Author: Samikhsya Bureau

ରଙ୍ଗାଚରଣ ପ୍ରଧାନ ଗୁମନାମ ହୈ କୋଇ। ବଦନାମ ହୈ କୋଇ। କିସ୍ କୋ ପତା , କୌନ ହୈ ଓହ୍ ଅଞ୍ଜାନ ହୈ କୋଇ। ଚାଲନ୍ତୁ, ଇଏ ତ ହେଲା ପୁରୁଣା ସସପେନ୍ସ ହିନ୍ଦୀ ଫିଲିମ୍ ଗୁମନାମ୍ ର ଏକ ଲୋକପ୍ରୀୟ ଗୀତ। କିନ୍ତୁ ରାଜନୀତିରେ ଏବେ ଏମିତି ଏକ ସସପେନ୍ସ କାହାଣୀ ଚାଲିଛି ଯାହା ଫିଲମ୍ ଭଳି ଆମୋଦଦାୟକ ନୂହେଁ, ଏହା ଭାରତୀୟ ଗଣତନ୍ତ୍ର ପାଇଁ ଏକ ଟ୍ରାଜେଡି। କାହାଣୀଟି ହେଉଛି ଇଲେକ୍ଟୋରାଲ ବଣ୍ଡ ବିଷୟକୁ ନେଇ। ଆଗରୁ କ’ଣ ହେଉଥିଲା ନା, ରାଜନୈତିକ ଦଳଗୁଡିକୁ ବିଭିନ୍ନ ଉପାୟରେ ଚାନ୍ଦା ମିଳୁଥିଲା। ଯେଉଁମାନେ କୌଣସି ପାର୍ଟିକୁ ଦେଖେଇକି ଦେଉଥିଲେ ସେମାନେ ଚେକ୍ ରେ ଦେଉଥିଲେ । ସେ କ୍ଷେତ୍ରରେ ରାଜନୈତିକ ଦଳମାନେ ୨୦ ହଜାର ଟଙ୍କା ଓ ତା’ଠାରୁ ଅଧିକ ଚାନ୍ଦା ପାଇଁ ଚାନ୍ଦାଦାତାର ସମ୍ପୁର୍ଣ ପରିଚୟ ଓ ଚାନ୍ଦାର ପରିମାଣ ନିର୍ବାଚନ କମିଶନକୁ ଦେଉଥିଲେ ଓ କମିଶନ ମାଧ୍ୟମରେ…

Read More

Prime Minister Narendra Modi with Jharkhand Chief Minister Raghubar Das and BJP candidates from Palamu and Garwah assembly constituencies being honoured by party supporters during an election campaign rally for Jharkhand Assembly Election, at Daltanganj in Palamu district on Monday. UNI PHOTO-33U

Read More

ଭୁବନେଶ୍ବର, ୨୪/୧୧: (ସମୀକ୍ଷା ବ୍ୟୁରୋ): ଆଜି ଭୁବନେଶ୍ବରସ୍ଥିତ ଲୋୟର ପିଏମ୍‌ଜିଠାରେ ନିଖିଳ ଓଡ଼ିଶା ଠିକାଦାର ମହାସଂଘର ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ମହାସଂଘ ୧୦ ଦଫା ଦାବି ନେଇ ସମାବେଶ କରିଛନ୍ତି। ଆଗାମୀ ଦିନରେ ଏହି ଦାବି ପୂରଣ ନ ହେଲେ ସମଗ୍ର ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି ଏହି ମହାସଂଘର ସଭାପତି ପ୍ରଭାତ ଦାଶ। ଏହି ମହାସଂଘର ଦାବି ଗୁଡ଼ିକ ମଧ୍ୟରେ ରହିଛି – ୨୦୧୪ର ସ୍ଥିରୀକୃତ ସୂଚୀ ଦରରେ ପରିବର୍ତ୍ତନ କରାଯାଇ ୨୦୧୯ ମୂଲ୍ୟ ଭିତ୍ତିରେ ପୁନଃଆକଳନ , ଭାରତ ସରକାରଙ୍କ ଷ୍ଟାଣ୍ଡାଡ ଡାଟା ବୁକ୍‌ ଓ ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀର ତୁରନ୍ତ ପ୍ରଚଳନ, ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ୧୪.୯୯ର ସମ୍ପୂର୍ଣ୍ଣ ପ୍ରତ୍ୟାହାର, ମାନ୍ୟବର ହାଇକୋର୍ଟଙ୍କ ବର୍ଦ୍ଧିତ ମୂଲ୍ୟ ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମଜୁରୀର ଉଚିତ ନିର୍ଦ୍ଧାରଣ ଏବଂ ଠିକାଦାରଙ୍କ ତତ୍‌ ସମ୍ପର୍କିତ ପ୍ରାପ୍ୟ ପ୍ରଦାନ,…

Read More

ଭୋପାଳ,25/11: ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡୁଥିବା ନେଇ ଖବର ପ୍ରକାଶ ପାଇଥିଲା । ସିନ୍ଧିଆ ନିଜ ଟ୍ବିଟ୍ଟର ବାୟୋରୁ କଂଗ୍ରେସ ହଟାଇବା ପରେ ଦଳ ଛାଡୁଥିବା ଚର୍ଚ୍ଚା ଧରିଥିଲା । ମାତ୍ର ଏହି ଖବରକୁ ଗୁଜବ ବୋଲି ଅଭିହିତ କରିଛନ୍ତି ନିଜେ ସିନ୍ଧିଆ । ସ୍ପଷ୍ଟୀକରଣ ଦେଇ ସିନ୍ଧିଆ କହିଛନ୍ତି, ସେ ଏକ ମାସ ହେବ ସେ ନିଜ ବାୟୋରୁ କଂଗ୍ରେସ ନାମ ହଟାଇଛନ୍ତି । ଦଳର ନାମ ହଟାଇଥିଲେ ମଧ୍ୟ ସେ ଦଳ ପାଇଁ ନିରନ୍ତର କାମ କରୁଛନ୍ତି ଏବଂ କରୁଥିବେ ବୋଲି ସିନ୍ଧିଆ ସ୍ପଷ୍ଟୀକରଣ ଦେଇଛନ୍ତି । (ଏଜେନ୍ସୀ)

Read More

ମୁମ୍ବାଇ,25/11: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ ‘ଥାଲାଇଭି’ରେ ଚମତ୍କାର ପ୍ରଦର୍ଶନ ପରେ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି କଙ୍ଗନା ରଣାଓ୍ବତ । ନିଜର ପ୍ରଯୋଜନା ସଂସ୍ଥା ମଣିକର୍ଣ୍ଣିକା ଫିଲ୍ମସ ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ବଲିଉଡ୍‌ କ୍ବିନ୍‌ କଙ୍ଗନା । ରାମ ମନ୍ଦିର ଘଟଣାବଳୀକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯିବ ବୋଲି ଜଣାପଡିଛି । ଫିଲ୍ମକୁ ନେଇ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଟ୍ବିଟ୍ଟର ଜରିଆରେ ଏହି ଘୋଷଣା କରିଛନ୍ତି । ଫିଲ୍ମଟିର ନାମ ଅପରାଜିତ ଅଯୋଧ୍ୟା ରହିବ ବୋଲି ଜଣାପଡିଛି । କାହାଣୀ ସ୍ଥିର ହୋଇ ସାରିଥିବା ବେଳେ ଖୁବ୍‌ ଶୀଘ୍ର କଳାକାର ଚୟନ କରାଯିବ ବୋଲି ରଙ୍ଗୋଲୀ ଟ୍ବିଟ୍‌ କରିଛନ୍ତି । (ଏଜେନ୍ସୀ)

Read More

ନୂଆଦିଲ୍ଲୀ, 25/11 : କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ଟ୍ବିଟ୍ଟର ଆକାଉଣ୍ଟରୁ କଂଗ୍ରେସ ଶବ୍ଦଟିକୁ ହଟାଇଛନ୍ତି । ପୂର୍ବରୁ ସେ ନିଜ ନାମ ପରେ ପରେ କଂଗ୍ରେସ ନେତା ବୋଲି ଉଲ୍ଲେଖ କରିଥିଲେ। ହେଲେ ସିନ୍ଧିଆ ବର୍ତ୍ତମାନ ନିଜର ବାୟୋ “public servant and cricket enthusiast” କୁ ପରିବର୍ତ୍ତନ କରିଦେଇଛନ୍ତି। ଫଳରେ ଏହାକୁ ନେଇ ଦେଶ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।  ସିନ୍ଧିଆଙ୍କ ଏପରି ପରିବର୍ତ୍ତନ ଦ୍ବାରା ତାଙ୍କ ସହିତ କଂଗ୍ରେସ ନେତାଙ୍କ ମଧ୍ୟରେ ଥିବା ବିବାଦ ପଦାରେ ପଡିଛି। ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପାଇଁ ସିନ୍ଧିଆ ଏବଂ କଂଗ୍ରେସ ନେତୃବୃନ୍ଦଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସିନ୍ଧିଆଙ୍କ ଏହି ପଦକ୍ଷେପ ପରେ ମଧ୍ୟପ୍ରଦେଶ ରାଜନୀତି ଓଲଟପାଲଟ ହେବାର ସମ୍ଭାବନା ଦେଖାଦେଇଛି । ଉଲ୍ଲେଖଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପରେ ରାହୁଲଙ୍କ ଘନିଷ୍ଠ ସହଯୋଗୀ ରହିଥିବା ସିନ୍ଧିଆ କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ପ୍ରଦାନ…

Read More

ନୂଆଦିଲ୍ଲୀ,୨୫/୧୧: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲାର ବିଚାର ସରିଛି। ଆସନ୍ତାକାଲି ଏହି ମାମଲାର ରାୟ ପ୍ରକାଶ ପାଇବ ବୋଲି ଜଣାପଡିଛି। ଶିବସେନା-କଂଗ୍ରେସ-ଏନସିପି ପକ୍ଷରୁ ଦାୟର କରାଯାଇଥିବା ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ମାମଲାର ବିଚାର ଶେଷ କରିବା ସହିତ ରାୟ ସଂରକ୍ଷଣ କରିଛନ୍ତି। ଆସନ୍ତା କାଲି ସକାଳ ୧୦. ଏହି ମାମଲାର ରାୟ ପ୍ରକାଶ ପାଇବ। ଶିବସେନା ପାଇଁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲା ଲଢ଼ୁଥିବାବେଳେ କଂଗ୍ରେସ-ଏନସିପି ପକ୍ଷରୁ ଅଭିଷେକ ମନୁ ସିଂଙ୍ଘୱୀ ଏବଂ ବିଜେପି ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ମକଦ୍ଦମା ଲଢିଥିଲେ। ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖୁଛନ୍ତି। (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ,25/11 : ପ୍ରାୟ 50 ମାମଲାରେ ସମ୍ପୃକ୍ତ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ରାୟଗଡ଼ା ଟାଉନ ପୁଲିସ ଏନକାଉଣ୍ଟର କରିଛି । ପୁଲିସ ସହିତ ଗୁଳିବିନିମୟ ବେଳେ ଶିବା ନାମକ ଅପରାଧୀ ଜଣକ ଧରାପଡ଼ିଛି । ସହରରେ ସୋମବାର ଭୋର ସମୟରେ ଏହି ଏନକାଉଣ୍ଟର ହୋଇଛି । ଶିବାର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ତା’କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିବିନିମୟ ସମୟରେ 2 ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଶିବା ନିକଟରୁ ପୋଲିସ ଏକ ବାଇକ ଏବଂ ବନ୍ଧୁକ ଜବତ କରିଛି ।

Read More

ମୁମ୍ବାଇ,୨୫/୧୧ : ମହାରାଷ୍ଟ୍ର ରାଜନୀତିରେ ଦେଖାଯାଇଥିବା ସଙ୍କଟ ପାଇଁ ଶିବସେନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ଶିବସେନା-କଂଗ୍ରେସ-ଏନସିପି ବିଧାୟକ ଦଳ ନେତା ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଛନ୍ତି। ସରକାର ଗଢ଼ିବାକୁ ବହୁମତ ପରୀକ୍ଷଣ ଲାଗି ଏହି ୩ ଦଳ ଦାବି କରୁଛନ୍ତି । ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗ ଉପରେ ଶୁଣାଣି କରୁଛନ୍ତି। ଶିବସେନା ପାଇଁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲା ଲଢ଼ୁଥିବାବେଳେ କଂଗ୍ରେସ-ଏନସିପି ପକ୍ଷରୁ ଅଭିଷେକ ମନୁ ସିଂଙ୍ଘୱୀ ଏବଂ ବିଜେପି ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ମକଦ୍ଦମା ଲଢ଼ୁଛନ୍ତି। ସେହିପରି ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖୁଛନ୍ତି। (ଏଜେନ୍ସୀ)

Read More

ମୁମ୍ବାଇ,26/11 : ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଗତକାଲିର ଟ୍ବିଟ୍‌ ବିବାଦ ପରେ ଆଜି ସକାଳୁ ଏନ୍‌ସିପି ମୁଖପାତ୍ର ନଓ୍ବାବ ମଲ୍ଲିକଙ୍କ ମନ୍ତବ୍ୟ ନୂତନ ଟ୍ବିଷ୍ଟ ଆଣିଛି । ଏନ୍‌ସିପି ନିକଟରେ 53 ବିଧାୟକଙ୍କ ସମର୍ଥନ ରହିଛି । 53 ଜଣଙ୍କ ମଧ୍ୟରୁ 52 ଜଣ କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣେ ବିଧାୟକଙ୍କ ସହିତ ସମ୍ପର୍କରେ ଦଳ ରହିଛି । ଏବଂ ସେ ଖୁବ୍‌ ଶୀଘ୍ର ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ଅଜିତ ଶରଦ ପଓ୍ବାରଙ୍କୁ ପ୍ରଶଂସା କରି ଏକ ଟ୍ବିଟ୍ କରିବା ସହିତ ବିଜେପି ସହିତ ମେଣ୍ଟର ଇସାରା ଦେଇଥିଲେ । (ଏଜେନ୍ସୀ)

Read More

ସମୀକ୍ଷା ବ୍ୟୁରୋ,25/11 : କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଅଟୋ ଏବଂ କାର୍‌ ମଧ୍ୟରେ ଦୁର୍ଘଟଣା ଘଟି 7 ଜଣ ଗୁରୁତର ଆହତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ଏକ ଅଟୋରେ ଡ୍ରାଇଭର ସମେତ 5 ଜଣ ଯାଉଥିଲେ ।ପଛରୁ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଅଟୋକୁ ଧକ୍କା ଦେବା ଫଳରେ । କାର୍‌ରେ ଡ୍ରାଇଭରଙ୍କ ସମେତ 2 ଜଣ ବ୍ୟକ୍ତି ରହିଥିଲେ । ସମସ୍ତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ 2 ଜଣ ଶିଶୁ ଅଛନ୍ତି ।

Read More

 କେଦାର ମିଶ୍ର   ଇଲେକ୍ଟୋରାଲ ବଣ୍ଡ ମାନେ କଣ? ଏହାର ଉତ୍ତର ଖୋଜିବା ପୃଥିବୀର ସବୁଠୁ କଠିନ କାମ। କିଏ, କାହିଁକି ଓ କାହାପାଇଁ ରାଜନୈତିକ ଦଳଗୁଡିକୁ ଚାନ୍ଦା ଦେଉଛି, ତାହା ମହାନ ଭାରତୀୟ ଗଣତନ୍ତ୍ରରେ ଗୋପନ ହୋଇ ରହୁ ବୋଲି ବ୍ୟବସ୍ଥା କରାଯାଇଛି ଓ ତାହାର ନାଁ ରଖା ଯାଇଛି ଇଲେକ୍ଟୋରାଲ ବଣ୍ଡ। ଆମ ଦେଶରେ ନାଗରିକ ଟଙ୍କାଟିଏ ଯେମିତି ଗୋପନ ରଖିନପାରେ ସେଥିଲାଗି ଆଧାର କାର୍ଡକୁ ବ୍ୟାଙ୍କ ଏକାଉଣ୍ଟ ସହିତ ଯୋଡିବା ଲାଗି ଜିଦ କରୁଥିବା ସରକାର, ରାଜନୈତିକ ଦଳକୁ ମିଳୁଥିବା କୋଟି କୋଟି ଟଙ୍କାର ଚାନ୍ଦାକୁ ଗୋପନୀୟ ରଖିବାକୁ ଚାହୁଁଛି କାହିଁକି? ୨୦୧୭-୧୮ବର୍ଷରେ ୬୦୦୦ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ବିକ୍ରି ହୋଇଛି ଓ ଏହାର ୯୫% ବିଜେପି ଖାତାକୁ ଆସିଛି। ତେବେ କିଏ ଓ କାହିଁକି ଏ ଚାନ୍ଦା କେଉଁ ସୂତ୍ରରୁ ଦେଇଛି, ତାହା ଜାଣିବାର ବାଟ ନାହିଁ। ବିଚକ୍ଷଣ ଓକିଲ ସ୍ଵର୍ଗତ ଅରୁଣ ଜେଟଲି ଅର୍ଥମନ୍ତ୍ରୀ…

Read More