲାଗୁ କରିବେନି ମାତ୍ର ଭାରତରେ ନୂତନଭାବେ ନାଗରିକତା ପାଇବାକୁ ଯାଉଥିବା ଏହି ଲୋକମାନଙ୍କୁ ଓଡିଶାରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,19/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍ ନିମନ୍ତେ ଉଭୟ ଦଳର ଖେଳାଳି ଭୁବନେଶ୍ବରରେ ପହଞ୍ଚିଛନ୍ତି । କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଉଭୟ ଦଳ ପରସ୍ପରର ମୁକାବିଲା କରିବେ । ଉଭୟ ଦଳର ଖେଳାଳି ପହଞ୍ଚିବା ପରେ ବସ୍‌ ଜରିଆରେ ମେ ଫେୟାର ହୋଟେଲକୁ ନିଆଯାଇଥିଲା । ଉଭୟ ଦଳର ଖେଳାଳୀ ଓ ବିସିସିଆଇର ଅଫିସିଆଲଙ୍କ ପାଇଁ ମେ’ଫେୟାର ହୋଟେଲରେ ରୁମ୍‌ ନିଆଯାଇଛି । ବିସିସିଆଇ ପକ୍ଷରୁ .ସମୁଦାୟ 85ଟି ରୁମ୍‌ ବୁକ୍‌ କରାଯାଇଛି । ବିମାନବନ୍ଦରରେ ଓହ୍ଲାଇବା ପରେ ଖେଳାଳି ମାନେ ସିଧାସଳଖ ହୋଟେଲକୁ ଯାଇଥିଲେ ।

Read More

ନୂଆଦିଲ୍ଲୀ,19/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ନୂଆଦିଲ୍ଲୀରେ ଆନ୍ଦୋଳନ ପରେ ସରକାରଙ୍କ ପକ୍ଷରୁ ଟେଲିଫୋନ ସେବା ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ଟେଲିକମ୍‌ କମ୍ପାନୀକୁ ସରକାରଙ୍କ ପକ୍ଷରୁ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ କରିବାର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଅଞ୍ଚଳରେ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ଅଚଳ ହୋଇଯାଇଛି । ଲାଲକିଲ୍ଲା, ସୀଲମପୁରା ଏବଂ ବ୍ରିଜପୁରୀ ଅଞ୍ଚଳରେ ପ୍ରାରମ୍ଭିକ ଭାବରେ ଇଣ୍ଟରନେଟ ସେବା ଅଚଳ କରାଯାଇଛି । ଟେଲିକମ୍‌ କମ୍ପାନୀ ଏୟାର ଟେଲ ପକ୍ଷରୁ ଏନେଇ ଏକ ଟ୍ବିଟ୍‌ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ଡିଲିଟ୍‌ କରାଯାଇଥିଲା । ହିଂସା ଅଧିକ ଅଞ୍ଚଳକୁ ବ୍ୟାପିଲେ ଅନ୍ୟ ଅଞ୍ଚଳରେ ମଧ୍ୟ ସେବା ବନ୍ଦ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । (ଏଜେନ୍ସୀ)

Read More

ବେଙ୍ଗାଲୁରୁ, ୧୯/୧୨: ଐତିହାସିକ ତଥା ଲେଖକ ରାମଚନ୍ଦ୍ର ଗୁହାଙ୍କୁ ବେଙ୍ଗାଲୁରରେ ପୋଲିସ୍‌  ଅଟକ ରଖିଛି। ନାଗରି୍କତ୍ବ ସଂଶୋଧନ ଆଇନ୍‌ (ସିଏଏ) ବିରୋଧ ପ୍ରଦର୍ଶନ କରୁଥିବା ହେତୁ ପୋଲିସ୍‌ ତାଙ୍କୁ ଅଟକ ରଖିଥିବା ଜଣାଯାଇଛି। ଗୁହାଙ୍କ ବ୍ୟତୀତ ଅନ୍ୟ କିଛି ପ୍ରଦର୍ଶନକାରୀଙ୍କୁ ମଧ୍ୟ ପୋଲିସ୍‌ ଅଟକ ରଖିଥିବା ସୂଚନା ରହିଛି । ପୂରା ବେଙ୍ଗାଲୁରୁରରେ ୧୪୪ଧାରା ଲାଗୁ କରାଯାଇଛି । କର୍ଣ୍ଣାଟକ ସମେତ ବେଙ୍ଗାଲୁରୁରେ କିଛି ସଙ୍ଗଠନ ସିଏଏ ବିରୋଧରେ ରାଲି ବାହାର କରିଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଆଜି ବଡ଼ ଅଧିକାରୀମାନଙ୍କ ସହ ବେୈଠକ କରିବା ସହିତ ସୁରକ୍ଷା ବ୍ୟବସ୍ଥା ଉପରେ କଡା ନଜର ରଖିଛନ୍ତି। ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଏହି ଘଟଣାକୁ ନେଇ କହିଛନ୍ତି ଯେ, ଏପରି ପ୍ରଦର୍ଶନ ପଛରେ କଂଗ୍ରେସର ଶକ୍ତ ହାତ ରହିଛି। କେବଳ ବେଙ୍ଗାଲୁରୁ ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ନାଗରିକତା କାନୁନ୍‌କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ସେହିପରି ଉତ୍ତରପ୍ରଦେଶରେ ମଧ୍ୟ…

Read More