ସମୀକ୍ଷା ବ୍ୟୁରୋ ଶେରଗଡ଼,୦୨/୧୨: କରଞ୍ଜେଇ ପୀଠରେ ରବିବାର ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ `ମୋ ଗାଁ ମୋ ସାହିତ୍ୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜରେ ଜନାଦୃତ ପାଇଥିବା ହଳିଆ ଗୀତକୁ ପୁଣି ଉଜ୍ଜୀବିତ କରିବା, ଗ୍ରାମୀଣ ସାହିତ୍ୟର ବିକାଶ ଓ ପ୍ରାଚ଼ୀନ ସାହିତ୍ୟ ତଥା ପୁରାତନ ସଂସ୍କୃତି ଓ ସାହିତ୍ୟକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଏହି ପ୍ରୟାସ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା କବି ସୁଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତା କରିଥିବାବେଳେ ପ୍ରଫେସର ଅରବିନ୍ଦ ପଣ୍ଡା, ରଜନୀକାନ୍ତ ପାଢ଼ୀ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଚିନ୍ମୟ ରଞ୍ଜନ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ ଓ ସଂଯୋଜନା କରିଥିଲେ। ଏହି ଅବସରରେ ଏକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କବିତା ପାଠ ଉତ୍ସବରେ କୈଳାସ ନାଥ ସ୍ବାଇଁ, କପିଳ ଚନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ କୁମାର ତ୍ରିପାଠୀ…
Author: Samikhsya Bureau
ଭୁବନେଶ୍ବର, ୨/୧୨: ଆଜିଠାରୁ ନକ୍ସଲଙ୍କ ପିଏଲ୍ଜିଏ ସପ୍ତାହ ଆରମ୍ଭ ହେଉଛି। ଏହା ୮ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପାଳନ କରାଯିବ। ପିଏଲଜିଏ ସପ୍ତାହକୁ ଦୃଷ୍ଟିରେ ରଖି ନକ୍ସଲ ପ୍ରବଣ କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ,ପଟାଙ୍ଗି ନନ୍ଦପୁର ଓ ପଡ଼ୁଆ ଓ ଲମତପୁଟ ଭଳି ନକ୍ସଲ ପ୍ରବଣ ଅଞ୍ଚଳରେ ପୁଲିସ୍ ଓ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଜିଲ୍ଲାର ସମଗ୍ର ପ୍ରବେଶ ପଥରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୀମାନ୍ତ ଅଞ୍ଚଳରେ ବିଏସଫ, ସିଆର୍ପିଏଫ୍, ଏସ୍ଓଜି ପରି ସଶସ୍ତ୍ର ବାହିନୀକୁ ସଜାଗ ରଖା ଯାଇଛି । ପିଏଲଜିଏ ସପ୍ତାହକୁ ଆଖି ଆଗରେ ରଖି ନକ୍ସଲ ପ୍ରଭାବିତ ବିଭିନ୍ନ ରୁଟ୍ରେ ସରକାରୀ ବସ୍ ଚଳାଚଳ ବନ୍ଦ କରାଯାଇଛି । (ଏଜେନ୍ସି)
KULLU, DEC 1 (UNI):- Tourist enjoying fresh snow in Solang Valley at Manali in Kullu on Sunday. UNI PHOTO-26U
ମୁମ୍ବାଇ, ୧/୧୨: ଚଳିତ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଓ ତା’ ପରବର୍ତ୍ତୀ ଅବସ୍ଥା ରାଜନୈତିକ ମାହୋଲରେ ଏକ ରୋମାଞ୍ଚକର ପରିବେଶ ସୃଷ୍ଟି କରିଛି। ରାଜ୍ୟରେ ଉଦ୍ଧବ ସରକାର କ୍ଷମତା ହାତେଇଛନ୍ତି। ରବିବାର ଦିନ ସଦନରେ ଉଦ୍ଧବ ଠାକ୍ରେ ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନଭୀସ୍ଙ୍କ ପ୍ରଶଂସା କରିଛନ୍ତି। ଉଦ୍ଧବ କହିଛନ୍ତି ଯେ, ସେ ସର୍ବଦା ତାଙ୍କ ମିତ୍ର ହୋଇ ରହିବେ। କିନ୍ତୁ ଦେବେନ୍ଦ୍ର ଫଡନାବିସ ସରକାର କ୍ଷମତାଚ୍ୟୁତ ହେବା ପରେ ବିଜେପିରେ କନ୍ଦଳ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦିବଂଗତ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ସୋସିଆଲ୍ ମିଡ଼ିଆ ଅର୍ଥାତ୍ ଫେସ୍ବୁକ୍ରେ ଜରିଆରେ ନିଜର ଶକ୍ତି ପ୍ରଦର୍ଶନ କରିବା ନିମେନ୍ତ ସଂକେତ ଦେଇଛନ୍ତି। ପଙ୍କଜା ମୁଣ୍ଡେ ତାଙ୍କ ପିତା ଗୋପିନାଥ ମୁଣ୍ଡେଙ୍କ ଜନ୍ମଦିବସ ଅବସରରେ ୧୨ ଡିସେମ୍ବରକୁ ସମର୍ଥକଙ୍କ ବୈଠକ ଡାକିଛନ୍ତି। ସେ କହିଛନ୍ତି ଯେ ଆଗାମୀ ୮-୧୦ ଦିନ ମଧ୍ୟରେ ସେ…
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ, ୧/୧୨: ପିଆଜ ଅଭାବ ଯୋଗୁଁ ଏହାର ଦର ଆକାଶଛୁଆଁ ପାଲଟିଛି । ରାଜ୍ୟରେ ପିଆଜ କିଲୋ ପିଛା ୧୦୦ ଟଙ୍କାରେ ମିଳୁଛି । ଦେଶରେ ପିଆଜ ଅଭାବ ତଥା ବର୍ଦ୍ଧିତ ଦରର ମୁକାବିଲା କରିବା ପାଇଁ ଏବେ ଉପଭୋକ୍ତା ମନ୍ତ୍ରାଳୟ ସରକାରୀ କମ୍ପାନୀ ଏମଏମଟିସିକୁ ୧୧୦୦୦ ମେଟ୍ରିକ୍ ଟନ୍ ପିଆଜ ଆମଦାନୀ ପାଇଁ ନିର୍ଦ୍ଦେଶ ଦେଇଛି । ତୁର୍କୀରୁ ୧୧ ହଜାର ଟନ୍ ପିଆଜ ଆଣିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଭାରତରେ ପିଆଜ ଚାହିଦା ଦୂର କରିବା ପାଇଁ ଇଜିପ୍ଟରୁ ୬,୦୯୦ ଟନ୍ ପିଆଜ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଥିଲା। ଗତ ମାସରେ କେନ୍ଦ୍ର କ୍ୟାବିନେଟ ଦେଶରେ ବଢ଼ୁଥିବା ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଥିଲା। ଘରୋଇ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ କେନ୍ଦ୍ର ସରକାର ୧.୨ ଲକ୍ଷ ଟନ୍ ପିଆଜ ବିଭିନ୍ନ ରାଷ୍ଟ୍ରରୁ ଆମଦାନୀ କରିବାକୁ ମଞ୍ଜୁରୀ ଦେଇଥିଲେ। ଏହି ମଞ୍ଜୁରୀ ପରେ…
ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ, ୧/୧୨: ଜନ ଆବ୍ରାହମ୍ଙ୍କ ଅପକମିଙ୍ଗ୍ ଥ୍ରିଲର୍ ‘ଆଟାକ୍’ର ଆଜି ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି । ଫିଲ୍ମଟି ୧୪ ଅଗଷ୍ଟ ୨୦୨୦ରେ ରିଲିଜ୍ ହେବାକୁ ରହିଛି । ପୂର୍ବରୁ ଜନ୍ଙ୍କ ୨୦୧୮ ସ୍ବାଧୀନତା ଦିବସ ଅବସରରେ ‘ସତ୍ୟମେବ ଜୟତେ’ ଓ ଚଳିତ ବର୍ଷ ସ୍ବାଧୀନତା ଦିବସରେ ‘ବାଟ୍ଲା ହାଉସ୍’ ଫିଲ୍ମ ରିଲିଜ୍ ହୋଇଥିଲା । ଯାହା ବଲିଉଡ୍ରେ ବେଶ୍ ସଫଳ ରହିଥିଲା । ଏବେ ଆସନ୍ତା ସ୍ବାଧୀନତା ଦିବସକୁ ମଧ୍ୟ ଆଜିଠାରୁ ବୁକିଂ କରିସାରିଲେଣି । ଏହି ଆକ୍ସନ ଥ୍ରିଲର ଫିଲ୍ମରେ ଜନ୍ଙ୍କ ସହିତ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍ ଓ ରକୁଲ୍ ପ୍ରୀତ୍ ସିଂ ପ୍ରମୁଖ ନଜର ଆସିବେ । ଲକ୍ଷ୍ୟ ରାଜ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ରୋମାଞ୍ଚଭରା ଫିଲ୍ମକୁ ଜନ୍ଙ୍କ ପ୍ରଡକ୍ସନ୍ ହାଉସ୍ ପ୍ରସ୍ତୁତ କରୁଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୧/୧୨: ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଏଏସ୍ଆଇ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁଁ ଝାରପୋଖରିଆ ଏଏସ୍ଆଇଙ୍କୁ ନିଲମ୍ବିତ କରିଛନ୍ତି ଏସ୍ପି। ଏହି ମାମଲାର ତଦନ୍ତ ଅଧିକାରୀ ଥିଲେ ଝାରପୋଖରିଆ ଏଏସ୍ଆଇ ପ୍ରଶାନ୍ତ ସ୍ବାଇଁ। ମୃତଦେହ ପାଖରୁ ଜବତ ସୁଇସାଇଡ୍ ନୋଟ୍ ପୋଲିସ୍ ଦେଉନଥିବାର ଅଭିଯୋଗ ମଧ୍ୟ ହୋଇଛି। ପୋଲିସର ନିଷ୍କ୍ରିୟତା ଯୋଗୁଁ ଜଣେ ଅଧ୍ୟାପିକା ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଧ୍ୟାପିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ କିନ୍ତୁ ଏନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ଫଳରେ ଅଧ୍ୟାପିକା ଜଣକ ଗତକାଲି ଆତ୍ମହତ୍ୟା କରିଥିଲେ। କାର୍ଯ୍ୟରେ ଅବହେଳା ପାଇଁ ଏଏସ୍ଆଇଙ୍କୁ ନିଲମ୍ବିତ କରାଯାଇଛି।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୧/୧୨: ତିନିମାସର କଣ୍ଟ ପୂରଣ ହେବା ପରେ ରାଜ୍ୟରେ ପୁଣିଥରେ ଟ୍ରାଫିକ୍ ନିୟମ ଏବେ କଡ଼ାକଡ଼ି ଭାବରେ ଯାଞ୍ଚ କରାଯାଉଛି । ନିୟମ ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି। ପୁଣି ଜଣେ ମୋଟା ଅଙ୍କର ଜରିମାନା ଭରି ସାମ୍ନାକୁ ଆସିଛନ୍ତି। କଟକ ମଧୁପାଟଣା ଛକରେ ଜଣେ ନାବାଳକ ହେଲମେଟ୍ ନପିନ୍ଧି ଗାଡି ଚାଳନା କରୁଥିବାରୁ ତାଙ୍କ ବାପାଙ୍କୁ ଜରିମାନା ଦେବାକୁ ପଡିଛି। ନାବାଳକ ହେଲମେଟ୍ ନପିନ୍ଧି ଗାଡି ଚାଳନା କରୁଥିବା ବେଳେ ଧରା ପଡିଛନ୍ତି। ସେ ଡ୍ରାଇଭିଂ କରୁଥିବା ସମୟରେ ମୋବାଇଲେ ମଧ୍ୟ କଥା ହେଉଥିଲେ। ଗାଡି ଚାଳକ ନାବାଳକ ହୋଇଥିବାରୁ ତାଙ୍କ ବାପାଙ୍କ ନାମରେ ମୋଟା ଅଙ୍କର ଚାଲାଣ କଟା ଯାଇଛି। ଉକ୍ତ ନାବାଳକଙ୍କ ବାପାଙ୍କୁ ଡାକି ଟ୍ରାଫିକ୍ ପୋଲିସ ୬ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ନୂତନ ମୋଟର ଯାନ ଅନୁଯାୟୀ ମଦ୍ୟପାନ କରି ଗାଡି ଚଳାଇଲେ ୧ହଜାର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର,1/12: ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ୍ ଚେର ଲମ୍ବିବାରେ ଲାଗିଛି। ଖଣ୍ଡଗିରିର ଏମ୍ସ ନଗରର ଏକ ହୋଟେଲ୍ରରେ ଚଢାଉ କରି ପୋଲିସ 2 ଦଲାଲଙ୍କ ସମେତ 6 ଜଣଙ୍କୁ ଗିରଫ କରିଛି। ଏହା ସହିତ 6 ଜଣ ବଙ୍ଗୀୟ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ମାଷ୍ଟରମାଇଣ୍ଡ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଆପତ୍ତିଜନକ ସାମଗ୍ରୀ ସହ ଟଙ୍କା ମଧ୍ୟ ଜବତ କରିଛି। ଏହି ଘଟଣା ସହ ନିଜର ସମ୍ପୃକ୍ତିକୁ ହୋଟେଲ ମାଲିକ ଅସ୍ବୀକାର କରିଛନ୍ତି।
ସମୀକ୍ଷା ବ୍ୟୁରୋ ଆପଣଙ୍କୁ ଆଉ ଟୋଲଗେଟ୍ରେ ଟୋଲ ଫି ଦେବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି। ଫାସଟ୍ୟାଗ୍ ଜରିଆରେ ଅନଲାଇନରେ ଗାଡି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଟୋଲ୍ ଗେଟ୍ ପାଇଁ ଟଙ୍କା କଟିବ। ଫାସ ଟ୍ୟାଗ୍ ସ୍କାନ ହେବା ପରେ ଗାଡି ଚାଳକଙ୍କ ଆକାଉଣ୍ଟରୁ ଆପେ ଆପେ ଟଙ୍କା କଟିଯିବ। ଟୋଲ୍ ଗେ ରେ ଅପେକ୍ଷା ଦ୍ଵାରା ହେଉଥିବା ସମୟ ଅପଚୟକୁ କମ କରିବାକୁ ଏହି ଫାସଟ୍ୟାଗ୍ କୁ ବାଧ୍ୟତାମୂଳକ କରାଯାଇଛି। ପ୍ରଥମେ ଏହି ଫାସ ଟ୍ୟାଗ କୁ ଡିସେମ୍ବର ପହିଲାରୁ ବାଧ୍ୟତାମୂଳକ କରଯାଇଥିଲା କିନ୍ତୁ ଏବେ ତାର ଅବଧି ଡିସେମ୍ବର ୧୫ ଯାଏଁ ବୃଦ୍ଧି କରା ଯାଇଛି। ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ ପ୍ଲାଜାଗୁଡିକୁ ଫାସଟ୍ୟାଗରେ ପରିଣତ କରାଯିବ। ନଗଦ ଅର୍ଥ ଦେବା ପାଇଁ ମଧ୍ୟ ଗୋଟିଏ ଲେନ ରହିବ। ଫାସ ଟ୍ୟାଗ ବ୍ୟବହାର କଲେ ନଗଦ ଅର୍ଥ ଠାରୁ ଅପେକ୍ଷାକୃତ କମ ଟଙ୍କା ପଇଠ…
ADEN (YEMEN), DEC 1 (Xinhua) — Yemeni people perform traditional dance to celebrate the national independence day on a main street in Aden city, Yemen, Nov. 30, 2019. Scores of people gathered on Saturday to mark and celebrate the anniversary of the national independence day in Yemen’s southern port city of Aden. Xinhua/UNI PHOTO-6F
BEIJING, Dec. 1, 2019 (Xinhua) — Dancers perform during the opening ceremony of the SEA Games 2019 in Bulacan Province, the Philippines, Nov. 30, 2019. Xinhua/UNI PHOTO-1F
ZAGREB, Dec. 1, 2019 (Xinhua) — Members of an ice skating club perform “Nutcracker” at the opening ceremony of an ice park at Tomislav Square in Zagreb, Croatia, on Nov. 30, 2019. Celebrations of the Advent kicked off here on Saturday. Xinhua/UNI PHOTO-
ମୁମ୍ବାଇ,1/12: ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ଦେବେନ୍ଦ୍ର ଫଡନବିସ୍ ନିର୍ବାଚିତ ହୋଇଛନ୍ତି । ନାନା ପଟୋଲେ ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ଗୃହରେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ବିଧାୟକ ଦଳର ନେତା ଜୟନ୍ତ ପାଟିଲ, ଶିବସେନା ବିଧାୟକ ଏକନାଥ ସିନ୍ଧେ, କଂଗ୍ରେସ ବିଧାୟକ ବାଲାସାହେବ ଥୋରାଟ ଫଡନାବିସଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ । ବାଚସ୍ପତିଙ୍କ ବିରୋଧୀ ଘୋଷଣା ସମୟରେ ମହା ବିକାଶ ଅଘାଡି ମେଣ୍ଟର ସମସ୍ତ ବିଧାୟକ ଟେବୁଲ ବାଡ଼େଇ ତାଙ୍କୁ ଅଭିବାଦନ ଜଣାଇଥିଲେ । (ଏଜେନ୍ସୀ)
ନୂଆଦିଲ୍ଲୀ, ୧/୧୨ : ଭାରତ ସରକାରଙ୍କ ଦୁର୍ନୀତି ବିରୋଧୀ ସଂସ୍ଥା ଲୋକପାଳ ସ୍ଥାପନକୁ ବର୍ଷେ ପୁରିଲାଣି। ସଂସ୍ଥା ପକ୍ଷରୁ ଏପର୍ଯ୍ୟନ୍ତ ଗୋଟିଏ ବି ମାମଲାର ବିଚାର କରାଯାଇନାହିଁ କିନ୍ତୁ ରହଣି ବାବଦରେ ଖର୍ଚ୍ଚ ହୋଇଛି ୩.୮୫ କୋଟି। ୧୦୦୦ରୁ ଅଧିକ ଦୁର୍ନୀତି ସମ୍ପର୍କିତ ମାମଲା ରୁଜୁ କରାଯାଇଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ବି ମାମଲାର ଶୁଣାଣି ହୋଇନାହିଁ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଲୋକପାଳଙ୍କ ରହଣୀ ବାବଦରେ ନୂଆଦିଲ୍ଲୀ ସ୍ଥିତ ଅଶୋକା ହୋଟେଲକୁ ମାଳସିକ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ସୁଦ୍ଧା ସମୁଦାୟ ୩.୮୫ କୋଟି ଟଙ୍କାର ଭଡା ପ୍ରଦାନ କରାଯାଇସାରିଛି। ସେହିପରି ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ଅକ୍ଟୋବର ୩୧, ୨୦୧୯ ସୁଦ୍ଧା ୧୧୬୦ଟି ମାମଲା ଲୋକପାଳଙ୍କ ନିକଟରେ ପଞ୍ଜୀକୃତ ହୋଇଛି। ଜଣେ ୧୮ ବର୍ଷୀୟ ଛାତ୍ର ଶୁଭମ୍ ଖତ୍ରୀ ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ…
ଦୁଷ୍ମନ୍ତ ପଣ୍ଡା/ସମୀକ୍ଷା ବ୍ୟୁରୋ : ଚାଷୀଙ୍କ କଷ୍ଟୋପାର୍ଜିତ ଧାନର ଉଚିତ ମୂଲ୍ୟ ଯୋଗାଇ ଦେବାକୁ ସରକାର ନାନା ପ୍ରକାର ବ୍ୟବସ୍ଥା କରୁଥିବା ବେଳେ ଶୋଷଣର ଶିକାର ହେଉଛନ୍ତି ନିରୀହ ଚାଷୀ। ବିଳମ୍ବିତ ମଣ୍ଡି, ସରକାରୀ ଅବ୍ୟବସ୍ଥା ସାଙ୍ଗକୁ ମଣ୍ଡିରେ ମିଲର୍ସ ରାଜ ଚାଷୀଙ୍କୁ ଶୋଷଣ କରୁଥିବାର ଅଭିଯୋଗ ହେଉଛି। ଚାଷୀ ଶୀତ କାକରରେ ମଣ୍ଡି ବାହାରେ ପଡ଼ି ରହି ଧାନ ବିକ୍ରି କରି ଆଗାମୀ ରବି ଚାଷ ପାଇଁ ବ୍ୟବସ୍ଥା କରିବାକୁ ଆଶା ରଖିଥିବା ବେଳେ ମଣ୍ଡିରେ ମିଲର୍ସମାନଙ୍କ ଦୌରାତ୍ମ୍ୟର ଶିକାର ହେବାକୁ ପଡୁଛି। ମଣ୍ଡିରେ ମିଲର୍ସମାନଙ୍କ ଟାଳଟୁଳ ନୀତିରେ ବିଚାରା ଚାଷୀ ବାଧ୍ୟ ହୋଇ କ୍ବିଣ୍ଟାଲ ପିଛା ପାଞ୍ଚରୁ ଦଶ କେଜି ଅଧିକ ଶସ୍ୟ ଦେବାକୁ ବାଧ୍ୟ ହେଉଛି। ଏହା ବାଦ୍ ଚାଷୀଙ୍କ ଅଜାଣତରେ କୌଶଳ କରି ମିଲର୍ସମାନେ ଅଧିକ ଧାନ ଅଥବା ଶସ୍ୟ ନେଉଥିବାର ଅଭିଯୋଗ ହୋଇଛି। ବିଶେଷକରି ଧାନ ଓଜନ ସମୟରେ ବସ୍ତା ନାମରେ ପ୍ରତି ବସ୍ତା…

