ଠାକ୍‌ରେ ବିରୋଧୀ ମନ୍ତବ୍ୟ ପଡିଲା ମହଙ୍ଗା : ଯୁବକଙ୍କୁ ଲଣ୍ଡା କଲେ ଶିବ ସେନା କର୍ମୀ

Published: Dec 24, 2019, 12:30 pm IST

ମୁମ୍ବାଇ, 24/12 : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡିଛି । ସୋସିଆଲ ମିଡିଆରେ ଠାକ୍‌ରେଙ୍କୁ ସମାଲୋଚନା କରିବାରୁ ଓ୍ବାଡାଲା ବାସିନ୍ଦା ହିରାମୟୀ ତିଓ୍ବାରୀଙ୍କୁ ଶିବସେନା କର୍ମୀ ମାଡ ମାରିବା ସହିତ ଲଣ୍ଡା କରି ଦେଇଛନ୍ତି । ଜାମିଆ ମାଲିଆ ହିଂସାକୁ ଉଦ୍ଧବ ଜାଲିଓ୍ବାନାଓ୍ବାଲାବାଗ କାଣ୍ଡ ସହିତ ତୁଳନା କରୁଥିବା ଏକ ଭିଡିଓକୁ ଟ୍ବିଟ୍ଟରରେ ପୋଷ୍ଟ କରିଥିଲେ ହିରାମୟୀ ତିଓ୍ବାରୀ । ଡିସେମ୍ବର 19ରେ ହିରାମୟୀ ତିଓ୍ବାରୀ ଏହି ଭିଡିଓ ପୋଷ୍ଟ କରିବା ପରେ ଶିବସେନା କର୍ମୀଙ୍କ ପକ୍ଷରୁ ଏହାର ଦୃଢ ବିରୋଧ କରାଯାଇଥିଲା । ସୋମବାର 30ରୁ ଅଧିକ ଶିବସେନା କର୍ମୀ ହିରାମୟୀଙ୍କୁ ନେଇ ମାଡ ମାରିବା ସହିତ ଲଣ୍ଡା କରି ଦେଇଥିଲେ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍‌ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହାପରେ ପୁନର୍ବାର ସୋସିଆଲ ମିଡିଆରେ ଅଭିଯୋଗ କରିଥିଲେ ହିରାମୟୀ ତିଓ୍ବାରୀ । ଉଲ୍ଲେଖଯୋଗ୍ୟ ଯେ, ଶିବସେନା ଲୋକସଭାରେ ସିଏବିକୁ ସମର୍ଥନ କରିଥିବା ବେଳେ ରାଜ୍ୟସଭାରେ ବିରୋଧ କରିଥିଲା । (ଏଜେନ୍ସୀ)

Related posts