Author: Samikhsya Bureau
କୋଲକାତା, ୨୪/୧୧: ଭାରତ ଲଗାତାର ଚତୁର୍ଥ ଥର ଇନିଂସ ବିଜୟୀ ହୋଇ ଟେଷ୍ଟ କ୍ରିକେଟର ୧୪୨ ବର୍ଷର ରେକର୍ଡ ଭାଙ୍ଗିଛି। ଭାରତ ବାଂଲାଦେଶକୁ ଲଗାତାର ୨ଟି ଟେଷ୍ଟରେ ଇନିଂସ ବ୍ୟବଧାନରେ ପରାସ୍ତ କରିଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତିମ ୨ଟି ଟେଷ୍ଟରେ ଭାରତର ଇନିଂସ ବିଜୟ ହୋଇଥିଲା। ଏହା ସହିତ ଭାରତ ଲଗାତାର ଭାବେ ୭ଟି ଟେଷ୍ଟ ମ୍ୟାଚରେ ବିଜୟୀ ହୋଇ ରେକର୍ଡ ଭାଙ୍ଗିଛି। କୋଲକାତା ଟେଷ୍ଟରେ ଭାରତୀୟ ପେସ୍ ବୋଲର ୧୯ଟି ୱିକେଟ୍ ନେଇଛନ୍ତି। ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଦଳର ପେସର ୧୭ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ। (ଏଜେନ୍ସୀ)
ମୁମ୍ବାଇ,24/11 : ଏନ୍ସିପି, କଂଗ୍ରେସ ଓ ଶିବସେନା ମଧ୍ୟରେ ସରକାର ଗଠନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ସମୟରେ ଅଜିତ୍ ପଓ୍ଵାରଙ୍କ ଟ୍ବିଟ୍ ନୂଆ ଟ୍ବିଷ୍ଟ ଆଣିଛି । ଅଜିତ୍ ପଓ୍ଵାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନ୍ସିପି-ଶିବସେନା ପକ୍ଷରୁ ମିଳିତ ଭାବରେ ପ୍ରେସ୍ମିଟ୍ କରାଯାଇଥିଲା । ସମସ୍ତ ଏନ୍ସିପି ବିଧାୟକ ଶରଦ ପଓ୍ବାରଙ୍କ ପ୍ରତି ନିଜର ସମର୍ଥନ ଜାହିର କରିଥିଲେ । ଏହାପରେ ବିଜେପିର ସଂଖ୍ୟା ଗରିଷ୍ଠତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ମାତ୍ର ଆଜି ଅଜିତ ପଓ୍ବାରଙ୍କ ଏକ ଟ୍ବିଟ୍ ଏବେ ନୂତନ ଟ୍ବିଷ୍ଟ ଆଣିଛି । ଟ୍ବିଟ୍ରେ ଶରଦ ପଓ୍ବାରଙ୍କୁ ଏନ୍ସିପି ଦଳର ନେତା ବୋଲି କହିବା ସହିତ ସେ ଏନ୍ସିପିର ସଦସ୍ୟ ଅଛନ୍ତି ବୋଲି ଅଜିତ ପଓ୍ବାର ସ୍ପଷ୍ଟ କରିଛନ୍ତି । ଏହା ସହିତ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ଏକ ସ୍ଥିର ସରକାର ପାଇଁ ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଅଜିତ…
ମୁମ୍ବାଇ, 24/11 : 2005ର ବଲିଉଡ ବ୍ଲକ୍ବଷ୍ଟର ବଣ୍ଟି ଔର ବବ୍ଲୀର ରିମେକ୍ରେ ଏକତ୍ର ଦେଖିବାକୁ ମିଳିବ ସୈଫ୍-ରାଣୀଙ୍କ ଯୋଡି । ପୂର୍ବରୁ ରାଣୀ ମୁଖାର୍ଜୀ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ଏହି ଫିଲ୍ମ ପାଇଁ ସମ୍ମତି ପ୍ରଦାନ କରିଥିବା ବେଳେ ଶନିବାର ଏହି ଫିଲ୍ମ ପାଇଁ ନିଜର ସମ୍ମତି ପ୍ରଦାନ କରିଛନ୍ତି । ସାଦ୍ ଅଲୀ ପ୍ରଥମ ଭାଗର ନିର୍ଦ୍ଦେଶନା ଦେଇଥିବା ବେଳେ ବରୁଣ ଭି ଶର୍ମା ଏହି ଭାଗର ନିର୍ଦ୍ଦେଶନା ଦେଉଛନ୍ତି । ବରୁଣ ପୂର୍ବରୁ ସୁଲତାନରେ ଲେଖକ ଭାବରେ କାମ କରିଛନ୍ତି । ସୈଫ୍ଙ୍କ ଅଭିନୀତ ତାନାଜୀ ଜାନୁୟାରୀ 11ରେ ରିଲିଜ୍ ହେବାକୁ ଯାଉଥିବାବେଳେ ଆସନ୍ତା ଫେବୃୟାରୀରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । ପୂର୍ବରୁ ସୈଫ୍-ରାଣୀ ଏକତ୍ର ହମ୍ତୁମ୍ ଏବଂ ତାରା ରମ୍ ପମ୍ରେ ନଜର ଆସିଥିବା ବେଳେ ଦର୍ଶକ ଉଭୟଙ୍କୁ ବହୁତ ପସନ୍ଦ କରିଥିଲେ । 2007 ପରେ ଉଭୟ ଏକତ୍ର…
ପଟ୍ଟାମୁଣ୍ଡାଇ, ୨୪/୧୧(ସମୀକ୍ଷା ବ୍ୟୁରୋ) ଲଙ୍କାଗୁଣ୍ଡ ପକାଇ ୨ ଲକ୍ଷ ୮୭ ହଜାର ଲୁଟିନେଲେ ଦୁର୍ବୃତ୍ତ। କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଇଚ୍ଛାପୁର ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି। ପଟ୍ଟାମୁଣ୍ଡାଇ ଇଚ୍ଛାପୁର ଛକ ନିକଟରେ ଲୁଟ ଅଭିଯୋଗ ହୋଇଛି। ଜଣେ ବ୍ୟକ୍ତି ମଦ ଦୋକାନରୁ ଟଙ୍କା ଧରି ଫେରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଲଙ୍କାଗୁଣ୍ଡ ପକାଇ ବନ୍ଧୁକ ଦେଖାଇ ଲୁଟି ନେଇଥିଲେ। ବ୍ୟକ୍ତି ଜଣକ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।
କଳାହାଣ୍ଡି ୨୪/୧୧ (କ୍ଷୀରୋଦ ସାହୁ) : କଳାହାଣ୍ଡି ଜିଲ୍ଲାସ୍ତରୀୟ ଶିକ୍ଷକ କମିଟିର ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗୌରହରି ନାୟକଙ୍କ ସଭାପତିତ୍ବରେ ନିର୍ବାଚିତ କର୍ମକର୍ତ୍ତା ମାନେ ଶପଥ ଗ୍ରହଣ କରିଥିଲେ। ବେଳଖଣ୍ଡି ଶିବ ମନ୍ଦିର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିଟି ସଂଘ ଓଡିଶା ରାଜ୍ୟ ସଭାପତି ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବରେ କର୍ଲାମୁଣ୍ଡା ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ରାଧାମୋହନ ପାଢୀ, ସମ୍ମାନିତ ଅତିଥି ସିଟି ସଂଘ ସମ୍ପାଦକ ସୁଶୀଲ କୁମାର ପଧାନ, ଶିକ୍ଷାବିତ ମୋହନଲାଲ ରଣା, ସତ୍ୟନାରାୟଣ ରାଜପୁତ, ଦୀନବନ୍ଧୁ ନାଗ, ସଚ୍ଚିଦାନନ୍ଦ କୁମାର(ଲାଞ୍ଜିଗଡବ୍ଲକ), ମୋହନ ଭୋଇ (ଗୁଡଭେଲାବ୍ଲକ), ହର୍ଷବର୍ଦନ ଭୋଇ(କେସିଙ୍ଗା ବ୍ଲକ), ଶ୍ରୀଧର ସାହୁ(ଏମ ରାମପୁର), ସୁଧିର ମହାନନ୍ଦ,ଆଶିଷ କୁମାର ପାଢୀ ପ୍ରମୁଖ ଯୋଗ ଦେଇଥିଲେ। ଠିକା ଶିକ୍ଷକଙ୍କୁ ନିୟମିତ କରାଯିବା ଉପରେ ସମସ୍ତ ନିର୍ବାଚିତ ସଦସ୍ୟ ଗୁରୁତ୍ବାରୋପ କରିଥିଲେ।
ହଲିଉଡ୍ର ହଟ୍ ଅଭିନେତା ତଥା ଗାୟକ ଜଷ୍ଟିନ୍ ଟିମ୍ବରଲେକ୍ ଏବଂ ଅଭିନେତ୍ରୀ ଆଲିସା ଓ୍ବେନ୍ରାଇଟ୍ ପରସ୍ପରକୁ ଡେଟ୍ କରୁଥିବା ନେଇ ସୂଚନା ମିଳିଛି । 2012ରେ ଟିମ୍ବରଲେକ୍ ଜେସିକା ବେଲଙ୍କୁ ବିବାହ କରିଥିବା ବେଳେ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି । ଉଭୟଙ୍କ ମଧ୍ୟରେ ଫାଟ ପାଇଁ ଆଲିସାଙ୍କୁ ଦାୟୀ କରାଯାଉଥିବା ବେଳେ ଗତ ସପ୍ତାହରେ ଆଲିସା ଏବଂ ଜଷ୍ଟିନ୍ଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା । ଉଭୟ ନ୍ୟୁ ଅର୍ଲିନ୍ସରେ ହାତ ଧରାଧରି ହୋଇ ବୁଲୁଥିବା ବେଳେ ଏକ କଫି ସପ୍ରେ ଏକତ୍ର କଫି ପିଉଥିବାର ଫଟୋ ଦେଖିବାକୁ ମିଳିଥିଲା । ଏହି ଖବରକୁ ନେଇ ଆଲିସାଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଦୁଇ ଥର ଗ୍ରାମୀ ପୁରସ୍କାର ବିଜୟୀ ଜଷ୍ଟିନ୍ ଉଭୟ ଭଲ ବନ୍ଧୁ ବୋଲି କହିଥିଲେ ।
ବାଣପୁର, ୨୪/୧୧: (ସମୀକ୍ଷା ବ୍ୟୁରୋ) ବାଣପୁରରେ ଏବେ ବେଆଇନ ମଦ କାରବାରରେ ବୃଦ୍ଧି ଘଟିଛି। ଗତ ଦୁଇ ଦିନ ଭିତରେ ତିନିଜ ଜଣ ବେଆଇନ ମଦ ବେପାରୀ ଗିରଫ ହୋଇଛନ୍ତି। ଏହି ମାମଲରେ ଆଜି ଏଏସଆଇ ବସନ୍ତ ପଟ୍ଟନାୟକ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ବିଶ୍ବନାଥ ସ୍ବାଇଁ। ୫୫ ବର୍ଷୀୟ ଏହି ବ୍ୟକ୍ତି ଜଣକ ସ୍ଥାନୀୟ ଭଗବତୀ ମନ୍ଦିର ପଛପଟେ ନିଜ ଘରେ ଭିତରେ ଏହି କାରବାର ଚାଲୁ ରଖିଥିଲେ। ତାଙ୍କ ନିକଟରୁ ୧୭ ଲିଟର ଆସ୍କା୪୦ ଜବତ ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ପୋଲିସ୍ ୩୨୭/୧୯ କେସ୍ ନମ୍ବରରେ ମାମଲା ରୁଜୁ କରିଛି। ଗତକାଲି ପୁଲିସ୍ ଗମ୍ଭାରୀମୁଣ୍ଡା ବଜାରରେ ଥିବା ଏକ ଦୋକାନରୁ ଜଣେ ବେଆଇନ ମଦ ବିକ୍ରେତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଶରତ ଚନ୍ଦ୍ର ବରାଳ। ଏଏସଆଇ ମୁରଲୀଧର ବଳିଆର ସିଂହ ସମ୍ପୃକ୍ତ ବ୍ୟକ୍ତି ନାମରେ ୩୨୯/୧୯ କେସ ନମ୍ବରରେ…
ନୂଆଦିଲ୍ଲୀ, 24/11 : ଉତ୍ତରାଖଣ୍ଡରେ ଏକ ମୃଦୁ ଭୂମିକମ୍ପ ଅନୁଷ୍ଠିତ ହୋଇଛି । ରବିବାର ଉତ୍ତରାଖଣ୍ଡର କମୋଲି ଜିଲ୍ଲାରେ ଏହି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଅପରାହ୍ନ 1.20 ମିନିଟ୍ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା 3.4 ରହିଥିଲା । ଭୂପୃଷ୍ଠରୁ 10 କିମି ଗଭୀରତାରେ ଅନୁଭୂତ ଭୂକମ୍ପ 30.4 ଡିଗ୍ରୀ ଅକ୍ଷାଂଶ ଏବଂ 79.73 ଡିଗ୍ରୀ ଦ୍ରାଘିମାରେ ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି । ଏହି ଭୂକମ୍ପର ପ୍ରଭାବ ମାତ୍ର 20ରୁ 25 ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା ବେଳେ କୌଣସି ସମ୍ପତ୍ତି କିମ୍ବା ଜୀବନ ହାନି ହୋଇନଥିବା ପ୍ରକାଶ । (ଏଜେନ୍ସୀ)
ଲକ୍ଷ୍ନୌ, 24,11 : 2022 ସୁଦ୍ଧା ଦେଶର ପ୍ରତ୍ୟୋକ ପରିବାରକୁ ଯୋଗାଇ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତ ଦେଇଛନ୍ତି । ଏହା ସହିତ ମୋଦି ସରକାର ଦେଶର ପ୍ରତ୍ୟୋକ ଘରକୁ 2024 ସୁଦ୍ଧା ଟ୍ୟାପ୍ ଜରିଆରେ ପାନୀୟ ଜଳ ଯୋଗାଇବାର ଯୋଜନା କରୁଛନ୍ତି ବୋଲି ରାଜନାଥ ପ୍ରକାଶ କରିଥିଲେ । ଏହା ସହିତ ଦେଶର ପ୍ରତ୍ୟୋକ ନାଗରିକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇବା ମୋଦି ସରକାରଙ୍କ ଲକ୍ଷ୍ୟ ବୋଲି ରାଜନାଥ ପ୍ରକାଶ କରିଛନ୍ତି । ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମରେ ନିଜ ଅଭିଭାଷଣ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା କହିଛନ୍ତି । ସେହିପରି ପାକିସ୍ତାନ ସହିତ ସମସ୍ତ ବ୍ୟବସାୟିକ ଏବଂ ଦ୍ବିପାକ୍ଷିକ ସମ୍ପର୍କ ବନ୍ଦ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଆତଙ୍କବାଦକୁ ବ୍ୟବସାୟ ବନାଇଥିବା ଦେଶ ସହିତ କୌଣସି ସମ୍ପର୍କ ରଖାଯିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।…
ମୁମ୍ବାଇ, ୨୪/୧୧: ତାମିଲ୍ ଅଭିନେତ୍ରୀ ତଥା ଲୋକପ୍ରିୟ ରାଜନେତ୍ରୀ ଜୟଲଳିଥାଙ୍କ ଜୀବନୀକୁ ନେଇ ନିର୍ମିତ ଫିଲ୍ମ ‘ଥାଲାଇଭୀ’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ବଲିଉଡ୍ କ୍ବିନ୍ କଙ୍ଗନା ରଣାଓ୍ବତ୍। ସବୁବେଳେ ନିଜର ନିଆରା ଅଭିନୟ କରି ବଲିଉଡ୍ରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା କଙ୍ଗନାଙ୍କୁ କିନ୍ତୁ ଏହି ଫିଲ୍ମର ପୋଷ୍ଟରରେ ଚିହ୍ନିବା ବଡ଼ ମୁସ୍କିଲ୍ ହୋଇପଡୁଛି। ଏହି ପୋଷ୍ଟରକୁ ଦେଖିଲେ ଜଣା ପଡୁଛି କି ଜୟଲଳିତାଙ୍କ ଭଳି ଦେଖାଯିବାକୁ ନେଇ କଙ୍ଗନା ଖୁବ୍ ପରିଶ୍ରମ କରିଛନ୍ତି। ଏହି ଫିଲ୍ମଟି ତାମିଲ୍ରେ ‘ଥଲାଇବୀ’ ଓ ହିନ୍ଦୀରେ ‘ଜୟା’ ଶୀର୍ଷକରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବିଜୟ। ଫିଲ୍ମଟିର କାହାଣୀ ଲେଖିଛନ୍ତି ବାହୁବଳୀ ଓ ମଣିକର୍ଣ୍ଣିକାର ଲେଖକ ବିଜୟେନ୍ଦ୍ର ପ୍ରସାଦ। ଫିଲ୍ମଟି ୨୦୨୦ ମସିହା ଜୁନ୍ ୨୬ରେ ପରଦାକୁ ଆସିବାର ଲକ୍ଷ୍ୟ ରହିଛି। (ଏଜେନ୍ସି)
ଭୁବନେଶ୍ବର, ୨୪/୧୧: ଉତ୍କଳ ବିଶ୍ଵବିଦ୍ୟାଳୟ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଡିସେମ୍ଵର ୮ରେ ରାଷ୍ଟ୍ରପତି ବାଣୀବିହାର ଆସିବେ ବୋଲି କାର୍ଯ୍ୟସୂଚୀ ନିର୍ଦ୍ଧିଷ୍ଟ ହୋଇଛି। ଉତ୍କଳ ବିଶ୍ଵବିଦ୍ୟାଳୟକୁ ୭୫ ବର୍ଷ ପୁରିଛି। ଏହି ଅବସରରେ ପ୍ଲାଟିନମ୍ ଜୁବୁଲିର ସ୍ଵତନ୍ତ୍ର ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଯୋଗଦାନ କରିବେ । ଉତ୍କଳ ବିଶ୍ବବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ୫ ଦିନିଆ କାର୍ଯ୍ୟକ୍ରମକୁ ଗତକାଲି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଉଦ୍ଘାଟିତ କରି ୧୦୦ କୋଟିର ଅନୁଦାନ ରାଶି ପ୍ରଦାନ କରିଥିଲେ । ଆଜି ବାଣୀବିହାରରେ ପୁରାତନ ଛାତ୍ରଙ୍କ ମିଳନ ଅନୁଷ୍ଠିତ ହୋଇଛି । (ଏଜେନ୍ସି)
କଲିକତା,24/11: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଦିବାରାତ୍ର ଟେଷ୍ଟରେ ବିଜୟୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ ଦଳ । କଲିକତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ଏକ ଇନିଂସ ଏବଂ 46 ରନ୍ରେ ବିଜୟୀ ହୋଇଛି । 241 ରନ୍ ପଛରେ ରହିଥିବା ବାଂଲାଦେଶ 195 ରନ୍ରେ ଅଲଆଉଟ ହେବାରୁ ଭାରତ ଇନିଂସ ଏବଂ 46 ରନ୍ରେ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଇଶାନ୍ତ ଶର୍ମା ପାଞ୍ଚ ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଦ୍ବିତୀୟ ଇନିଂସରେ ଉମେଶ ଯାଦବ ପାଞ୍ଚ ଓ୍ବିକେଟ୍ ଅକ୍ତିଆର କରିଥିଲେ । ଉଭୟଙ୍କ ବ୍ୟତୀତ ଅଧିନାୟକ ବିରାଟ କୋହଲି 136 ରନ୍ର ଇନିଂସ ଖେଳିଥିଲେ । ପ୍ରଥମ ଥର ଭାରତୀୟ ପେସର ମାନେ 19ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ମାତ୍ର 106 ରନ୍ରେ ଅଲଆଉଟ ହୋଇଥିଲା । ଭାରତ…
ସମୀକ୍ଷା ବ୍ୟୁରୋ : ମହିଳା ଭାରୋତ୍ତଳକ ଝିଲ୍ଲୀ ଦଳବେହେରାଙ୍କୁ ଏକଲବ୍ୟ ପୁରସ୍କାରରେ ସମ୍ମାନିକ କରାଯିବ । ଇଣ୍ଡିଆନ ମେଟାଲ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦତ୍ତ ସମ୍ମାନଜନକ 27ତମ ଏକଲବ୍ୟ ପୁରସ୍କାର ଲାଗି ଝିଲ୍ଲୀଙ୍କୁ ମନୋନୀତ କରାଯାଇଛି। ରବିବାର ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ମନୋନୟନ କମିଟି ବୈଠକରେ ସର୍ବସମ୍ମତିକ୍ରମେ ଭାରୋତ୍ତଳକ ଝିଲ୍ଲୀ ଦଳବେହେରାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ପୁରସ୍କାର ସ୍ୱରୂପ ଝିଲ୍ଲୀଙ୍କୁ 5 ଲକ୍ଷ ଟଙ୍କାର ଅର୍ଥ ରାଶି ସହିତ ମାନପତ୍ର ପ୍ରଦାନ କରାଯିବ। ଝିଲ୍ଲୀଙ୍କ ବ୍ୟତିତ ଫୁଟବଲର ଯବାମଣି ଟୁଡୁ ଏବଂ ହକି ଖେଳାଳି ନମିତା ଟପ୍ପୋଙ୍କୁ ସାଇଟେସନ୍ ସମ୍ମାନରେ ସମ୍ମାନିତ କରାଯିବ । ଉଭୟଙ୍କୁ ମାନପତ୍ର ସହିତ 50 ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ ।
ଲକ୍ଷ୍ନୌ,24/11: ବହୁଜନ ସମାଜ ପାର୍ଟି(ବିଏସ୍ପି)ର 5ଥର ବିଧାୟକ ରହିଥିବା ନେତା ରାମ ପ୍ରସାଦଙ୍କୁ ଦଳ ପକ୍ଷରୁ ନିଲମ୍ବନ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ଏବଂ ଶୃଙ୍ଖଳାଗତ ଅସଙ୍ଗତି ଯୋଗୁଁ ପୂର୍ବତନ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି । ଏହା ସହିତ ଅନ୍ୟ 3 ପୂର୍ବତନ ବିଧାୟକଙ୍କୁ ମଧ୍ୟ ଦଳ ପକ୍ଷରୁ ନିଲମ୍ବନ କରାଯାଇଛି । ବସ୍ତିର ଅନ୍ୟ ତିନି ପୂର୍ବତନ ବିଧାୟକ ରାଜେନ୍ଦ୍ର ଚୌଧୁରୀ, ଦୁଧ୍ରାମ ପ୍ରସାଦ ଏବଂ ଜିତେନ୍ଦ୍ର କୁମାରଙ୍କୁ ଦଳ ପକ୍ଷରୁ ନିଲମ୍ବନ କରାଯାଇଛି । ଏହି ଚାରି ବିଧାୟକ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ନିଲମ୍ବନ କରାଯାଇଛି ବୋଲି ବସ୍ତି ଜିଲ୍ଲା ବିଏସ୍ପି ସଭାପତି ସଞ୍ଜୟ ଧୂସିଆ ସୂଚନା ଦେଇଛନ୍ତି । ଏହି ସମସ୍ତ ବିଧାୟକ ସମାଜବାଦୀ ପାର୍ଟିରେ ଯୋଗ ଦେବେ ବୋଲି ଜଣାପଡିଛି ।
ମୁମ୍ବାଇ, ୨୪/୧୧: ମହାରାଷ୍ଟ୍ର ସରକାରକୁ ନେଇ ରାଜନୈତିକ ଡ୍ରାମାର ଅନ୍ତ ଘଟୁନାହିଁ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍ନଭୀସ୍ ଶପଥ ଗ୍ରହଣ କରିଥିବାବେଳେ ଏହାକୁ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଶିବସେନା-ଏନ୍ସିପି-କଂଗ୍ରେସ । ତେବେ ଆଜି ସୁପ୍ରିମ୍କୋର୍ଟର ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଶିବସେନା ତରଫରୁ ବରିଷ୍ଠ ଓକିଲ କପିଲ୍ ଶିବଲ୍ ଲଢୁଥିବାବେଳେ ବିଜେପି ତରଫରୁ ରହିଥିଲେ ମୁକୁଲ ରୋହତଗୀ । ତେବେ ଉଭୟ ଆଇନଜୀବୀଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମ୍କୋର୍ଟ ଫଡ଼ନାଭିସ, ଅଜିତ ପାଓ୍ୱାର ଏବଂ କେନ୍ଦ୍ରକୁ ନୋଟିସ କରିଛନ୍ତି । ଏହା ସହିତ ରାଜ୍ୟପାଳ ଭଗତ ସିଂ କେଶିୟାରୀଙ୍କଠାରୁ ସରକାର ଗଢିବା ଲାଗି ଆଦେଶ ଓ ସମର୍ଥନ ସମ୍ପର୍କିତ ଦସ୍ତାବିଜ୍ ଲୋଡିଛନ୍ତି। ସରକାର ଗଢ଼ିବା ପାଇଁ ଦେଇଥିବା ଆମନ୍ତ୍ରଣ ବାବଦରେ ତଥ୍ୟ ଦେବାକୁ ସଲିଟର ଜେନେରାଲ ତୁଷାର ମେହେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା କାଲି ସକାଳ ୧୦.୩୦ରେ…
ଭୁବନେଶ୍ବର, ୨୪/୧୧: ଆଜି ସକାଳେ ନୟାପଲ୍ଲୀ ସ୍ଥିତ ଇସ୍କନ ମନ୍ଦିର ପରିସରରେ ଥିବା ଶୌଚାଳୟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଗଞ୍ଜାମର ବାବୁ ସାହୁ ହୋଇଥିବାବେଳେ ତାଙ୍କ ବୟସ ୫୦ ବର୍ଷ ବୋଲି ଜଣାପଡିଛି । ଇସ୍କନ ମନ୍ଦିରରେ ଜଣେ ସୁଇପର ଭାବରେ ସେ କାମ କରୁଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରିଛି ସେ ନେଇ ପୋଲିସ ଛାନଭିନ୍ କରୁଛି। (ଏଜେନ୍ସି)

