ଉତ୍ତର ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ : ଦୁଇ ମେଟ୍ରୋ ଷ୍ଟେସନ୍‌ ବନ୍ଦ

Published: Dec 18, 2019, 11:34 am IST

ନୂଆଦିଲ୍ଲୀ,18/12 : ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା କାଣ୍ଡ ଘଟିବାରୁ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଦିଲ୍ଲୀର ଦୁଇଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ ରଖାଯାଇଛି । ଜାଫ୍‌ରାବାଦ ଏବଂ ମୌଜପୁର-ବାବରପୁର ଷ୍ଟେସନ୍‌ ଦୁଇଟିକୁ ବନ୍ଦ ରଖାଯାଇଛି । ଏହି ଦୁଇ ଷ୍ଟେସନ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ମେଟ୍ରୋ ଚଳାଚଳ ସାଧାରଣ ରହିଛି । ମଙ୍ଗଳବାର ଉକ୍ତ ଦୁଇ ଅଞ୍ଚଳରେ ହିଂସାକାଣ୍ଡ ଘଟିବାରୁ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଉତ୍ତର ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ କାରଣରୁ 6ଟି ମାମଲା ରୁଜୁ କରାଯାଇଥିବା ବେଳେ 4 ଜଣଙ୍କୁ ଗିରଫ କରାଯାଇଛି । (ଏଜେନ୍ସୀ)

Related posts