ଉତ୍ତରଭାରତରେ ଶୀତଲହରୀ ଜାରି : ଶିକ୍ଷାନୁଷ୍ଠାନ ଛୁଟି

Published: Dec 26, 2019, 8:54 am IST

ନୂଆଦିଲ୍ଲୀ, 26/12: ସମଗ୍ର ଉତ୍ତର ଭାରତରେ ଶୀତଲହରୀ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆହୁରି ୨ ରୁ ୩ ଦିନ ଧରି ଥଣ୍ଡାର ପ୍ରକୋପ ରହିବ। କିଛି ସହରରେ ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଆଗାମୀ ଦିନରେ ମଧ୍ୟ କୁହୁଡ଼ିର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି।  ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ଉତ୍ତରପ୍ରଦେଶର ନୋଏଡା, ଗାଜିଆବାଦଓ କିଛି ସହର ଶୀତରେ ଥରୁଛି। ସାହାରାନପୁରରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହୋଇଛି। ତାପମାତ୍ରା ହ୍ରାସକୁ ଦୃଷ୍ଟିରେ ରଖି ଗୁରୁବାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି। କିନ୍ତୁ ଶିକ୍ଷକମାନଙ୍କୁ ଉପସ୍ଥିତ ରହିବା ପାଇଁ ନୋଟିସ ଜାରି କରାଯାଇଛି। ଆଲିଗଡ଼ରେ ପ୍ରଥମରୁ ଅଷ୍ଟମ ଯାଏଁ ସମସ୍ତ ସ୍କୁଲକୁ ଛୁଟି କରି ଦିଆଯାଇଛି । କିଛି ଜିଲ୍ଲାରେ ଡିସେମ୍ବର ୨୮ ଯାଏଁ ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି। ସେହିପରି କୁହୁଡ଼ି ଅଧିକ ରହିଥିବାର ଟ୍ରେନ୍‌ଗୁଡ଼ିକ ବିଳମ୍ବରେ ଚାଲୁଛି। (ଏଜେନ୍ସି)

Related posts