Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ଏବେ ପଶ୍ଚାତ୍ତାପ କରୁଛି କି ବିଜୁ ଜନତା ଦଳ?
ବିଶେଷ ଖବର

ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ଏବେ ପଶ୍ଚାତ୍ତାପ କରୁଛି କି ବିଜୁ ଜନତା ଦଳ?

December 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସଂସଦରେ ବିଜେପିର ଯେଉଁ ସହଯୋଗୀ ଦଳଗୁଡିକ ନାଗରିକତା ସଂଶୋଧନ ବିଲ ସପକ୍ଷରେ ଭୋଟ ଦେଇଥିଲେ, ସେଥିରୁ ଅଧିକାଂଶ ଏବେ ନିଜ ନିଜର ମତ ବଦଳାଇବା ଆରମ୍ଭ କଲେଣି। ପ୍ରଥମେ ବିଜେପିର ଅନ୍ୟତମ ପୁରୁଣା ସହଯୋଗୀ ଶିରୋମଣି ଅକାଳୀ ଦଳ ଏହି ଆଇନରେ ନିର୍ୟାତିତ ମୁସଲମାନଙ୍କୁ ମଧ୍ୟ ନାଗରିକତାର ଅଧିକାର ଦିଆ ଯାଉ ବୋଲି ଦାବି କରିଛି। ଆସାମରେ ବିଜେପିର ସହଯୋଗୀ ରହିଥିବା ଆସାମ ଗଣ ପରିଷଦ ସଂସଦରେ ଏହି ବିଲକୁ ସମର୍ଥନ କରିବା ନିଜର ସବୁଠୁ ବଡ ଭୁଲ ଥିଲା ବୋଲି ସ୍ଵୀକାର କରିବା ସହିତ, ଏହି ଆଇନ ବିରୋଧରେ ଏବେ ସୁପ୍ରିମ କୋର୍ଟରେ ଯାଚିକା ଦାଖଲ କରିବ ବୋଲି କହିଛି। ନୀତିଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ଏହି ଆଇନକୁ ସମର୍ଥନ କରିଥିଲେ ମଧ୍ୟ ଏହାକୁ ନେଇ ଦଳ ଭିତରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଦଳର ଦୁଇ ବରିଷ୍ଠ ନେତା ପ୍ରଶାନ୍ତ କିଶୋର ଓ ପବନ କୁମାର ବର୍ମା ଏହି ଆଇନ ଅସାମ୍ବିଧାନିକ ବୋଲି ଖୋଲାଖୋଲି କହିଛନ୍ତି। ଏପରିକି ବିଜେପି ଏହି ପ୍ରସଙ୍ଗରେ ଏତେ ଅଧିକ ପ୍ରତିରୋଧ ହେବ ବୋଲି ଆଶା କରୁନଥିଲା ବୋଲି ଶୁଣାଯାଉଛି।

ଏହି ବିଲକୁ ଆଇନରେ ପରିଣତ କରାଇବାରେ ଓଡିଶାର ବିଜୁ ଜନତା ଦଳର ସମର୍ଥନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ନବୀନ ପଟ୍ଟନାୟକଙ୍କ ସମର୍ଥନ ଫଳରେ ଏହି ବିଲ ସହଜରେ ଆଇନରେ ପରିଣତ ହୋଇ ପାରିଲା ବୋଲି ଜାତୀୟ ସ୍ତରରେ ଏକ ବାର୍ତ୍ତା ପ୍ରଚାରିତ ହେଲା। ଏହା ବିଜେଡି ଓ ନବୀନ ପଟ୍ଟନାୟକଙ୍କର ଧର୍ମ ନିରପେକ୍ଷ ଭାବମୂର୍ତ୍ତିକୁ ପ୍ରଭାବିତ କରିଛି ବୋଲି ଦଳ ଏବେ ଅନୁଭବ କରୁଛି। ଜାତୀୟ ସ୍ତରରେ ବିଜେଡ଼ିକୁ ଏଠି ଲାଗି ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ରାଜ୍ୟରେ ବିଜେଡି ଏ ପ୍ରସଙ୍ଗରେ ବିତର୍କକୁ ଆଡେଇ ଯାଉଥିଲେ ମଧ୍ୟ, ଏହା ଦଳର ଭାବମୂର୍ତ୍ତିକୁ ଅସୁବିଧାରେ ପକାଇଛି। ଗତ ପାଞ୍ଚୋଟି ଯାକ ନିର୍ବାଚନରେ ରାଜ୍ୟର ସଂଖ୍ୟାଲଘୁ ଭୋଟର ନବୀନ ପଟ୍ଟନାୟକଙ୍କ ଉପରେ ଆଖି ବୁଜି ବିଶ୍ଵାସ ପୋଷଣ କରି ଆସିଛନ୍ତି। ଭଦ୍ରଖ, କେନ୍ଦ୍ରାପଡା, ସମ୍ବଲପୁର ଭଳି ଅଞ୍ଚଳରେ ମୁସଲମାନ ଭୋଟର ବିଜେଡି ପ୍ରତି ସବୁବେଳେ ଅନୁରକ୍ତ ରହି ଆସିଛନ୍ତି।

ନାଗରିକତା ସଂଶୋଧନ ଆଇନରେ ମୁସଲମାନଙ୍କ ପ୍ରତି ବାଛ ବିଚାର କରା ଯାଇଥିବାରୁ ଓ ଏହାକୁ ବିଜେଡି ସମର୍ଥନ କରିଥିବାରୁ ରାଜ୍ୟର ସଙ୍ଖ୍ୟାଲଘୁ ଭୋଟର ଆଶଙ୍କିତ ହୋଇ ପଡିଛନ୍ତି। ଏହି ଅଳ୍ପ ସଂଖ୍ୟକ ଭୋଟରଙ୍କୁ ସନ୍ତୁଷ୍ଟ କରିବା ଲାଗି ଏବେ ନବୀନ ବାବୁ ସେମାନଙ୍କର କେତେଜଣ ବରିଷ୍ଠ ନେତାଙ୍କୁ ଭେଟିଥିଲେ ଓ ରାଜ୍ୟରେ ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରାଇ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜାତୀୟ ନାଗରିକ ପଞ୍ଜୀକରଣ ତ ଦୂରର କଥା, ନୂଆ ଭାବେ ସଂଶୋଧିତ ନାଗରିକ ଆଇନରେ ସମ୍ବିଧାନ ପ୍ରଦତ୍ତ ସମାନତାର ଅଧିକାରକୁ କ୍ଷୁଣ୍ଣ କରାଯାଇଛି। ଧର୍ମକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏକ ଆଇନକୁ ବିଜେଡି ସମର୍ଥନ କରିବା କଥାଟିକୁ ଓଡିଶାର ସଂଖ୍ୟାଲଘୁ ସଂପ୍ରଦାୟ କେବଳ ନୁହନ୍ତି, ଗଣତନ୍ତ୍ର ଓ ଧର୍ମ ନିରପେକ୍ଷତାରେ ବିଶ୍ଵାସୀ ବିଜେଡ଼ିର ଏକ ବଡ ସମର୍ଥକ ଗୋଷ୍ଠୀ ବିଶ୍ଵା କରି ପାରୁନାହାନ୍ତି। ବିଜେପି ପ୍ରତି ବିଜେଡ଼ିର ଏହି ଅହେତୁକ ସମର୍ଥନ ବିଜେଡ଼ିର ବଡ କ୍ଷତି କରୁଛି ବୋଲି ଦଳ ଅନୁଭବ କରୁଛି।

ଏହି ଆଇନକୁ ଏବେ ସାରା ଦେଶରେ ଯେଉଁ ପ୍ରକାର ବିରୋଧ କରାଯାଉଛି, ସେମିତି ହେବ ବୋଲି ବିଜେଡି ନେତୃତ୍ଵ ଚିନ୍ତା କରି ନଥିଲେ। ପୂର୍ବରୁ ଅନେକ ଅପ୍ରିୟ ପଦକ୍ଷେପ ନେଇ ଲୋକମତକୁ ନିଜ ସପକ୍ଷରେ ରଖିବାକୁ ବିଜେପି ସମର୍ଥ ହେଉଥିଲା। ବିମୁଦ୍ରାକରଣ ଭଳି ଲୋକଙ୍କ ଜୀବନ ଓ ଜୀବିକାକୁ ଧ୍ଵଂସ କରି ପକାଇଥିବା ଏକ ପଦକ୍ଷେପକୁ ମଧ୍ୟ ଲୋକେ ବିରୋଧ କରି ନଥିଲେ। ତେବେ ନାଗରିକତା ସଂଶୋଧନ ଆଇନ ଆସିବା ଫଳରେ ସାରା ଦେଶରେ ଏହାକୁ ନେଇ ଜନମତ ପ୍ରବଳ ହେବା ଆରମ୍ଭ କରିଛି।

ଏହି ଆଇନ ବିରୋଧରେ ହେଉଥିବା ଆନ୍ଦୋଳନକୁ ଚପାଇଦେବାକୁ ବିଜେପି ସରକାରର ଆକ୍ରାମକ ବ୍ୟବହାର ବିଜେଡ଼ିକୁ ଅଡୁଆରେ ପକାଇଛି। ଏହି ଆଇନ ର ବିରୋଧ କରୁଥିବା ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭାଷା ବିଜେଡି ପାଇଁ ମୁଣ୍ଡବିନ୍ଧା ପାଲଟିଛି। ଓଡିଶାରେ ବିଜେଡି ଏ ପ୍ରକାର ରାଜନୀତି କେବେ ମଧ୍ୟ କରିନାହିଁ। ବିରୋଧୀ ରାଜନୀତିକୁ ରାଜ୍ୟ ବିରୋଧୀ ବୋଲି କହିବାର ଉଦାହରଣ ନବୀନଙ୍କ ପାଖରେ ନାହିଁ। ନବୀନଙ୍କ ରାଜନୀତିର ଠିକ ବିପରୀତ ରାଜନୀତି କରୁଥିବା ବିଜେପି ପ୍ରତି ଦଳର ସମର୍ଥନ ଏହାର ନେତା ଓ କ୍ୟାଡରଙ୍କୁ ମଧ୍ୟ ଅସୁବିଧାରେ ପକାଇଛି। ଛାତ୍ର ଓ ସାଧାରଣ ନାଗରିକଙ୍କ ଉପରେ ପୋଲିସ ଜୁଲମକୁ ବିଜେଡି ସମର୍ଥନ କରିବା ମଧ୍ୟ ସମ୍ଭବ ନୁହେଁ।

ଅମିତ ଶାହ ଅତ୍ୟନ୍ତ ଚତୁରତାର ସହ ବିଜେଡ଼ିର ସମର୍ଥନ ହାସଲ କରିବା ସହିତ, ଏହି ଦଳର ଏକ ବଡ ଭୋଟ ଆଧାରକୁ ଦୋହଲାଇ ଦେଇଛନ୍ତି। ସଂଖ୍ୟାଲଘୁ ଭୋଟ ପୂରା ମାତ୍ରାରେ ବିଜେଡି ପାଖକୁ ଆଗକୁ ଯେମିତି ନ ଯାଏ ସେ ବ୍ୟବସ୍ଥା ଅମିତ ଶାହ କରିଛନ୍ତି। ବିଜେଡି ଏକଥା ବୁଝି ମଧ୍ୟ ନ ବୁଝି ପାରିବାର ଛଳନା କରିବାକୁ ଏବେ ବାଧ୍ୟ।

BJD caa Modi naveen
Share. Facebook Twitter LinkedIn Email WhatsApp Copy Link

Related Posts

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026
Latest News

ପୁରା ଗାଁ ମିଶି ମାରିଦେଲେ : ଯୁବକଙ୍କୁ ପିଟିପିଟି ହତ୍ୟା

May 20, 2026

ବେଆଇନ ପଥର ଖଣିରେ ରେଡ

May 20, 2026

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଆଜି ମହାପ୍ରଭୁଙ୍କ ବନକଲାଗି

May 20, 2026

୫୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ କର୍ଣ୍ଣେଲ

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.