Author: Samikhsya Bureau

ଗଞ୍ଜାମ, ୨୭/୧୧: (ସମୀକ୍ଷା ବ୍ୟୁରୋ) : ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ଉତ୍ତମ ସ୍ବାସ୍ଥ୍ୟ ତଥା ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ସଫଳ ଭାବେ ଗଢି ତୋଳିଥାଏ। ସରକାରୀସ୍ତରରେ ଶିକ୍ଷାର ମାନ ବୃଦ୍ଧି ପାଇଁ ବିଶେଷ ପ୍ରଚେଷ୍ଟା କରାଯାଉଛି। ତେବେ ଶିକ୍ଷା ସହିତ ଶିକ୍ଷାର୍ଥୀଙ୍କ ସ୍ବାସ୍ଥ୍ୟକୁ ବିଶେଷ ଧ୍ୟାନ ଦିଆଯାଉଛି। ଗଞ୍ଜାମର ଜିଲ୍ଲାପାଳ ଶିକ୍ଷା ସହ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଏକ ଅଭିନବ ପ୍ରୟାସର ଆରମ୍ଭ କରିଛନ୍ତି। ସ୍କୁଲରେ ଶିକ୍ଷା ଦାନ ପାଇଁ ରହିଥିବା ସମୟ ନିର୍ଘଣ୍ଟ ମଧ୍ୟରେ ଏବେ ପାଣି ପିଇବା ଲାଗି ମଧ୍ୟ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ଏହି ପରିପ୍ରେକ୍ଷୀରେ ‘ପାଣି ପିଅନ୍ତୁ,ସୁସ୍ଥ ରୁହନ୍ତୁ’ କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିଦ୍ଧାର୍ରିତ ସମୟ ନିର୍ଘଣ୍ଟରେ ପାଣି ପିଇବା ସକାଶେ ଦିନକୁ ୩ଥର ସ୍ବତନ୍ତ୍ର ବେଲ ଯୋଡି ହୋଇଯାଇଛି। ସୋମବାରରୁ ଶୁକ୍ରବାର ଦିନ ଯଥାକ୍ରମେ ୧୧ଟା ୪୦ମି., ୧ଟା ୩୦ମି. ଏବଂ ୩ଟା ୧୫ମି.ରେ…

Read More

ସମୀକ୍ଷା ବ୍ୟୁରୋ, କଟକ,27/11 :  ଯୁବକଙ୍କୁ ଏସିଡ୍‌ ମାଡ କଲେ ଯୁବତୀ । କଟକ ସହରରେ ଏହିଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମ ବ୍ୟାପାରକୁ ନେଇ ଜଣେ ଯୁବତୀ ଜଣେ ଯୁବକଙ୍କୁ ଏସିଡ ମାଡ କରିଛନ୍ତି । ଆଜି କଟକ ସହରରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଯୁବକଙ୍କ ଉପରକୁ ଆଉ ଜଣେ ଯୁବତୀ ଏସିଡ୍ ମାଡ କରିଛନ୍ତି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବତୀଜଣଙ୍କ ଏପରି କରିଥିବା କୁହାଯାଉଛି । ଜଗତପୁରର ବାରିକସାହିରେ ଏହି ଘଟଣା ଘଟିଛି । ଆହତ ଯୁବକଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।

Read More

ଲକ୍ଷ୍ନୌ,27/11: ରାଏବରେଲୀ ବିଧାୟିକା ଅଦିତି ସିଂଙ୍କୁ ଅଯୋଗ୍ୟ ଘୋଷଣା କରିବା କଂଗ୍ରେସ ବିଧାୟକ ଦଳ ପକ୍ଷରୁ ଦାବି କରାଯାଇଛି । ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା କାରଣରୁ ଅଦିତିଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ଦାବି କରାଯାଉଛି । ଗାନ୍ଧୀ ଜୟନ୍ତୀର 150 ତମ ବର୍ଷ ପୂର୍ତ୍ତି ଅବସରରେ ଅଦିତି ରାଜ୍ୟ ସରକାରଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ପ୍ରିୟଙ୍କା ଗାନ୍ଧୀଙ୍କ ଶାନ୍ତି ଯାତ୍ରାରେ ଯୋଗ ଦେଇନଥିଲେ । ଏହା ସହିତ ଦଳୀୟ ହ୍ବିପ୍‌କୁ ଅମାନ୍ୟ କରି ଧାରା 370 ଉଚ୍ଛେଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରାୟବରେଲୀରେ ଅକ୍ଟୋବର 22 ଏବଂ 24 ତାରିଖରେ କଂଗ୍ରେସର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ୍ହୋଇଥିବା ବେଳେ ଅଦିତି ଅନୁପସ୍ଥିତ ରହିଥିଲେ । ପରବର୍ତ୍ତୀ ସମୟରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ଅଦିତି ଏହାର ଉତ୍ତର ଦେଇନଥିଲେ । ବାରମ୍ବାର ଦଳୀୟ ନିୟମ ଭାଙ୍ଗୁଥିବାରୁ ଅଦିତିଙ୍କୁ…

Read More

ଶ୍ରୀହରିକୋଟା,27/11 : ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ(ଇସ୍ରୋ) 14ଟି ଉପଗ୍ରହ ଲଞ୍ଚ କରିଛି । ନଭେମ୍ବର 27 ତାରିଖ ବୁଧବାର 9.28 ମିନିଟ୍‌ରେ ଇସ୍ରୋ ପକ୍ଷରୁ ଏହି ଲଞ୍ଚ କରାଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍‌କ୍ଷେପଣ କେନ୍ଦ୍ରରୁ ଆସନ୍ତା ନଭେମ୍ବର 27 ତାରିଖ ସକାଳ 9.28 ମିନିଟ୍‌ରେ ଏହି ଉତ୍‌କ୍ଷେପଣ ଅନୁଷ୍ଠିତ ହେବ । ଇସ୍ରୋ ପକ୍ଷରୁ ପିଏସ୍‌ଏଲ୍‌ଏଭି-ଏକ୍ସଏଲ୍‌ ସହିତ 14ଟି ଉପଗ୍ରହ ପଠାଯାଇଛି । 1625 କିଗ୍ରା ଓଜନର କାର୍ଟୋସାଟ୍‌-3 ସହିତ 13ଟି ଆମେରିକୀୟ ନାନୋ ଉପଗ୍ରହ ପଠାଇଛି ଇସ୍ରୋ । ଏହି ମିଶନ ସହିତ ପ୍ରଥମ ମହାକାଶ ବିଜ୍ଞାନ ସଂସ୍ଥାନ ଭାବରେ 300 ବିଦେଶୀ ଉପଗ୍ରହ ଉତ୍‌କ୍ଷେପଣର ସଫଳତା ହାସଲ କରିଛି ଇସ୍ରୋ । ଏଜେନ୍ସୀ

Read More

ମହାରାଷ୍ଟ୍ରର ରାଜନୈତିକ ଡ୍ରାମାର ଅବସାନ ପରେ ସମସ୍ତ ନବ ନିର୍ବାଚିତ ବିଧାୟକ ମାନେ ଶପଥ ଗ୍ରହଣ କରିଛନ୍ତି । କଂଗ୍ରେସ-ଏନ୍‌ସିପି-ଶିବସେନାର ମହା ବିକାଶ ଅଘାଡି ମେଣ୍ଟ ସରକାର ଗଠନ କରିଥିବା ବେଳେ ଆସନ୍ତା କାଲି ଉଦ୍ଧବ ଠାକ୍‌ରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ନେତା କାଳିଦାସ କୋଲାମ୍ବକାର ଅସ୍ଥାୟୀ ବାଚସ୍ପତି ଭାବରେ ଦାୟିତ୍ବ ଗ୍ରହଣ କରିବା ସହିତ ସମସ୍ତ ସଦସ୍ୟଙ୍କୁ ଶପଥ ଗ୍ରହଣ କରାଇଛନ୍ତି । 9.18 ମିନିଟ୍‌ରେ ସମସ୍ତ ସଦସ୍ୟ ଶପଥ ଗ୍ରହଣ କରିଥିଲେ ।

Read More

କଳାହାଣ୍ଡି, ୨୭/୧୧: (ସମୀକ୍ଷା ବ୍ୟୁରୋ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଂଚାୟତ ସ୍ଥିତ ଖାଲିଆପାଲି ଗାଁରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନିରୁଦ୍ଧ ବାଗ୍‌ଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବରର ନବଜ୍ୟୋତି ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ କରାଯାଇଛି। ଏଥିରେ ଅନେକ ଅଭିଭାବକ ଅଂଶଗ୍ରହଣ କରି ବିଭିନ୍ନ ସମସ୍ୟା ଓ ସଠିକ ସମାଧାନର ପନ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ସୁରେନ୍ଦ୍ର ସାହୁଙ୍କ ପରିଚାଳନାରେ ସଭାପତିତ୍ୱ ଭାର ତୁଲାଇଥିଲେ କଲେଜର ଚେୟାରମ୍ୟାନ ଶାନ୍ତନୁ ମହାପାତ୍ର। ସଭାରେ ପବ୍ଲିକ ରିଲେସନ ଅଫିସର ତଥା ଭାଇସ୍ ଚେୟାରମ୍ୟାନ ଭାସ୍କର ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି  ଭାବେ ଯୁକ୍ତ ତିନି ବିଭାଗ ଅଧ୍ୟକ୍ଷ ଶ୍ରୀ କୈଳାସ ଚନ୍ଦ୍ର ସାହୁ, ଯୁକ୍ତ ଦୁଇ ବିଭାଗର ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ସାହୁ ଏବଂ ନିର୍ଦ୍ଦେଶକ ତଥା ଗଣିତ ଅଧ୍ୟାପକ ମହେଶ୍ବର ମହଲା ଯୋଗ ଦେଇଥିଲେ।। ସୁଦାମ ଚରଣ ବାରିକ, ଶିବରାଜ…

Read More

ଶ୍ରୀନଗର,27/11 : ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଗ୍ରେନେଡ ଆକ୍ରମଣରେ 2 ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଅନନ୍ତନାଗର ପଞ୍ଚାୟତ ଗୃହ ଉପରେ ଗ୍ରେନେଡ ଆକ୍ରମଣ ହୋଇଥିବା ବେଳେ ସରପଞ୍ଚ ଏବଂ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଛି । ସୁରକ୍ଷାବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାବନ୍ଦି କରି ଖାନ୍ ତଲାସି ଆରମ୍ଭ କରିଛନ୍ତି । ଗୋଟିଏ ଦିନରେ ଆତଙ୍କବାଦୀଙ୍କ ଦ୍ବାରା ଏହା ଦ୍ବିତୀୟ ଆକ୍ରମଣ । ଏହା ପୂର୍ବରୁ ଆତଙ୍କବାଦୀ କାଶ୍ମୀର ବିଶ୍ବବିଦ୍ୟାଳୟ ବାହାରେ ଗ୍ରେନେଡ ଆକ୍ରମଣରେ ଦୁଇ ନାଗରିକ ଆହତ ହୋଇଥିଲେ । (ଏଜେନ୍ସୀ)

Read More

ନୂଆଦିଲ୍ଲୀ,27/11: ଆଇଏନଏକ୍ସ ମିଡିଆ ମାମଲାରେ ତିହାର ଜେଲରେ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଭେଟିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ତିହାର ଜେଲ୍‌ରେ ରାହୁଲ ଏବଂ ପ୍ରିୟଙ୍କା ଚିଦାମ୍ବରମଙ୍କୁ ଭେଟିବା ସହିତ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ତିହାରର ଜେଲ୍‌ ନମ୍ବର 7ରେ ଉଭୟ ଚିଦାମ୍ବରମଙ୍କୁ ଭେଟିଥିବା ନେଇ ଜେଲ୍‌ ଡିଜି ସନ୍ଦୀପ ଗୋୟଲ ସୂଚନା ଦେଇଛନ୍ତି । ବିଗତ ଏକ ମାସ ମଧ୍ୟରେ ଏହା କଂଗ୍ରେସ ନେତୃବୃନ୍ଦଙ୍କ ଦ୍ବିତୀୟ ଗସ୍ତ । ଉଲ୍ଲେଖଯୋଗ୍ୟ ଯେ, ଏକ ମାସ ପୂର୍ବରୁ କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଏବଂ ମନମୋହନ ସିଂ ଚିଦାମ୍ବରମଙ୍କୁ ଭେଟିଥିଲେ । (ଏଜେନ୍ସୀ)

Read More

କେଦାର ମିଶ୍ର କାଲି ଯାହା ଚାଣକ୍ୟଙ୍କ ମାଷ୍ଟରଷ୍ତ୍ରୋକ ଥିଲା, ଆଜି ତାହା ବୁମେରାଂ ପାଲଟି ଯାଇଛି। ୨୩ ନଭେମ୍ବର ସକାଳ ୮ ଟାରେ ସରକାର ଗଢିଥିବା ବିଜେପିର ଦେବେନ୍ଦ୍ର ଫଡନବିସ ମାତ୍ର ୮୦ ଘଣ୍ଟା ଭିତରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ଇସ୍ତଫା ଦେବା ସମୟରେ ଦେବେନ୍ଦ୍ର ଫଡନବିସ ତାଙ୍କର ପୁରୁଣା କଥାକୁ ଦୋହରାଇଛନ୍ତି। ନିଜ ପାଖରେ ବହୁ ମତ ଅଛି ବୋଲି କହି ତିନିଦିନ ତଳେ ରାତି ଅଧରେ ସରକାର ଗଢିଥିବା ବିଜେପି ଆଜି ସୁପ୍ରିମ କୋର୍ଟଙ୍କ ବହୁମତ ସାବ୍ୟସ୍ତ କରିବାର ଆଦେଶ ପାଇବା ପରେ ତୁରନ୍ତ ପଳାୟନ କରିଛି। ସୁପ୍ରିମ କୋର୍ଟଙ୍କ ଆଦେଶର ପାଞ୍ଚ ଘଣ୍ଟା ଭିତରେ ମହାରାଷ୍ଟ୍ରରେ ସ୍ଥିତି ବଦଳି ଯାଇଛି। ପଛ ଦୁଆର ପଟେ ଆସି ରାତି ଅଧରେ କ୍ଷମତା ଦଖଲ କରିଥିବା ବିଜେପି, ବଡ ଅସହାୟ ଭାବରେ ପରାଜୟ ବରଣ କରିଛି। ଏହାକୁ ନେଇ ସୋସିଆଲ ମିଡିଆରେ ବ୍ୟଙ୍ଗ ବିଦ୍ରୁପ ଆରମ୍ଭ ହୋଇଛି। ତେବେ…

Read More

Tunisian actress Hend Sabry attends Cairo International Film Festival in Cairo, Egypt, on Nov. 20, 2019. The 41st edition of Cairo International Film Festival (CIFF) kicked off on Wednesday evening in a festive red carpet ceremony at Egypt’s Cairo Opera House, gathering movie stars and filmmakers from different parts of the world. (Xinhua/Ahmed Gomaa/IANS)

Read More

ମୁମ୍ବାଇ,26/11: ଶେଷରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଶିବସେନା ଅଧ୍ୟକ୍ଷ ତଥା ମହା ବିକାଶ ଅଗାଡି ବା ମହା ବିକାଶ ମେଣ୍ଟର ସଭାପତି ଉଦ୍ଧବ ଠାକରେ। ଆଜି ମେଣ୍ଟ ତରଫରୁ ବିଧାୟକମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇଥିଲେ। ରାଜ୍ୟପାଳ ତାହା ଗ୍ରହଣ କରିବା ସହିତ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ। ସେହି ଅନୁସାରେ ମେଣ୍ଟର ଏକ ବୈଠକ ବସି ଆସନ୍ତା 28 ତାରିଖ ଗୁରୁବାର ଦିନ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ନିଷ୍ପତି କରାଯାଇଛି। ରାଜ୍ୟପାଳ ଗୁରୁବାର ଅପରାହ୍ନ 5ଟା 30 ମିନଟରେ ଶପଥ ଗ୍ରହଣ ଉତ୍ସବ କରିବା ପାଇଁ ସମ୍ମତି ଦେଇଛନ୍ତି। ଫଳରେ ମେଣ୍ଟ ତରଫରୁ ମୁମ୍ବାଇର ଶିବାଜୀ ପାର୍କରେ ଏହି ଶପଥ ଗ୍ରହଣ ଉତ୍ସବ କରିବା ପାଇଁ ସବୁ ପ୍ରକାରର ଆୟୋଜନ କରାଯାଉଛି। ତେବେ ଏହି ଉତ୍ସବରେ ଅନ୍ୟମାନେ କିଏ ମନ୍ତ୍ରୀ ଭାବେ ଶପଥ…

Read More

ବାଣପୁର, ୨୬/୧୧: (ସମୀକ୍ଷା ବ୍ୟୁରୋ) : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ ହୋଇଯାଇଛି। ୬ ବାଟାଲିଅନ ଓଡିଶା, ପୁରୀ ଅଧୀନରେ ଥିବା ଉକ୍ତ ଏନ.ସି.ସି କେନ୍ଦ୍ରର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲେଫ୍ଟନାଣ୍ଟ ଗୁରୁ କିଶୋର ନାୟକ ଯୋଗ ଦେଇଥିବାବେଳେ ସିନିଅର ଅଣ୍ଡର ଅଫିସର ମନୋଜ ମଲିକ, ଜୁନିଅର ଅଣ୍ଡର ଅଫିସର ସମୀର ସ୍ୱାଇଁ ଓ ସମୁଦାୟ ଷାଠିଏ ଜଣ କାଡେଟ ଏହି ସମାରୋହର ଯୋଗଦାନ କରିଥିଲେ। ଏକତା ଓ ଅନୁଶାସନ ସଫଳତାର ଚାବିକାଠି ଓ ଜଣେ ସାଧାରଣ ବିଦ୍ୟାର୍ଥୀକୁ ଏହା ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ କରିପାରେ ବୋଲି ମୁଖ୍ୟ ଅତିଥି ମନ୍ତବ୍ୟ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରଫେସର ଲକ୍ଷ୍ମୀ ପ୍ରସାଦ ମିଶ୍ର ଯୋଗଦେଇ ପ୍ରତ୍ୟେକ କାଡେଟର ମୂଳ ଲକ୍ଷ୍ୟ ଦେଶ ସେବା ତଥା ସମାଜର ଉନ୍ନତି ନିମନ୍ତେ ନିଜକୁ ବ୍ରତୀ କରିବା ଦରକାର…

Read More

ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡନବିସ ଯେମିତି ଲୁଚା ଚୋରାରେ ଶପଥ ନେଇଥିଲେ, ମାତ୍ର ଅଶି ଘଣ୍ଟା ଭିତରେ ସେମିତି ତରବରିଆ ଭାବରେ ଇସ୍ତଫା ଦେଇଛନ୍ତି। ଫଡନବିସଙ୍କ ପୂର୍ବରୁ ଏହି ସବୁ ଘଟଣାର ମୁଖ୍ୟ ସୂତ୍ରଧର ଅଜିତ ପାୱାର ମଧ୍ୟ ଇସ୍ତଫା ଦେଇଥିଲେ। ଅଶି ଘଣ୍ଟା ଭିତରେ ବିଜେପିର ଯେଉଁ ଦାବି ଥିଲା, ତାହା ଫୁସ କରି ଯାଇଛି। ଆମେ ବିଧାନସଭାରେ ନିଶ୍ଚୟ ବହୁମତ ହାସଲ କରିବୁ ବୋଲି ଫୁଟାଣି ମାରୁଥିବା ବିଜେପି ନେତାମାନେ ହଠାତ ପଛଘୁଞ୍ଚା ଦେବାର କାରଣ କଣ? ମାନ୍ୟବର ସୁପ୍ରିମ କୋର୍ଟ ଯେତେବେଳେ ଆସନ୍ତାକାଲି ଅପରାହ୍ନ ପାଞ୍ଚଟା ସୁଦ୍ଧା ବହୁମତ ସାବ୍ୟସ୍ତ କରିବାକୁ କହିଲେ, ସେଥିରେ ଭୟଭୀତ ହୋଇ ବିଜେପି ମଇଦାନ ଛାଡି ପଳାଇଲା କେମିତି? ମହାରାଷ୍ଟ୍ର ରାଜନୀତିରେ ଶରଦ ପାୱାର ନିଜର ପ୍ରଚଣ୍ଡ ପ୍ରଭାବକୁ ପୁଣିଥରେ ସାବ୍ୟସ୍ତ କରିଛନ୍ତି। ଏହି ବର୍ଷିଆନ ନେତାଙ୍କୁ ଚକ୍ରବ୍ୟୁହରେ ପକାଇବା ସହଜ ନୁହେଁ ଓ ବିଜେପିର ଆକ୍ରମଣକୁ…

Read More

ମୁମ୍ବାଇ,26/11: ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ ନିଲାମୀର ଗୋଟିଏ ଦିନ ପୂର୍ବରୁ ଦୁଇ ଭାରତୀୟ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ଏବଂ କିଦାମ୍ବୀ ଶ୍ରୀକାନ୍ତ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଆସନ୍ତାକାଲି ନିଲାମୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଦୁଇଖେଳାଳିଙ୍କ ଅନୁପସ୍ଥିତି୍ ଫ୍ରାଞ୍ଚାଇଜିଙ୍କ ପାଇଁ ଅଡୁଆ ପରସ୍ଥିତି ସୃଷ୍ଟି କରିଛି । ସ୍ବାସ୍ଥ୍ୟଗତ କାରଣରୁ ସାଇନା ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିବା ବେଳେ ବିଭିନ୍ନ ଅନ୍ତର୍ଜାତୀୟ ମୁକାବିଲାର ପ୍ରସ୍ତୁତି ପାଇଁ ଶ୍ରୀକାନ୍ତ ଓହରି ଥିବା ସ୍ପଷ୍ଟୀକରଣ ଦେଇଛନ୍ତି । ଉଭୟ ଖେଳାଳି ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି । ଏହା ସହିତ ନିଜ ନିଜର ଫ୍ରାଞ୍ଚାଇଜିକୁ ଟୁର୍ଣ୍ଣାମେଣ୍ଟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଉଭୟ ଖେଳାଳି । (ଏଜେ୍ନ୍ସି)

Read More

ମୁମ୍ବାଇ, ୨୬/୧୧: ତାମିଲ ଅଭିନେତା ବିଜୟ ସେଥୁପତି ଅମିର ଖାନଙ୍କ ଲାଲ ସିଂ ଚଡ୍ଡା ଜରିଆରେ ବଲିଉଡ ପଦାର୍ପଣ କରିବାକୁ ଯାଉଛନ୍ତି। ନିଜର ନିଆରା ଅଭିନୟ ପାଇଁ ଦର୍ଶକଙ୍କ ନିକଟରେ ବେଶ୍‌ ଲୋକପ୍ରିୟ ହେଉଛନ୍ତି ଏହି ଅଭିନେତାଜଣକ। ତେବେ ବିଜୟ ସେଥୁପତି ଏହି ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମ କମ୍ପାନିଅନ୍‌ ସହିତ ଏକ ସାକ୍ଷାତକାର ଅବସରରେ ନିଜେ ବିଜୟ ସେଥୁପତି ଏହି ସୂଚନା ଦେଇଛନ୍ତି। ଏହା ଦେଶର ସର୍ବାଧିକ ଲୋକଙ୍କ ନିକଟରେ ପହଞ୍ଚିବାର ମାଧ୍ୟମ ତେଣୁ ହିନ୍ଦି ଭାଷାରେ ଫିଲ୍ମ କରିବା ନେଇ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ବିଜୟ ସେଥୁପତି। ହିନ୍ଦୀ ଭାଷା କଷ୍ଟ ସାଧ୍ୟ କି ନାହିଁ ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ବିଜୟ କହିଛନ୍ତି ଯେ, ଭାଷା ଶିଖିବା ସହଜ ମାତ୍ର ସେହି ଅଞ୍ଚଳର ସଂସ୍କୃତିକୁ ଜାଣିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ବିଜୟ। ସଂସ୍କୃତିକୁ ଜାଣିଲେ ଦର୍ଶକଙ୍କ…

Read More

ମୁମ୍ବାଇ, ୨୬/୧୧: ମହାରାଷ୍ଟ୍ର ରାଜନୀତିରେ ଘଟଣାକ୍ରମେ ବେଶ୍‌ ଚମକପ୍ରଦ ରହୁଛି । ଆଜି ସୁପ୍ରିମ୍‌କୋର୍ଟ ବୁଧବାର ଦିନ ଫ୍ଲୋର ଟେଷ୍ଟ କରିବାକୁ ଆଦେଶ ଦେଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ୍‌ ପାଓ୍ବାରା ଇସ୍ତଫା ଦେଇଥିଲେ । ସେହିପରି ସରକାର ଗଢିବାର ୮୦ ଘଣ୍ଟା ପରେ ଦେବେନ୍ଦ୍ର ଫଡ୍‌ନଭୀସ୍‌ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏବେ ଶିବସେନା- ଏନ୍‌ସିପି- କଂଗ୍ରେସ ତିନି ଦଳ ସନ୍ଧ୍ୟା ୭ଟା ସମୟରେ ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କରିପାରନ୍ତି ।  ଆଜି ସନ୍ଧ୍ୟାରେ ଏହି ତିନି ଦଳଙ୍କ ନେତା ରୂପେ  ଉଦ୍ଧବ ଠାକ୍‌ରେ ନିର୍ବାଚିତ ହେବାକୁ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଏନ୍‌ସିପିରୁ ଜିତେନ୍ଦ୍ର ଆହେଟ୍ଟ ଓ କଂଗ୍ରେସର ବାଲାସାହେବ ଥୋରାଟେ ଏହି ଦୌଡ଼ରେ ରହିଛନ୍ତି ।

Read More

ମୁମ୍ବାଇ, ୨୬/୧୧: ମହାରାଷ୍ଟ୍ରର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ୍‌ନଭୀସ୍‌। ଅପରାହ୍ନ ୩ଟା୩୦ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ ଏହା ଘୋଷଣା କରିବା ସହିତ ନୂତନ ସରକାରକୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଉପମୁଖ୍ୟମନ୍ତ୍ରୀ ପଦରୁ ଏନସିପି ନେତା  ଅଜିତ୍‌ ପାଓ୍ବାରା ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅଜିତ୍‌ ପାଓ୍ବାରାଙ୍କ ଇସ୍ତଫା ଦେବା ପରେ ମହାରାଷ୍ଟ୍ରର ବିଜେପି ନେତୃତ୍ୱାଧିନ ସରକାର ଏବେ ଭାଙ୍ଗି ଯାଇଛି। ଅନ୍ୟପଟେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଚାହିଁ ବସିଛନ୍ତି। ଗତକାଲି ମୁମ୍ବାଇର ଗ୍ରାଣ୍ଡ ହୟାତ୍‌ ହୋଟେଲ୍‌ରେ ୧୬୨ ବିଧାୟକଙ୍କ ପ୍ୟାରେଡ୍‌ ପ୍ରଦର୍ଶନ କରିଥିଲେ ଶିବସେନା। ଚଳିତ ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ଜନାଦେଶ ପାଇଥିବା ସତ୍ତ୍ବେ ଆସନ ବୁଝାମଣାକୁ ନେଇ ଉଭୟଙ୍କ…

Read More