ସମୀକ୍ଷା ବ୍ୟୁରୋ ବାଣପୁର, ୩/୧୨: ହାଇଦ୍ରାବାଦର ଭେଟେନାରୀ ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କ ଗଣ ଦୁଷ୍କର୍ମ ପରେ ତାଙ୍କୁ ପୋଡ଼ି ମାରିବା ଘଟଣାର ନିଆଁ ଥମି ନଥିବାବେେ ଗତକାଲି ଓଡ଼ିଶାର ଧାର୍ମିକ ସହର ପୁରୀରେ ମଧ୍ୟ ସେହିପରି ଏକ ଲଜ୍ଜାଜନକ ଘଟଣା ଘଟିଛି। ଏହି ଘଟଣାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଦୃଢ ନିନ୍ଦା କରାଯାଇଥିଲା। ଆଜି ସନ୍ଧ୍ୟାରେ ମା’ ଭଗବତୀ ମନ୍ଦିରରେ ମୃତ ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କ ଆତ୍ମାର ଶାନ୍ତି ନିମେନ୍ତ ଏବିଭିପି ପକ୍ଷରୁ ସାମୂହିକ ଦୀପଦାନ କରାଯାଇଥିଲା। ଦୋଷୀଙ୍କୁ ତୁରନ୍ତ ଫାଶୀ ଦଣ୍ଡ ଦିଆଯାଉ ଏବଂ ସଦ୍ୟ ପୁରୀ ପୀଡ଼ିତା ତଥା ତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ଦିଆଯାଉ ବୋଲି ନଗର ସମ୍ପାଦକ ବିକାଶ ସେଠୀ ମତ ରଖିଥିଲେ। ସ୍ଥାନୀୟ ନାଗରିକ ଓ ବୁଦ୍ଧିଜୀବୀମାନେ ବିଦ୍ୟାର୍ଥୀ ପରିଷଦର ଏହି କାର୍ଯ୍ୟକୁ ପୂର୍ଣ୍ଣ ସମର୍ଥନ କରିଥଲେ ଓ ଦୋଷୀଙ୍କୁ ତୁରନ୍ତ ଫାଶୀ ଦଣ୍ଡ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ବାଣପୁର, ବାଲୁଗାଁ : ୩/୧୨: ବାଣପୁର ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ହେଉଥିବା ପ୍ରତିଦିନର ଉନ୍ନୟନ କାର୍ଯ୍ୟଗୁଡ଼ିକୁ ଦେଖାଶୁଣା ତଥା ସୁପରିଚାଳନା କରିବା ପାଇଁ ପ୍ରତିନିଧି ଚୟନ କରାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଓ୍ବାର୍ଡ ନଂ ୪ର ବିକ୍ରମ କେଶରୀ ଜେନା ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପାଇଁ ଓ୍ବାର୍ଡ ନଂ ୯ର ଅଜୟ କୁମାର ଦାସଙ୍କୁ ମନୋନୀତ କରିଛନ୍ତି। ସେ ଦୁହେଁ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଅବଗତ କରାଇବେ। ଯୁବ ବିଜେଡି କର୍ମୀ ବିକ୍ରମ କେଶରୀ ଜେନା ହେଉଛନ୍ତି ପୂର୍ବତନ ବିଜ୍ଞାପିତ ଅଞ୍ଚଳର ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନାଙ୍କ ସ୍ବାମୀ। ପୂର୍ବରୁ ତାଙ୍କର ଏନେଇ ଅଭିଜ୍ଞତା ଥିବାବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳକୁ ଆହୁରି ସରସ ଓ ବିକଶିତ କରିବାରେ…
GUWAHATI, DEC, 3, (UNI):-Members of AKRSU staging a dharna on their demand for ST status in Guwahati on Tuesday.UNI PHOTO-38U
ସମୀକ୍ଷା ବ୍ୟୁରୋ ପୁରୀ : ୩/୧୨: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବେଚ୍ଛାକୃତ ଭାବରେ ଜମି ବିକ୍ରୟ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏହି ସମୟସୀମାକୁ ଆଉ ସାତ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅର୍ଥାତ୍ ଏହା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରହିବ। ଶ୍ରୀମନ୍ଦିର ନିରାପତ୍ତା ବଳୟ ନିମେନ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ସନ୍ନିକଟ ଅଞ୍ଚଳର ଅନେକ ବାସିନ୍ଦା ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତିକୁ ସ୍ବେଚ୍ଛାକୃଥ ଭାବରେ ଗ୍ରହଣ କରିବା ସହ ନିରାପତ୍ତା ବଳୟ ନିମେନ୍ତ ସେମାନଙ୍କ ଜମି ପ୍ରଦାନ କରିଛନ୍ତି। ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ସିଧାସଳଖ ବିକ୍ରୟ ଯୋଜନାରେ ୧୦୬ଟି ପ୍ଲଟ ପାଇଁ ୮୦ଟି ବିକ୍ରି କବଲା କରାଯାଇଛି। ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ୭୫ ପ୍ରତିଶତ ଜମି ସ୍ବେଚ୍ଛାକୃତ ଭାବରେ ବାସିନ୍ଦାମାନେ ପ୍ରଦାନ କରିଛନ୍ତି।
HYDERABAD, DEC 3 (UNI):- Students performing during State Level celebration of International Day of Persons with Disabilities-2019, with theme of “The Future is Accessible”, at Ravindra Bharathi in Hyderabad on Tuesday. UNI PHOTO-RSN4U
ପାଟନା, ୩/୧୨: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ଯାଦବ ପୁଣିଥରେ ବିନା ପ୍ରତିଦ୍ବନ୍ଦ୍ବୀରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଔପଚାରିକ ଭାବେ ଏହା ଘୋଷଣା ହେବାକୁ ବାକି ରହିଛି । ଜେଲ୍ରେ ରହି ଲାଲୁ ଦଳର କମାଣ ସମ୍ଭାଳିବେ । ୧୧ ଥର ଲାଗି ଲାଲୁ ଆର୍ଜେଡି ଅଧ୍ୟକ୍ଷ ପଦରେ ବସିଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଡିସେମ୍ବର ୨୩, ୨୦୧୭ରୁ ବିର୍ସାମୁଣ୍ଡା ସେଣ୍ଟ୍ରାଲ ଜେଲ୍ରେ ଥିବା ଲାଲୁ ପ୍ରସାଦ ଯାଦବ ଏବେ ସ୍ବାସ୍ଥ୍ୟଗତ କାରଣରୁ ରାଞ୍ଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍ କେଡିକାଲ ସାଇନ୍ସେସ୍(ରିମ୍ସ)ରେ ଚିକିତ୍ସିତ ହେଉଛନ୍ତି। ତେବେ ଆରଜେଡିର ଅଧ୍ୟକ୍ଷ ପଦବୀ ପାଇଁ ତେଜସ୍ବୀଙ୍କ ନାମ ଆଗରେ ରହିଥିଲା । କିନ୍ତୁ ଲାଲୁ ବୁଝିବିଚାରି ଏପରି ନିଷ୍ପତ୍ତି ନେଇଛନ୍ତି । ଦଳର ଅଧ୍ୟକ୍ଷ ପଦ ପାଇଁ ବଡ଼ପୁଅ ତେଜପ୍ରତାପ, ସାନପୁଅ ତେଜସ୍ବୀ ଓ ଝିଅ ମିସା ଭାରତୀଙ୍କ ମଧ୍ୟରେ ପୂର୍ବରୁ ଭୁଲ୍ ବୁଝାମଣା ରହିଆସିଛି । ଏବଂ…
ନୂଆଦିଲ୍ଲୀ, ୩/୧୨: କେନ୍ଦ୍ର ଆଜି ବାତ୍ୟା ବୁଲ୍ବୁଲ୍ କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା କରିଛି। ବୁଲ୍ବୁଲ୍ କ୍ଷତିଗ୍ରସ୍ତ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଇଁ ସହାୟତା ଘୋଷଣା । ଓଡ଼ିଶା ପାଇଁ ୫୫୨ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଘୋଷଣା କରାଯାଇଛି। ପଶ୍ଚିମବଙ୍ଗ ପାଇଁ ୪୧୪ କୋଟି ୯୦ ଲକ୍ଷର ସହାୟତା ଘୋଷଣା କରାଯାଇଛି। ଲୋକସଭାରେ ଆଜି ‘ଫୋନି’ ସହାୟତା ପ୍ରସଙ୍ଗ ଉଠିଛି । ଜୁଏଲ୍ ଓରାମଙ୍କ ପ୍ରଶ୍ନରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ଦାସ ଉତ୍ତର ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ୧୦୦୦ କୋଟିର ଅତିରିକ୍ତ ସହାୟତା ଦିଆଯାଇଥିବାବେଳେ ଏନ୍ଡିଆର୍ଏଫ୍ ପକ୍ଷରୁ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ସହାୟତା ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ(ଏଜେନ୍ସି)
ବେଜିଂ,3/12: ଚାଇନିଜ୍ ଫୋନ୍ ନିର୍ମାଣକାରୀ କମ୍ପାନୀ 4ଜି ଫୋନ୍ ଉତ୍ପାଦନ ବନ୍ଦ କରିବାକୁ ଯାଉଛି । ସୂଚନା ମୁତାବକ 4ଜି ଫୋନ୍ ବନ୍ଦ କେବଳ ଚୀନରେ ହେବ । ଭାରତୀୟ ବଜାରରେ ଏହା ପୂର୍ବପରି 4ଜି ଫୋନ୍ ବିକ୍ରି କରିବ । 2020 ପରଠାରୁ ଚୀନ୍ରେ 5ଜି ଲଞ୍ଚ ହେବାକୁ ଯାଉଛି । ରିଅଲମି ଏକ୍ସ ସିରିଜ୍ରେ ଏକ୍ସ 50 ଏବଂ ଏକ୍ସ 50 ୟୁଥ୍ ଏଡିସନ୍ରେ ପ୍ରଥମେ ଏହି ଫୋନ୍ ଲଞ୍ଚ ହେବାକୁ ଯାଉଛି । ଏହା ସହିତ ନିଜର ମୂଳ କମ୍ପାନୀ ଓପ୍ପୋରୁ ଅଲଗା ହେବାର ନିଷ୍ପତ୍ତି ନେଇଛି ରିଅଲ୍ମି । 2020 ମଧ୍ୟଭାଗରେ କମ୍ପାନୀ ପକ୍ଷରୁ ଦୁଇଟି ସିମ୍ ବିଶିଷ୍ଟ 5ଜି ଫୋନ୍ ଲଞ୍ଚ କରିବ ବୋଲି ରିଅଲମି ସିଇଓ ସ୍କାଇ ଲି ପ୍ରକାଶ କରିଛନ୍ତି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,03/12 : ଓଡିଶାର 20ଟି ଖଣି ପାଇଁ ନୂତନ ବିଡ୍ ଆମନ୍ତ୍ରଣ କରାଯାଇଛି । ଆସନ୍ତା ମାର୍ଚ୍ଚ 31, 2020ରେ ଏହି 20ଟି ଖଣିର ଲାଇସେନ୍ସ ଅବଧି ଶେଷ ହେବାକୁ ଯାଉଛି । ଖଣି ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବ ନିୟମରେ ଆଂଶିକ ପରିବର୍ତ୍ତନ କରାଯାଇ ଏହି ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହା ସହିତ ଅକ୍ଟୋବର ମାସରେ ଜାରି କରାଯାଇଥିବା ଲାଇସେନ୍ସ ବିଜ୍ଞପ୍ତିକୁ ମଧ୍ୟ ଖାରଜ କରି ଦିଆଯାଇଛି । ନଭେମ୍ବର 30 ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସମୁଦାୟ ତିନି ପର୍ଯ୍ୟାୟରେ ଏହି ନିଲାମୀ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।
ସମୀକ୍ଷା ବ୍ୟୁରୋ ବାଣପୁର, ୩/୧୨: ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗୋପୀନାଥ ମହାରଣାଙ୍କୁ ମିଳିଲା ନୂତନ ଦାୟିତ୍ବ। ବାଣପୁର ବ୍ଲକ୍ର ବିଧାୟକଙ୍କ ପ୍ରତିନିଧି ଭାବେ ସେ କାର୍ଯ୍ୟ କରିବେ। ଏହି କ୍ରମରେ ବାଣପୁର ବ୍ଲକର ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡ଼ିକର ସୁପରିଚାଳନା ନିମେନ୍ତ ତାଙ୍କୁ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ଦ୍ବାରା ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି। ଗୋପୀନାଥଙ୍କ କର୍ତ୍ତବ୍ୟନିଷ୍ଠା ତଥା କର୍ମତତ୍ପରତା ପାଇଁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ତାଙ୍କ ଉପରେ ଏପରି ଏକ ଗୁରୁ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ଚିଲିକା ବିଧାୟକ ଚିଠି ନଂ ୩୮୦/୨୦୧୯ ଜରିଆରେ ବାଣପୁର ବ୍ଲକର ବିଡିଓଙ୍କୁ ଏନେଇ ଅବଗତ କରାଇଛନ୍ତି । ଛାତ୍ର ଜୀବନରୁ ଗୋପୀନାଥ ରାଜନୀତି, ସାମଜସେବା ତଥା ପ୍ରତିଟି କ୍ଷେତ୍ରରେ ଜଣେ ଉତ୍ସାହୀ ରୂପେ ନିଜକୁ ପ୍ରତିପାଦିତ କରି ଆସିଛନ୍ତି। ୨୦୦୬ରୁ ଗୋଦାବୀରଣ ମହାବିଦ୍ୟାଳୟରେ ଛାତ୍ର ସଂସଦ ସଭାପତି ହୋଇଥିବାବେଳେ ୨୦୧୨ରୁ ୨୦୧୭ପର୍ଯ୍ୟନ୍ତ ବାଣପୁରର ଜିଲ୍ଲା ପରିଷଦ ସଭ୍ୟ…
ପାଟନା, ୩/୧୨: ଦେଶରେ ଦେଢ ମାସରୁ ଉର୍ଦ୍ଧ୍ବ ହେବ ପିଆଜର ଦର ଆକାଶ ଛୁଆଁ ରହିଛି । ପିଆଜ କିଲୋ ପ୍ରତି ୧୦୦ ଟଙ୍କା ରହିଥିବାବେଳେ ପିଆଜକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ଏବେ ପିଆଜକୁ ନେଇ ସମସ୍ତ ରାଜନୈତିକ ଦଳ ରାଜନୀତି କରୁଥିବାର ନଜର ଆସିଲେଣି । ପାଟନାରେ ପିଆଜ କିଲୋ ପ୍ରତି ୯୦ ଟଙ୍କା ରହିଥିବାବେଳେ ଜନଅଧିକାର ଦଳର ଅଧ୍ୟକ୍ଷ ପପୁ ଯାଦବ ୩୫ ଟଙ୍କା କିଲୋରେ ପିଆଜ ବାଣ୍ଟିଛନ୍ତି । ପପୁ ଯାଦବ ପିଆଜକୁ ନେଇ ସମସ୍ତ ବିପିଏଲ୍ ଧାରକଙ୍କୁ ୩୫ ଟଙ୍କା କିଲୋ ହିସାବରେ ୧୦ କିଲୋ ପିଆଜ ଦେବେ ବୋଲି କହିଛନ୍ତି । ଏପରିକି ବିଜେପି ଅଫିସ୍ ବାହାରେ ସେ ୩୫ ଟଙ୍କା କିଲୋ ହିସାବରେ ପିଆଜ ମଧ୍ୟ ବଣ୍ଟନ କରିଛନ୍ତି । ପିଆଜକୁ କିଣିବାକୁ ନେଇ ସେହି ଅଞ୍ଚଳରେ ବହୁତ ଭିଡ ମଧ୍ୟ ହୋଇଥିଲା। ପିଆଜ ଦର ଉପରେ ସରକାର ଲଗାମ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୩/୧୨: ପିଲାମାନଙ୍କ ସହଜରେ ପାଠ ବୁଝାଇବା ଏବଂ ବିଭିନ୍ନ ପ୍ରଶ୍ନର ଅଭ୍ୟାସ କରାଇବା ଲକ୍ଷ୍ୟ ନେଇ ଗଞ୍ଜାମ ପ୍ରଶାସନ ଆରମ୍ଭ କରିଛି ‘ମଧୁ ଆପ୍’। ଏହି ଆପ୍ ଜରିଆରେ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ରେ ଡାଉନ୍ଲୋଡ୍ କରି ସେଥିରୁ ଭିଡିଓ ଦ୍ବାରା ସେମାନେ ଶ୍ରେଣୀରେ ପଢାଯାଇଥିବା ପାଠକୁ ବୁଝିପାରିବେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ଏହି ନୂଆ ‘ମଧୁ ଆପ୍’କୁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଆୟୋଜିତ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୨୨ ବ୍ଲକ୍ର ଛାତ୍ରଛାତ୍ରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ‘ମଧୁ ଆପ୍’ ସମ୍ପର୍କରେ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯା, ପିଲାମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ। ତେଣୁ ଭଲ ପାଠ ପଢି ଦେଶର ଗୌରବ ବୃଦ୍ଧି ପାଇଁ କମ କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି। ଓଡ଼ିଆ ଜାତି ପାଇଁ…
ମୁମ୍ବାଇ,3/12: ଡିସେମ୍ବର 19 ତାରିଖରେ ଆସନ୍ତା ଆଇପିଏଲ୍ ନିଲାମୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିଲାମୀରେ 971 ଜଣ ଖେଳାଳି ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସୋମବାର ସମସ୍ତ ଦଳ ନିଜ ନିଜ ଖେଳାଳିଙ୍କୁ ବାହାର କରିବା ପରେ ଏହି ତାଲିକା ଏବଂ ଖେଳାଳିଙ୍କ ବେସ୍ ପ୍ରାଇସ୍ ତାଲିକା ପ୍ରକାଶ ପାଇଛି । ଆଇପିଏଲ୍ 2020 ପାଇଁ ସମସ୍ତ ଖେଳାଳି ନିଜ ନିଜର ବେସ୍ ପ୍ରାଇସ୍ ନିର୍ଦ୍ଧାରଣ କରିଛନ୍ତି । ଆଶ୍ଚର୍ଯ୍ୟ ଜନକ ଭାବରେ କୋଲକାତା ଛାଡିଥିବା ରବିନ୍ ଉତ୍ଥାପାଙ୍କ ବେସ୍ ପ୍ରାଇସ୍ 1.5 କୋଟି ରହିଛି । । ବିଦେଶୀ ଖେଳାଳିଙ୍କ ମଧ୍ୟରେ ଶନ୍ ମାର୍ଶ, କେନ୍ ରିଚାର୍ଡସନ୍, ଇଓନ୍ ମୋର୍ଗାନ୍, ଜାସନ ରୟ, କ୍ରିସ୍ ଓ୍ବକ୍ସ ଏବଂ ଡେଭିଡ୍ ଓ୍ବିଲୀ ମଧ୍ୟ ନିଜର ବେସ୍ ପ୍ରାଇସ୍ 1.5 କୋଟି ରଖିଛନ୍ତି । ଡେଲ୍ ଷ୍ଟେନ୍, ପ୍ୟାଟ୍ କମିନ୍ସ, ଗ୍ଲେନ୍ ମ୍ୟାକ୍ସଓ୍ବେଲ ନିଜ ବେସ୍ ପ୍ରାଇସ୍ 2 କୋଟି…
PARIS, Dec 3 (Xinhua) — People attend a tribute ceremony for the fallen servicemen at the Les Invalides in Paris, France, on Dec. 2, 2019. France held the ceremony here on Monday to pay tribute to 13 soldiers who died in a helicopter accident in Mali a week ago. Xinhua/ UNI PHOTO-3F
KUAKATA, Dec.3 (Xinhua) — A woman is silhouetted at sunset while making a heart-shaped gesture at a beach of Kuakata in Bangladesh’s Patuakhali district, some 204 km south of the capital Dhaka, Nov. 30, 2019. (Str/Xinhua/ UNI PHOTO-2F
ମୁମ୍ବାଇ, ୩/୧୨: ଭାରତୀୟ କ୍ରିକେଟିୟର୍ ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ୍ ପରେ ମହିଳା କିକ୍ରେଟ୍ର ଅଧିନାୟକ ମିତାଲି ରାଜ୍ଙ୍କ ଜୀବନୀକୁ ନେଇ ବହୁ ସମୟ ଧରି ଚର୍ଚ୍ଚା ଲାଗି ରହିଥିଲା । ଏବେ ଏହି ଖବର ଉପରେ ମୋହର ଲାଗିଯାଇଛି । ମିତାଲି ରାଜ୍ଙ୍କ ଜୀବନୀକୁ ନେଇ ଫିଲ୍ମ ହେବା ନେଇ ଗ୍ରୀନ୍ ସିଗନାଲ୍ ମିଳିସାରିଛି । ଏ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି । ଏହି ଫିଲ୍ମରେ ଅଭିନେତ୍ରୀ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିବେ । ମିତାଲି ରାଜ୍ଙ୍କ ଜନ୍ମଦିବସ ଅବସରରେ ଏହା ଘୋଷଣା କରାଯାଇଛି । ତାପସୀ କିଛି ଫେଟା ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ମିତାଲିଙ୍କ ଜୀବନୀ ନେଇ ପ୍ରସ୍ତୁତ ହେଉଥିବା ଫିଲ୍ମଟିର ନାମ ‘ସାବାସ୍ ମିଠୁ’ ରହିଛି । ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ରାହୁଲ୍ ଢୋଲକିଆ ।
ରାଞ୍ଚି,3/12: ଦ୍ବିତୀୟ ପର୍ଯ୍ୟାୟ ଝାରଖଣ୍ଡ ନିର୍ବାଚନରେ 67 ପ୍ରତିଶତ କଂଗ୍ରେସ ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି ରହିଥିବା ଜଣାପଡିଛି । ଆସନ୍ତା 7 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏଡିଆର ରିପୋର୍ଟରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । 67 ପ୍ରତିଶତଙ୍କ ମଧ୍ୟରୁ 17 ଜଣଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଛି । ଏଡିଆର ରିପୋର୍ଟ ଅନୁଯାୟୀ 50 ପ୍ରତିଶତ ଜେଏମ୍ଏମ୍ ପ୍ରାର୍ଥୀ, 42 ପ୍ରତିଶତ ଏଜେଏସ୍ୟୁ ପ୍ରାର୍ଥୀ ଏବଂ ବିଜେପି ଓ ଜେଭିଏମ୍ପିର 40 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ସେହିପରି ସମୁଦାୟ 26 ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଗମ୍ଭୀର ଅପରାଧିକ ମାମଲା ରହିଥିବାର ସୂଚନା ମିଳିଛି । ଗମ୍ଭୀର ଅପରାଧିକ ମାମଲା ତାଲିକାରେ ମଧ୍ୟ 50 ପ୍ରତିଶତ ସହିତ କଂଗ୍ରେସ ଉପରେ ରହିଛି । ଏହି ତାଲିକାରେ ଜେଏମ୍ଏମ୍ର 36 ପ୍ରତିଶତ ପ୍ରାର୍ଥୀ ରହିଥିବା ବେଳେ ବିଜେପିର 25 ପ୍ରତିଶତ ଏବଂ ଜେଭିଏମ୍ପିର…
ମୁମ୍ବାଇ, ୩/୧୨: ତବୁ ଓ ଇଶାନ୍ ଖଟ୍ଟରଙ୍କ ଇଣ୍ଟରନ୍ୟାସନାଲ୍ ଟିଭି ସିରିଜ୍ ‘ ଏ ସ୍ବିଟେବଲ୍ ବୟ’ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଯାଇଛି । ଏହି ପୋଷ୍ଟରରେ ତବୁ ଓ ଈଶାନ୍ ଖଟ୍ଟର ଦୁହେଁ ଏକ ପ୍ରଗାଢ ପ୍ରେମପୂର୍ଣ୍ଣ ଭାବଭଙ୍ଗୀରେ ନଜର ଆସିଛନ୍ତି। ଏଥିରେ ତବୁ ବେଶ୍ ଆକର୍ଷଣୀୟା ଲାଗୁଛନ୍ତି । ନିଜଠାରୁ ୨୪ ବର୍ଷ ସାନ ଆକ୍ଟର ସହିତ ରୋମାନ୍ସ କରିବାର ନଜର ଆସିବେ ତବୁ। ବିକ୍ରମ୍ ସେଠୀଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଏ ସ୍ବିଟେବଲ୍ ବୟ’ ଉପରେ ଆଧାରିତ ଏହି ସିରିଜ୍ଟି ଛ’ଟି ଭାଗରେ ନିର୍ମାଣ ହେବ । ଏହି ସିରିଜ୍ଟି ୨୦୨୦ରେ ରିଲିଜ୍ ହେବାକୁ ଥିବାବେଳେ ଚ୍ୟାନେଲ୍ ବିବିସି ଓ୍ବାନ୍ରେ ଏହା ପ୍ରସାରିତ ହେବ । ଏହି ସିରିଜ୍କୁ ନିର୍ଦ୍ଦେଶନା ଦେଉଛନ୍ତି ଲୋକପ୍ରିୟ ନିର୍ଦ୍ଦେଶିକା ମୀରା ନାୟାର୍ । ଏହି ସିରିଜ୍ରେ ଈଶାନ୍ର ଜଣେ ରାଜନୈତିକ ବ୍ୟକ୍ତିଙ୍କ ପୁତ୍ର ଭୂମିକାରେ ନଜର ଆସୁଥିବାବେଳେ ତବୁ ସଇଦା ବାଈ ନାମକ…

