କୁଜଙ୍ଗ ବ୍ଲକ୍ ପଡ଼ିଆରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳିତ

Published: Dec 26, 2019, 7:38 pm IST

ସମୀକ୍ଷା ବ୍ୟୁରୋ
କୁଜଙ୍ଗ, ୨୬/୧୨: ସମଗ୍ର ରାଜ୍ୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ କୁଜଙ୍ଗ ବ୍ଲକ୍‌ ପଡିଆରେ ମଧ୍ୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂର୍ବତନ ସାଂସଦ କୁଳମଣି ସାମଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ସମ୍ବିତ ରାଉତରାୟ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟ ପ୍ରଗତି କରୁଛି ଏବଂ ଫାଇଭ-ଟି ଦ୍ବାରା ରାଜ୍ୟ ଆହୁରି ପ୍ରଗତି କରିବ ବୋଲି ପାରାଦୀପ ବିଧାୟକ ପ୍ରକାଶ କରିଥିଲେ।

ବ୍ଲକ୍‌ ସଭାପତି ନରେନ୍ଦ୍ର କୁମାର ପରିଡ଼ା ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ କୁଜଙ୍ଗ ବ୍ଳକ୍‌ ପ୍ରତିନିଧି ସୁଧଳ କୁମାର ସ୍ବାଇଁ, ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ଜେନା, ପାରାଦୀପ ମ୍ୟୁନିସିପାଲିଟି ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ପାରାଦୀପ ନଗର ସଭାପତି ସୁମନ୍ତ ବିଶ୍ବାଳ, କୁଜଙ୍ଗ ସରପଞ୍ଚ ଭାରତ ଭୁଷଣ ନାୟକ, ବ୍ଲକ୍ ଉପାଧ୍ୟକ୍ଷ ପୁଷ୍ପଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ଯୋଗ ଦେଇଥିବା ବେଳେ ବିଜେଡିର ଯୁବନେତା ଅରୂପା ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

 

Related posts