New Delhi: Models at the Blenders Pride Fashion Tour 2019 Preview, in New Delhi. (Photo: IANS)
Author: Samikhsya Bureau
Mumbai: Actor Angad Bedi and his actress wife Neha Dhupia at actor Sohail Khan’s birthday bash in Mumbai on Dec 20, 2019. (Photo: IANS)
New Delhi: Fashion designer Manish Malhotra and his muse Kiara Lal Advani at the Blenders Pride Fashion Tour 2019 Preview, in New Delhi. (Photo: IANS)
Mumbai: Actor Shah Rukh Khan with his son AbRam Khan at Dhirubhai Ambani School’s annual day celebrations in Mumbai on Dec 20, 2019. (Photo: IANS)
Mumbai: Actor Shabbir Ahluwalia and his wife Kanchi Kaul at actor Sohail Khan’s birthday bash in Mumbai on Dec 20, 2019. (Photo: IANS)
Mumbai: Actress Kriti Sanon at the Red Carpet of Nickelodeon Kids’ Choice Awards 2019 in Mumbai on Dec 20, 2019. (Photo: IANS)
Odisha Health Minister Naba Das in a school to test the quality of midday meal
ମୁମ୍ବାଇ, 21/12: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଶନିବାର ବିଧାନସଭାରେ କୃଷକଙ୍କ ଋଣଛାଡ ପାଇଁ ଘୋଷଣା କରିଛନ୍ତି। ଏଥିରେ ୨ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଋଣ ଛାଡ କରାଯିବ। ଏଥିପାଇଁ ସରକାର ସିଧାସଳଖ ବ୍ୟାଙ୍କରେ ଟଙ୍କା ଜମା କରିବେ। ଏଥିପାଇଁ ସରକାର ୩୦ ସେପ୍ଟେମ୍ବର ୨୦୧୯କୁ କଟ୍ଅଫ୍ ତାରିଖ ଧାର୍ଯ୍ୟ କରିଛନ୍ତି। ଆଜି ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏହି ବିଷୟରେ ଘୋଷଣା କରିଛନ୍ତି। ବିରୋଧୀଙ୍କ ତରଫରୁ ସମ୍ପୂୁର୍ଣ୍ଣ ରୂପେ ଋଣରାଶି ଛାଡ଼ କରିବାକୁ ଦାବି କରାଯାଇଛି । (ଏଜେନ୍ସି)
https://youtu.be/duqxoJRzrSY
ସମୀକ୍ଷା ବ୍ୟୁରୋ ବାଣପୁର, ୨୧/୧୨ : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟଠାରେ ଆମଓଡିଶା ଦ୍ବାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ୪୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଏହି ରକ୍ତଦାନ ଶିବିରରେ ପ୍ରାୟ ୪୧ଜଣ ରକ୍ତଦାନ କରିଥିବାବେଳେ ଏମାନଙ୍କ ମଧ୍ୟରେ ୨୦ଜଣ ଛାତ୍ରୀ ରହିଥିଲେ। ଏହି ରକ୍ତଦାନ ଶିବିରକୁ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶିବପ୍ରସାଦ ନାୟକ ଉଦ୍ଘାଟନ କରିଥିବାବେଳେ ରାଜନୀତି ବିଜ୍ଞାନର ମୁଖ୍ୟ ପ୍ରଫେସର ବନମାଳୀ ବେହେରା ପ୍ରଥମେ ରକ୍ତଦାନ କରିଥିଲେ। ଏହି ଶିବିରକୁ ପରିଚାଳନା କରିଥିଲେ ଆମ ଓଡ଼ିଶାର ଜିଲ୍ଲା ସଂଯୋଜକ ସଂଗ୍ରାମ କେଶରୀ ସମାନ୍ତରାୟ ଏବଂ ସମ୍ବାଦର ବାଣପୁର ପ୍ରତିନିଧି ସୁନୀଲ୍ କୁମାର ସୁବୁଦ୍ଧି ଓ ଚିିଲିକାର ସମ୍ବାଦ ପ୍ରତିନିଧି ପ୍ରଦୋଷ ଦାସ। ମହାବିଦ୍ୟାଳୟ ସ୍କାଉଟ୍ସ ଓ ଗାଇଡସ୍ର ରୋଭର୍ ଲିଡର ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମାତା ଓ ରେଞ୍ଜର ଲିଡର ଅଧ୍ୟାପିକା ନିହାରବାଳା ରାଉତ, ରେଡକ୍ରସର ଜିଲ୍ଲା ସଂଯୋଜକ ପ୍ରଫେସର ଲକ୍ଷ୍ମୀ ନାରାୟଣ…
https://youtu.be/gw8AHhrRujQ
ନେଟ ପ୍ରାକ୍ଟିସ୍ ପାଇଁ ବାରବାଟୀ ଷ୍ଟାଣ୍ଡିୟମ ଭିତରକୁ ପ୍ରବେଶ କରୁଛନ୍ତି ବିରାଟ ବାହିନୀ
ଜମ୍ମୁ, 21/12 : ଜମ୍ମୁରେ ଶନିବାର ଦିନ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ଦୁହେଁ ଏକତ୍ର ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରିବା ସହିତ ଦେଶରେ ଶାନ୍ତି ଓ ଭାଇଚାରା ରକ୍ଷା କରିବା ପାଇଁ ଅପିଲ୍ କରିଛନ୍ତି। ଏହି ଆଇନକୁ ସମର୍ଥନ କରି ସମର୍ଥକମାନେ କହିଛନ୍ତି ଯେ, ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ଦେଶରେ କିଛି ରାଜନୈତିକ ଦଳ ହିନ୍ଦୁ ଓ ମୁସଲମାନଙ୍କୁ ପରସ୍ପର ବିରୋଧରେ ଝଗଡା ପାଇଁ ଉସୁକାଉଛନ୍ତି। ନାଗରିକତା ସଂଶୋଧନ ଆଇନ ମୁସଲମାନ ବିରୋଧୀ ନୁହେଁ। ଏଥିରେ ବିଦେଶୀ ଯିବେ ହିନ୍ଦୁସ୍ତାନୀ ନୁହଁନ୍ତି। ଏପରି କିଛି ନାରା ଦେଇ କିଛି ହିନ୍ଦୁ ଓ ମସୁଲମାନ ସମ୍ପ୍ରଦାୟର ବ୍ୟକ୍ତିମାନେ ଏହି ଆଇନକୁ ସମର୍ଥନ କରି ଏକ ରାଲି କରିଛନ୍ତି। ଏହି ସମର୍ଥକମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିହଙ୍କୁ ନାଗରିକତା ସଂଶୋଧନ ବିଲ୍ ଆଣିବା ନେଇ ପ୍ରଶ୍ନ କରି କହିଛନ୍ତି ଯେ, ଯଦି ଆପଣ ଦେଶରେ ନାଗରିକତା ସଂଶୋଧନ ବିଲ୍…
ମୁମ୍ବାଇ, 21/12: ଅଭିନେତ୍ରୀ କୃତି ସାନୋନ୍ ଆଗାମୀ ଫିଲ୍ମ ‘ମିମି’ରେ ଜଣେ ସରୋଗେଟ୍ ମଦର୍ ଭୂମିକାରେ ନଜର ଆସିବେ। କୃତି କହିଛନ୍ତି ଯେ, ସେ ଏହି ଫିଲ୍ମର 40 ପ୍ରତିଶତ ଶୁଟିଂ ସାରିଲେଣି। ଫେବୃଆରୀରେ ଏହାର ଦ୍ବିତୀୟ ପର୍ଯ୍ୟାୟ ଶୁଟିଂ ପୂରା କରିବେ। ଗୃହପାଳିତ ପଶୁଙ୍କ ଦେଖାରକ୍ଷା ପାଇଁ କରାଯାଇଥିବା ଏକ ଇଭେଣ୍ଟରେ ଯୋଗଦେଇ କୃତି ଏକଥା କହିଛନ୍ତି। ‘ମିମି’ ଲକ୍ଷ୍ମଣ ଉଟେକର୍ଙ୍କ ଦ୍ବାରା ନିର୍ଦ୍ଦେଶିତ ତଥା ଦିନେଶ୍ ବିଜ୍ଞାନ ଦ୍ବାରା ନିର୍ମିତ ଏହି ଫିଲ୍ମଟି ଆଗାମୀ ବର୍ଷ ରିଲିଜ୍ ହେବାକୁ ଯାଉଛି। (ଏଜେନ୍ସି)
ହାଇଦ୍ରାବାଦ,21/12 : ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ଅପକମିଙ୍ଗ ଫିଲ୍ମ ସରେଲୀରୁ ନିକେଏଭରୁ ଆସନ୍ତା ଜାନୁୟାରୀ 10 ତାରିଖରେ ରିଲିଜ୍ ହୋଇଛି । ଫିଲ୍ମରେ ଜଣେ ସେନାଧିକାରୀ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ମହେଶ ବାବୁ । ଫିଲ୍ମରେ ମହେଶ ବାବୁଙ୍କ ସହିତ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ରହିଛନ୍ତି । ଅନୀଲ ରବିପୁଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ କାଶ୍ମୀର ଏବଂ ଇଟାଲୀରେ ହୋଇଛି । 2020 ସଙ୍କ୍ରାନ୍ତିରେ ରିଲିଜ୍ ନେଇ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଅଲ୍ଲୁ ଅର୍ଜୁନଙ୍କ ଆଲା ବୈକୁଣ୍ଠପୁରମଲୋ ପାଇଁ ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷିତ ହୋଇନଥିଲା । ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 17ରେ ରିଲିଜ୍ ହେବା ନେଇ ଘୋଷଣା କରାଯିବା ପରେ ମହେଶଙ୍କ ପକ୍ଷରୁ ଶନିବାର ଦିନ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ରଶ୍ମିକାଙ୍କ ବ୍ୟତିତ ନିଭେତା ପୃଥ୍ବୀରାଜ ଏବଂ ବିଜୟ ଶାନ୍ତି ଅନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ…
ହାଇଦ୍ରାବାଦ, 21/12 : ତେଲେଙ୍ଗାନା ହାଇକୋର୍ଟ ଭେଟେନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ 4 ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର ଘଟଣାରେ ପୁନଃ ସେହି ଅଭିଯୁକ୍ତଙ୍କ ଶବକୁ ବ୍ୟବଚ୍ଛେଦ କରିବା ପାଇଁ ଆଦେଶ ଦେଇଛନ୍ତି। ତେଲେଙ୍ଗାନା ହାଇକୋର୍ଟର ଶୁଣାଣି ପରେ ଗାନ୍ଧି ହସ୍ପିଟାଲ୍ରେ ରଖାଯାଇଥିବା ସଂରକ୍ଷିତ ଚାରି ଶବକୁ ପୁଣିଥରେ ବ୍ୟବଚ୍ଛେଦ କରିବା ପାଇଁ ଆଦେଶ ଦିଆଯାଇଛି। ଡିସେମ୍ବର 23 ତାରିଖ ସନ୍ଧ୍ୟା 5 ଘଟିକା ଭିତରେ ଏହି ଶବ ବ୍ୟବଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ତଘଟଣାର ଭିଡିଓ ରେକର୍ଡିଂ ମଧ୍ୟ କରିବା ପାଇଁ ମଧ୍ୟ କୁହାଯାଇଛି। ଏହାସହିତ ମିଳିଥିବା ପ୍ରମାଣକୁ ସିଲ୍ଡ କଭରରେ ସୁରକ୍ଷିତ ରଖାଯାଇଛି । ଶବ ବ୍ୟବଚ୍ଛେଦ ପରେ ଚାରି ଅଭିଯୁକ୍ତଙ୍କ ଶବକୁ ପୋଲିସ୍ ସାମ୍ନାରେ ସୁରକ୍ଷିତ ଭାବରେ ପରିଜନଙ୍କୁ ହସ୍ତାନ୍ତର କରାଯିବ ବୋଲି ହାଇକୋର୍ଟ ଆଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, 25 ବର୍ଷୀୟ ମହିଳା ପଶୁ ଚିକିତ୍ସିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ସମସ୍ତ…
https://youtu.be/U2H0OMfhuww
ନୂଆଦିଲ୍ଲୀ,21/12 : ପେସ୍ ବୋଲର ଯଶ୍ପ୍ରୀତ୍ ବୁମ୍ରାଙ୍କ ଫିଟନେସ୍ ଟେଷ୍ଟ ପ୍ରତ୍ୟାଖ୍ୟାନ କରିଥିବା କାରଣରୁ ଏନ୍ସିଏ ମୁଖ୍ୟ ରାହୁଲ ଦ୍ରାବିଡଙ୍କୁ ଟ୍ବିଟ୍ଟରରେ ସମାଲୋଚନା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନିୟମ ଅନୁସାରେ ଖେଳାଳି ଆହତ ହେଲେ ଜାତୀୟ କ୍ରିକେଟ ଏକାଡେମୀରେ ରହି ସୁସ୍ଥ ହୁଅନ୍ତି । ମାତ୍ର ବୁମ୍ରା ବ୍ୟକ୍ତିଗତ ଭାବରେ ଚିକିତ୍ସିତ ହୋଇଥିବାରୁ ଶୁକ୍ରବାର ପରୀକ୍ଷଣ ପାଇଁ ଏନ୍ସିଏ ପକ୍ଷରୁ ମନା କରି ଦିଆଯାଇଥିଲା । ବ୍ୟକ୍ତିଗତ ଭାବରେ ବୁମ୍ରାଙ୍କୁ ନିଜର ସ୍ବାସ୍ଥ୍ୟଗତ ସାର୍ଟିଫିକେଟ୍ ଆଣିବା ପାଇଁ ଏନ୍ସିଏ ମୁଖ୍ୟ ରାହୁଲ ଦ୍ରାବିଡ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଟ୍ବିଟ୍ଟରରେ ଦ୍ରାବିଡଙ୍କୁ କ୍ରୀଡାପ୍ରେମୀଙ୍କ ପକ୍ଷରୁ ସମାଲୋଚନା କରାଯାଇଥିଲା । ବିସିସିଆଇର ନିର୍ଦ୍ଦେଶରେ ବୁମ୍ରା ବିଶାଖାପଟ୍ଟନମ ଯାଇ ନେଟ୍ସରେ ବୋଲିଂ କରିଥିଲେ । ଏହାପରେ ବିସିସିଆଇ ପକ୍ଷରୁ ଏନ୍ସିଏ ନିକଟରୁ ସ୍ବାସ୍ଥ୍ୟଗତ ସାର୍ଟିଫିକେଟ୍ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବିସିସିଆଇ ସିଭାପତି ସୌରଭ ଗାଙ୍ଗୁଲି ଏହି ମାମଲାରେ ଦ୍ରାବିଡଙ୍କ ସହିତ…
ନୂଆଦିଲ୍ଲୀ,21/12 : କ୍ରିକେଟରରୁ ରାଜନେତା ବନିଥିବା ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଛି । ଦିଲ୍ଲୀର ସାଂସଦ ଗମ୍ଭୀରଙ୍କୁ ଧମକ ମିଳିବା ପରେ ସେ ଦିଲ୍ଲୀ ପୋଲିସକୁ ପତ୍ର ଲେଖିଛନ୍ତି । ଏକ ଅନ୍ତର୍ଜାତୀୟ ନମ୍ବରରୁ ଗମ୍ଭୀରଙ୍କୁ କଲ୍ ଆସିଥିବା ବେଳେ ତାଙ୍କୁ ଏବଂ ପରିବାର ସଦସ୍ୟଙ୍କୁ ହତ୍ୟାର ଧମକ ଦିଆଯାଇଥିଲା । ପରିବାରର ସୁରକ୍ଷା ପାଇଁ ଗମ୍ଭୀର ସୁରକ୍ଷା ବ୍ୟବସ୍ଥା ବଢାଇବା ପାଇଁ ପୂର୍ବ ଦିଲ୍ଲୀର ସାଂସଦ ରହିଥିବା ଗମ୍ଭୀର ସହଦ୍ରାର ଡିସିପିଙ୍କୁ ଏହି ପତ୍ର ଲେଖିଛନ୍ତି । ଏହା ସହିତ ଦିଲ୍ଲମୀ ପୋଲିସକୁ ଏକ ମାମଲା ରୁଜୁ କରି ତଦନ୍ତ କରିବା ପାଇଁ ଗମ୍ଭୀର ପତ୍ର ଜରିଆରେ ଅନୁରୋଧ କରିଛନ୍ତି । (ଏଜେନ୍ସୀ)
ମୁମ୍ବାଇଏ 19/12 : ଫିଲ୍ମ ନିର୍ମାତା ଲଭ ରଂଜନଙ୍କ ଆଗାମୀ ଫିଲ୍ମରେ ବଲିଉଡ୍ ଅଭିନେତା ରଣବୀର କପୁର୍ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର୍ ମୁଖ୍ୟ ଭୂମିକାରେ ନଜର ଆସିବେ । ଲଭ ରଂଜନ ଓ ଅଙ୍କୁର ଗର୍ଗ ନିଜ ବ୍ୟାନର୍ ଲଭ୍ ଫିଲ୍ମସ୍ ବ୍ୟାନ୍ରରେ ଏହି ଟାଇଟଲ୍ ବିହୀନ ଫିଲ୍ମର ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମଟି 2021ର ମାର୍ଚ୍ଚ 16 ରେ ରିଲିଜ୍ ହେବ । ଫିଲ୍ମ ବିଷୟରେ ଗର୍ଗ କହିଛନ୍ତି ଯେ, ‘ଆମେ ରଣବୀର୍ ଓ ଶ୍ରଦ୍ଧାଙ୍କ ଫ୍ରେଶ୍ ଯୋଡ଼ି ସହିତ ଲଭ୍ର ଫିଲ୍ମ ପାଇଁ ପ୍ରସ୍ତୁତ ଅଛୁ । ଆଶା କରୁଛୁ ଯେ, ଦର୍ଶକ ଏହି ଫିଲ୍ମକୁ ଯେବେ ଦେଖିବେ, ତେବେ ତାଙ୍କୁ ଏପରି ଅନୁଭବର ଅନୁଭୂତି ଦେବ । ଲଭ୍ ଫିଲ୍ମସ୍ ପୂର୍ବରୁ ‘ସୋନୁ କେ ଟିଟୁ କୀ ସ୍ବିଟି’ ଔର ‘ ଦେ ଦେ ପ୍ୟାର୍’ ଦେ ପରି ହିଟ୍ ଫିଲ୍ମ କରିସାରିଛନ୍ତି…
ମୁମ୍ବାଇ, 21/12: ନାଗରିକତ୍ବ ଆଇନକୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯିବା ସହିତ ହିଂସାକାଣ୍ଡ ଜାରି ରହିଛି। ରାଜଧାନୀ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସମେତ ଦେଶର ଅନ୍ୟ ସମସ୍ତ ରାଜ୍ୟରେ ମଧ୍ୟ ଏନେଇ ବେଶ୍ ବିରୋଧ ହେଉଛି। ଏନେଇ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି ଆଇନ ନିର୍ଦ୍ଦିଷ୍ଟ ଏକ ଧର୍ମକୁ ଟାର୍ଗେଟ୍ କରୁଥିବାର କହିଛନ୍ତି ପାଓ୍ବାର। ଦେଶରେ ରହିଥିବା ଅନ୍ୟ ସମସ୍ତ ଗମ୍ଭୀର ବିଷୟରୁ ଧ୍ୟାନ ହଟାଇବା ପାଇଁ ସିଏଏ ଓ ଏନ୍ଆରସିକୁ ଅଣାଯାଇଛି। ଏହା ମଧ୍ୟ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ୍ କରୁଛି। ନେପାଳ ଓ ଶ୍ରୀଲଙ୍କାର ଆସୁଥିବା ଲୋକଙ୍କ ପାଇଁ କିଛି ନାହିଁ, କିନ୍ତୁ ପାକିସ୍ତାନ ଓ ଆଫଗାନିସ୍ତାନରୁ ଆସୁଥିବା ଲୋକଙ୍କୁ ଟାର୍ଗେଟ କରାଯାଉଛି । ଏହି ବିରୋଧ କେବଳ ସଂଖ୍ୟାଲଘୁ ନୁହଁନ୍ତି, ସମାଜର ସବୁ ବର୍ଗ ସେଲିବ୍ରିଟିମାନେ ମଧ୍ୟ କରୁଛନ୍ତି। ସିଏଏର ପରିଣତି ସମ୍ପର୍କରେ ସେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

