ନୂଆଦିଲ୍ଲୀ, ୦୩/୧୨: ଆୟକର ବିଭାଗ ତରଫରୁ ଦେଶର ମୁଖ୍ୟ ବିରୋଧୀ ଦଳ ତଥା ଭାରତୀୟ ଜାତୀୟ କଂଗ୍ରେସ (ଆଇଏନ୍ସି)କୁ ନୋଟିସ୍ ଜାରି କରାଯାଇଛି । ରାଜନୈତିକ ଚାନ୍ଦାକୁ ନେଇ କଂଗ୍ରେସକୁ ଏହି ନୋଟିସ କରାଯାଇଛି। ହାଇଦ୍ରାବାଦର ଏକ କମ୍ପାନୀ ସହ ସଂପୃକ୍ତ ଥିବା ନେଣଦେଣକୁ ନେଇ କଂଗ୍ରେସକୁ ଏହି ନୋଟିସ କରାଯାଇଥିବା ଜଣାପଡ଼ିଛି। ହାଇଦ୍ରାବାଦର ଏକ ଇନ୍ଫ୍ରାଷ୍ଟକଚର୍ କମ୍ପାନୀ ଦ୍ୱାରା ପଠାଯାଇଥିବା ଟଙ୍କାର ହିସାବ କାହିଁକି ଦିଆଯିବ ନାହିଁ ତା’ର କାରଣ ଦର୍ଶାଇବା ପାଇଁ ଏଥିରେ ଉଲ୍ଲେଖ କରାଯାଇଛି। ଏବେ ପର୍ଯ୍ୟନ୍ତ କଂଗ୍ରେସ ଦଳ ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଆସି ନାହିଁ। ସୂଚନାଯୋଗ୍ୟ, ନିକଟରେ ଆୟକର ବିଭାଗ ପକ୍ଷରୁ ସମ୍ପୃକ୍ତ କମ୍ପାନୀ ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଜଣାପଡ଼ିଥିଲା ଯେ, ଏହି କମ୍ପାନୀ ହଓ୍ବାଲା ଦ୍ୱାରା କଂଗ୍ରେସକୁ ୧୭୦ କୋଟି ଟଙ୍କା ଦେଇଛି। ଏହାପରେ ଏନେଇ ବିଭାଗ ଯାଞ୍ଚ କରୁଥିବା ଜଣାପଡ଼ିଛି। ତେବେ ଏହି କମ୍ପାନୀ…
Author: Samikhsya Bureau
PARIS, DEC. 3, 2019 (Xinhua) — The Men’s 2019 Ballon d’Or winner Barcelona forward Lionel Messi poses with his six Ballon d’Or trophies he won in his career so far during the ceremony at the Theatre du Chatelet in Paris, France, Dec. 2, 2019. Xinhua/UNI PHOTO-5F
GUWAHATI, DEC, 02 (UNI):- Activists of the All Assam Students Union (AASU) taking out a cycle rally in protest against the Citizenship (Amendment) Bill, in Guwahati on Monday.UNI PHOTO-67U
MUMBAI, DEC 02 (UNI) – People from Various NGO’S protest for Women’s Safety & Justice outside CST station,in Mumbai on Monday. UNI PHOTO-88U
ନୂଆଦିଲ୍ଲୀ, ୩/୧୨: ଆର୍ଜେଣ୍ଟିନା ଫୁଟ୍ବଲ୍ ଷ୍ଟାର ଲିଓନେଲ ମେସି ରେକର୍ଡ ଷଷ୍ଠ ଥର ପାଇଁ ବାଲନ୍ ଡି ଓର୍ ପୁରସ୍କାର ହାସଲ କରିଛନ୍ତି। ଶେଷ ଥର ପାଇଁ ୨୦୧୫ରେ ଏହି ପୁରସ୍କାର ହାସଲ କରିଥିବା ମେସି ସୋମବାର ରାତିରେ ଏହି ପୁରସ୍କାର ହାସଲ କରିଛନ୍ତି। ସୋମବାର ଡୁ ଚାଟେଲେଟ୍ ଥିଏଟରରେ ମେସିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ବିଗତ ୧୨ ବର୍ଷ ମଧ୍ୟରେ ମେସି ଏବଂ ରୋନାଲ୍ଡୋ ଏହି ପୁରସ୍କାର ୧୧ ଥର ପରସ୍ପର ମଧ୍ୟରେ ବାଣ୍ଟି ନେଇଛନ୍ତି। ଲିଭରପୁଲକୁ ଚାମ୍ପିୟନ୍ସ ଲିଗ୍ ବିଜୟୀ କରାଇଥିବା ଭିର୍ଗିଲ୍ ଭାନ୍ ଡିକ୍ଙ୍କୁ ଦ୍ବିତୀୟ ସର୍ବାଧିକ ଭୋଟ୍ ମିଳିଥିଲା। ସେପ୍ଟେମ୍ବରରେ ମେସିଙ୍କୁ ଫିଫା ପକ୍ଷରୁ ଶ୍ରେଷ୍ଠ ଖେଳାଳି ଭାବରେ ଘୋଷଣା କରାଯାଇଥିଲା। ସେହିପରି ମହିଳା ବିଭାଗରେ ଆମେରିକୀୟ ଅଧିନାୟିକା ମେଗାନ୍ ରାପିଓନେଙ୍କୁ ବାଲନ୍ ଡି ଓର୍ ପ୍ରଦାନ କରାଯାଇଛି। ଇଂଲଣ୍ଡର ଲୁସି ବ୍ରୋଞ୍ଜଙ୍କୁ ପଛରେ ପକାଇ ବିଶ୍ବକପ୍ ବିଜୟିନୀ ରାପିଓନେ ଏହି ପୁରସ୍କାର ହାସଲ…
ଜଲାଉଁ,୩/୧୨: ଉତ୍ତରପ୍ରଦେଶରେ ଜଣେ ଅସଦାଚରଣକାରୀକୁ ଜନ ସାଧାରଣ ଦଣ୍ଡ ଦେବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଜଲାଉଁ ଜିଲ୍ଲାର ଏକ ପାର୍କରେ ନାବାଳିକାଙ୍କୁ ଅସଦାଚରଣ କରୁଥିବା ବେଳେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଥିଲେ ୨୫ବର୍ଷୀୟ ଯୁବକ। ଅଭିଯୁକ୍ତଙ୍କୁ ଉଲଗ୍ନ କରି ପାର୍କର ଗାନ୍ଧୀ ମୂର୍ତ୍ତି ଚତୁଃପାର୍ଶ୍ବରେ ୭ ଥର ବୁଲାଇବା ପରେ ଯୁବକକୁ ପୋଲିସ୍କୁ ହସ୍ତାନ୍ତର କରାଯାଇଥିଲା। ଉପସ୍ଥିତ ବ୍ୟକ୍ତିଙ୍କ ଅନୁଯାୟୀ ଏପରି ମାମଲାରେ ଦୋଷୀକୁ ପୋଲିସକୁ ହସ୍ତାନ୍ତର କରାଗଲେ ଦୋଷୀଙ୍କୁ ଜାମିନ ମିଳିଯାଉଛି। ତେଣୁ ଜନସାଧାରଣ ଦଣ୍ଡ ଦେବାର ନିଷ୍ପତ୍ତି ନେଇଥିଲେ। ଏହା ସହିତ ଉପରୋକ୍ତ ଘଟଣାର ଭିଡିଓ ବନାଇ ସ୍ଥାନୀୟ ଅଞ୍ଚଳରେ ବଣ୍ଟାଯାଇଛି। ଫଳରେ ଜେଲରୁ ବାହାରକୁ ଆସିଲା ପରେ ଯୁବକ ଜଣକ ପୁନର୍ବାର ଏପରି ଘଟଣା କରିବାର ଦୁଃସାହସ କରିବେ ନାହିଁ ବୋଲି ଜଣେ ବ୍ୟକ୍ତି ପ୍ରକାଶ କରିଥିଲେ। (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ,୦୩/୧୨: ଦେଶରେ ଦିନକୁ ଦିନ ଦୁଷ୍କର୍ମ ବଢି ଚାଲିଥିବା ବେଳେ ମହିଳା ମାନେ ଅସୁରକ୍ଷିତ ହୋଇ ପଡୁଛନ୍ତି। ହାଇଦ୍ରାବାଦରେ ମହିଳା ପଶୁଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଅମାନବୀୟ ଭାବରେ ଦୁଷ୍କର୍ମ ପରେ ପୋଡି ମାରି ଦିଆଯାଇଛି। ଏହା ସହିତ ରାଜ୍ୟରେ ନିୟମିତ ଦୁଷ୍କର୍ମର ଖବର ଆସୁଥିବାରୁ ମହିଳା ମାନେ ସମାଜରେ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମେୟ। ଏହି ଘଟଣାକୁ ନେଇ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସଂସଦ ଭବନରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଗଞ୍ଜାମର ହିଞ୍ଜିଳିକାଟୁ ସ୍ଥିତ ସ୍ବୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଦୋଷୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପଠାଇଛନ୍ତି। ଏପରି ଘଟଣାରେ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବା ଉଚିତ୍ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ଅଭିଯୁକ୍ତଙ୍କୁ ଫାଶୀ ଦେବା ସହିତ ଯେପରି ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ନ ହୁଏ ସେ ନେଇ ନିୟମ ପ୍ରଣୟନ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,2/12: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଏକ ସପ୍ତାହ ନିମନ୍ତେ ବନ୍ଦ ରହିବ । ଆସନ୍ତା ଡିସେମ୍ବର 26ରୁ ଜାନୁଆରୀ 4ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ନିମନ୍ତେ ଏହାକୁ ବନ୍ଦ ରଖାଯିବ । ଭିତରକନିକାର ନଦୀନାଳ ବିଶେଷକରି ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଞ୍ଜ, କନିକା ରେଞ୍ଜ, ଗହୀରମଥା ରେଞ୍ଜ ଓ କୁଜଙ୍ଗ ରେଞ୍ଜରେ ଏହି ଗଣନା କରାଯିବ। ତେଣୁ ପର୍ଯ୍ୟଟକଙ୍କ ପାଇଁ ଏହି ସମୟ ଜାତୀୟ ଉଦ୍ୟାନ ବନ୍ଦରହିବ ବୋଲି ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ସମୀକ୍ଷା ବ୍ୟୁରୋ ପୁରୀ,3/12: ନିମାପଡାରୁ ଉଠାଇ ନେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗରେ ଆଜି 4 ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ନିଲମ୍ବିତ କନେଷ୍ଟବଳ ରହିଛନ୍ତି । ଜିତେନ୍ଦ୍ର ସେଠୀ ନାମକ ଏହି କନେଷ୍ଟବଳ ଜଣକ ଯୁବତୀଙ୍କୁ ଝାଡେଶ୍ବରୀ କ୍ଲବ ନିକଟସ୍ଥ କ୍ବାର୍ଟରକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଗତକାଲି ଯୁବତୀଙ୍କ ଅଭିଯୋଗ ପରେ କନେଷ୍ଟବଳଙ୍କୁ ପଚରା ଉଚୁରା କରାଯାଇଥିଲା । ଆଜି କନେଷ୍ଟବଳଙ୍କ ଗିରଫ କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ପଚରା ଉଚୁରା କରୁଛି ପୋଲିସ୍ । କନେଷ୍ଟବଳଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଥିବା ବେଳେ ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଛି ।
କେଦାର ମିଶ୍ର ଦେଶର ବଡ ବଡ ସାମ୍ବାଦିକମାନେ ଯାହା ପଚାରିବାରେ ଅକ୍ଷମ, ତାକୁ ଜଣେ ବର୍ଷିୟାନ ଶିଲ୍ପପତି ପଚାରି ପାରିଲେ, ସେଥିପାଇଁ ତାଙ୍କୁ ଧନ୍ୟବାଦ। ବଜାଜ ଗୃପର ଅଧ୍ୟକ୍ଷ ରାହୁଲ ବଜାଜ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ଯେଉଁ ପ୍ରଶ୍ନ ଉତ୍ତରର ସଂକ୍ଷିପ୍ତ ଚିତ୍ରଟି ଆମେ ଦେଖିଲୁ, ତାହା ଅନେକ ଆଗରୁ ଦେଖିବା ଉଚିତ ଥିଲା। ଜଣେ ଶିଲ୍ପପତି ଭାବରେ ରାହୁଲ ବଜାଜ ନିଜର ସ୍ପଷ୍ଟ ମତ ପାଇଁ ଜଣାଶୁଣା। ନିଜକୁ ଗୌରବର ସହିତ “ଆଣ୍ଟି ଏଶ୍ଟାବ୍ଳିଶମେଣ୍ଟ” ବା ସତ୍ତା ବିରୋଧୀ ବୋଲି କହିବାର ସାହସ କମ ଶିଳ୍ପପତିଙ୍କର ରହିଛି। ତେଣୁ ସେ ଯେତେବେଳେ ଅମିତ ଶାହାଙ୍କୁ ପଚାରିଥିଲେ, ଆପଣ ଭଲ କାମ କରୁଥିଲେ ବି ଆପଣଙ୍କୁ ସମାଲୋଚନା କରିବାକୁ ମୋତେ ଡର ଲାଗିବ କାହିଁକି? ଏହାର ଉତ୍ତର ବଡ ହାଲୁକା ଭାବରେ ଅମିତ ଶାହା ଦେଇଥିଲେ। ହେଲେ “ଦି ଇକୋନମିକ୍ସ ଟାଇମ୍ସ” ର ଏହି ଆଲୋଚନା ଚକ୍ର…
ନୂଆଦିଲ୍ଲୀ,3/12: ଆମେରକିୀୟ ମହାକାଶ ବିଜ୍ଞାନ ସଂସ୍ଥାନ ନାସା ପକ୍ଷରୁ ସୋମବାର ବିକ୍ରମ ଲ୍ୟାଣ୍ଡରର ଫଟୋ ଜାରି କରାଯାଇଛି । ନାସାର ଏଲ୍ଆର୍ଓସି କ୍ୟାମେରାରେ ଏହି ଫଟୋ ଉତ୍ତୋଳନ କରାଯାଇଛି । ଏହି ଫଟୋରେ ବିକ୍ରମର ଲ୍ୟାଣ୍ଡିଂ ସ୍ଥାନ ଏବଂ ଭଗ୍ନାବଶେଷ ଦେଖିବାକୁ ମିଳିଛି । ସନମୁଗ ସୁବ୍ରମଣ୍ୟନ୍ଙ୍କୁ ପ୍ରଥମେ ଏହି ଫଟୋ ପାଇବା ପରେ ନାସାର ଏଲଆରଓସି ବିଭାଗ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ଅକ୍ଟୋବର 14,15 ଏବଂ ନଭେମ୍ବର 11 ତାରିଖରେ ଉତ୍ତୋଳିତ ଫଟୋର ତର୍ଜମା କରି ନାସା ଏହି ନିଷ୍କର୍ସରେ ପହଞ୍ଚିଥିଲା । ଉଲ୍ଲେଖଯୋଗ୍ୟ ଯେ, ଭାରତର ଚନ୍ଦ୍ରଯାନ-2 ମିଶନର ଅନ୍ତିମ ଭାଗ ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂରେ ବିଫଳ ହେବା ସହିତ ଏହା ସହିତ ସମ୍ପର୍କ ସ୍ଥାପନ ସମ୍ଭବ ହୋଇନଥିଲା । (ଏଜେନ୍ସୀ)
Girl gang-raped in police quarter in Puri
ସମୀକ୍ଷା ବ୍ୟୁରୋ ପୁରୀ: ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ବାହନାରେ ପୁରୀରେ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଚାରି ଜଣ ଦୁର୍ବୃତ୍ତ ଲିଫ୍ଟ ଦେବା ବାହାନାରେ ଜଣେ ଯୁବତୀଙ୍କୁ ଏକ କାରରେ ନିମାପଡାରୁ ପୁରୀ ନେଇ ଯାଇଥିଲେ। ସେଠାରେ ଦୁର୍ବୃତ୍ତମାନେ ଏକ ପୋଲିସ କ୍ବାଟରରେ ଦୁଷ୍କର୍ମ କରିଛନ୍ତି ବୋଲି ପିଡିତା ପୁରୀ କୁମ୍ଭାରପଡା ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣାରେ ଜଣେ ନିଳମ୍ବିତ ପୋଲିସ କନେଷ୍ଟବଳ ସଂପୃକ୍ତ ଅଛନ୍ତି ବୋଲି କୁହାଯାଇଛି। ଘଟଣାରୁ ଜଣାପଡିଛି ଯେ, ଜଣେ ଯୁବତୀ କାକଟପୁର ଯିବା ପାଇଁ ନିମାପଡା ବସ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ହେଲେ ହଠାତ ବସଟି ଛାଡି ଦେବାରୁ ଯୁବତୀ ଜଣଙ୍କ ବସରେ ଚଢି ପାରି ନ ଥିଲେ। ଏହାର ସୁଯୋଗ ନେଇ 4ଜଣ ଦୁର୍ବୃତ୍ତ ଯୁବତୀଙ୍କୁ ପୋଲିସର ପରିଚୟ ଦେଇ କାରରେ ଛାଡିଦେବେ ବୋଲି କହିଥିଲେ। ପୋଲିସ ନା ଶୁଣି ଯୁବତୀ ଜଣଙ୍କ ତାଙ୍କ ସାଥୀରେ ଯିବା ପାଇଁ ରାଜି ହୋଇ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,2/12: ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ବଳୟ ନିମନ୍ତେ ଆବଶ୍ୟକ ଥିବା ଜମିର 75 ପ୍ରତିଶତ ଘରୋଇ ଜମି ସ୍ବେଚ୍ଛାକୃତ ଭାବରେ ସଂଗୃହୀତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି । ସେପ୍ଟେମ୍ବର 25 ତାରିଖରେ ସୁରକ୍ଷା ବଳୟ ନିମନ୍ତେ 15 ଏକର ଜମି ଅଧିଗ୍ରହଣ କରାଯିବା ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସାଧାରଣ ଜନତା ନିଜର ବାସଗୃହ, ବ୍ୟବସାୟିକ ପ୍ରତିଷ୍ଠାନ,ହୋଟେଲ ଏବଂ ଲଜିଂ ପରିତ୍ୟାଗ କରିଛନନ୍ତି । ମହାପ୍ରଭୁଙ୍କ ଇଚ୍ଛା ଏବଂ ପ୍ରେରଣାରେ ଏହା ସମ୍ଭବ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସାଧାରଣ ଜନତାଙ୍କ ଏହି ତ୍ୟାଗ ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢିତୋଳିବା ପାଇଁ ସରକାରଙ୍କ ସଙ୍କଳ୍ପକୁ ଦୃଢ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁମ୍ବାଇ,2/12: ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ ଦଳ ଛାଡି ନାହାନ୍ତି ବୋଲି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି । ପାର୍ଲି ଆସନରୁ ପଙ୍କଜା ପରାଜିତ ହେବା ପରେ ଦଳୀୟ ନେତାଙ୍କ ସହିତ ତାଙ୍କର ସମ୍ପର୍କ ଖରାପ ହେବାରେ ଲାଗିଥିଲା । ଏହାପରେ ପଙ୍କଜା ନିଜ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଘୋଷଣା କରିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା । ଏହାପରେ ସୋମବାର ନିଜ ଟ୍ବିଟ୍ଟର ବାୟୋରୁ ବିଜେପି ହଟାଇଥିଲେ ପଙ୍କଜା ମୁଣ୍ଡେ । ମୁଣ୍ଡେ ଦଳ ଛାଡୁଥବାର ସୂଚନା ମିଳିବା ପରେ ମହରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଏ ସମ୍ପର୍କରେ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ବିଜେପି ନେତୃବୃନ୍ଦ ପଙ୍କଜାଙ୍କ ସହିତ ସମ୍ପର୍କରେ ଅଛନ୍ତି । ପଙ୍କଜା ପରାଜୟକୁ ନେଇ ମର୍ମାହତ ଅଛନ୍ତି ଏବଂ ଏହାର କାରଣ ଖୋଜୁଛନ୍ତି । ମାତ୍ର ସେ ଦଳ ପରିତ୍ୟାଗ କରିବା ଖବର ସମ୍ପୂର୍ଣ୍ଣ ଗୁଜବ ବୋଲି…
ସମୀକ୍ଷା ବ୍ୟୁରୋ ବାଣପୁର,୨/୧୨: ବାଣପୁରରେ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରବିବାର ଦିନ ବିଶ୍ବ ଏଡ୍ସ ଦିବସ ପାଳିତ ହୋଇଯାଇଛି। କେଏନ୍ପି ସଂଯୋଜନାରେ ଏକ ସଚେତନତା ଶିବିର, ଶୋଭାଯାତ୍ରା ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ରଶ୍ମିତା ମହାନ୍ତି, ଅଧ୍ୟାପକ ସର୍ବେଶ୍ବର ଷଡଙ୍ଗୀ ଏବଂ ସୁବ୍ରତ କୁମାର ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାଳମୁକୁନ୍ଦ ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଭବାନୀ ଶଙ୍କର ବଳିୟାରସିଂହ, ପ୍ରକାଶ ସେଠୀ, କେଏନ୍ପିର ମୁଖ୍ୟ ପରିଚାଳକ ଅମୀୟ କୁମାର ଘଡେଇ, ବାଣପୁର ମେଡିକାଲ ଆଇସିଟିସି କାଉନସିଲର୍ ଅଶୋକ କୁମାର ବେହେରା, ପ୍ରଦୀପ୍ତ ହୋତା ଏବଂ ଶିବ ଶଙ୍କର ଢାଲି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏମାନଙ୍କ ବ୍ୟତୀତ…
Mumbai: Actress Amrita Rao at the wedding reception of filmmaker Sooraj Barjatya’s son Devaansh Barjatya in Mumbai (Photo: IANS)
Mumbai: Actress Madhuri Dixit with husband Sriram Madhav Nene at the wedding reception of filmmaker Sooraj Barjatya’s son Devaansh Barjatya in Mumbai (Photo: IANS)
SRINAGAR, DEC 2 (UNI) A magnificent view of heritage bridge on river Jehlum overlooking the Zabarwan hills in , representing natures glory on Monday. UNI SRN PHTO 5.

