Categories
ଆଜିର ଖବର ଜାତୀୟ ଖବର

ଶୀତରେ ଥରୁଛି ଦିଲ୍ଲୀ, ତାପାମାତ୍ରା 2.4 ଡିଗ୍ରୀ

ନୂଆଦିଲ୍ଲୀ, 28/12 : ଡିସେମ୍ବର ମାସର ହାଡଭଙ୍ଗା ଶୀତରେ ସମଗ୍ର ଉତ୍ତର ଭାରତ ଥରୁଥିବା ବେଳେ ରାଜଧାନୀ ନୂଆଦିଲ୍ଲୀର ତାପମାତ୍ରା 2.4 ଡିଗ୍ରୀ ସେଲ୍‌ସିୟସ୍‌ ରହିଛି । ଶନିବାର ସକାଳ 6.10 ମିନିଟ୍‌ ସମୟରେ ଏହି ତାପମାତ୍ରା ରେକର୍ଡ କରାଯାଇଛି । 1997 ମସିହା ପରଠାରୁ ଏହା ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା । 1997ରେ ତାପମାତ୍ରା 4.6 ରହିଥିଲା । ସେହିପରି ବିଗତ 118 ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା କିଛି ଦିନ ମଧ୍ୟରେ ତାପମାତ୍ରାରେ ଆହୁରି ହ୍ରାସ ଘଟିବ । ଏହି ସମୟରେ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା 14.4 ଡିଗ୍ରୀ ରହିଛି ।

Categories
ଆଜିର ଖବର

ଉତ୍ତରଭାରତରେ ଶୀତଲହରୀ ଜାରି : ଶିକ୍ଷାନୁଷ୍ଠାନ ଛୁଟି

ନୂଆଦିଲ୍ଲୀ, 26/12: ସମଗ୍ର ଉତ୍ତର ଭାରତରେ ଶୀତଲହରୀ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆହୁରି ୨ ରୁ ୩ ଦିନ ଧରି ଥଣ୍ଡାର ପ୍ରକୋପ ରହିବ। କିଛି ସହରରେ ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଆଗାମୀ ଦିନରେ ମଧ୍ୟ କୁହୁଡ଼ିର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି।  ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସମେତ ଉତ୍ତରପ୍ରଦେଶର ନୋଏଡା, ଗାଜିଆବାଦଓ କିଛି ସହର ଶୀତରେ ଥରୁଛି। ସାହାରାନପୁରରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହୋଇଛି। ତାପମାତ୍ରା ହ୍ରାସକୁ ଦୃଷ୍ଟିରେ ରଖି ଗୁରୁବାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି। କିନ୍ତୁ ଶିକ୍ଷକମାନଙ୍କୁ ଉପସ୍ଥିତ ରହିବା ପାଇଁ ନୋଟିସ ଜାରି କରାଯାଇଛି। ଆଲିଗଡ଼ରେ ପ୍ରଥମରୁ ଅଷ୍ଟମ ଯାଏଁ ସମସ୍ତ ସ୍କୁଲକୁ ଛୁଟି କରି ଦିଆଯାଇଛି । କିଛି ଜିଲ୍ଲାରେ ଡିସେମ୍ବର ୨୮ ଯାଏଁ ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି। ସେହିପରି କୁହୁଡ଼ି ଅଧିକ ରହିଥିବାର ଟ୍ରେନ୍‌ଗୁଡ଼ିକ ବିଳମ୍ବରେ ଚାଲୁଛି। (ଏଜେନ୍ସି)