ବେଙ୍ଗାଲୁରୁ,21/12 : ବେଙ୍ଗାଲୁରୁର ଜନୈକ ବିଜେପି ମନ୍ତ୍ରୀ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କର୍ଣ୍ଣାଟକର ବିଜେପି ମନ୍ତ୍ରୀ ସି ଟି ରବି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯେତେବେଳେ ଦେଶରେ ସଂଖ୍ୟାଗରିଷ୍ଠ ନିଜର ଧୈର୍ଯ୍ୟ ହରାଇଥାନ୍ତି ଦେଶରେ ଗୋଧ୍ରା ପରି ପରସ୍ଥିତି ସୃଷ୍ଟି ହୋଇଥାଏ । କଂଗ୍ରେସ ବିଧାୟକ ୟୁଟି ଖାଦେରଙ୍କ ମନ୍ତବ୍ୟର ଜବାବ ଦେବାକୁ ଯାଇ ରବି ଏହି ମନ୍ତବ୍ୟ ଦେଇଛନ୍ତି । କର୍ଣ୍ଣାଟକରେ ସିଏଏ ଲାଗୁ କରାଗଲେ ସଂଖ୍ୟାଲଘୁ ସମ୍ପ୍ରଦାୟ ଏହାର ଜବାବ ଦେବେ ବୋଲି ଖାଦେର କହିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏହି ଆଇନ ଲାଗୁ କଲେ କର୍ଣ୍ଣାଟକକୁ ଭସ୍ମ କରି ଦିଆଯିବ ବୋଲି ଖାଦେର ମତ ଦେଇଥିଲେ । ଏହାପରେ ରବି କହିଛନ୍ତି, ଏପରି ଲୋକ ମାନେ ଟ୍ରେନ୍ରେ ନିଆଁ ଲଗାଇ କରସେବକ ମାନଙ୍କୁ ହତ୍ୟା କରିବା ପରେ ହିଁ ଗୁଜରାଟ ଦଙ୍ଗା ଆରମ୍ଭ ହୋଇଥିଲା । କର୍ଣ୍ଣାଟକର ବିଭିନ୍ନ ପ୍ରାନ୍ତରେ…
Author: Samikhsya Bureau
ପ୍ରୟାଗରାଜ, 21/12: ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରୟାଗରାଜରେ ଗତ ଦୁଇ ଦିନ ଧରି ଚାଲିଥିବା ପ୍ରଦର୍ଶନରେ ଦଶହଜାରରୁ ଅଧିକ ପ୍ରଦର୍ଶନକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ସମସ୍ତଙ୍କ ବିରୁଦ୍ଧରେ ସହରର ଛଅଟି ପୋଲିସ୍ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ଦଶହଜାର ଅଜ୍ଞାତ ପ୍ରଦର୍ଶନକାରୀଙ୍କୁ ସହିତ ପାଖାପାଖି ଦେଢଶହ ଜଣାଶୁଣା ଲୋକଙ୍କ ନାମ ମଧ୍ୟ ସାମିଲ୍ ରହିଛି। ଏହି ପ୍ରଦର୍ଶନରେ ସାମିଲ୍ ରହିଥିବା ପ୍ରଦର୍ଶନକାରୀଙ୍କ ଚିହ୍ନଟ ଭିଡିଓ ଫୁଟେଜ୍, ମିଡିଆ ରିପୋର୍ଟସ୍ ଓ ସିସିଟିଭି ଭିଜୁଆଲର ଆଧାରରେ କରାଯାଇ ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ କରାଯିବ। ଏମିତିକି ନିୟମ ଭାଙ୍ଗି ସଡକ ଉପରେ କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି । ତେବେ ମାମଲା ରୁଜୁ ହେବା ପରେ ଆଜି ପ୍ରୟାଗରାଜରେ କିଛି ମାତ୍ରାରେ ଶାନ୍ତିର ପରିସ୍ଥିତି ରହିଥିବାବେଳେ କିଛି ହିଂସକ ପ୍ରଦର୍ଶନ ହୋଇନାହିଁ। ପୁଲିସ୍ ଓ ପ୍ରଶାସନର ସମସ୍ତ ବଡ଼ ବଡ଼ ଅଧିକାରୀମାନେ ଲଗାତାର…
ଲକ୍ଷ୍ନୌ,21/12 : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଜପେୟୀଙ୍କ ଜନ୍ମଜୟନ୍ତୀରେ ଆସନ୍ତା ଡିସେମ୍ବର 25 ତାରିଖରେ ଲକ୍ଷ୍ନୌରେ ମୋଦି ଏହି ପ୍ରତିମୂର୍ତ୍ତିର ଅନାବରଣ କରିବେ । ବାଜପେୟୀଙ୍କ ଜନ୍ମଜୟନ୍ତୀ ପାଇଁ ଲକ୍ଷ୍ନୌରେ ତିନି ଦିନିଆ ଉତ୍ସବ ପାଳନ ହେଉଛି । ଡିସେମ୍ବର 23 ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଲୋକ ଭବନରେ ପ୍ରତିମୂର୍ତ୍ତି ଅନାବରଣ କରିବେ । ଏହା ସହିତ ଅଟଳ ବିହାରୀ ବାଜପେୟୀ ମେଡିକାଲ ବିଶ୍ବବିଦ୍ୟାଳୟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି । (ଏଜେନ୍ସୀ)
ଦେବରଞ୍ଜନ କୌଣସି ବୃହତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ଜନଶୁଣାଣୀ ଏକ ମାତ୍ର ପ୍ରକ୍ରିୟା ଯେଉଁଠି ସ୍ଥାନୀୟ ଲୋକଙ୍କର ପ୍ରକଳ୍ପ ସମ୍ପର୍କରେ କିଛି ମତ ଦେବାର ସୁଯୋଗ ରହିଛି । ନଚେତ ସରକାର ଓ କମ୍ପାନୀ ମଧ୍ୟରେ ଚୁକ୍ତି ହେବା ପରେ କମ୍ପାନୀ ତା’ର କମ ଆରମ୍ଭ କରିଦେଇଥାନ୍ତା ଓ ଲୋକେ କିଛି କହିଲେ ତାହାକୁ ଆଇନ ଶୃଙ୍ଖଳାରେ ସମସ୍ୟା କହି ଲୋକଙ୍କୁ ଗିରଫ କରାଯାଇଥା’ନ୍ତା । ହେଲେ ଜଣାଶୁଣାଣୀ ପ୍ରକ୍ରିୟାଟି କ୍ରମଶଃ କେବଳ ମତାମତ ବା କନ୍ସଲଟେସନ ମଧ୍ୟରେ ସୀମିତ କରିଦିଆଗଲା । ଏହା ଅନୁମତି ବା କନସେଣ୍ଟ ତାଲିକାରେ ରହିଲା ନାହିଁ । ଫଳରେ ଲୋକେ ଯାହା ବି ମତ ଦିଅନ୍ତୁ ନା କାହିଁକି ପ୍ରଦ୍ଯୁଷଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ ଏହାକୁ କେବଳ ଏକ ପରମ୍ପରା ଭାବରେ ଧରିନେଇ ‘ଜନଶୁଣାଣୀ ସଫଳ ହେଲା ଓ ଏହା ପରେ ପରିବେଶ ଅନୁମତି ମିଳିବାରେ ଅସୁବିଧା ନାହିଁ’ ବୋଲି ପ୍ରାୟ…
ଲକ୍ଷ୍ନୌ, 21 /12: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଭାରତରେ ଉତ୍ତେଜନା ଲାଗି ରହିଛି । ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶରେ ହିଂସା ଉଗ୍ର ରୂପ ନେଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ହିଂସାକୁ ନେଇ ଏଯାଏଁ 11ଜଣଙ୍କର ମୃତ୍ୟୁ ଘଟିଛି। ମାତ୍ର ହିଂସା ଯୋଗୁଁ ସମସ୍ତଙ୍କର ମୃତ୍ୟୁ ଘଟିନାହିଁ ବୋଲି ପୋଲିସ କହିଛି। ରାଜ୍ୟ ସରକାର ପରିସ୍ଥିତି ବିଶୃଙ୍ଖଳା ଥିବାରୁ ଶନିବାର ସମସ୍ତ ସ୍କୁଲ-କଲେଜକୁ ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶରେ ଗୁରୁବାର ପରେ ଶୁକ୍ରବାର କିଛି ଜିଲ୍ଲାରେ ହିଂସା ଅଧିକ ଦେଖିବାକୁ ମିଳିଥିଲା। ପ୍ରଦର୍ଶନକାରୀଙ୍କ ମାତ୍ରା ଅଧିକ ହେବାରୁ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ପ୍ରଶାସନକୁ ଅନେକ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ ରଖିବାକୁ ପଡ଼ିଥିଲା। ଏଥିସହିତ ରାଜ୍ୟର ସମସ୍ତ ସ୍କୁଲ-କଲେଜକୁ ଶନିବାର ବନ୍ଦ ରଖିବା ପାଇଁ ଘୋଷଣା କରିବାକୁ ପଡ଼ିଥିଲା। ଉତ୍ତର ପ୍ରଦେଶରେ ଶନିବାର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି…
ସମୀକ୍ଷା ବ୍ୟୁରୋ ଆୟୁର୍ବେଦ ଜଡ଼ିବୁଟି ଚିକିତ୍ସା ପରମ୍ପରାକୁ ଗଂଜାମର ଅବଦାନ ଅତୁଳନୀୟ। ଏଇ ମାଟିରେ କବିରାଜ ଚିକିତ୍ସା ବେଶ୍ ସମୃଦ୍ଧ। ଦିନଥିଲା ଲୋକମାନେ କେବଳ ଆୟୁର୍ବେଦ ଚିକିତ୍ସା ପାଇଁ ଆସିକା, ବ୍ରହ୍ମପୁର, କବିସୂର୍ଯ୍ୟନଗର ଓ ଅବିଭକ୍ତ ଗଜପତିର କାଶୀନଗରକୁ ଚିହ୍ନୁଥିଲେ। ସେ ସମୟରେ ଘରେ ଘରେ ଆୟୁର୍ବେଦ ଚିକିତ୍ସା ହଁ ଥିଲା ସମସ୍ତଙ୍କ ପ୍ରିୟ। ଆୟୁର୍ବେଦର ଏନ୍ତୁଡି ଶାଳ ହେଉଛି ଗଞ୍ଜାମ ଜିଲ୍ଲା। ଆଜକୁ 10ରୁ 11 ବର୍ଷ ତଳେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ସ୍ଥାନୀୟ ସିଟି ହାଇସ୍କୁଲ ଖେଳପଡ଼ିଆଠାରେ ପ୍ରଥମ ବ୍ରହ୍ମପୁର କଳିଙ୍ଗ ହର୍ବାଲ୍ ମେଳାର ଆୟୋଜନ କରାଯାଇଥିଲା। ପ୍ରଥମ ତିନିବର୍ଷ ତିନିଦିନ ଧରି ଚାଲି ଆସୁଥିବା ଏହା ଲୋକଙ୍କ ପ୍ରିୟଭାଜନ ହେବା ପରେ ଏହାକୁ ପାଞ୍ଚଦିନକୁ ବଢ଼ାଇ ଦେବା ଔଷଧୀୟ ସଂସ୍ଥା ଭୁବନେଶ୍ୱର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଡ଼ିଏଫ୍ଓ ବ୍ରହ୍ମପୁର ଅଧ୍ୟକ୍ଷତାରେ ହେଉଥିବା ଏଇ ହର୍ବାଲ ମେଳାରେ ରାଜ୍ୟର କୋଣନୁକୋଣରେ ଜଡ଼ିବୁଟି ବୈଦ୍ୟମାନେ ଆସି ପସରା ମେଲାଇ ବସିବା…
(191219) — MOSCOW, Dec. 19, 2019 (Xinhua) — Police vehicles are seen on the site of a shooting in central Moscow, capital of Russia, on Dec. 19, 2019. An officer of the Federal Security Service (FSB) of Russia died in a shooting in the center of Moscow, TASS news agency reported Thursday, quoting the FSB. (Xinhua/Bai Xueqi)
Kolkata: BCCI President and former Indian cricket team captain Saurav Ganguly during a programme organised by My11Circle, a fantasy cricket platform, in Kolkata on Dec 20, 2019. (Photo: IANS)
(191219) — MONCHENGLADBACH, Dec. 19, 2019 (Xinhua) — Florian Neuhaus (Front) of Monchengladbach competes during a German Bundesliga match between Borussia Monchengladbach and SC Paderborn 07 in Monchengladbach, Germany, Dec. 18, 2019. (Photo by Ulrich Hufnagel/Xinhua)
(191220) — BETHLEHEM, Dec. 20, 2019 (Xinhua) — Wood figures for Nativity scenes are seen at a workshop in the West Bank city of Bethlehem, Dec. 19, 2019. (Photo by Mamoun Wazwaz/Xinhua)
(191219) — JERUSALEM, Dec. 19, 2019 (Xinhua) — The “Jerusalem Santa”, a Palestinian dressed up as Santa Claus, gestures outside his Santa’s House in the Jerusalem’s Old City on Dec. 19, 2019, as people around the world prepare to celebrate the festival. (Xinhua/Shang Hao)
Cuttack: Preparation underway ahead of the 3rd ODI match between India and West Indies at Barabati Stadium in Cuttack, Odisha on Dec 20, 2019. (Photo: Surjeet Yadav/IANS)
ରାୟପୁର, 21/12 : ଏନ୍ଆରସିକୁ ନେଇ ନିଜର ମତ ରଖିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରୂପେଶ ବାଘେଲ । ରାଜ୍ୟରେ ଏନ୍ଆରସି ଲାଗୁ ହେଲେ 50 ପ୍ରତିଶତ ଲୋକ ନାଗରିକତା ପ୍ରମାଶ କରିବାରେ ଅସମର୍ଥ ହେବେ ବୋଲି ବାଘେଲ ମତ ଦେଇଛନ୍ତି । ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ଏହି ମତ ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରୂପେଶ ବାଘେଲ ।ଛତିଶଗଡର ଅଧିକ ଜନତା ନିରକ୍ଷର ଏବଂ ଅନ୍ୟ ରାଜ୍ୟରେ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଏନ୍ଆରସି ଲାଗୁ ହେବା ଫଳରେ 50ରୁ 100 ବର୍ଷ ପୂରୂଣା ଦସ୍ତାବିଜ ସାଧାରଣ ଲୋକ କେଉଁଠାରୁ ଆଣିବେ ବୋଲି ବାଘେଲ ପ୍ରଶ୍ନ କରିଛନ୍ତି । 1906 ମସିହାରେ ଦକ୍ଷିଣ ଆଫ୍ରିକାରେ ବ୍ରିଟିଶ ସରକାରଙ୍କ ଭେଦଭାବ ନିୟମ ସହିତ ଏନ୍ଆରସି ସମାନ ବୋଲି ବାଘେଲ କହିଥିଲେ । ମହତ୍ମା ଗାନ୍ଧୀ ସେ ସମୟରେ ଭେଦଭାବକୁ ବିରୋଧ କରିଥିବା ବେଳେ ବର୍ତ୍ତମାନ ଦେଶବାସୀ ଏନ୍ଆରସିକୁ…
https://youtu.be/30DxKZJUI-s
ଗୌହାଟୀ, 21/12 : ନାଗରିକତ୍ବ ସଂଶୋଧନ ଆଇନ(ସିଏଏ)କୁ ନେଇ ଆସାମରେ ଘଟିଥିବା ହିଂସାକାଣ୍ଡର ଏସଆଇଟି ତଦନ୍ତ ହେବ । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏ ନେଇ ସ୍ବତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି) ଗଠନ କରିଛନ୍ତି । ଶନିବାର ସୋନଓ୍ବାଲ ଏସ୍ଆଇଟି ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ନାଗରିକତ୍ବ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ରାଜ୍ୟରେ ହିଂସାକାଣ୍ଡ ଘଟିଥିଲା । ଯେଉଁମାନେ ହିଂସାରେ ସାମିଲ ରହିଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ । ହିଂସାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୋନଓ୍ବାଲ ଦୃଢୋକ୍ତି ପ୍ରକାଶ କରିଛନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ରାଉରକେଲା,21/12 : ବ୍ୟାଙ୍କରୁ 40 ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ରାଉରକେଲା ସାଇବର ଥାନା ପୁଲିସ୍ 3 ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତଙ୍କ ନିକଟରୁ ପୁଲିସ୍ 2.80 ଲକ୍ଷ ଟଙ୍କା ଜବତ କରିଛି । 2018 ମସିହା ସେପ୍ଟେମ୍ବର 21 ତାରିଖରୁ ଅକ୍ଟୋବର 5 ତାରିଖ ମଧ୍ୟରେ ବନ୍ଧମୁଣ୍ଡା ଏବଂ ବୀରମିତ୍ରପୁରସ୍ଥିତ ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏହି ଦୁର୍ନୀତି ହୋଇଥିବା ଜଣାପଡ଼ିଛି । ରାଉରକେଲା ସାଇବର ଥାନାରେ ଏନେଇ ଅଭିଯୋଗ ହେବାପରେ ପୁଲିସ୍ ଶନିବାର ଦିନ ଏହି ତିନି ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି।
https://youtu.be/gYEwCiDU3S4
ସମୀକ୍ଷା ବ୍ୟୁରୋ କଳାହାଣ୍ଡି, ୨୧/୧୨: ଦେଶରେ ପ୍ରତ୍ୟେକ ଘରକୁ ବିଜୁଳି ପହଞ୍ଚାଇବାର ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ସୌଭାଗ୍ୟ ଯୋଜନା କଳାହାଣ୍ଡିରେ ଦିଗହରା ହୋଇଛି। ଦୀର୍ଘ ଦୁଇ ବର୍ଷ ହେବ ଟ୍ରାନ୍ସଫର୍ମର ବସାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଞ୍ଜୋଗ ହୋଇ ପାରିନାହିଁ। ଏପରି ଘଟଣା ଦେଖିବାକୁ ମିଳିଛି କର୍ଲାମୁଣ୍ଡା ବ୍ଲକର ଗଜବାହଲ ପଞ୍ଚାୟତର ଧଅଁରାଖମନ ଗ୍ରାମରେ। ଦୁଇବର୍ଷ ତଳୁ ଗାଁରେ ଟ୍ରାନ୍ସଫର୍ମର ବସାଯିବା ସହିତ ତାରଟଣା ସରିଥିଲେ ମଧ୍ୟ ଆଜିବି ଅନ୍ଧାରରେ ରହିଛି ଏହି ଗ୍ରାମ। ଗ୍ରାମରେ ଅଧିକାଂଶ ଲୋକ ଜନଜାତି ବର୍ଗର ରହିଥିବା ବେଳେ ସମୁଦାୟ ୮୧ ପରିବାର ବସବାସ କରୁଥିବା ବେଳେ ଗ୍ରାମର ଜନସଂଖ୍ୟା ପାଖାପାଖି ଚାରି ଶହ ରହିଛି। ଚାଷ ଉପରେ ଅଧିକାଂଶ ଲୋକ ନିର୍ଭରଶୀଳ ହୋଇଥିବା ବେଳେ ବିନା ବିଦ୍ୟୁତ୍ରେ ସାଧାରଣ ଲୋକ ବିଭିନ୍ନ ଅଭାବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୦୫-୦୬ ମସିହାରେ ଏକ ୧୦ କେଭି ଟ୍ରାନ୍ସଫର୍ମର ଜରିଆରେ ୪୫ଟି ପରିବାରକୁ ବିଦ୍ୟୁତ…
ସମୀକ୍ଷା ବ୍ୟୁରୋ କୁଜଙ୍ଗ,୨୧/୧୨: ଏରସମା ବ୍ଳକ ଅନ୍ତର୍ଗତ ଗଡକୁଜଙ୍ଗ ବଡ଼ଦାଣ୍ଡରେ ଶୁକ୍ରବାର ଦିନ ତମାମ ଜିନ୍ଦଳ ପ୍ରକଳ୍ପର ପରିବେଶ ଜନଶୁଣାଣୀ ସମୟରେ ଢିଙ୍କିଆ ଗ୍ରାମରେ ବିରୋଧୀଙ୍କ ଏକ ମେଳି ହୋଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତଥା ପାରାଦୀପ ଆଂଚଳିକ ପରିବେଶ ଅଧିକାରୀ ରମେଶ ଏକାଙ୍କ ଉପସ୍ଥିତିରେ ପରିବେଶ ଜନଶୁଣାଣୀ ହୋଇଛି। ପରିବେଶ ଶୁଣାଣୀ ସମୟରେ ପୂର୍ବତନ ସାଂସଦ ଡ଼ାକ୍ତର କୁଳମଣୀ ସାମଲ, ନିର୍ଭୟ ସାମନ୍ତରାୟ, ଅମୃତ ଦାସ, ସୁବାଷ ବେହେରା, ସଞ୍ଜୟ ମହାପାତ୍ର, ରଞ୍ଜନ ବର୍ଦ୍ଧନ ପ୍ରମୁଖ ଯୋଗ ଦେଇଥିଲେ। ଶିଳ୍ପ ବିନିମୟରେ ନିଯୁକ୍ତି, ପରିବେଶ ସନ୍ତୁଳନ, ପାରିପାର୍ଶିକ ଉନ୍ନୟନ ତଥା ଶିଳ୍ପ ପ୍ରତିଷ୍ଠାହେଲେ ମଧ୍ୟ ଯେପରି ଅଂଚଳର କୃଷି ଏହା ଦ୍ୱାର ପ୍ରଭାବିତ ନହୁ ଏ ସେନେଇ କମ୍ପାନୀ ତଥା ପ୍ରଶାସନ ସେଥିପାଇଁ ଉତ୍ତର ଦାୟୀ ରହିବା ନେଇ ଉପସ୍ଥିତ ସଦସ୍ୟ ମତବ୍ୟକ୍ତ କରିଥିଲେ। ଅପରପକ୍ଷରେ ଫୁଲଖାଇ ମନ୍ଦିର ପରିସର ମଧ୍ୟରେ ମୂରଲୀ ସାହୁଙ୍କ ଅଧ୍ୟକ୍ଷତାରେ ଢିଙ୍କିଆ…
ସମୀକ୍ଷା ବ୍ୟୁରୋ ଗଞ୍ଜାମ, 21/12 : ଗଞ୍ଜାମର ଆସିକାରେ ଝୁଲନ୍ତା ଅବସ୍ଥାରେ ଦୁଇ ପ୍ରେମୀ ଯୁଗଳଙ୍କ ଶବ ଉଦ୍ଧାର କରାଯାଇଛି । ଆସିକାର ଲାଲୁଘାଇ ଗ୍ରାମର ପୋଖରୀ ହୁଡାରେ ଦୁଇ ପ୍ରେମୀ ଯୁଗଳଙ୍କ ମୃତ ଦେହ ଝୁଲି ରହିଛି । ଉଭୟ ଯୁବକ ଯୁବତୀଙ୍କ ଘର କବିସୂର୍ଯ୍ୟନଗରର ସୁନାପଲ୍ଲୀ ଗ୍ରାମରେ । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ଜଣାପଡିଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସମୀକ୍ଷା ବ୍ୟୁରୋ ମୟୁରଭଞ୍ଜ,21/12 : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳରେ ଜଣେ 10 ବର୍ଷର ନାବାଳିକାକୁ ସମ୍ପର୍କୀୟ ଦାଦା ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ୍ ଅଭିଯୁକ୍ତ ଦାଦା ମିଲୁ ସିଂଙ୍କୁ ଗିରଫ କରିଛି । ଗତକାଲି ନାବାଳିକା ଜଣକ ଘର ବାହାରେ ଖେଳୁଥିବା ବେଳେ ସମ୍ପର୍କୀୟ ଦାଦା କୁକୁଡ଼ା ମାଗିଥିଲେ । ନାବାଳିକା ଜଣକ ଏକ କୁକୁଡ଼ା ଦେବା ବେଳେ ଯୁବକ ଜଣକ ତାଙ୍କୁ କାବୁ କରି ଅସଦାଚରଣ କରିବାକୁ ଲାଗିଲେ । ତେବେ ଏହି ସମୟରେ ନାବାଳିକାଙ୍କ ଘର ଲୋକ ବାହାରି ଆସିବାରୁ ଯୁବକ ଜଣକ ସେଠାରୁ ଫେରାର୍ ହୋଇଯାଇଥିଲେ । ନାବାଳିକାଙ୍କ ବୁଢ଼ିମା’ ଓ ଗାଁ ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

