Author: Samikhsya Bureau

ନୂଆଦିଲ୍ଲୀ,17/12 : ଛାତ୍ର ଆନ୍ଦୋଳନକୁ ନେଇ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଭିଯୋଗ କରିଛନ୍ତି । ନିଜର ରାଜନୈତିକ ଫାଇଦା ପାଇଁ ସୋନିଆ ଏପରି ନାଟକ କରୁଛନ୍ତି ବୋଲି ସୀତାରମଣ କହିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ସୋନିଆ ରାଜନୈତିକ ଫାଇଦା ପାଇଁ ଏହି ଆନ୍ଦୋଳନକୁ ବଢାଇବାର ଚେଷ୍ଟା କରୁଛନ୍ତି । ଏହି ଆଇନକୁ ବିରୋଧ କରୁଥିବା କଂଗ୍ରେସ ନେତା ମନେ ରଖିବା ଉଚିତ୍‌ ଏହି ବିଲ୍‌କୁ ସଂସଦର ଉଭୟ ଗୃହରେ ପାରିତ କରାଯାଇଛି ।(ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 17 ଡିସେମ୍ବର: ଆଜି ଅପରାହ୍ନ 5ଟା 45 ମିନିଟରେ ଲୋକସେବା ଭବନରେ ବସିବ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରାଜ୍ୟ କୃଷି ନୀତି 2019କୁ ମଂଜୁରୀ ମିଳିବାର ପ୍ରସ୍ତାବ ରହିଛି। ଏହି ବୈଠକରେ ଦଶଟି ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି ଜଣାପଡିଛି। ମୁଖ୍ୟତଃ ପୌର ନିର୍ବାଚନ ପାଖେଇ ଆସୁଥିବାର ସେ ସଂକ୍ରାନ୍ତ ଉପରେ କିଛି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିବେ। ଏଥିସହିତ ସତ୍ୟବାଦୀ ଓଡିଆ ବିଶ୍ବବିଦ୍ୟାଳୟର ମୁଖ୍ୟାଳୟ, ଲିଙ୍ଗରାଜ ମନ୍ଦିର ପାରିପାଶ୍ବିକ ଉନ୍ନତି ପାଇଁ ଉଚ୍ଛେଦ ପ୍ୟାକେଜ ପ୍ରସଂଗରେ ମଧ୍ୟ କ୍ୟାବିନେଟ ଅନୁମତି ନିଆଯିବ। ଏହି ବୈଠକରେ କୃଷି ବିଭାଗ ସହ ଉଚ୍ଚ ଶିକ୍ଷା ବିଭାଗ, ରାଜସ୍ବ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଶିଳ୍ପ ବିଭାଗ ସଂପର୍କିତ କେତେକ ପ୍ରସ୍ତାବ ଉପରେ ନିଷ୍ପତି ନିଆଯିବ।

Read More

ସମୀକ୍ଷା ବ୍ୟୁରୋ, କଳାହାଣ୍ଡି,17/12 : କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଥିବା ଆମ୍ୱପାଣି ଘାଟି ନିକଟରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇ ମୃତକ ହୀରା ଦିଶାରୀ ଓ ମଧୁ ମାଝୀ କୌଣସି କାମରେ ନବରଙ୍ଗପୁର ଯାଇଥିଲେ । ଗାଁରେ ଆମ୍ୱପାଣି ଘାଟି ନିକଟରେ ସେମାନଙ୍କ ବାଇକ୍‌ ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲା । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସେମାନଙ୍କ ଘର କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ପରଜାନାଗଫେଣୀ ବୋଲି ଜଣାପଡିଛି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

Read More

କେଦାର ମିଶ୍ର ଆସାମରେ ଏବେ ଇଣ୍ଟରନେଟ ସେବା ନାହିଁ, ତେଣୁ ସେଠିକାର ଖବର ସହଜରେ ଆସୁନାହିଁ। ଏପଟେ ଆଲିଗଡରେ ମଧ୍ୟ ଇଣ୍ଟରନେଟ କାଟି ଦିଆ ଯାଇଛି। ଦେଶର ସବୁ ବିଶ୍ଵ ବିଦ୍ୟାଳୟରେ ଅସନ୍ତୋଷର ନିଆଁ ଜଳୁଛି। ଜାମିଆ ମିଲିଆ ବିଶ୍ଵ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୋଲିସ ଜୁଲମର ପ୍ରତିବାଦରେ ଦେଶର ସବୁ ବିଶ୍ଵ ବିଦ୍ୟାଳୟ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ବମ୍ବେ ବିଶ୍ଵ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଭାଷାରେ- ଯଦି ଦିଲ୍ଲୀରେ ଛାତ୍ରଙ୍କ ଉପରେ ଆକ୍ରମଣ ହୁଏ ତାହେଲେ ମୁମ୍ବାଇ ର ଛାତ୍ରମାନେ ତାର ଜବାବ ଦେବେ। ଯଦି ମୁମ୍ବାଇ ଛାତ୍ରଙ୍କୁ ଚପାଇଦେବ, ତାହେଲେ ତାର ଉତ୍ତର କେରଳ କି କୋଲକତାର ଛାତ୍ର ଦେବେ“ । ସହଜ ଏବଂ ସ୍ଵାଭାବିକ ଭାବରେ ଆରମ୍ଭ ହୋଇଥିବା ଏହି ଛାତ୍ର ଅସନ୍ତୋଷକୁ ପ୍ରଥମେ ଦେଶଦ୍ରୋହୀ ବୋଲି କହିବାର ଚେଷ୍ଟା ବିଜେପି ତରଫରୁ କରାଯାଇଥିଲା। ପୂର୍ବରୁ ଜୱାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଯେମିତି ମିଛ ଭିଡିଓ ଦେଖାଇ…

Read More

ସମୀକ୍ଷା ବ୍ୟୁରୋ କଳାହାଣ୍ଡି, 16/14 : ରାଜ୍ୟରେ ଗଣଦୁଷ୍କର୍ମ ପରି ଘଟଣା ଥମିବାର ନାଁ ନେଉନାହିଁ। ପ୍ରତ୍ୟେକ ଦିନ ଏପରି ଘଟଣା ଆମ ନଜରକୁ ଆସୁଛି। ଆଜି ରାଜ୍ୟରେ ପୁଣି ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଏପରି ଏକ ଅଘଟଣ ଘଟିଛି। ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ନାଳ ଭିତରକୁ ଟେକି ନେଇ ତିନି ଜଣ ଯୁବକ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଗତ 12 ତାରିଖ ଦିନ ବିବାହିତା ମହିଳା ଟଙ୍କା ଉଠାଇବା ପାଇଁ ଏଟିଏମ୍‌କୁ ଯାଉଥିବାବେଳେ  ଜୁନାଗଡ଼ ଥାନା ଅନ୍ତର୍ଗତ ତଲମଲା ଗ୍ରାମର ତିନି ଯୁବକ ତାଙ୍କୁ ଟେକିନେଇ ଏପରି କାମ କରିଥିଲେ ବୋଲି ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସଦର ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଛନ୍ତି।   ଆଜିର ଦିନରେ ଠିକ୍‌…

Read More

ସମୀକ୍ଷା ବ୍ୟୁରୋ କଳାହାଣ୍ଡି, 16/12:ଓଡିଶା ସରକାରଙ୍କ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଜୁନାଗଡ ବ୍ଲକର ଗୋଲାମୁଣ୍ଡା, ଜୁନାଗଡ ଓ କୁରୁଗୁଡା ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଗୋଲାମୁଣ୍ଡାରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅପଗ୍ରେଡେସନ ପାଇଁ ଗ୍ରାମବାସୀ ଦାବି କରିଥିବା ବେଳେ ମନ୍ତ୍ରୀ ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ଜୁନାଗଡ ସହର ମଧ୍ୟରେ ଥିବା ସରକାରୀ ବାଳିକା ଆବାସିକ ଉଚ୍ଚ ବିଦ୍ୟାଳୟର  ଅନ୍ତେବାସୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହାକୁ ଶୁଣିବା ପରେ ସମସ୍ତ ଅସୁବିଧାକୁ କମ୍‌ ସମୟରେ ସମାଧାନ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ସାରକା। ସେହିପରି ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହେବା ପାଇଁ ଛାତ୍ରୀମାନଙ୍କୁ କହିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା। ମନ୍ତ୍ରୀ ସହ ଏହି ଗସ୍ତରେ କଳାହାଣ୍ଡି ବିଜୁ…

Read More

 ଭୁବନେଶ୍ୱର, 16/12: ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ନେଇ ହୃଦରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ୱତନ୍ତ୍ର ୱାର୍ଡ଼। ରାଜ୍ୟରେ ହୃଦରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ସେହି ଅନୁପାତରେ ଚିକିତ୍ସା ହୋଇପାରୁନାହିଁ। ତେଣୁ ଏହି ଦିଗରେ ଏକ ପଦକ୍ଷେପ ନେଇଛନ୍ତି ରାଜ୍ୟସରକାର।  ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ହୃଦରୋଗୀଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ୱାର୍ଡ଼ ଆଜି ଖୋଲାଯାଇଛି। ସ୍ୱତନ୍ତ୍ର ହୃଦରୋଗ ଚିକିତ୍ସା କେନ୍ଦ୍ର ନିର୍ଦ୍ଦେଶକ ଡାକ୍ତରର ପି.କେ ଦାସ ହୋଇଛନ୍ତି। ହୃଦରୋଗୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହି ୱାର୍ଡ଼ରେ ଦୈନିକ ୧୫ରୁ ୨୦ ହୃଦରୋଗୀଙ୍କ ଅପରେସନ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। (ଏଜେନ୍ସି)

Read More

ନୂଆଦିଲ୍ଲୀ, ୧୬/୧୨: ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଇଣ୍ଡିଆ ଗେଟ୍‌ ପାଖରେ ଧାରଣା ଦେଇଛନ୍ତି। ଏଥିସହ ଜାମିଆରେ ହୋଇଥିବା ହିଂସା ମାମଲାରେ ମଧ୍ୟ ପ୍ରିୟଙ୍କା ଓ ତାଙ୍କ ସମର୍ଥକଙ୍କ ସହ ଧାରଣା ଦେଇଥିବାର ଜଣାପଡ଼ିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା କହିଛନ୍ତି ଯେ, ଏହି ଦେଶ କୌଣସି ଅସାମାଜିକ ବ୍ୟକ୍ତିଙ୍କ ଅଧିନରେ ନାହିଁ। ଏହାର ବାତାବରଣକୁ ଖରାପ୍‌ କରିବାକୁ ଚେଷ୍ଟା କରନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। ସୂଚନାଯୋଗ୍ୟ, ଜାମିଆ ଛାତ୍ରଙ୍କ ପ୍ରଦର୍ଶନ ସମୟରେ କେତେକ ଛାତ୍ରୀ ଆହତ ହୋଇଥିଲେ। ଦିଲ୍ଲୀ ପୋଲିସ ସେମାନଙ୍କ ଉପରେ ଆକ୍ରମଣ କରିବା ସହ କ୍ୟାମ୍ପସରେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ପ୍ରିୟଙ୍କା ସହ ଏହି ଧାରଣାରେ କେସି ବେଣୁଗୋପାଳ, ପୂର୍ବ ରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନି, ଅହମ୍ମଦ ପଟେଲ୍‌ ଓ ଦଳର ଅନ୍ୟ ନେତାମାନେ ମଧ୍ୟ ଧାରଣାରେ ବସି ରହିଛନ୍ତି। ଏହି ସମୟରେ ତିନି…

Read More

ମୁମ୍ବାଇ, 16/12: ବଲିଉଡ୍‌ରେ ବରିଷ୍ଠ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ମାଇକ୍ରୋବ୍ଲଗିଂ ସାଇଟ୍‌ ‘ଟୁଇଟର୍‌’କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚଳିତ ବର୍ଷ ଅଗଷ୍ଟ ମାସରେ ଟୁଇଟରରୁ ଦୂରେଇ ଯାଇଥିଲେ। ଯଦି ସେ ନିର୍ଡରରେ କିଛି କହିପାରିବେ ନାହିଁ, ତେବେ ସେ ଆଉ କିଛି କହିବେ ନାହିଁ । କିନ୍ତୁ ଏବେ ଦେଶର ଅବସ୍ଥାକୁ ଦେଖି ପୁଣି ଥରେ ସେ ଟୁଇଟରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅନୁରାଗ ଟୁଇଟ୍‌ କରି କହିଛନ୍ତି ଯେ, ‘ଏବେ ବହୁତ ହୋଇଗଲା…. ଏବେ ଆଉ ଚୁପ୍‌ ହୋଇ ବସି ପାରିବି ନାହିଁ । ଏ ହେଉଛି ଫାଶୀବାଦ ସରକାର । ମୋତେ ବହୁତ ରାଗ ଲାଗୁଛି…. କାରଣ ଏଠି ଯିଏ ବଦଳାଇପାରିବେ ଅର୍ଥାତ୍‌ ଯେଉଁ ଲୋକମାନେ ବଦଳାଇ ପାରିବେ, ସେମାନେ ସମସ୍ତେ ଚୁପ୍‌ ଚାପ୍‌ ହୋଇ ବସିଛନ୍ତି । (ଏଜେନ୍ସି)

Read More

ଥିରୁଅନନ୍ତପୁରମ୍‌,16/12 : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି)କୁ ବିରୋଧ କରି ଜାତୀୟ ଚଳଚିତ୍ର ଉତ୍ସବ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ସୁଦାନୀ ଫ୍ରମ ନାଇଜେରିଆର ସମଗ୍ର ଅଭିନେତା । 66 ତମ ଜାତୀୟ ଚଳଚିତ୍ର ଉତ୍ସବରେ ଶ୍ରେଷ୍ଠ ମାଲାୟଲମ ଫିଲ୍ମ ଘୋଷିତ ହୋଇଥିବା ‘ସୁଦାନୀ ଫ୍ରମ୍‌ ନାଇଜେରିଆ’ର ନିର୍ଦ୍ଦେଶକ ଏହି ଘୋଷଣା କରିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି) ବିରୋଧରେ ପ୍ରତିବାଦ ସ୍ବରୂପ ପୁରସ୍କାର ପ୍ରଦାନ ଉତ୍ସବ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ଫିଲ୍ମର ନିର୍ଦ୍ଦେଶକ ଜାକରିୟା ମହମ୍ମଦ । ଫିଲ୍ମର କୌଣସି କଳାକାର, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଏହି ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି ।

Read More

ଝାଡଖଣ୍ଡ, 16/12: ଝାଡ଼ଖଣ୍ଡର ପାକୁଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏକ ନିର୍ବାଚନ ଜନସଭାକୁ ସମ୍ଭୋଧିତ କରି କହିଛନ୍ତି ଯେ ଚାରି ମାସ ଭିତରେ ନଭଶ୍ଚୁମ୍ବୀ ରାମ ମନ୍ଦିର ଅଯୋଧ୍ୟାରେ ହେବାକୁ ଯାଉଛି। ଅମିତ ଶାହ କହିଛନ୍ତି, ନିକଟରେ ସୁପ୍ରିମକୋର୍ଟ ଅଯୋଧ୍ୟା ରାୟ ଶୁଣାଇଛନ୍ତି । ଶହ ଶହ ବର୍ଷରୁ ସାରା ବିଶ୍ୱର ଭାରତୀୟଙ୍କ ଦାବି ଥିଲା ଯେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଦରକାର । ଏବେ ଭବ୍ୟ ରାମ ମନ୍ଦିର ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଚି। ଅମିତ ଶାହ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, “ବର୍ଷ ବର୍ଷ ଧରି ଯୁବକମାନେ ଲଢେଇ ଲଢିଥିଲେ କିନ୍ତୁ ଯେପର୍ଯ୍ୟନ୍ତ କଂଗ୍ରେସର ଶାସନ ଥିଲା ସେ ପର୍ଯ୍ୟନ୍ତ ଝଡଖଣ୍ଡର ରଚନା ହୋଇ ନଥିଲା। ଯେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଆସିଲା ଏହାପରେ ଝାଡଖଣ୍ଡର ନିର୍ମାଣ କରିଥିଲେ । ଅଟଳ ବିହାରୀ ବାଜପେୟୀ ଝାଡଖଣ୍ଡକୁ…

Read More

ନୂଆଦିଲ୍ଲୀ,16/12 : ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲ୍‌ଦୀପ୍‌ ସିଂ ସେଙ୍ଗାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ପକ୍ଷରୁ ସେନ୍‌ଗାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆଇପିସିର ଧାରା 376 ଏବଂ ପୋକ୍ସୋ ନିୟମର ଧାରା 5ସି ଏବଂ 6 ଅନୁଯାୟୀ ସେନ୍‌ଗାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । 2017ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସେନ୍‌ଗାରଙ୍କୁ ଗିରଫ କରାଯାଇଥିଲା । ଏହା ସହିତ ଶଶୀ ସିଂଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଶଶୀଙ୍କ ବିରୋଧରେ ପ୍ରମାଣ ନମିଳିବାରୁ ତାଙ୍କୁ ଖଲାସ କରାଯାଇଛି । ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଆସନ୍ତା ଗୁରୁବାର ଦିନ ସେନ୍‌ଗାରଙ୍କ ଦଣ୍ଡର ଘୋଷଣା କରାଯିବ । (ଏଜେନ୍ସୀ)

Read More

ଲକ୍ଷ୍ନୌ, 16/12: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜାମ ଖାନଙ୍କ ପୁଅ ଅବଦୁଲ୍ଲ ଆଜମଙ୍କ ବିଧାୟକ ପଦକୁ ଆଲହାବାଦ ହାଇକୋର୍ଟ ରଦ୍ଦ କରିଛନ୍ତି । ଅବଦୁଲ୍ଲା ଆଜମ ୟୁପିର ସ୍ୱାରା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ । 2017ରେ ନିର୍ବାଚନ ଲଢ଼ିବା ସମୟରେ ଅବଦୁଲାଙ୍କୁ 25 ବର୍ଷ ହୋଇ ନ ଥିବା ଅଭିଯୋଗ କରି ବିଏସ୍‌ପି ସଦସ୍ୟ ନଓ୍ବାବ୍‌ କାଜିମ୍‌ ଅଲ୍ଲୀଙ୍କ ପକ୍ଷରୁ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। ଅବଦୁଲା ମିଥ୍ୟ ତଥ୍ୟ ଏବଂ ପ୍ରମାଣପତ୍ର ଦେଇଥିବା ଅଭିଯୋଗ ହୋଇଥିଲା। କୋର୍ଟଙ୍କ ପକ୍ଷରୁ ମାମଲାର ଶୁଣାଣି କରାଯାଇ ସେପ୍ଟେମ୍ବର 27ରେ ରାୟକୁ ସଂରକ୍ଷିତ ରଖାଯାଇଥିଲା। ବିଚାରପତି ଏସ୍‌.ପି. କେଶରଓ୍ବାନୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ରାୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କାଜିମ ଅଲୀଙ୍କ ତରଫରୁ ଦାଖଲ ହୋଇଥିବା ଯାଚିକାରେ ଅବଦୁଲ୍ଲା ଆଜମଙ୍କ 10 ଶ୍ରେଣୀର ମାର୍କସିଟ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଦରେ ରୁଜୁ ଥିବା ଜନ୍ମତିଥିକୁ ଆଧାର କରାଯାଇଥିଲା ।…

Read More

ନୂଆଦିଲ୍ଲୀ,16/12: 48 ତମ ବିଜୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ସୁରକ୍ଷା ପାଇଁ 1971 ଯୁଦ୍ଧରେ ବୀରତ୍ବ ଓ ସାହସର ସହିତ ଲଢ଼ିଥିବା ସୈନିକମାନଙ୍କୁ ବିଜୟ ଦିବସ ଅବସରରେ ଆମେ ଶ୍ରଦ୍ଧା ସୁମନ ଅର୍ପଣ କରୁଛୁ ବୋଲି ମୋଦି ଟ୍ବିଟ୍‌ କରିଛନ୍ତି । ସେମାନଙ୍କ ବୀରତ୍ୱ ଓ ସେବା ପାଇଁ ପ୍ରତ୍ୟେକ ଭାରତୀୟ ବର୍ଗିତ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । 1971 ମସିହାର ଆଜିର ଦିନରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା ଏବଂ ବାଂଲାଦେଶର ସୃଷ୍ଟି ହୋଇଥିଲା ।

Read More

କଟକ, ୧୬/୧୨: ଡିସେମ୍ବର ୨୨ରେ ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ଭାରତ- ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ ନିମନ୍ତେ  କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଅଫଲାଇନରେ ଆଜି ଓ ଆସନ୍ତାକାଲି ଅନୁମୋଦିତ ସଂସ୍ଥା, ସ୍କୁଲ, କ୍ଲବକୁ ଟିକେଟ ବିକ୍ରି କରାଯିବ । ଆଜିଠୁ ଅଫଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଏସବୁ ପାଇଁ ୮,୯୪୬ଟି ଟିକେଟ ବିକ୍ରି ପାଇଁ ଧାର୍ଯ୍ୟ ରଖାଯାଇଛି । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଏହି ଟିକେଟ ବିକ୍ରି ଚାଲିବ । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ବାଣପୁର, ୧୬/୧୨: ବାଣପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ରଞ୍ଜିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଣପୁର ଥାନା ଭାରପ୍ରାପ୍ତ ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କ୍ରୀଡାବିତ୍ ତଥା ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ନିମେନ୍ତ ବାଣପୁର ମାଟିର ଗର୍ବ ଓ ଗୌରବ ବର୍ଣ୍ଣନା କରିବା ସହ ଜଣେ ଜଣେ ସଫଳ କ୍ରୀଡ଼ାବିତ ହୋଇ ବାଣପୁର ମାଟି ପାଇଁ ଗର୍ବ ଗୌରବ ବଢାଇବାକୁ ଆହ୍ବାନ ଦେଇଥିଲେ। ଏତଦ୍‌ବ୍ୟତୀତ ଉତ୍ତମ ଚରିତ୍ର ଗଠନ ସହିତ ଆଇନ୍‌ ଶୃଙ୍ଖଳା ପ୍ରତି ନିଜ ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ସଚେତନ ମଧ୍ୟ କରାଇଥିଲେ। ଏହି ଅବସରରେ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ସର୍ବେଶ୍ବର ଷଡଙ୍ଗୀ ମା’ ଭଗବତୀଙ୍କ ପୀଠରୁ ମଶାଲ୍‌ ପ୍ରଜ୍ଜ୍ବଳନ କରି କ୍ରୀଡ଼ାବିତ୍‌ମାନଙ୍କୁ…

Read More

ଭୁବନେଶ୍ବର କଳା ଗ୍ରାମରେ ମାଟିର ବିଭିନ୍ନ ବଡଦିନ ସାମଗ୍ରୀ ନିର୍ମାଣ କୌଶଳ ପ୍ରଶିକ୍ଷଣ ପରେ ଛାତ୍ରଛାତ୍ରୀ

Read More