Author: Samikhsya Bureau

ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର, ୫/୧୨:  ଗୁରୁକୁଳ ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲ ପରିସରରେ ସ୍କୁଲର ଚେୟାରମ୍ୟାନ ତଥା ବ୍ରହ୍ମପୁର ସ୍କେଟିଂ ଏକାଡ଼େମୀର ସଭାପତି ପ୍ରଶାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଶୁଭେଚ୍ଛା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍କୁଲ ପରିସର ତଥା ବ୍ରହ୍ମପୁର ସ୍କେଟିଂ ଏକାଡ଼େମୀରେ ଅଭ୍ୟାସରତ ସ୍କେଟରମାନେ ଗତ ଅକ୍ଟୋବର ମାସ ୨୩ ତାରିଖରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ଡ଼ିଏଭି ଜୋନାଲ୍ ସ୍କେଟିଂ ମିଟରରେ ଭାଗ ନେଇ ଏ. ରାଜକୁମାର – ୩୦୦ ମିଟର (ସ୍ୱର୍ଣ୍ଣପଦକ), ରୁଷିଲ୍ ସାସମଲ ୧୦୦୦ ମିଟର (ସ୍ୱର୍ଣ୍ଣପଦକ) ପାଇ ଉନ୍ନତ ପ୍ରଦର୍ଶନ କରି ଜାତୀୟସ୍ତରକୁ ମନୋନୀତ ହୋଇଥିବାବେଳେ ଟି. ଗୋକୁଲ୍ ପାତ୍ର ୩୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପ୍ରକାଶଥାଉକି ଏହି ଖେଳାଳୀମାନେ ଆସନ୍ତା ୧୦ ତାରିଖରୁ ୧୨ ତାରିଖ ଯାଏଁ ହାଇଦ୍ରାବାଦଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଅଧ୍ୟକ୍ଷା ଅମିତ କର, ସାଇ…

Read More

ସମୀକ୍ଷା ବ୍ୟୁରୋ ବାଣପୁର, ୫/୧୨: ଉତ୍କଳ ବିଶ୍ବବିଦ୍ୟାଳୟ ମହିଳା ଭଲିବଲ୍‌ ଦଳରେ ସ୍ଥାନ ପାଇଛନ୍ତି ବାଣପୁରର ଦୁଇ ଛାତ୍ରୀ ସୁନୀତା ମାର୍ଥା ଓ ସୁନୀତା ସମାନ୍ତରାୟ। ଦୁହେଁ ବାଣପୁରର ପ୍ରତିଷ୍ଠିତ କ୍ରୀଡ଼ା ଅନୁଷ୍ଠାନ ‘ମା’ ଭଗବତୀ ଗ୍ରାମୀଣ ସ୍ପୋର୍ଟସ୍‌ ଏକାଡେମୀର ନିୟମିତ ଖେଳାଳୀ। ଚଳିତ ମାସ ୨ ତାରିଖ ଦିନ ଅଡଶପୁର ମହାବିଦ୍ୟାଳୟଠାରେ ଅନୁଷ୍ଠିତ ଚୟନ ଶିବିରିରେ ଉନ୍ନତମାନର କ୍ରୀଡ଼ା ପ୍ରଦର୍ଶନ କରିଥିଲେ। ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ଜରିଆରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଦଳରେ ସ୍ଥାନ ଅଧିକାର କରିଛନ୍ତି। ସାନଅଁଳ (ପାରିକୁଦ) ଗ୍ରାମର ସନାତନ ମାର୍ଥାଙ୍କ ଝିଅ ହେଉଛନ୍ତି ସୁନୀତା ମାର୍ଥା। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନ (ସମ୍ମାନ)ରେ ସ୍ନାତକ ପାଶ କରିଥିଲେ। ଅଧୁନା ସେ ଭୁବନେଶ୍ବରସ୍ଥିତ ସରକାରୀ ଶାରିରୀକ ଶିକ୍ଷା ମହାବିଦ୍ୟାଳୟରେ ଅଧ୍ୟୟନରତା। ସେହିପରି ସୁନୀତା ସାମନ୍ତରାୟ ହେଉଛନ୍ତି ସାନହନ୍ତୁଆଡ ଗ୍ରାମର ବାବୁ ସାମନ୍ତରାୟଙ୍କ ଝିଅ। ସମ୍ପ୍ରତି ସେ ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟର ଇତିହାସ(ସମ୍ମାନ) ବିଭାଗରେ ଅଧ୍ୟୟନରତା।…

Read More

ସମୀକ୍ଷା ବ୍ୟୁରୋ କଳାହାଣ୍ଡି, ୫/୧୨: ରାଜ୍ୟରେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଆୟୁଷ୍ମାନ ଯୋଜନାଠାରୁ ଆରମ୍ଭ କରି ବିଜୁ ସ୍ବାସ୍ଥ୍ୟ ଯୋଜନା ପରି ସ୍ବାସ୍ଥ୍ୟଯୋଜନା ଗୁଡ଼ିକ ରହିଥିଲେ ମଧ୍ୟ ଗରିବଙ୍କ ନିକଟରେ ଏହା ଅପହଞ୍ଚ। କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ୍‌ର ଧନେଶ୍ବର ମହାନନ୍ଦ ମାରାତ୍ମକ କର୍କଟ ରୋଗରେ ପୀଡ଼ିତ ଥିବାବେଳେ ତାଙ୍କ ପାଖରେ ସରକାରୀ ହେଉ କି ବେସରକାରୀ କୌଣସି ପ୍ରକାରର ସ୍ବାସ୍ଥ୍ୟଯୋଜନା ପହଞ୍ଚି ପାରିନାହିଁ। ଧନେଶ୍ବର ମହାନନ୍ଦ ଦୀର୍ଘ ତିନି ବର୍ଷ ହେବ ଏହି ଦୁରାରୋଗ୍ୟ କର୍କଟରେ ପୀଡ଼ିତ ରହିଛନ୍ତି। ଦାଦନ ଖଟି ଯାହା ସଞ୍ଚୟ କରିଥିଲେ, ତାହାକୁ ଏହି ରୋଗର ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି। ପୁନଃ ଅସ୍ତ୍ରୋପଚାର କରିବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ଗୁଜୁରାଟରେ ଦାଦନ ଖଟି ପରିବାର ପ୍ରତିପୋଷଣ କରୁଥିବାବେଳେ ବାଧକ ସାଜିଥିଲା କର୍କଟ ରୋଗ। ପରିବାରରେ ୪ଜଣ ରହିଥିବାବେଳେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହେଉଛନ୍ତି ଧନେଶ୍ବର।…

Read More

ମୁମ୍ବାଇ,5/12: କ୍ରମାଗତ ପଞ୍ଚମ ଥର ରେପୋ ରେଟ୍ ହ୍ରାସ କରିବା ପରେ ରେପୋ ରେଟ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଗୁରୁବାର ଆରବିଆଇ ରେପୋରେଟ ଅପରିବର୍ତ୍ତିତ ରଖିବା ପରେ ଏହା ପୂର୍ବବତ 4.9 ପ୍ରତିଶତ ରହିଛି । ଗୁରୁବାର ଅନୁଷ୍ଠିତ ଅର୍ଥନୈତିକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ 2020-21 ଆର୍ଥିକ ବର୍ଷ ନିମନ୍ତେ ସଂଶୋଧିତ ଅଭିବୃଦ୍ଧି ହାର 5 ପ୍ରତିଶତ ରଖାଯାଇଛି । ପୂର୍ବରୁ ଜିଡିପି 6.1 ପ୍ରତିଶତ ରହିବା ନେଇ ଆରବିଆଇ ପକ୍ଷରୁ ଆକଳନ କରାଯାଇଥିଲା ।

Read More

ନୂଆଦିଲ୍ଲୀ,୫/୧୨: ଭାରତୀୟ ଓପ୍‌ନର ରୋହିତ ଶର୍ମା ଏକ ନୂତନ ମାଇଲଖୁଣ୍ଟ ହାସଲ କରିବାର ପାଦଦେଶରେ ଅଛନ୍ତି। ଟି ଟ୍ବେଣ୍ଟିରେ ପ୍ରଥମ ଭାରତୀୟ ଭାବରେ ୪୦୦ ଛକ୍କା ମାରିବାକୁ ଯାଉଛନ୍ତି ରୋହିତ। ଟି-୨୦ରେ ସର୍ବାଧିକ ଛକ୍କା  ତାଲିକାରେ ପୂର୍ବରୁ ଦୁଇ ଜଣ ଖେଳାଳି ୪୦୦ ଛକ୍କା ମାରିଛନ୍ତି। ସାହିଦ ଆଫ୍ରିଦି(୪୭୬) ଏବଂ କ୍ରିସ୍‌ ଗେଲ୍‌(୫୩୪) ରୋହିତଙ୍କ ଠାରୁ ଆଗୁଆ ଅଛନ୍ତି। ରୋହିତ ବର୍ତ୍ତମାନ ୩୯୯ ଛକ୍କା ମାରିଛନ୍ତି। ଯଦି ଓ୍ବିଣ୍ଡିଜ୍‌ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଗୋଟିଏ ଛକ୍କା ମାରିଲେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବରେ ୪୦୦ ଛକ୍କା ମାରିବାର ରେକର୍ଡ କରିବେ ରୋହିତ। ଆସନ୍ତା କାଲି ଠାରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି।

Read More

ସମୀକ୍ଷା ବ୍ୟୁରୋ : ପର୍ଯ୍ୟଟନ ଋତୁ ଉପସ୍ଥିତ। ଭ୍ରମଣ କରିବା ଲାଗି ଏହି ଋତୁ ସର୍ବୋତ୍କୃଷ୍ଟ। ଶୀତର ଧାରେ ଧାରେ ସ୍ପର୍ଶ ସହିତ ମନମତାଣିଆ ପାଗ ଭ୍ରମଣର ମଜାକୁ ଆହୁରି ମଜାଦାର କରିଥାଏ। ଆଉ ଏହିପରି ମଜାଦାର ପାଗ ସହିତ ଭ୍ରମଣର ଉପଭୋଗ କରିବାକୁ କିଏ ବା ନ ଚାହେଁ । ଭାରତ ହେଉ କି ଭାରତ ବାହାରେ ଅନେକ ସୁନ୍ଦର ପର୍ଯ୍ୟଟନ ସ୍ଥାନ ରହିଅଛି। ଏହି କ୍ରମରେ ଆଜି ଆମେ ପର୍ଯ୍ୟଟନ ଡାଏରୀରେ ନେଇ ଆସିଛୁ ଦକ୍ଷିଣ କୋରିଆର ଇଞ୍ଚିଅନ୍‌।  ପର୍ଯ୍ୟଟନ ଋତୁରେ ଭ୍ରମଣ ପାଇଁ ରିପବ୍ଲିକ୍‌ ଅଫ୍‌ କୋରିଆ ବା ଦକ୍ଷିଣ କୋରିଆ ଏକ ପ୍ରକୃଷ୍ଟ ସ୍ଥାନ। ରାଜଧାନୀ ସିଓଲ୍‌ ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ବତନ୍ତ୍ର ଛବି ସୃଷ୍ଟି କରିଥିବା ବେଳେ ଇଞ୍ଚିଅନ୍‌ରେ ମଧ୍ୟ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ରହିଛି । ଏହି ବିମାନବନ୍ଦର କାରଣରୁ ଅନେକ ସମୟରେ ପର୍ଯ୍ୟଟକ ଏହି ସହର ଭ୍ରମଣ କରିଥାନ୍ତି । ବିଶ୍ବ…

Read More

କେଦାର ମିଶ୍ର ପିଆଜ ଦର ୧୨୦ ରୁ ୧୫୦ ଟଙ୍କା ମାତ୍ର। ପିଆଜକୁ ନେଇ ଏତେ ଉଦବିଗ୍ନତା, ଆତଙ୍କ ଓ କ୍ରୋଧ ର କାରଣ କଣ ଅଛି? ଯଦି ପିଆଜ ଦର ବାଧୁଛି, ପିଆଜ ଖାଇବା ଛାଡି ଦିଅନ୍ତୁ। ବାସ, ସମସ୍ୟାର ସମାଧାନ ହୋଇଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଆପାତତଃ ସେଇ କଥା ହିଁ କହିଲେ। ପବିତ୍ର ସଂସଦ ଗୃହରେ ଛିଡା ହୋଇ ସେ କହିଲେ, ଆମ ଘରେ ବିଶେଷ ପିଆଜ ରଶୁଣର ବ୍ୟବହାର ନାହିଁ। ମନ୍ତ୍ରୀଙ୍କ ଘରେ ଯଦି ବିନା ପିଆଜରେ ଚଳି ଯାଉଛି, ଆମ ଘର ଚଳିବ ନାହିଁ କାହିଁକି!! କେହି ଜଣେ ବିଶେଷ ଦେଶପ୍ରେମୀ ଭକ୍ତ କହିଲେ- ସିଆଚୀନରେ ଆମର ସୈନିକମାନେ ଏତେ କଷ୍ଟ ସହି ସୀମାର ସୁରକ୍ଷା କରୁଛନ୍ତି, ଆଉ ତମେ ପିଆଜ କିଲେ କିଣିଲା ବେଳେ ଏତେ କନ୍ଦାକଟା କରୁଛ-ଦେଶଦ୍ରୋହୀ!! ବାସ, ଆମେ ଚୁପ। ଆମେ ଆଜ୍ଞା, ପିଆଜ କିଣିବା ଛାଡି ଦେଇଛୁ।…

Read More

ନୂଆଦିଲ୍ଲୀ, ୫/୧୨: ପିଆଜର ଅହେତୁକ ଦର ଦେଶରେ ହାହାକାର ସୃଷ୍ଟି କରିଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିଆଜ ଉପରେ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସେ ପିଆଜ ଖାଆନ୍ତି ନାହିଁ, ତେଣୁ ଏହାର ପ୍ରଭାବ ତାଙ୍କ ଉପରେ ପଡୁନାହିଁ । ଏହି ବୟାନକୁ ନେଇ ରାଜନୈତିକ ଘମାସନ ଆରମ୍ଭ ହୋଇଯାଇଛି । ସୀତାରମଣଙ୍କ ବୟାନକୁ ଟାର୍ଗେଟ୍‌ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ । ୧୦୬ ଦିନ ପରେ ଜେଲ୍‌ରୁ ମୁକ୍ତ ହୋଇଥିବା ଚିଦାମ୍ବରମ୍‌ କହିଛନ୍ତି ଯେ, ଯେଉଁ ସରକାର ପିଆଜ କମ୍‌ ଖାଇବାକୁ କହୁଛନ୍ତି, ତାଙ୍କୁ ଚାଲିଯିବା ଦରକାର । ଯେଉଁ ସରକାର ଲୋକଙ୍କୁ କମ୍‌ ପିଆଜ ଓ ରସୁଣ ଖାଇବାକୁ ଉପଦେଶ ଦେଉଛନ୍ତି, ସେମାନେ ଚାଲିଯିବା ଦରକାର ବୋଲି ପି. ଚିଦାମ୍ବରମ୍‌ କହିଛନ୍ତି ।  ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଏହି ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର,05/12: ଭାରତରେ ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟୟୋଟା କିର୍ଲୋସ୍କର ମୋଟର ଏହାର ୧୩ତମ ଟୟୋଟା ଡ୍ରାଇଭିଂ ସ୍କୁଲ୍ ର ଉଦଘାଟନ କରିଛି । ଟୟୋଟା ଡ୍ରାଇଭିଂ ସ୍କୁଲ୍ ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ଏହାଛଡା “ସେଫେଷ୍ଟ କାର ଉଇଥ୍ ସେଫେଷ୍ଟ ଡ୍ରାଇଭ” ଯାହାକି କମ୍ପାନି ର ସୁରକ୍ଷା ମିସନ କୁ ପୁରା କରିଛି। ପ୍ରତ୍ୟେକ ଛାତ୍ରଙ୍କୁ ସୁରକ୍ଷିତ ଡ୍ରାଇଭର ତିଆରି କରିବା କମ୍ପାନି ପକ୍ଷରୁ ଏହା ଓଡ଼ିଶାର ପ୍ରଥମ ଡ୍ରାଇଭିଂ ସ୍କୁଲ। ଯାହାକି ଏସ୍ପିରିଟ୍ ଟୟୋଟା ,ଭୁବନେଶ୍ୱର ଦ୍ୱାରା ପରିଚାଳିତ ହେବ। ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପରିବହନ କମିଶନର ସଞ୍ଜିବ ପଣ୍ଡା, ଏସ୍ପିରିଟ୍ ଟୟୋଟାର ମ୍ୟାନେଜିଙ୍ଗ ଡାଇରେକ୍ଟର ସୁନୀଲ ତନୈଜା, ଟୟୋଟା କିର୍ଲୋସ୍କର ମୋଟରର ଡେପୁଟି ମ୍ୟାନେଜିଙ୍ଗ ଡାଇରେକ୍ଟର ଏନ୍. ରାଜା ସମେତ ଟୟୋଟା କିର୍ଲୋସ୍କର ମୋଟର ଏବଂ ଏସ୍ପିରିଟ୍ ଟୟୋଟାର ବହୁ ଅଧିକାରୀ ଉପସ୍ଥିତ ଥିଲେ। ଦେଶର କୋଚି,…

Read More

ନୂଆଦିଲ୍ଲୀ,5/12:  ଭାରତୀୟ ସ୍ପିଡ୍‌ଷ୍ଟର ଯଶପ୍ରୀତ୍‌ ବୁମ୍‌ରାଙ୍କୁ ଜଣେ ସାଧାରଣ ବୋଲର ଭାବରେ ଅଭିହିତ କରିଛନ୍ତି ପାକିସ୍ତାନୀ ଅଲରାଉଣ୍ଡର ଅବଦୁଲ ରଜାକ । ରଜାକ୍‌ କହିଛନ୍ତି, ଗ୍ଲେନ୍‌ ମ୍ୟାକଗ୍ରାଥ, ଓ୍ବାସିମ୍‌ ଆକ୍ରମ ଏବଂ ଅବ୍‌ଦୁଲ୍‌ ରଜାକଙ୍କ ପରି ବୋଲରଙ୍କ ସମ୍ମୁଖରେ ବୁମ୍‌ରା ଜଣେ ଶିଶୁ । ରଜାକ ଆହୁରି କହିଛନ୍ତି ଯଦି ମୁଁ ସକ୍ରିୟ ଭାବରେ କ୍ରିକେଟ ଜଗତରେ ଥାନ୍ତି ତେବେ ବୁମ୍‌ରାଙ୍କ ବିପକ୍ଷରେ ଆକ୍ରମଣାତ୍ମକ କ୍ରିକେଟ୍‌ ଖେଳିଥାନ୍ତି । 1996ରୁ 2011 ପର୍ଯ୍ୟନ୍ତ କ୍ରିକେଟ ଖେଳିଥିବା ରଜାକ୍‌ 2000 ମସିହାରେ ବିଶ୍ବର 2 ନମ୍ବର ଅଲରାଉଣ୍ଡର ରହିଥିଲେ । ଆହତ କାରଣରୁ ଭାରତୀୟ ଟିମ୍‌ରୁ ଦୂରେଇ ରହିଥିବା ବୁମ୍‌ରା ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ,5/12: ପୂର୍ବ ଆଫ୍ରିକାର ସମୁଦ୍ରରେ 18 ଜଣ ଭାରୀତୟ ନାବିକ ପଣବନ୍ଦୀ ରହିଛନ୍ତି । ସମୁଦାୟ 19 ଜଣ କର୍ମଚାରୀ ରହିଥିବା ବେଳେ ତନ୍ମଧ୍ୟରୁ 18 ଜଣ ଭାରତୀୟ ରହିଛନ୍ତି । ଅନ୍ୟ ଜଣେ ପଣବନ୍ଦୀ ତୁର୍କୀର ନାଗରିକ ବୋଲି ଜଣାପଡିଛି । ନାଇଜେରିଆର ବନ୍ନି ସମୁଦ୍ର ତଟରୁ 66 ନଟିକାଲ ମାଇଲ ଦୂରରେ ଏହି ଅପହରଣ ସଙ୍ଗଠିତ ହୋଇଛି । ତୈଳ ଟ୍ୟାଙ୍କର ପାଇଁ ଜାହାଜଟିକୁ ଅପହରଣ କରାଯାଇଥିବା ଜଣାପଡିଛି । ନେଭିଓସ ମେରି ଟାଇମ୍‌ର ଏହି ଟ୍ୟାଙ୍କରଟିକୁ ଅପହରଣ କରାଯାଇଥିବା ବେଳେ ଅପହରଣକାରୀଙ୍କ ପକ୍ଷରୁ କୌଣସି ସର୍ତ୍ତ ରଖାଯାଇନାହିଁ । ଭାରତ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । (ଏଜେନ୍ସୀ)

Read More

ଭୋପାଳ,5/12: ମଧ୍ୟପ୍ରଦେଶର ରେୱା ସହରରେ ଆଜି ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ 12 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 30ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ଦୁର୍ଘଟଣାଟି ସୁପୋରା ବାଇପାସ୍‌ରେ ସକାଳ 7ଟାରେ ଘଟିଥିଲା ।

Read More

ଚେନ୍ନାଇ,5/12:   ଗତକାଲି ଜେଲ୍‌ରୁ ମୁକ୍ତ ହେବା ପରେ ଆଜି ଏକ ପ୍ରେସ୍‌ ମିଟ୍‌ ନେଇ ସୂଚନା ଦେଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ । ଦୀର୍ଘ 106 ଦିନର ସଂଘର୍ଷ ପରେ ସ୍ବାଧୀନତାର ନିଶ୍ବାସ ନେବାକୁ ମିଳିଛି ବୋଲି ପ୍ରକାଶ କରିଛନ୍ତି ଚିଦାମ୍ବରମ । ରାଜନୈତିକ ଅଭିସନ୍ଧି ରଖି ତାଙ୍କୁ ଗିରଫ କରାଯାଇଥିଲା ଏବଂ ଶେଷରେ ସତ୍ୟର ବିଜୟ ହୋଇଛି ବୋଲି ଚିଦାମ୍ବରମ ପ୍ରକାଶ କରିଛନ୍ତି । ଆଇଏନଏକ୍ସ ମାମଲାରୁ ମୁକ୍ତ ହେବା ପରେ ଚିଦାମ୍ବରମଙ୍କ କଂଗ୍ରେସ ନେତାଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା । ଏହା ପରେ ଚିଦାମ୍ବରମ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବା ସହିତ ଆଜି ଏକ ପ୍ରେସ ମିଟ୍‌ ନେଇ ଟ୍ବିଟ୍‌ କରି ସୂଚନା ଦେଇଥିଲେ ।

Read More

ବେଙ୍ଗାଲୁରୁ,5/12: କର୍ଣ୍ଣାଟକ ଉପ ନିର୍ବାଚନ ପାଇଁ 15ଟି ଆସନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଅଯୋଗ୍ୟ ଘୋଷିତ ବିଧାୟକଙ୍କ ସ୍ଥାନରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ସକାଳ 7ଟାରୁ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6.00ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଆଠାନି, ଗୋକାକ,କେଆରପୁରା, ୟଶଓ୍ବନ୍ତପୁରା, ୟେଲାପୁରା, ହିରେକୁରୁର, ରାନିବେନ୍ନୁର, ବିଜୟନଗର, ହୋସାକୋଟେ, କେଆର ପିଟ ଏବଂ ହଂସୁର ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଊଛି । ସମୁଦାୟ 165 ପ୍ରାର୍ଥୀ 15ଟି ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ତନ୍ମଧ୍ୟରୁ 126 ଜଣ ସ୍ବାଧୀନ ଏବଂ 9 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

Read More

ସମୀକ୍ଷା ବ୍ୟୁରୋ,5/12: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟ ମହିଚଲା ଛକରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି । ମୃତକଦ୍ୱୟ ହେଲେ ଚନ୍ଦ୍ରଧ୍ୱଜ ବେମାଲ ଓ କଳାବତୀ ବେମାଲ । ସବୁଦିନ ଭଳି ଆଜି ସକାଳୁ ମର୍ଣ୍ଣିଂ ଓ୍ୱାକ୍ କରିବାକୁ ଚନ୍ଦ୍ରଧ୍ୱଜ ଓ କଳାବତୀ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୃତ୍ୟୁ ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଉତ୍ତ୍ୟକ୍ତ ଲୋକେ 26 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।

Read More

କେଦାର ମିଶ୍ର  ନିକଟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ସମ୍ପର୍କରେ ସତର୍କ ଦୃଷ୍ଟି ରଖୁଥିବା ସଂସ୍ଥା ଟ୍ରାଂସପେରେନ୍ସି ଇଣ୍ଟରନେସନାଲ ଏକ ରିପୋର୍ଟ ଜାରି କରି କହିଛନ୍ତି ଯେ ଦେଶର ୫୧% ଲୋକ ଆଜି ମଧ୍ୟ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ଦେବାକୁ ବାଧ୍ୟ ହେଉଛନ୍ତି। ଯଦିଓ ୨୦୧୮ ତୁଳନାରେ ଲାଞ୍ଚର ମାତ୍ରା ସାମାନ୍ୟ କମିଛି, ତଥାପି ୫୧% କିଛି କମ ସଂଖ୍ୟା ନୁହେଁ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଗୁଡିକରେ ଦୁର୍ନୀତି ଯଥା ପୂର୍ବମ ତଥା ପରଂ ରହିଛି। ଏହି ରିପୋର୍ଟରେ ଦିଲ୍ଲୀ, ଓଡିଶା, ଗୁଜରାଟ, କେରଳ, ଗୋଆ ଓ ହରିଆଣା ଭଳି ରାଜ୍ୟରେ ଲାଞ୍ଚ କାରବାର କମିଥିବା ବେଳେ ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ,ଝାଡଖଣ୍ଡ ଓ ପଞ୍ଜାବ ଭଳି ରାଜ୍ୟରେ ଦୁର୍ନୀତି ବଢିଛି। ମୋଟାମୋଟି ଦେଶରେ ଦୁର୍ନୀତିର ଧାରା ୨୦୧୪ ପୂର୍ବରୁ ଯାହାଥିଲା, ଆଜି ବି ତାହା ରହିଛି। ସମାନ ଦୁର୍ନୀତି ଓ ଭ୍ରଷ୍ଟାଚାରର ଅଭିଯୋଗ…

Read More

ନୂଆଦିଲ୍ଲୀ,4/12:  ମୁଁ କୌଣସି ଦୁର୍ନିତିରେ ସଂପୃକ୍ତ ନାହିଁ, ହେଲେ ମୋତେ କଣ ପାଇଁ ଜେଲରେ ଭର୍ତ୍ତି କରାଗଲା ତାହାର ଖୋଲାସା କରିବି। ଏହି କଥା କହିଛନ୍ତି ପୂର୍ବତ୍ତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ। ଆଜି ରାତି ଆଠଟା ବେଳେ ଜେଲରୁ ମୁକୁଳି ଗାଡିରେ ବସିବାକୁ ଯାଉଥିବା ବେଳେ ଗଣମାଧ୍ୟମକୁ ଏ କଥା କହିଛନ୍ତି। ଗୁରୁବାର ମଧ୍ୟାହ୍ନରେ ସେ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏହି ସମ୍ମିଳନୀରେ ସବୁ କଥା ଦେଶର ଜନସଧାରଣଙ୍କୁ ଜଣାଇବେ ବୋଲି ଚିଦାମ୍ବରମ କହିଛନ୍ତି। ଜେଲରୁ ମୁକୁଳିବା ବେଳେ ତାଙ୍କୁ ନେବା ପାଇଁ ତାଙ୍କ ପୁତ୍ର ତଥା ସାଂସଦ କୀର୍ତ୍ତି ଚିଦାମ୍ବରମ ଅପେକ୍ଷା କରିଥିଲେ। ଏଥିସହିତ କଂଗ୍ରେସ କର୍ମିମାନେ ଚିତାମ୍ବରମ ଜିନ୍ଦାବାଦ କରି ସ୍ଲୋଗାନ ଦେଇଥିଲେ। ଆଇଏନଏକ୍ସ ମିଡିଆ ମାମଲାରେ ଚିତାମ୍ବରମ 106 ଦିନ ଜେଲରେ ଥିଲେ। ଗୁରୁବାର ଦିନ ଚିଦାମ୍ବରମ ସଂସଦକୁ ଯିବେ ବୋଲି ଜଣାପଡିଛି। ଏହାପରେ କଂଗ୍ରେସ ଭବନରେ…

Read More