Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେସ୍‌ ବୋଲରଙ୍କ ସଫଳତା : ଛତିଶଗଡକୁ ଇନିଂସ ଓ 3 ରନ୍‌ରେ ପରାସ୍ତ କଲା ଓଡିଶା
ଆଜିର ଖବର

ପେସ୍‌ ବୋଲରଙ୍କ ସଫଳତା : ଛତିଶଗଡକୁ ଇନିଂସ ଓ 3 ରନ୍‌ରେ ପରାସ୍ତ କଲା ଓଡିଶା

December 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,11/12 : ପେସ୍‌ ବୋଲରଙ୍କ ସଫଳତା ବଳରେ ରଣଜୀ ଟ୍ରଫିର ପ୍ରଥମ ମୁକାବିଲାରେ ବିଜୟୀ ହୋଇଛି ଓଡିଶା । ଓଡିଶାର ପେସ୍‌ ବୋଲର ଛତିଶଗଡର ସମସ୍ତ 20 ଓ୍ବିକେଟ ଅକ୍ତିଆର କରିବାରୁ ଓଡିଶା ଏକ ଇନିଂସ ଏବଂ 3 ରନ୍‌ରେ ବିଜୟୀ ହୋଇଛି । ଛତିଶଗଡର ରାୟପୁରରେ ଖେଳାଯାଇଥିବା ଏହି ମୁକାବିଲାରେ ଓଡିଶା ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ରାଜେଶ ମହାନ୍ତି (47/6)ଙ୍କ ଘାତକ ବୋଲିଂ ଫଳରେ ଛତିଶଗଡ ମାତ୍ର 134 ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ବସନ୍ତ ମହାନ୍ତି 3ଟି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଅନ୍ୟ ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଓଡିଶା ସୁଜିତ ଲେଙ୍କାଙ୍କ(56) ରନ୍‌ ସହାୟତାରେ ଓଡିଶା 215 ରନ୍‌ ସଂଗ୍ରହ କରିଥିଲା । 81 ରନ୍‌ ପଛରେ ରହିଥିବା ଛତିଶଗଡ ଦ୍ବିତୀୟ ଇନିଂସରେ ମାତ୍ର 78 ରନ୍‌ରେ ଅଲ୍‌ଆଉଟ ହେବାରୁ ଓଡିଶା ଇନିଂସ ଏବଂ ତିନି ରନ୍‌ରେ ବିଜୟୀ ହୋଇଥିଲା । ଓଡିଶା ପକ୍ଷରୁ ରାଜେଶ ମହାନ୍ତି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ 4ଟି ଲେଖାଏଁ ଓ୍ବିକେଟ କରିଥିବା ବେଳେ ବସନ୍ତ ମହାନ୍ତି ଅନ୍ୟ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ । ସୁଜିତ ଲେଙ୍କାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ଇନିଂସ ବିଜୟ ପାଇଁ ବୋନସ ପଏଣ୍ଟ ସହିତ ଓଡିଶା 7 ପଏଣ୍ଟ ହାସଲ କରିଛି ।

chhatishgarh Odisha ranjitrophy
Share. Facebook Twitter LinkedIn Email WhatsApp Copy Link

Related Posts

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସିଂଗଲ ୱିଣ୍ଡୋ କ୍ଲିୟରଆନ୍ସ ଆଥୋରିଟି ବୈଠକରେ ୨୪ ପ୍ରସ୍ତାବକୁ ମଞ୍ଜୁରୀ

June 6, 2026
Latest News

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.