Author: Samikhsya Bureau
ନୂଆଦିଲ୍ଲୀ,୨୪/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫୯ତମ ମନ କି ବାତରେ ମୋଦି ଏନ୍ସିସି ଡେ’ ଅବସରରେ ଯୁବପିଢି ଏବଂ ଏନ୍ସିସି ବିଷୟରେ କହିଛନ୍ତି । ଏନସିସିର ଅର୍ଥ ହେଉଛନ୍ତି ନେତୃତ୍ବ, ଦେଶଭକ୍ତି, ସ୍ବେଚ୍ଛାକୃତ ସେବାର ଅର୍ଥ । ଏହା ଅନୁଶାସନ ଶିଖାଇଥାଏ ବୋଲଇ କହିଛନ୍ତି ମୋଦି। ଏତଦ୍ବ୍ୟତୀତ ଭାରତର ଫିଟ୍ ମୁଭମେଣ୍ଟ ବିଷୟରେ ମଧ୍ୟ ମୋଦି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ଫିଟ୍ ଇଣ୍ଡିଆ ମୁଭମେଣ୍ଟରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ତାଙ୍କର ପିତାମାତା ଭାଗ ନେବେ। ତେଣୁ ସମସ୍ତ ସ୍କୁଲ ଫିଟ୍ ଇଣ୍ଡିଆରେ ସାମିଲ ହୁଅନ୍ତୁ ବୋଲି ସେ ମୋଦି ଆହ୍ଵାନ କରିଛନ୍ତି। ସେହିପରି ନଭେମ୍ବର ୯ ତାରିଖରେ ଅଯୋଧ୍ୟା ବିବାଦକୁ ନେଇ ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ମୋଦି କହିଛନ୍ତି ଯେ, ଏହା ୧୩୦କୋଟି ଭାରତୀୟଙ୍କ ବିଜୟ ଦେଶରେ ଶାନ୍ତି, ସଦଭାବ ସର୍ବୋପରି। ଆମ ସଭ୍ୟତା, ସଂସ୍କୃତି ଏବଂ ଭାଷା ସମ୍ପୂର୍ଣ୍ଣ ବିଶ୍ଵରେ ବିବିଧତା ମଧ୍ୟରେ ଏକତାର ସନ୍ଦେଶ…
ମୁମ୍ବାଇ, ୨୪/୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଡ୍ରାମା ସମସ୍ତଙ୍କୁ ଚକିତ କରିଛି । ରାତାରାତି ମହାରାଷ୍ଟ୍ରରେ ସରକାର ଗଠନ କରି ଶନିବାର ସକାଳୁ ସକାଳୁ ଦେବେନ୍ଦ୍ର ଫଡ୍ନଭିସ୍ ଓ ଅଜିତ୍ ପାଓ୍ବାର୍ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଗୋଟିଏ ପଟେ, ଏନସ୍ପି, କଂଗ୍ରେସ ଶିବସେନାକୁ ମୁଖ୍ୟମନ୍ତ୍ରୀ କରିବା ନେଇ ସହମତି ଦର୍ଶାଇଥିବାବେଳେ ଅପରପକ୍ଷେ ଏନ୍ସିପିର ଅଜିତ୍ ପଓ୍ବାର ବିଜେପିକୁ ସମର୍ଥନ କରି ରାଜନୀତି ଗଣିତକୁ ପୂରା ଓଲଟା କରିଦେଇଛନ୍ତି । ତେବେ ମହାରାଷ୍ଟ୍ରରେ ଚାଲିଥିବା ଏପରି ଘଟଣାକ୍ରମକୁ ଲକ୍ଷ୍ୟ କରି କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ କହିଛନ୍ତି ଯେ, ରାଜ୍ୟରେ ହୋଇଥିବା ଏହି ପରିବର୍ତ୍ତନ କିନ୍ତୁ ଶରଦ ପାଓ୍ବାରଙ୍କ ଉତ୍ତରାଧିକାରୀ ସମସ୍ୟାର ସମାଧାନ କରିଦେଇଛି । ସେ ଟୁଇଟ୍ କରି କହିଛନ୍ତି ଯେ, ଏନ୍ସିପିର ୫୪ରୁ ୫୩ ଜଣ ଶରଦ ପାଓ୍ବାରଙ୍କ ସହ ଅଛନ୍ତି । ଅଜିତ୍ ଏକା ହୋଇଯାଇଛନ୍ତି । ଏବେ ଶରଦଙ୍କ ଉତ୍ତରାଧିକାରୀ…
ମୁମ୍ବାଇ, ୨୪/୧୧: ଶନିବାର ଦିନ ଏକ ନାଟକୀୟ ଢଙ୍ଗୀରେ ମହାରାଷ୍ଟ୍ରରେ ବିଜେପି ସରକାର ଗଢିଥିବାବେଳେ ଏହାକୁ ନେଇ ଶିବସନୋ, ଏନ୍ସିପି ଓ କଂଗ୍ରେସ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି ।ଆଜି ଉଚ୍ଚତମ ନ୍ୟାୟାଳୟ ଶିବସେନା, ଏନ୍ସିପି, କଂଗ୍ରେସର ରିଟ୍ ପିଟିସନ ଉପରେ ଶୁଣାଣି କରିବେ। ଫଡ଼ନାଭିସ୍ଙ୍କୁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ରଦ୍ଦ କରିବାକୁ ଦାବି ମଧ୍ୟ କରାଯାଇଛି ଏହି ଯାଚିକାରେ। ଏଥି ସହିତ ବିଧାୟକମାନେ ଶକ୍ତି ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। ଏହି ଆବେଦନରେ ଉଚ୍ଚତମ ନ୍ୟାୟାଳୟରେ ଜଷ୍ଟିସ ଏନଭି ରମର, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ସଂଜବୀ ଚୋପ୍ରାଙ୍କ ଖଣ୍ଡପୀଠ ରବିବାର ଶୁଣାଣି କରିବେ। ଉଚ୍ଚତମ ନ୍ୟାୟାଳୟଏହି ମାମଲାରେ ଆଜି ପୂର୍ବାହ୍ନ ୧୧ଟା ୩୦ରେ ଶୁଣାଣି ଆରମ୍ଭ କରିବେ। (ଏଜେନ୍ସି)
କେଦାର ମିଶ୍ର ଚାର୍ଲ୍ସ ମୋରିସ ତେଲେରାଁ ବୋଲି ଜଣେ ପ୍ରସିଦ୍ଧ ଫରାସୀ ରାଜନେତା ଥିଲେ। ରାଜନୀତିର ଭାଷାକୁ ନେଇ ତାଙ୍କର ଏକ ପ୍ରସିଦ୍ଧ ଆପ୍ତବାକ୍ୟ ହେଉଛି- “ଯଦି ଜଣେ ରାଜନେତା “ହଁ” କହେ, ତାର ଅର୍ଥ ହେଉଛି “ହୋଇପାରେ”। ଯଦି “ହୋଇପାରେ” ବୋଲି କହେ, ତା ଅର୍ଥ ହେଉଛି “ହେବନି”। ହେଲେ “ହେବନି” ବୋଲି ଯେଉଁ ନେତା କହେ, ସେ ରାଜନେତା ହେବାକୁ ଅଯୋଗ୍ୟ।“। ତେଲେରାଁଙ୍କର ଏହି ପ୍ରସିଦ୍ଧ ଉକ୍ତି କିନ୍ତୁ ଜଣକ ପାଖରେ ବିଫଳ ହୋଇଛି, ସେ ହେଉଛନ୍ତି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ। ୨୬ ସେପ୍ଟେମ୍ବର, ୨୦୧୪ରେ ଫଡନବିସ ଲେଖିଥିଲେ, “ଏନସିପି ସହ ସମ୍ପର୍କ କେବେ ନୁହେଁ, କେବେ ନୁହେଁ, କେବେ ନୁହେଁ। କାରଣ ଏନସିପି ଏକ ଭ୍ରଷ୍ଟାଚାରୀ ଦଳ ଓ ତାଙ୍କ ବିରୋଧରେ ଆମେ ଜୀବନ ତମାମ ଲଢି ଆସିଛୁ।“ ଆଜି ରାତାରାତି ଏନସିପିକୁ ଭାଙ୍ଗି ଅଜିତ ପାୱାରଙ୍କ ସହ ସରକାର ଗଢିଲା ବେଳେ ବିଜେପି ବା…
Mumbai: Actor-director Divya Khosla Kumar addresses during a party organised to celebrate the success of her T-Series single “Yaad Piya Ki Aane Lagi” in Mumbai on Nov 20, 2019. (Photo: IANS)
ଭୁବନେଶ୍ବର ୨୩.୧୧(ସମୀକ୍ଷା ବ୍ୟୁରୋ): ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ବିଶ୍ବବିଦ୍ୟାଳୟ ନିମନ୍ତେ ୧୦୦ କୋଟିର ଅନୁଦାନ ଘୋଷଣା କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ୬ଟି ଶାଖା ନିମନ୍ତେ ଏହି ୧୦୦ କୋଟିର ଅନୁଦାନ ରାଶି ପ୍ରଦାନ କରାଯାଇଛି। ଚଳିତ ଶିକ୍ଷାବର୍ଷରେ ୪୦ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ୫ ଦିନିଆ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ଅର୍ଥ ବିଶ୍ବ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ନିମନ୍ତେ ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି। ଯୁବଶକ୍ତି ଦେଶର ପ୍ରକୃତ ସମ୍ପଦ। ଶିକ୍ଷା,ଜ୍ଞାନ ଏବଂ ସୃଜନଶୀଳତା ବଳରେ ଯୁବଶକ୍ତି ଦେଶର ନେତୃତ୍ବ ନେବେ ବୋଲି ନିଜ ଅଭିଭାଷଣରେ କହିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେଣ୍ଟ୍ରାଲ ଇନ୍ଷ୍ଟ୍ରୁମେଣ୍ଟେସନ୍ ସେଣ୍ଟର ଏବଂ ଡିଜିଟାଲ ଲାଇବ୍ରେରୀର ଉଦ୍ଘାଟନ କରିଥିଲେ। ଏତଦ୍ବ୍ୟତିତ ବିଶ୍ବବିଦ୍ୟାଳୟ ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ…
ମହେଶ ବାବୁଙ୍କ ଅପ୍କମିଙ୍ଗ ଫିଲ୍ମ ସରେଲିରୁ ନିକେ ଏଭରୁର ଟିଜର ରିଲିଜ୍ ହୋଇଛି । ରିଲିଜ୍ର ମାତ୍ର 24 ଘଣ୍ଟା ମଧ୍ୟରେ ଟିଜରକୁ 15 ମିଲିୟନ୍ରୁ ଅଧିକ ଦର୍ଶକ ଦେଖିଲେଣି । ଫିଲ୍ମରେ ମହେଶ ବାବୁଙ୍କ ବ୍ୟତିତ ରଶ୍ମିକା ମନ୍ଦାନା, ବିଜୟ ଶାନ୍ତି, ପ୍ରକାଶ ରାଜ, ଆଦି ପିନିସେଟ୍ଟୀ ଏବଂ ଅନସୂୟା ଭରଦ୍ବାଜ ନଜର ଆସିବାକୁ ଯାଉଛନ୍ତି । ଅନୀଲ ରବିପୁଡିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମହେଶ ବାବୁ ଜଣେ ସେନା ଅଫିସର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହି ଏକ ମିନିଟ୍ର ଟିଜରରେ ସେନା ପକ୍ଷରୁ କାଶ୍ମୀରରେ କିଛି ଅପରସେନ୍ କରିବା ସହିତ ନିଜ ଗ୍ରାମରେ କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିଛି । ଫିଲ୍ମଟି ଆସନ୍ତା ଜାନୁୟାରୀ 11 ତାରିଖରେ ରିଲିଜ୍ ହେବାକୁ ଯାଉଛି ।
ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ(ଇସ୍ରୋ) 27 ମିନିଟ୍ରେ 14ଟି ଉପଗ୍ରହ ଲଞ୍ଚ କରିବାକୁ ଯାଉଛି । ଆସନ୍ତା ନଭେମ୍ବର 27 ତାରିଖରେ ଇସ୍ରୋ ପକ୍ଷରୁ ଏହି ଲଞ୍ଚ କରାଯିବ ବୋଲି ଜଣାପଡିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍କ୍ଷେପଣ କେନ୍ଦ୍ରରୁ ଆସନ୍ତା ନଭେମ୍ବର 27 ତାରିଖ ସକାଳ 9.28 ମିନିଟ୍ରେ ଏହି ଉତ୍କ୍ଷେପଣ ଅନୁଷ୍ଠିତ ହେବ । ଇସ୍ରୋ ପକ୍ଷରୁ ପିଏସ୍ଏଲ୍ଏଭି-ଏକ୍ସଏଲ୍ ସହିତ 14ଟି ଉପଗ୍ରହ ପଠାଯାଉଛି । 1625 କିଗ୍ରା ଓଜନର କାର୍ଟୋସାଟ୍-3 ସହିତ 13ଟି ଆମେରିକୀୟ ନାନୋ ଉପଗ୍ରହ ମଧ୍ୟ ପଠାଇବ ଇସ୍ରୋ ।
କଲିକତା,23/11 : କଲିକତାର ଇଡେନ ଗାର୍ଡେନ୍ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି । ନିଜ ଟେଷ୍ଟ କ୍ୟାରିୟରର 26 ତମ ଶତକ ସହିତ ଅନ୍ତର୍ଜାତିୟ ସର୍କିଟ୍ରେ କୋହଲି ନିଜର 70 ତମ ଶତକ ପୂରଣ କରିଛନ୍ତି । କୋହଲିଙ୍କ ଶତକ ଫଳରେ ଭାରତ 4 ଓ୍ବିକେଟ୍ ହରାଇ 283 ରନ୍ ସଂଗ୍ରହ କରିଛି । ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ 5 ଓ୍ବିକେଟ ଅକ୍ତିଆର ଫଳରେ ବାଂଲାଦେଶ 106 ରନ୍ରେ ସମସ୍ତ ଓ୍ବିକେଟ ହରାଇଥିଲା । ଦ୍ବିତୀୟ ଦିନରେ କୋହଲିଙ୍କ ବ୍ୟତିତ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ(51) ରନ୍ ସଂଗ୍ରହ କରିଥିଲେ । ବାଂଲାଦେଶ ପକ୍ଷରୁ ଇବାଦତ ହୋସେନ୍ ସର୍ବାଧିକ 2ଟି ଓ୍ବିକେଟ ଅକ୍ତିଆର କରିଥିଲେ । (ଏଜେନ୍ସୀ)

