Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କଳାହାଣ୍ଡିରେ ବିଫଳ ସୌଭାଗ୍ୟ ଯୋଜନା: ଦୁଇ ବର୍ଷ ପରେ ମଧ୍ୟ ହୋଇପାରିନି ବିଦ୍ୟୁତ୍‌ ସଂଯୋଗ
ଆଞ୍ଚଳିକ

କଳାହାଣ୍ଡିରେ ବିଫଳ ସୌଭାଗ୍ୟ ଯୋଜନା: ଦୁଇ ବର୍ଷ ପରେ ମଧ୍ୟ ହୋଇପାରିନି ବିଦ୍ୟୁତ୍‌ ସଂଯୋଗ

December 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
କଳାହାଣ୍ଡି, ୨୧/୧୨: ଦେଶରେ ପ୍ରତ୍ୟେକ ଘରକୁ ବିଜୁଳି ପହଞ୍ଚାଇବାର ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ସୌଭାଗ୍ୟ ଯୋଜନା କଳାହାଣ୍ଡିରେ ଦିଗହରା ହୋଇଛି। ଦୀର୍ଘ ଦୁଇ ବର୍ଷ ହେବ ଟ୍ରାନ୍ସଫର୍ମର ବସାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଞ୍ଜୋଗ ହୋଇ ପାରିନାହିଁ। ଏପରି ଘଟଣା ଦେଖିବାକୁ ମିଳିଛି କର୍ଲାମୁଣ୍ଡା ବ୍ଲକର ଗଜବାହଲ ପଞ୍ଚାୟତର ଧଅଁରାଖମନ ଗ୍ରାମରେ। ଦୁଇବର୍ଷ ତଳୁ ଗାଁରେ ଟ୍ରାନ୍ସଫର୍ମର ବସାଯିବା ସହିତ ତାରଟଣା ସରିଥିଲେ ମଧ୍ୟ ଆଜିବି ଅନ୍ଧାରରେ ରହିଛି ଏହି ଗ୍ରାମ। ଗ୍ରାମରେ ଅଧିକାଂଶ ଲୋକ ଜନଜାତି ବର୍ଗର ରହିଥିବା ବେଳେ ସମୁଦାୟ ୮୧ ପରିବାର ବସବାସ କରୁଥିବା ବେଳେ ଗ୍ରାମର ଜନସଂଖ୍ୟା ପାଖାପାଖି ଚାରି ଶହ ରହିଛି। ଚାଷ ଉପରେ ଅଧିକାଂଶ ଲୋକ ନିର୍ଭରଶୀଳ ହୋଇଥିବା ବେଳେ ବିନା ବିଦ୍ୟୁତ୍‌ରେ ସାଧାରଣ ଲୋକ ବିଭିନ୍ନ ଅଭାବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୦୫-୦୬ ମସିହାରେ ଏକ ୧୦ କେଭି ଟ୍ରାନ୍ସଫର୍ମର ଜରିଆରେ ୪୫ଟି ପରିବାରକୁ ବିଦ୍ୟୁତ ସଞ୍ଜୋଗ ଦିଆଯାଇଥିବା ବେଳେ ଲୋକ ଲୋ ଭୋଲ୍ଟେଜ୍‌ର ସମ୍ମୁଖୀନ ହୋଇଛନ୍ତି। ଏହି ଟ୍ରାନ୍ସଫର୍ମରଟି ଚାର୍ଜ ହୋଇଗଲେ ଗ୍ରାମରେ ରହିଥିବା ଲୋ ଭୋଲ୍ଟେଜ୍‌ ସମସ୍ୟା ଦୂର ହେବ। ଏ ନେଇ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଜଣାପଡିଛି। ଖୁବ୍‌ ଶୀଘ୍ର ଧଅଁରାଖମନ ଗ୍ରାମକୁ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ସାଧାରଣରେ ଦାବି ହୋଇଛି।

 

kalahandi
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

April 30, 2026

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026
Latest News

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026

ମଧୁମେହ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

May 4, 2026

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.