Author: Samikhsya Bureau

କେଦାର ମିଶ୍ର ନାଗରିକ ଆଇନର ସଂଶୋଧନ ଓ ଏହାର ପରବର୍ତ୍ତୀ ଜାତୀୟ ନାଗରିକ ରେକର୍ଡ ପ୍ରସ୍ତୁତି ସମୟରେ ଉତ୍ତର ପୂର୍ବ ରାଜ୍ୟ ଗୁଡିକ ପରେ ଓଡିଶା ଏବଂ ପଶ୍ଚିମ ବଙ୍ଗ ଏହା ଦ୍ଵାରା ଅଧିକ ପ୍ରଭାବିତ ହେବେ। ଓଡିଶାର କେନ୍ଦ୍ରାପଡା ଜିଲାରେ ଆସାମ ପରି ଏକ ସ୍ଵତନ୍ତ୍ର ଜାତୀୟ ନାଗରିକ ରେକର୍ଡ ପ୍ରସ୍ତୁତ କରିବାର ପ୍ରକ୍ରିୟା ଅନେକ ଆଗରୁ ଚାଲିଛି। ଏ ସଙ୍କ୍ରାନ୍ତରେ ଉଚ୍ଚ ନ୍ୟାୟାଳୟର ଆମିକସ କୁରିଙ୍କ ପ୍ରସ୍ତାବ ମଧ୍ୟ ରହିଛି। ଏହି ପ୍ରସଙ୍ଗରେ ଆସାମ ଭଳି ପରିସ୍ଥିତି କେନ୍ଦ୍ରାପଡାରେ ସୃଷ୍ଟି ହୋଇଛି ବୋଲି ବିଜେପି ଓ ତାର ପ୍ରଭାବଶାଳୀ ପ୍ରଚାରତନ୍ତ୍ର କହି ବୁଲୁଛନ୍ତି। କେନ୍ଦ୍ରାପଡାରେ ଲକ୍ଷାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ଅଛନ୍ତି ଓ ସେମାନେ ଏଠୁ ବିଦା ହେବା ଦରକାର ବୋଲି ପ୍ରଚାର ଚାଲି ଆସୁଛି। ଯଦିଓ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦେଇଥିବା ତଥ୍ୟରେ ଏହା ମାତ୍ର ୨୦୦୦ ଭିତରେ ସୀମିତ ବୋଲି କୁହାଯାଉଛି, ହେଲେ ରାଜନୈତିକ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୨୦/୧୨: ଓଡିଶା ରାଜ୍ୟ ବିଜେପି ପକ୍ଷରୁ ସମସ୍ତ ଜିଲ୍ଲା ନିମନ୍ତେ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଆସନ୍ତା ୧୫ ଏବଂ ୧୬ ତାରିଖ ଦୁଇ ଦିନ ଧରି ନିର୍ବାଚନ ହେବା ପରେ ବିଜେପିର ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲ ଆନୁଷ୍ଠାନିକ ଭାବରେ ସମସ୍ତ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଜିଲ୍ଲା ସଭାପତିଙ୍କ ତାଲିକା: ୧-ଅନୁଗୁଳ: ଦିଲେଶ୍ବର ପ୍ରଧାନ ୨-ଢେଙ୍କାନାଳ : ନରେଶ ମହାପାତ୍ର ୩-କଟକ ନଗର : ଲଲାଟେନ୍ଦୁ ବଡୁ ୪-କଟକ ସଦର : ପ୍ରକାଶ ଚନ୍ଦ୍ର ବେହେରା ୫-ଜଗତସିଂହପୁର : ସତ୍ୟବ୍ରତ ମହାପାତ୍ର ୬-କେନ୍ଦ୍ରପଡା : କିଶୋର ପଣ୍ଡା ୭-ଯାଜପୁର : ଗୌତମ ରାୟ ୮-ଭଦ୍ରକ : ହେମନ୍ତ ପାଢୀ ୯-ବାଲେଶ୍ବର : ଉମାକାନ୍ତ ମହାପାତ୍ର ୧୦-ବାରିପଦା : କାନ୍ଦରା ସୋରେନ ୧୧-ରାଇରଙ୍ଗପୁର : ନବଚରଣ ମାଝୀ ୧୨-କେନ୍ଦୁଝର : ଅଂଶୁମାନ ସବୁଜ ମହନ୍ତ ବର୍ମା ୧୩-ସୁନ୍ଦରଗଡ(ବଣାଇ) : ଅନୀଲ ବର୍ମା ୧୪-ସୁନ୍ଦରଗଡ (ପାନପୋଷ)…

Read More

ବିଶାଖାପଟ୍ଟନମ,20/12 : ଆନ୍ଧ୍ରପ୍ରଦେଶ ପୁଲିସ ପାକିସ୍ତାନୀ ଗୁପ୍ତଚର ରାକେଟ୍‌ର ପର୍ଦ୍ଦାଫାଶ କରିଛି । ଏହି ଘଟଣାରେ ପୁଲିସ ଏବଂ ନୌସେନା ଗୁଇନ୍ଦା ଶାଖା ଭାରତୀୟ ନୌସେନାର 7 ଯବାନଙ୍କୁ ଗିରଫ କରିଛି । ଏହି ଯବାନ ମାନେ ପାକିସ୍ତାନ ପାଇଁ ଗୁଇନ୍ଦା କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶ ରାଜ୍ୟ ଗୁଇନ୍ଦା ଶାଖା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏବଂ ନୌସେନାର ଗୁଇନ୍ଦା ବିଭାଗ ସହିତ ମିଶି ଅପରେଶନ ‘ଡଲଫିନ୍ସ ନୋଜ’ ଆରମ୍ଭ କରିଥିଲା । ଏହି ଅପରେଶନ ସମୟରେ ପାକିସ୍ତାନୀ ଗୁଇନ୍ଦା ରାକେଟ୍‌ର ପର୍ଦ୍ଦାଫାଶ ହୋଇଥିବା ଜଣାପଡିଛି । ପ୍ରାଥମିକ ତଦନ୍ତ ପରେ ଭାରତୀୟ ନୌସେନାର 7 ଯବାନ ଏବଂ ଜଣେ ହୱାଲା ଅପରେଟରକୁ ଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,20/12 : ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳର ସାଙ୍ଗଠନିକ ନିର୍ବାଚନ ନେଇ ଘୋଷଣା କରାଯାଇଛି । ବିଜୁ ଜନତା ଦଳର ନିର୍ବାଚନ ଅଧିକାର ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନୀ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଚଳିତ ଡିସେମ୍ବର 27ରୁ ଫେବୃୟାରୀ 18 ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବ । 5ଟି ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଶ୍ରୀ ଦେବ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପଞ୍ଚାୟତ ଓ ୱାର୍ଡ ସ୍ତରରେ ଡିସେମ୍ବର 27ରୁ ଜାନୁୟାରୀ 13 ମଧ୍ୟରେ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ଗ୍ରାମ ପଞ୍ଚାୟତ ସଭାପତି, କମିଟି ସଭ୍ୟ ଓ ନଗରାଞ୍ଚଳ ଓ୍ବାର୍ଡ ସଭାପତି ଘୋଷଣା କରାଯିବ । ବ୍ଲକ ସ୍ତରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଜାନୁୟାରୀ 14ରୁ ଜାନୁୟାରୀ 29 ତାରିଖ ଯାଏଁ ଅନୁଷ୍ଠିତ ହେବ । ବ୍ଲକ୍ କମିଟି ସଭ୍ୟ,…

Read More

ନୂଆଦିଲ୍ଲୀ, 20/12 : ଉତ୍ତର ଭାରତରେ ଏକ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଦିଲ୍ଲୀର ଏନ୍‌ସିଆର ଅଞ୍ଚଳ ଏବଂ ଶ୍ରୀନଗରରେ ଏହି ଭୂକମ୍ପର ପ୍ରଭେବ ଅନୁଭୂତ ହୋଇଥିଲା । ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳାରେ ସୃଷ୍ଟ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.8 ରହିଥିଲା । ଅପରାହ୍ନ 5.10 ମିନିଟ୍‌ରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ହରିୟାଣା ଏବଂ ପଞ୍ଜାବର କିଛି ଅଂଶରେ ଅନୁଭୂତ ହୋଇଥିବା ଜଣାପଡିଛି । ଭୂକମ୍ପ ଫଳରେ ଲୋକମାନେ ଘର ବାହାରକୁ ପଳାଇ ଆସିଥିବା ବେଳେ କିଛି କ୍ଷୟକ୍ଷତି ରିପୋର୍ଟ କରାଯାଇନାହିଁ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ,20/12 : ନାଗରିକତ୍ବ ସଂଶୋଧନକୁ ନେଇ ଚାଲିଥିବା ଆନ୍ଦୋଳନ ପ୍ରଭାବରେ ଦେଶର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ଦେଖିବାକୁ ମିଳିଛି । ମେଘାଳୟର ଶିଲଂରେ ଏହି ଆନ୍ଦୋଳନ ଚାଲିଥିବା କାରଣରୁ ଦୀର୍ଘ 10 ଦିନ ହେବ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି । ଇଣ୍ଟରନେଟ୍‌ ଏବଂ ଫୋନ୍‌ ସେବା ବନ୍ଦ ରହିଥିଲେ ମଧ୍ୟ ଶୁକ୍ରବାର କର୍ଫ୍ୟୁ 16 ଘଣ୍ଟା ପାଇଁ ହ୍ରାସ କରାଯାଇଛି । ଶୁକ୍ରବାର ସକାଳ 6ଟା ପରଠାରୁ କର୍ଫ୍ୟୁ ହ୍ରାସ କରାଯାଇଛି । ଶିଲଂରେ ବର୍ତ୍ତମାନ ପରସ୍ଥିତି ଶାନ୍ତ ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସେହିପରି ପରସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ହେବା ପରେ ଇଣ୍ଟରନେଟ୍‌ ସେବା ଚାଲୁ କରାଯିବ ବୋଲି ଜଣାପଡିଛି । କର୍ଫ୍ୟୁ ହଟିବା ପରଠାରୁ ବିଭିନ୍ନ ଦୋକାନ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲାଯାଇଛି । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,20/12 : ଏକ ଅନ୍ତରାଜ୍ୟ ଏଟିଏମ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ପୁଲିସ୍‌ । ସେମାନଙ୍କଠାରୁ 1 ଲକ୍ଷ 47 ହଜାର ଟଙ୍କା ସମେତ ହ୍ୟାକିଂରେ ବ୍ୟବହୃତ ବହୁ ଉପକରଣ ଜବତ କରାଯାଇଛି । ସେଥିମଧ୍ୟରୁ ଦୁଇଟି ସ୍ଲଟ ମେସିନ , 30ଟି ଏଟିଏମ୍ କାର୍ଡ , 4ଟି ମୋବାଇଲ ଫୋନ , ଲାପ୍‌ଟପ୍‌ ସମେତ ଏକ କାର୍‌ ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ଗିରଫ କରିବା ପାଇଁ 4ଟି ଟିମ୍‌ ଗଠନ କରାଯାଇଥିବା ସମ୍ବଲପୁର ଏସ୍.ପି ସୂଚନା ଦେଇଛନ୍ତି ।

Read More