https://youtu.be/G1Z9wM0eeaE
Author: Samikhsya Bureau
କେନ୍ଦୁଝର,19/12: କେନ୍ଦୁଝରରେ ଜଣେ ବିଚରାଧୀନ ବନ୍ଦୀଙ୍କର ଆଜି ମୃତ୍ୟୁ ଘଟିଛି। ବନ୍ଦୀଜଣକର ନାମ ତୁରୀ ମୁଣ୍ଡା। ନାବାଳିକା ଦୁଷ୍କର୍ମ ମାମଲାରେ ସେ ଜେଲରେ ରହିଥିଲେ। ୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣି ତୁରୀ ମୁଣ୍ଡାଙ୍କର ଆଜି ହୃଦଘାତରେ ମୃତ୍ୟୁ ଘଟିଛି। କାରଣ ତୁରୀ ମୁଣ୍ଡା ମଧ୍ୟ ନାବାଳିକା ଦୁଷ୍କର୍ମ ମାମଲାରେ ଜେଲରେ ରହିଥିଲେ । ଗତକାଲି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣି ଡରିଯାଇଥିଲେ ତୁରୀ ମୁଣ୍ଡା। ସୁନୀଲ ନାଏକଙ୍କ ଭଳି ତାଙ୍କୁ ମଧ୍ୟ ଫାଶୀ ହେବ ଭାବି ଥିଲେ। ତେଣୁ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ଗତକାଲି ପୋକ୍ସୋ ଆଇନ ଆଧାରରେ ଆଜି କେନ୍ଦୁଝର ଏଡିଜେ କୋର୍ଟ ୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ୨୮ଜଣ ସାକ୍ଷୀଙ୍କ ବୟାନକୁ ବିଚାର କରି ଦୋଷୀ ସୁନିଲ ନାଏକକୁ…
ନୂଆଦିଲ୍ଲୀ, 20/12 : ଆସୋସିଏଟେଡ୍ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଅଫ ଇଣ୍ଡିଆ(ଆସୋଚାମ୍) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି । 5 ଟ୍ରିଲିୟନ୍ ଅର୍ଥନୀତି ହାସଲର ଲକ୍ଷ୍ୟ ସମ୍ଭବ ବୋଲି ମୋଦି କହିଛନ୍ତି । ବାଣିଜ୍ୟ ଜଗତରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଜିଏସ୍ଟି ନିୟମ ଆଣିଥିଲେ । ଏଥିରେ ସଂସ୍କାର ପାଇଁ ବିଭିନ୍ନ ସମୟରେ ଏଥିରେ ପରିବର୍ତ୍ତନ ମଧ୍ୟ କରାଯାଇଛି । ଜିଏସ୍ଟି ଲାଗୁ ସମୟରେ ଜନ ଆକ୍ରୋଶ ଦେଖା ଦେଇଥିଲେ ମଧ୍ୟ ଧୀରେ ଧୀରେ ଜନସାଧାରଣ ଏହାର ସୁଫଳ ପାଇବାକୁ ଯାଉଛନ୍ତି । ସେହିପରି 5 ଟ୍ରିଲିୟନ୍ ଅର୍ଥନୀତି ହାସଲରେ ସରକାର କାର୍ଯ୍ୟ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ସରକାର ଏହି ଲକ୍ଷ୍ୟ ହାସଲରେ ସକ୍ଷମ ହେବେ ବୋଲି ମୋଦି ପ୍ରକାଶ କରିଛନ୍ତି । ଭାରତରେ ସାମର୍ଥ୍ୟ ରହିଛି । ସେହି ସାମର୍ଥ୍ୟର ଭରସାରେ ଆଗକୁ ବଢ଼ିଲେ ଏହି ଲକ୍ଷ୍ୟ ହାସଲ ହୋଇପାରିବ…
ମୁମ୍ବାଇ, 19/12: ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ର ପାଇଁ କଙ୍ଗନା ବେଶ୍ ପରିଚିତ। ପୁଣି ଥରେ କଙ୍ଗନା ନିଜର ଆଗାମୀ ଫିଲ୍ମ ‘ପଙ୍ଗା’ରେ ଏକ ଅଲଗା ଅନ୍ଦାଜ୍ରେ ନଜର ଆସିବେ । କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦଲେ ଗୁରୁବାର ଦିନ ଏହି ଫିଲ୍ମର ପ୍ରଥମ ଲୁକ୍କୁ ସେୟାର କରିଛନ୍ତି। ‘ମଣି କର୍ଣ୍ଣିକା ଦ କ୍ବିନ୍ ଅଫ୍ ଝାଁସୀ’ ପରେ କଙ୍ଗନା ପୁଣିଥରେ ଏହି ଫିଲ୍ମରେ ଜଣେ ମା’ର ଚରିତ୍ର ନିଭାଇବାକୁ ଯାଉଛନ୍ତି। ଏହି ପୋଷ୍ଟରରେ କଙ୍ଗନା ପିଙ୍ଗ୍ ସୁଟ୍ ପିନ୍ଧି ଝରକା ବାହାରକୁ ଝାଙ୍କି ହୋଇଥିବାର ନଜର ଆସିଛନ୍ତି। ପଙ୍ଗାରେ କଙ୍ଗନାଙ୍କ ବ୍ୟତୀତ ଅଭିନେତ୍ରୀ ନୀନା ଗୁପ୍ତା, ଋଚା ଚଢା, ପଙ୍କଜ ତ୍ରିପାଠୀ ପ୍ରମୁଖ ମହୂତ୍ତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଅଶ୍ବିନୀ ଆୟର୍ ତିଓ୍ବାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମହିଳା କବାଡି ଖେଳାଳି ଓ ତାଙ୍କ ଦ୍ବାରା କରାଯାଇଥିବା ପରୀକ୍ଷଣ ଉପରେ ଆଧାରିତ। (ଏଜେନ୍ସି)
https://www.youtube.com/watch?v=TNMd67Eyy7w&feature=youtu.be
ନୂଆଦିଲ୍ଲୀ, 20/12 : ଉନ୍ନାଓ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲ୍ଦୀପ୍ ସିଂ ସେଙ୍ଗାର ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଜି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଜିଲ୍ଳା ଜଜ୍ ଧର୍ମେଶ ଶର୍ମା ସେନ୍ଗାରଙ୍କୁ ଦଣ୍ଡ ଘୋଷଣା କରିଛନ୍ତି । ଏହା ସହିତ ସେନେଗାର ପୀଡ଼ିତାଙ୍କ ପରିବାରକୁ 25ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପକ୍ଷରୁ ସେନ୍ଗାରଙ୍କୁ ସୋମବାର ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଆଇପିସିର ଧାରା 376 ଏବଂ ପୋକ୍ସୋ ନିୟମର ଧାରା 5ସି ଏବଂ 6 ଅନୁଯାୟୀ ସେନ୍ଗାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । 2017ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସେନ୍ଗାରଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 20/12 : ରଣଜୀ ଟ୍ରଫିରେ ଓଡିଶା ନିଜର ଭଲ ପ୍ରଦର୍ଶନ ଜାରି ରଖିଛି । କ୍ରମାଗତ ଦ୍ବିତୀୟ ମ୍ୟାଚ୍ରେ ଇନିଂସ ବିଜୟ ସହିତ ଓଡିଶା ପଏଣ୍ଟ ଟେବୁଲ୍ର ଶୀର୍ଷରେ ପହଞ୍ଚିଛି । ସର୍ଭିସେସ ବିପକ୍ଷ ଦ୍ବିତୀୟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ସର୍ଭିସେସ 271 ରନ୍ ସଂଗ୍ରହ କରିଥିବା ବେଳେ ଓଡିଶା 540 ରନ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ବସନ୍ତ ମହାନ୍ତି 69 ରନ୍ ବିନିମୟରେ 6 ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଓଡିଶା ପକ୍ଷରୁ ଦେବାଶିଷ ସାମନ୍ତରାୟ (195) ଏବଂ ବିପ୍ଲବ ସାମନ୍ତରାୟ(73) ରନ୍ ସଂଗ୍ରହ କରିବାରୁ ଓଡିଶା 540 ରନ୍ ସଂଗ୍ରହ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ପ୍ରଧାନ 57 ରନ୍ ସଂଗ୍ରହ କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ 28 ବଲ୍ରୁ 64 ରନ୍ ସଂଗ୍ରହ କରିଥିଲେ । ଦ୍ବିତୀୟ ଇନିଂସରେ ସର୍ଭିସେସ୍ର ବ୍ୟାଟିଂ ମଧ୍ୟ କ୍ଲିକ୍ କରିନଥିଲା…
ସମୀକ୍ଷା ବ୍ୟୁରୋ ସମ୍ବଲପୁର,20/12 : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସିର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ଦେଓଗଡ଼, ବଲାଙ୍ଗିର ଓ ଝାରସୁଗୁଡ଼ାର ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି । ସହକାରୀ ଯନ୍ତ୍ରୀଙ୍କ ଘୋଷାସ୍ଥିତ ବାସଭବନ, କୁଚିଣ୍ଡାସ୍ଥିତ ବାସଭବନ ଓ ଶ୍ୱଶୁର ଘରେ ଯାଞ୍ଚ ଚାଲିଥିବା ଜଣାଯାଇଛି । ସେହିପରି ଏନଏସି କାର୍ଯ୍ୟାଳୟରେ ବି ଚଢ଼ଉ ହେବ ବୋଲି ଜଣାଯାଇଛି ।
ଆଗ୍ରା, 20/12 : ଆଗ୍ରାରେ ଏକ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟି 15ଟି ଗାଇ ପ୍ରାଣ ହରାଇଛନ୍ତି । ସିଆଲଦାହରୁ ନୂଆଦିଲ୍ଲୀ ଯାଉଥିବା ଏହି ଟ୍ରେନ୍ଟି ବର୍ହାନ୍ ଷ୍ଟେସନ୍ ନିକଟରେ 15ଟି ଗାଇଙ୍କ ଉପରେ ଚଢି ଯାଇଥିଲା । ରାଜଧାନୀ ଏକ୍ସପ୍ରେସ୍ର ଏହି ଦୁର୍ଘଟଣା ଫଳରେ ଉକ୍ତ ରୁଟ୍ ଦେଇ ଅନେକ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା । 13ଟି ଯାତ୍ରିବାହୀ ଟ୍ରେନ୍ ସହିତ 2ଟି ମାଲବାହୀ ଟ୍ରେନ୍ର ଚଳାଚଳ କିଛି ସମୟ ବନ୍ଦ ରହିଥିଲା । ଏହା ସହିତ ବିଗତ 2 ମାସ ମଧ୍ୟରେ ଆଗ୍ରାରେ ଗାଇଙ୍କ ମୃତ୍ୟୁ ସଂଖ୍ୟା 72 ଛୁଇଁଛି । ଏହି ସୂଚନା ପରେ ଫିରୋଜାବାଦ ଜିଲ୍ଲାପାଳ ଚନ୍ଦ୍ର ବିଜୟ ସିଂଙ୍କ ଗାଇଙ୍କ ପାଇଁ ରହିଥିବା 41ଟି ଆଶ୍ରୟସ୍ଥଳକୁ 3000 ଗାଇଙ୍କୁ ସ୍ଥାନାନ୍ତର କରିଛନ୍ତି । (ଏଜେନ୍ସୀ)
ଆସାମ, 20/12: ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ଏହାକୁ ବିରୋଧ କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ସମେତ ପ୍ରଦର୍ଶନକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ବିହାରରେ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ଆସାମ ଜନସାଧାରଣଙ୍କୁ ରାଜ୍ୟରେ ଶାନ୍ତି ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଅପିଲ୍ କରିଛନ୍ତି। ରାଜ୍ୟବାସୀ ଶାନ୍ତି ବଜାୟ ରଖି ସମସ୍ତ ପ୍ରକାର ହିଂସାରୁ ନିବୃତ୍ତ ରୁହନ୍ତୁ ବୋଲି ନିବେଦନ କରିଛନ୍ତି । ମାଟିର ପୁଅ ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ। ଆମର ଭାଷା ଓ ପରିଚୟ ନେଇ କୌଣସି ବିପତ୍ତି ନାହିଁ ବୋଲି ସୋନୱାଲ କହିଛନ୍ତି। (ଏଜେନ୍ସି)
https://youtu.be/c_UyrUP4LY4
ମୁମ୍ବାଇ, 19/12: ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ଭାଇ ଅପାରଶକ୍ତି ଖୁରାନାଙ୍କୁ ଫିଲ୍ମଜଗତରେ ତାଙ୍କର ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରାଇବାରେ ଲାଗିପଡିଛନ୍ତି । ନିଜର ଦକ୍ଷ ଅଭିନୟ ଜରିଆରେ ବେଶ୍ ସଫଳତାର ପାହାଚ ଚଢିଛନ୍ତି ଆୟୁଷ୍ମାନ୍ । ସେପରି ତାଙ୍କ ଭାଇ ଅପାରଶକ୍ତି ମଧ୍ୟ ଆଗକୁ ବଢୁଛନ୍ତି । ଯେଉଁଠି ଆୟୁଷ୍ମାନ ନିଜର ଅଭିନୟ ପାଇଁ ଲୋକପ୍ରିୟ ହେବା ସହିତ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନ୍ୟାସନାଲ୍ ଫିଲ୍ମ ଆଓ୍ବାର୍ଡ ମଧ୍ୟ ଜିତିସାରିଛନ୍ତି । ସେଠାରେ ’ଦଙ୍ଗଲ’, ‘ସ୍ତ୍ରୀ’, ‘ଲୁକା-ଛପି’, ‘ହେପି ଫିର୍ ଭାଗ୍ ଜାଏଗୀ’ ଓ ନିକଟରେ ରିଲିଜ୍ ହୋଇଥିବା ‘ପତି ପତ୍ନୀ ଔର ଓ୍ବ’ରେ ଅପାରଶକ୍ତି ନିଜ ଅଭିନୟ ଦେଖାଇଛନ୍ତି । ଲୋକପ୍ରିୟ ଅଭିନେତା ଆୟୁଷ୍ମାନଙ୍କୁ କହିଛନ୍ତି ଯେ, ତାଙ୍କ ସାନ ଭାଇ ଫିଲ୍ମର ମୁଖ୍ୟ ଭୂମିକା ପାଇଁ ଯୋଗ୍ୟ ଅଟନ୍ତି । ତାଙ୍କୁ ମୁଖ୍ୟ ଭୂମିକା ମିଳିବା ଦରକାର । ଏକ ମିଡିଆ କାର୍ଯ୍ୟକ୍ରମରେ…
କଟକ, 19/12: ଆସନ୍ତା କାଲି କଟକର ବାରବାଟୀଠାରେ ହେବାକୁ ଥିବା ଭାରତ- ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ଶୃଙ୍ଖଳର ଅନ୍ତିମ ମ୍ୟାଚ୍ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ମାତାମଠ ଦେଇ ରିଂ ରୋଡରେ ଆସୁଥିବା ଗାଡିଗୁଡିକ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ। ହାଓଡା ମୋଟର ଛକ ଓ ମଣିସାହୁ ଛକ ପଟୁ ଆସୁଥିବା ଗାଡିଗୁଡିକ ରିଂ ରୋଡ୍ରେ ଯାଇ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିପାରିବେ। ଚହଟାଛକ ପଟୁ ଆସୁଥିବା ଗାଡିଗୁଡିକ କାର୍ତ୍ତିକେଶ୍ୱର ଗଡାରେ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିପାରିବେ। କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ନଗର ଛକ ପଟୁ ଆସୁଥିବା ଗାଡିଗୁଡିକ ଆନନ୍ଦଭବନ ପଡିଆରେ ପାର୍କିଂ କରିପାରିବେ। ଚଣ୍ଡୀ ଛକ ଓ କଳାବିକାଶ କେନ୍ଦ୍ର ପଟୁ ଆସୁଥିବା ଗାଡିଗୁଡିକ ଦୟାଶ୍ରମ ସାମ୍ନା ପଡିଆରେ ପାର୍କିଂ କରିବେ। ସେହିପରି ଓସିଏ ପାର୍କିଂ ପାସ୍ ପାଇଥିବା ବ୍ୟକ୍ତି ମଧୁସୂଦନ ଷ୍ଟାଚୁ କିମ୍ବା ନାରୀସେବା…
ମୁମ୍ବାଇ, 19/12 : ଆଜି ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ ୩’ର ଦବଙ୍ଗ ସିରିଜର ଏହା ତୃତୀୟ ସଂସ୍କରଣ ଅଟେ । ପ୍ରଭୁଦେବଙ୍କ ନିର୍ଦ୍ଦେଶିତ ତଥା ସଲମାନ୍ଙ୍କ ପ୍ରଯୋଜିତ ଏହି ଫିଲ୍ମଟିରେ ବଲିଉଡ୍ ଦବଙ୍ଗ ଖାନ୍ ସଲମାନ୍ ଖାନ୍, ସୋନାକ୍ଷୀ ସିହ୍ନା, ନବାଗତା ସାଇ ମଞ୍ଜେର୍କର୍, କିଚା ସୁଦୀପ୍ ପ୍ରମୁଖ ଅଭିନୟ କରିଛନ୍ତି । ପୂର୍ବରୁ ଦବଙ୍ଗର ଦୁଇଟି ଯାକ ସିରିଜ୍ ହିଟ୍ ସାବ୍ୟସ୍ତ ହୋଇଥିବାବେଳେ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ କ୍ରେଜ୍ ରହିଛି। ତେବେ ଫିଲ୍ମକୁ ଫିଲ୍ମ ସମୀକ୍ଷକମାନେ ଭଲ ରେଟିଂ ଦେଇଥିବାବେଳେ ଫ୍ୟାନ୍ମାନଙ୍କଠାରୁ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଦେଶରେ ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧରେ ସାଧାରଣ ଜନତାଠାରୁ ଆରମ୍ଭ କରି ବିରୋଧୀ ଦଳମାନେ ସମେସ୍ତ ସଡକ ଉପରକୁ ଓହ୍ଲାଇଛନ୍ତି। ରାଜଧାନୀ ଦିଲ୍ଲୀ ପରେ ଉତ୍ତରପ୍ରଦେଶର ଅନେକ ସହରରେ ମଧ୍ୟ ଏହି ହିଂସ୍ରକ ପ୍ରଦର୍ଶନ ଜାରି ରହିଛି। ସରକାରଙ୍କ ଦ୍ବାରା ଅଣାଯାଇଥିବା ଏହି ନୂତନ ଆଇନ୍ ସମ୍ବିଧାନ ବିରୋଧୀ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏହି ସମସ୍ତ ବିରୋଧ ମଧ୍ୟରେ ମୋଦି ସରକାର ଏବେ ଏହି କାନୁନ୍ ସମ୍ପର୍କରେ କିଛି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ପୂରା ସରକାର ଉପରେ ବିରୋଧୀଙ୍କ ଉପରେ ଏହି ଅଭିଯୋଗ କରିଛନ୍ତି ଯେ, ଆଇନକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଦ୍ବନ୍ଦ୍ବ ଉପୁଜାଇବା ସହିତ ସଂଖ୍ୟାଲଘୁଙ୍କ ମନରେ ଏହି ଆଇନ ନେଇ ବିଦ୍ରୋହ ସୃଷ୍ଟି କରୁଛନ୍ତି। ଏହି ସମସ୍ତ ଘଟଣାକ୍ରମ ମଧ୍ୟରେ ଉଠୁଥିବା ଅନେକଗୁଡ଼ିଏ ପ୍ରଶ୍ନର କିଛି ଉତ୍ତର ରଖିଛନ୍ତି ସରକାର।…
କେଦାର ମିଶ୍ର ଯେତେବେଳେ ଦେଶର ଅର୍ଥନୈତିକ ଅବସ୍ଥାକୁ ନେଇ ସରକାର ସବୁଠୁ ବେଶି ଚିନ୍ତା କରିବାର ଆବଶ୍ୟକତା ଥିଲା, ସେତେବେଳେ ପୂରା ଦେଶର ମୁଣ୍ଡରେ ଅର୍ଥନୀତିକୁ ବାହାର କରି ଧର୍ମକୁ ପୂରେଇ ଦିଆଗଲା। ଦେଶରେ ଅନୁପ୍ରବେଶକାରୀଙ୍କୁ ସବୁଠୁ ବଡ ସମସ୍ୟା ଭାବରେ ଉପସ୍ଥାପନ କରାଯିବା ଓ ଧର୍ମ ଆଧାରରେ ଅନୁପ୍ରବେଶକାରୀଙ୍କୁ ନାଗରିକର ସ୍ଵୀକୃତି ଦେବା ଲାଗି ମୋଦୀ ସରକାର ହଠାତ ତତ୍ପର ହୋଇ ଉଠିବାର କାରଣ ଅବଶ୍ୟ ଅତ୍ୟନ୍ତ ସ୍ପଷ୍ଟ। ଏହାକୁ ନେଇ ଦେଶର ସଙ୍ଖ୍ୟାଲଘୁଙ୍କ ମନରେ ଆଶଙ୍କା ସୃଷ୍ଟି ହେବ ଓ ଏହା ଦେଶର ଧର୍ମ ନିରପେକ୍ଷ ଆଦର୍ଶର ପରିପନ୍ଥୀ ବୋଲି ମୋଦୀ ସରକାର ଭଲ ଭାବରେ ଜାଣିଥିଲେ। ଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିବିଧ ପ୍ରତିକ୍ରିୟା ପ୍ରକାଶ ପାଇବ ବୋଲି ମଧ୍ୟ ସ୍ପଷ୍ଟ ଜଣାଥିଲା। ହୁଏତ ପ୍ରତିକ୍ରିୟା ଏତେ ବ୍ୟାପକ ବା ଉଗ୍ର ହେବା କଥା ସରକାର ଭାବି ନଥିବେ। ହେଲେ ଆରମ୍ଭରୁ ଏହାକୁ ନେଇ ଅସନ୍ତୋଷର…
ରାଞ୍ଚି, 20/12: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯାୟରେ ୧୬ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି । ମତଦାନ ଆଜି ପୂର୍ବାହ୍ନ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ଏହି ପର୍ଯ୍ୟାୟରେ ମତଦାନ ୨୩୭ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଞ୍ଚଳ ବୋଲି କୁହାଯାଉଛି । ଶେଷ ପର୍ଯ୍ୟାୟରେ ୪୦ ଲକ୍ଷ ୫ ହଜାର ୨୮୭ ମତଦାତା ନିଜର ମତାଧିକାର ପ୍ରୟୋଗ କରିବେ । ଆଜି ମତଦାନ ହେବାକୁ ଥିବା ୧୬ଟି ଆସନରୁ ୭ଟି ଆସନ ଅନୁସୂଚିତ ଜନତାତିଙ୍କ ସଂରକ୍ଷିତ ।୨୦୧୪ର ବିଧାନସଭା ନିର୍ବାଚନରେ ଜେଏମଏମ ୬ଟି ବିଜେପି ୫ଟି ଆସନରେ ବିଜୟୀ ହୋଇଥିଲା । ମତଦାନ କେନ୍ଦ୍ରଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି । ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଜିଲ୍ଲା ପ୍ରଶାସନ ତରଫରୁ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,19/12 : ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଦାବି କରିଛନ୍ତି । ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ମହାତ୍ମା ଗାନ୍ଧିଙ୍କ 150ତମ ଜୟନ୍ତୀ କମିଟିର ଦ୍ୱିତୀୟ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଦାବି କରିଛନ୍ତି । ଅହିଂସା ହିଁ ଶାନ୍ତି, ବିକାଶ ଓ ସାମ୍ୟତାର ମାର୍ଗ । ଅହିଂସା ହିଁ ସ୍ୱାଧୀନତା ସଂଗ୍ରାମକୁ ବିଶ୍ୱର ଅନ୍ୟ ସବୁ ସଂଗ୍ରାମଠୁ ନିଆରା କରିଛି । ତେଣୁ ବିକାଶ ଲାଗି ଗାନ୍ଧିଜୀଙ୍କ ଅହିଂସା ମାର୍ଗକୁ ହିଁ ଯୁବସମାଜ ଆପଣାଇବା ଉଚିତ୍ । ଯେପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ ସ୍ୱାଧୀନତାର ମୂଲ୍ୟ ଅର୍ଥହୀନ ବୋଲି ଗାନ୍ଧିଜୀ କହୁଥିଲେ । ବିନା ଅହିଂସାରେ ଦାରିଦ୍ର୍ୟ ଦୂର କରାଯାଇ ପାରିବ ନାହିଁ । ଜାତି, ଧର୍ମ ଓ ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଜୟରେ ହିଁ ପ୍ରଗତି ହାସଲ କରାଯାଇ ପାରିବ ବୋଲି ସେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,19/12 : ଭାରତୀୟ କଷ୍ଟ୍ ଆକାଉଣ୍ଟାଣ୍ଟ୍ ପ୍ରତିଷ୍ଠାନ (ଆଇସିଏଆଇ) ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟକର ନିୟମ ଉପରେ ଏକ ଦୁଇ ଦିନିଆ ଜାତୀୟ ସ୍ତରର ଆଲୋଚନାଚକ୍ର ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ଡିସେମ୍ବର 21 ଏବଂ 22 ତାରିଖରେ ଭୁବନେଶ୍ବରରେ ଏହି କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି । ଆୟକରରେ ରହିଥିବା ବିଭିନ୍ନ ସମସ୍ୟା ଏବଂ ସୁଯୋଗ ସମ୍ପର୍କରେ ଏକ ବିତର୍କ ଅନୁଷ୍ଠିତ ହେବ । ଗତବର୍ଷ ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିବା ଆଇସିଏଆଇର ଏହି ସମ୍ମିଳନୀରେ ଖର୍ଚ୍ଚକାଟ ଏବଂ ଖର୍ଚ୍ଚ ନିୟନ୍ତ୍ରଣ ଉପରେ ମଧ୍ୟ ଆଲୋଚନା କରାଯିବ । ରାଜ୍ୟର ସବୁ ପ୍ରାନ୍ତରୁ ଶତାଧିକ କଷ୍ଟ୍ ଆକାଉଣ୍ଟାଣ୍ଟ ପରୋକ୍ଷ ଟିକସ କମିଟି ପକ୍ଷରୁ ଏହି କର୍ମଶାଳାରେ ଯୋଗ ଦେବେ ବୋଲି ଜଣାପଡିଛି । ଆଇସିଏଆଇର ସମସ୍ତ ସଦସ୍ୟଙ୍କୁ ଯୋଗଦେବା ପାଇଁ ଆଇସିଏଆଇ ଭୁବନେଶ୍ବରର ଉପ ମୁଖ୍ୟ ଏସ୍ପି ପାଢୀ ଆମନ୍ତ୍ରଣ କରିଛନ୍ତି। ପାଢୀଙ୍କ ବ୍ୟତିତ…
Hyderabad: Agitators being detained after they protested against the Citizenship Amendment Act (CAA) 2019 and National Register of Citizens (NRC) despite being denied the permission by police to carry out any form of demonstrations, processions and rallies, in Hyderabad on Dec 19, 2019. (Photo: IANS)
West Indies players arrive at Biju Patnaik International Airport in Bhubaneswar

