ବ୍ଲାକ୍‌ ଓ୍ବିଡୋର ଟ୍ରେଲର ରିଲିଜ୍‌ : ୟୁଟ୍ୟୁବ୍‌ ଟ୍ରେଣ୍ଡରେ 1 ନମ୍ବର

Published: Dec 4, 2019, 2:17 pm IST

ନୂଆଦିଲ୍ଲୀ,4/12: ମାର୍ଭେଲ୍‌ ସିନେମାଟିକ୍‌ ୟୁନିଭର୍ସର ପ୍ରଥମ ମହିଳା ସୁପରହିରୋ ଫିଲ୍ମ ‘ବ୍ଲାକ୍‌ ଓ୍ବିଡୋ’ର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲରଟିକୁ ଦର୍ଶକ ବହୁତ ପସନ୍ଦ କରିଥିବା ବେଳେ 24 ଘଣ୍ଟା ପୂର୍ବରୁ 17 ମିଲିୟନ୍‌ ଦର୍ଶକ ଏହାକୁ ଦେଖି ସାରିଲେଣି । ଏହା ସହିତ ୟୁଟ୍ୟୁବ୍ ଟ୍ରେଣ୍ଡରେ ଏହା ଏକ ନମ୍ବର ସ୍ଥାନରେ ରହିଛି । ସ୍କାର୍ଲେଟ୍‌ ଜୋହାନସନ୍‌ଙ୍କ ଏହି ବହୁ ପ୍ରତୀକ୍ଷିତ ଚଳଚିତ୍ରକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ଟ୍ରେଲରରେ ସ୍କାର୍ଲେଟ୍‌ଙ୍କ ବ୍ୟତୀତ ଜେରେମି ରେନର ନଜର ଆସିଛନ୍ତି । ଏହା ସହିତ ଫିଲ୍ମର କାହାଣୀ 2014ରୁ 16 ମଧ୍ୟରେ ରହିଛି । ଟ୍ରେଲରରେ ନକରାତ୍ମକ ଚରିତ୍ରରେ ୟେଲେନା ବେଲୋଭାଙ୍କୁ ଦେଖିବାକୁ ମିଳିଛି । କମିକ୍‌ କାହାଣୀ ଅନୁଯାୟୀ ବ୍ଲାକ୍‌ ଓ୍ବିଡୋ ଏବଂ ବେଲୋଭା ଯାଆଁଳା ଭଉଣୀ । ଫିଲ୍ମଟିର ସର୍ବାଧିକ ଭାଗ ବୁଦାପେଷ୍ଟରେ ସୁଟିଂ ହୋଇଛି । କେଟ୍‌ ସର୍ଟଲ୍ୟାଣ୍ଡଙ୍କ ନିର୍ଦ୍ଦେଶିତ ଏହି ଚଳଚିତ୍ରଟି ମେ 1 2020ରେ ରିଲିଜ୍‌ ହେବାକୁ ଯାଉଛି । ଏମ୍‌ସିୟୁର ଅନ୍ୟ ସୁପରହିରୋ ଫିଲ୍ମ ଦ ଏଟର୍ନାଲ୍ସ ନଭେମ୍ବର6, 2020ରେ ରିଲିଜ୍‌ ହେବ । (ଏଜେନ୍ସୀ)

Related posts